ନବରାତ୍ରୀରେ କନ୍ୟା ପୂଜା
ନବରାତ୍ରୀରେ କନ୍ୟା ପୂଜା କଲେ ପ୍ରସନ୍ନ ହୋଇଥାନ୍ତି ଦେବୀ ମା', ଜାଣନ୍ତୁ କାହିଁକି? ଏହି ନବରାତ୍ରୀରେ ଦୁର୍ଗା ମା'ଙ୍କ କୃପା ପାଇବା ପାଇଁ ଅନେକ ଲୋକମାନେ ଉପବାସ, ପୂଜା, ଅନୁଷ୍ଠାନ ଆଦି ପାଳନ କରିଥାନ୍ତି । ଏହା ଦ୍ୱାରା ଜୀବନରୁ ଭୟ, ବିଘ୍ନ ଏବଂ ଶତ୍ରୁମାନଙ୍କର ବିନାଶ ହୋଇ ସୁଖ- ସମୃଦ୍ଧି ପ୍ରାପ୍ତ ହୋଇଥାଏ। ମାନ୍ୟତା ରହିଛି ଯଜ୍ଞ, ଜପ ଏବଂ ଦାନ ଦ୍ୱାରା ଦେବୀ ଯେତିକି ପ୍ରସନ୍ନ ହୋଇନଥାନ୍ତି ସେତିକି କନ୍ୟ।ମାନଙ୍କୁ ପୂଜା କରିବାରେ ପ୍ରସନ୍ନ ହୋଇଥାନ୍ତି।
ସୃଷ୍ଟି ଆରମ୍ଭ କନ୍ୟାମାନଙ୍କ ଠାରୁ ହିଁ ହୋଇଥାଏ। ପୃଥିବୀରେ ପ୍ରକୃତି ସ୍ଵରୂପ ମା ଶକ୍ତିଙ୍କର ପ୍ରତିନିଧିତ୍ୱ କରିଥାନ୍ତି।ଶାସ୍ତ୍ରମତ ଅନୁଯାୟୀ ସୃଷ୍ଟିର ଆରମ୍ଭରେ ଶକ୍ତି ରୂପୀ ୯ ଦୁର୍ଗା,ବ୍ୟବସ୍ଥାପକ ରୂପରେ ନବ ଗ୍ରହ ମୁଖ୍ୟ ଭୂମିକା ରହିଥାଏ। ସେହିପରି ୯ ପ୍ରକାର ଭକ୍ତି ହିଁ ସଂସାର ସଂଞ୍ଚାଳନ କରିବାରେ ମୁଖ୍ୟ ଭୂମିକା ତୁଲାଇ ଥାନ୍ତି । ମନୁଷ୍ୟ ପ୍ରକୃତି ରୂପି କନ୍ୟାଙ୍କର ପୂଜା କରିବା ଦ୍ୱାରା ମାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହି କନ୍ୟା ମାନଙ୍କ ଠାରେ ଦେବୀ ଦୁର୍ଗା ବାସ କରିଥାନ୍ତି। କନ୍ୟା ପୂଜା ନବରାତ୍ରୀ ପର୍ବର ଯେକୌଣସି ଦିନ ପାଳନ କରିପାରିବେ। କିନ୍ତୁ ଅଷ୍ଟମୀ ଏବଂ ନବମୀ ଏହି ଦୁଇ ଦିନ କନ୍ୟା ପୂଜା କରିବା ଶ୍ରେଷ୍ଠ ହୋଇଥାଏ।
ଶକ୍ତିର ସାକ୍ଷାତ ସ୍ଵରୂପ କନ୍ୟା
କନ୍ୟା ପୂଜାରେ ଯେଉଁ ନଅ ଜଣ କନ୍ୟାଙ୍କୁ ପୂଜା କରାଯାଇଥାଏ, ସେମାନଙ୍କୁ ମା ଦୁର୍ଗାଙ୍କର ନଅଟି ସ୍ଵରୂପ ମାନି ପୂଜା କରାଯାଇଥାଏ। ଶାସ୍ତ୍ର ଅନୁଯାୟୀ କନ୍ୟା ଜନ୍ମର ୧ ବର୍ଷ ପରେ ସେମାନଙ୍କୁ କୁଆଁରୀର ଆଖ୍ୟାଦିଆଯାଇଥାଏ। ସେହିପରି ୨ ବର୍ଷର କନ୍ୟାଙ୍କୁ କୁମାରୀ, ୩ ବର୍ଷର କନ୍ୟାକୁ ତ୍ରିମୂର୍ତ୍ତି , ୪ ବର୍ଷର କନ୍ୟାଙ୍କୁ କଲ୍ୟାଣୀ, ୫ ବର୍ଷର କନ୍ୟାଙ୍କୁ ରୋହିଣୀ, ୬ ବର୍ଷର କନ୍ୟାଙ୍କୁ କଳିକା, ୭ ବର୍ଷର କନ୍ୟାଙ୍କୁ ଚଂଡିକା, ୮ ବର୍ଷର କନ୍ୟାଙ୍କୁ ସମ୍ଭାବି, ୯ ବର୍ଷର କନ୍ୟାଙ୍କୁ ଦୁର୍ଗା ଏବଂ ୧୦ ବର୍ଷର କନ୍ୟାଙ୍କୁ ସୁଭଦ୍ରା ସ୍ଵରୂପ ହୋଇଥାନ୍ତି।
ଧର୍ମଶାସ୍ତ୍ର ଅନୁସାରେ ୩ ବର୍ଷରୁ ୯ ବର୍ଷର କନ୍ୟାମାନେ ସାକ୍ଷାତ ଶକ୍ତିର ସ୍ଵରୂପ ହୋଇଥାନ୍ତି।
କନ୍ୟା ପୂଜା କରିବାରେ କେଉଁ ଫଳ ମିଳିଥାଏ
ଦୁର୍ଗା ସପ୍ତସତୀରେ ଉଲ୍ଲେଖ ରହିଛି ଦୁର୍ଗା ପୂଜା କରିବା ପୂର୍ବରୁ କନ୍ୟା ମାନଙ୍କର ପୂଜା କରିବା ଉଚିତ। ଏହା ପରେ ହିଁ ମା ଦୁର୍ଗାଙ୍କର ପୂଜା ଆରମ୍ଭ କରନ୍ତୁ।
ଶ୍ରଦ୍ଧା ଭାବରେ
କରାଯାଇଥିବା ଏହି କନ୍ୟା ପୂଜାରେ ଜଣେ କନ୍ୟାଙ୍କୁ ପୂଜା କରିବା ଦ୍ୱାରା ଐଶ୍ଚର୍ଯ୍ୟ ପ୍ରାପ୍ତି ହୋଇଥାଏ।
ସେହିପରି ଦୁଇ କନ୍ୟା ପୂଜା କଲେ ଭୋଗ, ତିନି କନ୍ୟାଙ୍କୁ ପୂଜା କଲେ ଜାରି ପୁରୁଷାର୍ଥ ଏବଂ ରାଜ ସମ୍ମାନ, ଚାରି ବା ପାଞ୍ଚ କନ୍ୟାଙ୍କୁ ପୂଜା କରିବା ଦ୍ୱାରା ବିଦ୍ୟା-ବୁଧି, ଛଅଟି କନ୍ୟାଙ୍କୁ ପୂଜା କଲେ କାର୍ଯ୍ୟସିଦ୍ଧି, ସାତ କନ୍ୟାଙ୍କୁ ପୂଜା କଲେ ପରମପଦ, ଆଠ ଜଣଙ୍କୁ ପୂଜା କଲେ ଅଷ୍ଟଲକ୍ଷ୍ମୀ ଏବଂ ନଅଟି କନ୍ୟାଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ଐଶ୍ଚର୍ଯ୍ୟ ପ୍ରାପ୍ତି ହୋଇଥାଏ।
ଏପରି କରନ୍ତୁ କନ୍ୟା ପୂଜା
- ପ୍ରଥମେ ଅଷ୍ଟମୀ ଓ ନବମୀ ଦିନ ପ୍ରାତଃ ସମୟରେ ସ୍ନାନ କରି ଭଗବାନ ଗଣେଶ ଓ ମା’ମହାଗୌରୀଙ୍କ ପୂଜା କରନ୍ତୁ।
- ଦେବୀଙ୍କ ସ୍ୱରୂପ ୯ଟି ଛୋଟ ଅର୍ଥାତ ୧୧ ବର୍ଷ ମଧ୍ୟରେ ବୟସ ଥିବା କନ୍ୟାଙ୍କୁ ଘରକୁ ନିମନ୍ତ୍ରଣ କରନ୍ତୁ ଓ ସସମ୍ମାନର ସହ ଆସନରେ ବସାନ୍ତୁ।
- କନ୍ୟାମାନଙ୍କୁ ପୂଜା କରିବା ପୂର୍ବରୁ ସର୍ବ ପ୍ରଥମେ ଶୁଦ୍ଧ ଜଳରେ ସେମାନଙ୍କ ଗୋଡ ଧୁଅନ୍ତୁ। ଏହା ପରେ ସେମାନଙ୍କୁ ସ୍ଵଚ୍ଛ ଆସନରେ ବସାନ୍ତୁ। ଏପରି କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।
- କ୍ଷୀରି, ପୁରୀ, ଚଣା, ସୁଜି ଆଦି ଭୋଜନ ମାଙ୍କ ପାଖରେ ଭୋଗ ଲଗାଇବା ପରେ କନ୍ୟାମାନଙ୍କୁ ଭୋଜନ କରିବା ପାଇଁ ଦିଅନ୍ତୁ ।
- ରାଜସ୍ଥାନ,ଉତ୍ତର ପ୍ରଦେଶ ଏବଂ ଗୁଜୁରାଟ ଆଦି କେତେକ ରାଜ୍ୟରେ ନଅଟି କନ୍ୟାଙ୍କ ସହ ଏକ ଛୋଟ ବାଳକଙ୍କୁ ମଧ୍ୟ ଭୋଜନ କରାଇବାର ପରମ୍ପରା ରହିଛି।
- ଏହାପରେ କନ୍ୟାମାନଙ୍କୁ ତିଳକ ଲଗାଇ ବସାନ୍ତୁ।
- କନ୍ୟାଙ୍କ ହସ୍ତରେ ଲାଲ ରଙ୍ଗର ରକ୍ଷାସୂତ୍ର ବାନ୍ଧି ତାଙ୍କ ଚରଣରେ ପୁଷ୍ପ ରଖନ୍ତୁ।

- କନ୍ୟାମାନଙ୍କୁ ପୂଜା କରିବା ସହ ବାଳକଙ୍କୁ ମଧ୍ୟ ଭୈରବ ବାବାଙ୍କ ସ୍ଵରୂପ ମାନି ପୂଜା କରାଯାଇଥାଏ।
- କନ୍ୟାମାନଙ୍କୁ ଭୋଜନ କରାଇବା ପରେ ସେମାନଙ୍କୁ ସିନ୍ଦୂର ଲଗାନ୍ତୁ ଏବଂ ସେମାନଙ୍କ ହାତରେ ରକ୍ଷା ସୁତ୍ର ବାନ୍ଧନ୍ତୁ ।କନ୍ୟାଙ୍କୁ ଭୋଜନ କରାଇବା ପରେ ଆଳତୀ କରି ତାଙ୍କୁ ଦେବୀ ବୋଲି ବିବେଚନା କରି ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ।
- ଏହା ପରେ କନ୍ୟାମାନଙ୍କୁ ମିଠାଦ୍ରବ୍ୟ ନିଜ ଶକ୍ତି ପୂର୍ବ ବସ୍ତ୍ର, ଫଳ ଏବଂ ଏହା ସହ ଟଙ୍କା ଆଦି ଦକ୍ଷିଣା ଦାନ କରନ୍ତୁ।
- ଶେଷରେ ତାଙ୍କୁ ସମ୍ମାନ ପୂର୍ବକ ଘରର ଦରଜା କିମ୍ବା ତାଙ୍କ ଘର ଯାଏଁ ବିଦାୟ ଦିଅନ୍ତୁ।
- ଏହା ପରେ କନ୍ୟାମାନଙ୍କୁ ମିଠାଦ୍ରବ୍ୟ ନିଜ ଶକ୍ତି ପୂର୍ବ ବସ୍ତ୍ର, ଫଳ ଏବଂ ଏହା ସହ ଟଙ୍କା ଆଦି ଦକ୍ଷିଣା ଦାନ କରନ୍ତୁ।
- ଶେଷରେ ତାଙ୍କୁ ସମ୍ମାନ ପୂର୍ବକ ଘରର ଦରଜା କିମ୍ବା ତାଙ୍କ ଘର ଯାଏଁ ବିଦାୟ ଦିଅନ୍ତୁ।
- ଏପରି ନବରାତ୍ରୀ ପୂଜା କରିବା ଦ୍ୱାରା ଭକ୍ତମାନଙ୍କୁ ଦୁର୍ଗା ମା'ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
1 Comments
Did you like this post friends? Is yes then please let me know in the comments.
ReplyDeleteDo you have any doubts or suggestions? Ask them here in the comments!