ଦୋକାନ ଆରମ୍ଭ ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ଦିଅନ୍ତୁ

ଦୋକାନ ଆରମ୍ଭ ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ଦିଅନ୍ତୁ

Image Source - IGP.Com

-ଯେଉଁ ବଜାରରେ ଆପଣଙ୍କ ଦୋକାନ ଅଛି ସମସ୍ତ ଦୋକାନ ଖୋଲିବା ପୂର୍ବରୁ ଖୋଲନ୍ତୁ ଏବଂ ସମସ୍ତ ଦୋକାନ ବନ୍ଦ ହେବାପରେ ବନ୍ଦ କରନ୍ତୁ |

-ଗ୍ରାହକ କୌଣସି ଜିନିଷ ଚାହୁଁଛନ୍ତି ଯଦି ନଥାଏ ତେବେ ତାଙ୍କୁ ମନା ନକରି କୁହନ୍ତୁ କାଲିକି ମିଳିଯିବ ଏବଂ ତାକୁ ଖାତାରେ ଲେଖି ରଖନ୍ତୁ ଏବଂ ସଙ୍ଗେ ସଙ୍ଗେ ସେହି ଜିନିଷ ଆଣି ଦିଅନ୍ତୁ |

-ନିହାତି ଦରକାର ନହେଲେ କେବେବି ଦୋକାନରେ ବାକି ଦିଅନ୍ତୁ ନାହିଁ |

-ଦୋକାନର କାରବାର କରିବା ପୂର୍ବରୁ ଚାନ୍ଦୀର ପାତ୍ରରେ ଚାନ୍ଦୀରେ ନିର୍ମିତ  ଗଣେଶ ଏବଂ ଶ୍ରୀଲକ୍ଷ୍ମୀ ଙ୍କର ପ୍ରତିମା ସ୍ଥାପନା କରନ୍ତୁ। ଏହାକୁ ଦୋକାନର ପୂର୍ବ ଦିଗ ଆଡକୁ ମୁହଁ କରି ରଖନ୍ତୁ। ଏହା ଦ୍ୱାରା ଲାଭ ମିଳିଥାଏ ବୋଲି କୁହାଯାଏ।

-ଅନ୍ୟ ଏକ ଉପାୟ ହେଉଛି ଦୋକାନ ଖୋଲିବା ସମୟରେ ଅଗରବତୀ ଜଳାଇବା ପାଇଁ କୁହାଯାଏ। ଏହି ଅଗରବତୀର ସଂଖ୍ୟା ୫ଟି ହେବା ଆବଶ୍ୟକ |

-କେତେକ ଥର ଦୋକାନରେ ଗ୍ରାହକଙ୍କ ଆସିବା ସଂଖ୍ୟା ବହୁତ କମିଯାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ମାଟିର ଚାରିଟି ଅଲଗା ଅଲଗା ପାତ୍ରରେ କଳା ତେଲ, ସାଗୁ ଦାନା, ସବୁଜ ମୁଗ ଏବଂ ହଳଦିଆ ସୋରିଷ ଭରିକି ରଖିଦିଅନ୍ତୁ । ଏହି ଚାରିଟି ପାତ୍ରକୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଦୋକାନରେ  ରଖିଦିଅନ୍ତୁ । ଏହାପରେ ନଦୀରେ ଭଷାଇ ଦିଅନ୍ତୁ

-ଦୋକାନର ଉନ୍ନତି ପାଇଁ ଗୋଟିଏ ଉପାୟ କରାଯାଏ। ତାହା ହେଉଛି ଏକ ଲୁହାର କଣ୍ଟାରେ କଳା ସୂତାରେ ସାତଟି ଅଖଣ୍ଡିତ ଲଙ୍କା ଏବଂ ବିନା ଦାଗ ହୋଇଥିବା ଲେମ୍ବୁ ବାନ୍ଧି ଦିଅନ୍ତୁ। ଏହାକୁ ଶନିବାର କିମ୍ବା ମଙ୍ଗମବାରରେ ଦୋକାନରେ ଝୁଲାନ୍ତୁ।

-ଦୋକାନରେ ଶ୍ରୀକୁବେର ଯନ୍ତ୍ର ସ୍ଥାପିତ କରିବା ଦ୍ୱାରା ମଧ୍ୟ ଲାଭ ହୋଇଥାଏ। ଏହାକୁ ଶୁକ୍ଳ ପକ୍ଷରେ ସ୍ଥାପନା କରିବା ଉଚିତ। ଏହା ଦ୍ୱାରା ବ୍ୟବସାୟରେ କ୍ଷତି ହୋଇନଥାଏ ବୋଲି କୁହାଯାଏ।

-7ଟି କଉଡ଼ି ଆଣି କେଶର ଗୋଳାଇ ହଳଦିଆ କପଡ଼ାରେ ବାନ୍ଧି କ୍ୟାସବକ୍ସରେ ରଖନ୍ତୁ |

ଧନ୍ୟବାଦ 




Post a Comment

1 Comments

Do you have any doubts or suggestions? Ask them here in the comments!