ଏହି ଅଭ୍ୟାସ ଯୋଗୁଁ ମହିଳାମାନେ ଦୁଃଖରେ ରୁହନ୍ତି

ଏହି ଅଭ୍ୟାସ ଯୋଗୁଁ ମହିଳାମାନେ ଦୁଃଖରେ ରୁହନ୍ତି

Image Source - Russians Brides

ସୁଖରେ କିମ୍ବା ଦୁଃଖରେ ରହିବା କିଛି କଥା ନିଜ ହାତରେ ବି ଥାଏ | ଅନେକ ଥର ଲୋକ ବହୁତ ଛୋଟ ଓ ଅଯଥା କାରଣରେ ଦୁଃଖୀ ହୋଇଯାଆନ୍ତି | ଏମିତି କଥା ଯାହାକି ଦୁଃଖର କାରଣ ଯାହା ନିଜର ଭୁଲ ଚିନ୍ତାଧାରାରୁ ହିଁ ହୋଇଥାଏ | 

ତିଳ କୁ ତାଳ ବନାଉଥିବା  :-

କିଛି ମହିଳାଙ୍କର ଅଭ୍ୟାସ ଥାଏ ଯେ ସେ ସାମାନ୍ୟ କଥାକୁ ବି ବଡ଼ ବନେଇ ଦିଅନ୍ତି । ତାଙ୍କୁ ଛୋଟ ଛୋଟ କଥାରେ ବି ପ୍ରବ୍ଲେମ ହୋଇଥାଏ । ଏହି ମାନଙ୍କୁ ଦେଖିଲେ ଏମିତି ଲାଗେ ଯେ ତାଙ୍କୁ କେବଳ ଲଢେଇ କଜିଆ କରିବା ପାଇଁ କୌଣସି ଏକ ବାହାନା ଦରକାର ଅଟେ | ଏମାନେ ପ୍ରତ୍ୟେକ କଥାକୁ ବଢ଼େଇ ଚଢାଇ ଓ ଚିଲ୍ଲାଇ କରି ଅନ୍ୟ ପାଖରେ ରଖିଥାନ୍ତି । ଏହି କାରଣ ଯୋଗୁଁ ତାଙ୍କ ଘରେ ଅଧିକ ଲଢେଇ ଝଗଡା ହୋଇ ଥାଏ ଓ ସାମ୍ନା ବାଲା ର ମୁଣ୍ତ ଖରାପ ହୋଇଥାଏ | ଆଉ ଏଥିପାଇଁ ଏହି ଅଭ୍ୟାସ  ଦୁଃଖର କାରଣ ହୋଇଯାଇଥାଏ ।

ଟଙ୍କା ଲୋଭୀ :-

Image Source - colourbox.dk

ଭଗବାନ ଆମକୁ ଯେତିକି ଦେଇଛନ୍ତି ସେତିକିରେ ଆମକୁ ଖୁସି ରହିବା ଆବଶ୍ୟକ ଅଟେ । ଅନ୍ୟ ମାନଙ୍କର ଉନ୍ନତି ଦେଖି ଜଳିବା ଆଉ ତାଙ୍କ ସମକକ୍ଷ ହେବା ପାଇଁ ଚେଷ୍ଟା କରିବା ଆମ ପାଇଁ ଦୁଃଖ ଓ ବିପଦକୁ ଡାକି ଆଣି ଥାଏ | ଯେମିତିକି ସେ ଅମୁକ ଲୋକ ପାଖରେ ଏତେ ବଡ଼ବଙ୍ଗଳା, କାର ଅଛି କିନ୍ତୁ ଆମ ପାଖରେ ନାହିଁ ଏମିତି ଚିନ୍ତାଧାରା ଆଦୌ ରଖନ୍ତୁ ନାହିଁ । ପଇସା ଠାରୁ ବଡ଼ ଖୁସି ହୋଇଥାଏ, ଆପଣ ଆପଣଙ୍କର ସମ୍ପର୍କ କୁ ମଧୁର ଓ ଶକ୍ତିଶାଳୀ ବନେଇ ରଖନ୍ତୁ । ପଇସା ତୋ ଜୀବନରେ ଆସିବ ଯିବ | ଏହା ଜରୁରୀ ନୁହେଁ ଯେ ଯିଏ ଧନୀ ହୋଇଥାଏ ସେ ସୁଖୀ ହୋଇଥାଏ | ଏଥିପାଇଁ ପଇସା ଲୋଭୀ ହୁଅନ୍ତୁ ନାହିଁ । ଏହା ଏକ ଦୁଃଖର କାରଣ ହୋଇଥାଏ |


ଅଧିକ କ୍ରୋଧ କରୁଥିବା :- 

Image Source - Sanjeevni Today

ମଣିଷର କ୍ରୋଧ ଆସିବା ସାମାନ୍ୟ କଥା ଅଟେ, ଯଦି ଏହି କ୍ରୋଧର କାରଣ ବହୁତ ବଡ଼ ହୋଇଥାଏ । କିଛି ମହିଳା ସାମାନ୍ୟ ସାମାନ୍ୟ କଥାରେ କ୍ରୋଧ କରିଥାନ୍ତି, ଆଉ ତାପରେ ତାଙ୍କର ମୁହଁ କଇଁଚି ଭଳିଆ ଚାଲିଥାଏ । ମୁହଁରୁ ଗୋଟେ ପରେ ଗୋଟେ କଟୁ ଶବ୍ଦ ବାହାରି ଥାଏ । ଏହିସବୁ ଶବ୍ଦ ସ୍ଵାମୀ ତଥା ପରିବାର ବର୍ଗ ଙ୍କୁ ବହୁତ ବାଧିଥାଏ ଆଉଏଥିପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ପ୍ରେମ କମ୍‌ ହୋଇ ଯାଇଥାଏ | ଏହିସବୁ ଶବ୍ଦ ଆପଣଙ୍କ ବିରୋଦ୍ଧରେ ଚାଲି ଯାଇଥାଏ ଓ ଆପଣଙ୍କ ଜୀବନରେ ଦୁଃଖର ମାତ୍ରା ବଢି ଯାଇଥାଏ | ଏଥିପାଇଁ ସବୁଠାରୁ ଭଲ ଏହା ଯେ ଆପଣ ଆପଣଙ୍କର କ୍ରୋଧ କୁ କଣ୍ଟୋଲ ରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଶାନ୍ତି ଓ ସଂଯମର ସହିତ କାମ କରନ୍ତୁ ।

ଅଧିକ ଆଶା ରଖୁଥିବା :-

କିଛି ମହିଳା ତାଙ୍କର ସ୍ଵାମୀ ଓ ଶ୍ୱଶୁର ଘର ଲୋକଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଆଶା କରି ବସିଥାନ୍ତି । ଆପଣଙ୍କୁ ଏହା ଧ୍ୟାନରେ ରଖିବା ଉଚିତ ଯେ ସମସ୍ତଙ୍କର ଏକ କ୍ଷମତା ହୋଇନଥାଏ | ଯଦି ସେ ଆପଣଙ୍କ ଆଶାନୁସାରେ ଛିଡା ହୋଇ ପାରିଲେ ନାହିଁ ତ ତେବେ ଏଥିପାଇଁ ଟେନସନ ନିଅନ୍ତୁ ନାହିଁ । ସମସ୍ତଙ୍କର ନିଜର ବଞ୍ଜିବାର ତରିକା ହୋଇ ଥାଏ । 

ଇର୍ଷା କରୁଥିବା :-

ଯଦି ଆପଣ ଏକ ଯୌଥ ପରିବାରରେ ରୁହନ୍ତି ଆଉ ଆପଣଙ୍କ ସମ୍ପର୍କୀୟଙ୍କ ସହିତ କିଛି ବି କଥାକୁ ନେଇ ଇର୍ଷା କରନ୍ତି ତେବେ ଆପଣ ଜୀବନରେ କେବେବି ସୁଖୀ ରହି ପାରିବେନାହିଁ | ଏମିତିରେ ଇର୍ଷା ତୋ ନିଜର ପୋଡ଼ାଶୀ ଓ ସାଙ୍ଗ ସାଥ ଙ୍କ ସହିତ ବି ହୋଇଥାଏ | ଏଥିପାଇଁ ଭଲ ଏହା ହେବ ଯେ ଆପଣ ଆପଣଙ୍କର ତୁଳନା କେବେବି ଆଉ କାହା ସହିତକରନ୍ତୁ ନାହିଁ । ହଁ ଆପଣ ନିଜକୁ ଅଧିକ ଭଲ କରିବାକୁ ଚେଷ୍ଟା କରନ୍ତୁ କିନ୍ତୁ ଏଥିପାଇଁ ଆପଣ ଅନ୍ୟ କାହାକୁ ଆଧାର କରନ୍ତୁ ନାହିଁ । ନିଜର ଏକ ଅଲଗା ପରିଚୟ ସୃଷ୍ଟି କରନ୍ତୁ ।



Post a Comment

1 Comments

Do you have any doubts or suggestions? Ask them here in the comments!