ଦୀପାବଳି ପୂଜା ଓ କିଛି ସରଳ ଉପାୟ
ଦୀପାବଳି ଦେଶସାରା ବହୁତ ଧୁମଧାମରେ ପାଳନ କରାଯାଏ | ଦୀପାବଳି ପର୍ବରେ ମହା ଲକ୍ଷ୍ମୀଙ୍କର ବିଶେଷ ପୂଜା ପାଠ କରାଯାଇଥାଏ । ଏମିତି କୁହାଯାଏ କି ଯଦି ଏହି ଦିନରେ ସମସ୍ତ ବିଧି ବିଧାନ ସହ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଏ ତେବେ ଏହା ଦ୍ୱାରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ |
ଏହି ଦିନରେ ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରି କୃପା ପ୍ରାପ୍ତ କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ଉପାୟ ବି ଆପଣାଇ ଥାନ୍ତି । ଏମିତି କୁହାଯାଏ କି ମାତା ଲକ୍ଷ୍ମୀ ଯଦି କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଯାନ୍ତି ତେବେ ତାର ଜୀବନରେ କେବେବି ଧନ ସମ୍ବଦ୍ଧିତ ସମସ୍ୟା ଉତ୍ପନ୍ନ ହୋଇନଥାଏ |
କିନ୍ତୁ ଏହା ଛଡା କିଛି ଏମିତି ସରଳ ଉପାୟ ବି କରାଯାଇ ପାରିବ ଯାହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ | ଆଜି ଆମେ ଆପଣଙ୍କୁ ଦୀପାବଳିରେ କରାଯାଉଥିବା ସେହି ସବୁ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ ।
ପୂଜା
- ଦୀପାବଳି ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି, ପାଣିରେ ଅଳ୍ପ କଞ୍ଚା କ୍ଷୀର, ରାଶି ଓ ଗଙ୍ଗା ପାଣି ମିଶାଇ ସେହି ପାଣିରେ ସ୍ନାନ କରି ନିଅନ୍ତୁ । ସ୍ନାନ କରିବା ପରେ ଆପଣ ନୂଆ କପଡା ପରିଧାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରବା ସହ ଲାଲ ଫୁଲ ଅର୍ପଣ କରନ୍ତୁ ।
- ଏହା ପରେ ଆପଣ ଅଶୋକ ଗଛର ପତ୍ରକୁ ଆଣି ମାଳ କରନ୍ତୁ ଓ ନିଜ ଘରର କବାଟରେ ଲଗାଇ ଦିଅନ୍ତୁ । ମୁଖ୍ୟଦ୍ୱାରର ଦୁଇ ପଟେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ |
-
ଦୀପାବଳି ଦିନ ପୂଜା ସରିବା ପରେ ଘରର ସମସ୍ତ କକ୍ଷରେ ଶଙ୍ଖ ଓ ଘଣ୍ଟି ବଜାଇବା ଉଚିତ୍ । ଏହାଦ୍ୱାରା ଘରେ ଥିବା ନକାରାତ୍ମକ ଶକ୍ତି ବାହାରକୁ ଚାଲିଯାଏ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ।
ଦୀପାବଳି ଦିନ ପୂଜା ସରିବା ପରେ ଘରର ସମସ୍ତ କକ୍ଷରେ ଶଙ୍ଖ ଓ ଘଣ୍ଟି ବଜାଇବା ଉଚିତ୍ । ଏହାଦ୍ୱାରା ଘରେ ଥିବା ନକାରାତ୍ମକ ଶକ୍ତି ବାହାରକୁ ଚାଲିଯାଏ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ।
- ଆପଣ ଦୀପାବଳି ଦିନ ଓସ୍ତ ଗଛର ଏକ ପତ୍ର ନିଜ ଘରକୁ ନେଇ ଆସନ୍ତୁ । ଯେଉଁ ଓସ୍ତ ଗଛର ପତ୍ର ଆଣିବେ ତାହା କେଉଁଠାରୁ କଟା ନ ଥିବ କି ଫଟା ନ ଥିବ, ଏହି ପତ୍ରରେ “ଓଁ ମହାଲକ୍ଷ୍ମ୍ୟୟେ ନମଃ” ଲେଖି ପୂଜା ସ୍ଥଳରେ ରଖି ଦିଅନ୍ତୁ ।
- ଦୀପାବଳି ରାତିରେ ମାତା ଲକ୍ଷ୍ମୀଙ୍କର ପୂଜା କରିବା ପୂର୍ବରୁ ଲବଙ୍ଗ ଓ ଗୁଜୁରାତିର ପେଶି ତାହାର ମିଶ୍ରଣ ତିଆରି କରନ୍ତୁ । ଏହା ପରେ ଏହି ମିଶ୍ରଣ ଦ୍ୱାରା ସବୁ ଦେବୀ ଦେବତାଙ୍କୁ ଟୀକା ଲଗାନ୍ତୁ , ଏହି ଉପାୟକୁ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ମିଳିଥାଏ ।
- ଦୀପାବଳିରେ ମହାଲକ୍ଷ୍ମୀଙ୍କ ପୂଜା ସମୟରେ ମା'ଙ୍କ ନିକଟରେ କଉଡ଼ି ରଖନ୍ତୁ, ମା' ଅଧିକ ପ୍ରସନ୍ନ ହେବେ |
- ମା ଲକ୍ଷ୍ମୀଙ୍କର ପୂଜା ସମୟରେ ପୂଜା ଥାଳିରେ ଗୋମତୀ ଚକ ରଖି ପୂଜା କଲେ ଧନ ବୃଦ୍ଧି ହୋଇଥାଏ |
- ଲକ୍ଷ୍ମୀଙ୍କ ପୂଜାରେ କଞ୍ଚା ହଳଦୀ ଖଣ୍ତ ମଧ୍ୟ ପୂଜା ହୁଏ। ଏହାକୁ ପୂଜା ସରିବା ପରେ ସେହି ସ୍ଥାନରେ ରଖନ୍ତୁ ଯେଉଁଠି ଆପଣ ଟଙ୍କା ପଇସା ରଖୁଛନ୍ତି।
- ଆର୍ଥିକ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଦୀପାବଳୀ ରାତିରେ ନିଜ ଘରେ ଶ୍ରୀ ଯନ୍ତ୍ର ସ୍ଥାପନା କରନ୍ତୁ ଓ ରାତି ସମୟରେ କନକଧାରା ସ୍ତୋତର ପାଠ କରନ୍ତୁ ।
- ସମ୍ଭବ ହେଲେ ଦୀପାବଳି ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରର ମୁଖ୍ୟଦ୍ଵାର ଖୋଲା ରଖନ୍ତୁ |
- 5 ଦିନ ଘରେ ଶାନ୍ତି ବଜାୟ ରଖନ୍ତୁ |
- ଏହି ଦିନ ଦୂବର 21ଟି ଗଣ୍ଠି ଗଣେଶଙ୍କୁ ଚଢାନ୍ତୁ |
- 5 ଦିନ ଘରେ ଶାନ୍ତି ବଜାୟ ରଖନ୍ତୁ |
- ଏହି ଦିନ ଦୂବର 21ଟି ଗଣ୍ଠି ଗଣେଶଙ୍କୁ ଚଢାନ୍ତୁ |


















1 Comments
Thanks for the information.
ReplyDeleteDo you have any doubts or suggestions? Ask them here in the comments!