ସଂକ୍ଷେପରେ ଜାଣନ୍ତୁ ମହାଶିବରାତ୍ରି
ଭଗବାନ ଶିବ ହେଉଛନ୍ତି ପୂର୍ଣ୍ଣତାର ପ୍ରତୀକ। ଏହି ପବିତ୍ର ଦିନରେ ଠାକୁର ଘରର ଉତ୍ତରପଟ କାନ୍ଥରେ ଭଗବାନ ଶିବ ଓ ତାଙ୍କ ପରିବାରର ଫଟୋ ଲଗାଇ ପବିତ୍ର ମନରେ ତାହାକୁ ନିୟମିତ ପୂଜାକଲେ ପ୍ରଭୁକୃପା ମିଳିବା ସହ ପରିବାରରେ ଶାନ୍ତି ବଢିଥାଏ ବୋଲି ବିଶ୍ବାସ ରହିଛି।
ଯଦି ଆପଣ ଟଙ୍କା ସମ୍ବନ୍ଧୀୟ ସମସ୍ୟା ଭୋଗୁଛନ୍ତି, ତେବେ ଶିବରାତ୍ରୀ ଦିନ କ୍ଷୀର, କଦଳୀ, ଚିନି, ଘିଅ ଏବଂ ମହୁ ସହ ପ୍ରଭୁ ଭୋଲେନାଥଙ୍କୁ ଅଭିଷେକ କରନ୍ତୁ। ଏହାପରେ ଆପଣ ଭଗବାନ ଶିବଙ୍କୁ ଜଳ ନିଶ୍ଚୟ ଚଢାଇବେ।
ଭଗବାନ ଶିବଙ୍କର ବେଲଗଛ ଓ ବେଲପତ୍ର ବି ଖୁବ୍ ପ୍ରିୟ। ତେଣୁ ବେଲଗଛ ଲାଗିଥିବା ସ୍ଥାନରେ ପ୍ରତିଦିନ ବିଶେଷକରି ମହାଶିବରାତ୍ରୀ ଦିନ ଜଳ ଢାଲିଲେ ମହାଦେବଙ୍କର କରୁଣା ପ୍ରାପ୍ତି ହେବା ସହ ପରିବାରରେ ସୁଖସମୃଦ୍ଧି ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
ବାସ୍ତୁଶାସ୍ତ୍ର ଅନୁଯାୟୀ, ମହାଶିବରାତ୍ରୀ ଭଳି ପବିତ୍ର ଦିନରେ ବ୍ରାହ୍ମମୁହୂର୍ତ୍ତରୁ ଉଠି ସ୍ନାନ ସାରି ଲାଜକୁଳି ଲତା ଗଛ ଲଗାଇବା ଶୁଭ ହୋଇଥାଏ।
୧. ବ୍ରତ ଏବଂ ଉପବାସ - ମହାଶିବରାତ୍ରି ଦିନ କାଷ୍ଠା କିମ୍ବା ଫଳ ଆହାର ବ୍ରତ କରିବା ଦ୍ବାରା ମହାଦେବ ପ୍ରସନ୍ନ ହୋଇଥାନ୍ତି । ଯଦି ଉପବାସ ସମ୍ଭବ ହେଉନାହିଁ ତେବେ ଜଳ, କ୍ଷୀର, ଫଳ ସେବନ କରିପାରିବେ ।
୨. ଶିବଲିଙ୍ଗର ଅଭିଷେକ କରନ୍ତୁ - ମହାଦେବଙ୍କୁ ଜଳ, ମହୁ, ଦହି, ଘିଅ, ଗଙ୍ଗାଜଳ ଏବଂ ବେଲପତ୍ର ଚଢାଇବା ଦ୍ବାରା ମହାଦେବଙ୍କ କୃପା ପ୍ରାପ୍ତ ହୋଇଥାଏ। ଅଭିଷେକ କରିବା ସମୟରେ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
୩. ବେଲପତ୍ର ଏବଂ ଦୁଦୁରା ଅର୍ପଣ କରନ୍ତୁ - ଶିବଲିଙ୍ଗରେ ବେଲପତ୍ର, ଦୁଦୁରା ଏବଂ ଅରଖ ଫୁଲ ଚଢେଇବା ବହୁତ ଶୁଭ ହୋଇଥାଏ, ଏହା ଦ୍ବାରା ମହାଦେବ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି ।
୪. ମନ୍ତ୍ର ଜପ କରନ୍ତୁ :- ମହାମୃତ୍ୟୁଞ୍ଜୟ ମନ୍ତ୍ର ଏବଂ ଶିବ ମନ୍ତ୍ର ଜପ କରନ୍ତୁ। ଏହି ମନ୍ତ୍ର ଜପ କରିବା ଦ୍ବାରା ମହାଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ସବୁ କଷ୍ଟ ଦୂର ହୋଇଥାଏ ।
୫. ରାତ୍ରି ଜାଗରଣ କରନ୍ତୁ ଏବଂ ଭଜନ କୀର୍ତ୍ତନ . . . ମହାଶିବରାତ୍ରିରେ ଜାଗରଣ ମହାଦେବଙ୍କ ପୂଜା ଧ୍ୟାନ ଏବଂ ଭଜନ କୀର୍ତ୍ତନ କରିବା ଦ୍ବାରା ତାଙ୍କ କୃପା ପ୍ରାପ୍ତି ହୋଇଥାଏ।
୬. ଶିବ କଥା ଏବଂ ଶିବ ପୁରାଣର ପାଠ କର : ଶିବ ପୁରାଣ ଏବଂ ମହାଶିବରାତ୍ରିର କଥା ଶୁଣିବା ଏବଂ ପଢିବା ଅତ୍ୟନ୍ତ ଫଳଦାୟକ ହୋଇଥାଏ । ଏହା ଦ୍ବାରା ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
୨. ସାତ୍ତ୍ୱିକ ଆଚରଣ ଏବଂ ଦାନ କରନ୍ତୁ - ଏହି ଦିନ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତୁ, ଖରାପ ଚିନ୍ତାଧାରା ଠାରୁ ଦୂରରେ ରୁହନ୍ତୁ ଏବଂ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଭୋଜନ, ବସ୍ତୁ ଏବଂ ଧନ ଆଦି ଦାନ କରନ୍ତୁ।
୮. ପଞ୍ଚାକ୍ଷର ମନ୍ତ୍ର ତପ କରନ୍ତି - ଓଁ ନମଃ ଶିବାୟ ମନ୍ତ୍ର ଅତି କମରେ ୧୦୮ ଥର ଜପ କରନ୍ତୁ, ଏହା ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ଅତି ସରଳ ଏବଂ ପ୍ରଭାବୀ ଉପାୟ ଅଟେ ।
୯. ଦୀପ ଜଳାନ୍ତୁ ଏବଂ ଆଳତୀ କରନ୍ତୁ - ଶିବ ମନ୍ଦିରରେ କିମ୍ବା ଘରର ମନ୍ଦିରରେ ଦୀପ ଜାଳନ୍ତୁ ଏବଂ କଷ୍ଟରୁ ମୁକ୍ତି ପାଇଁ ପାର୍ଥନା କରନ୍ତୁ।
୧୦. ମହାଦେବଙ୍କୁ ଭଲ ମନରେ ପାର୍ଥନା କରନ୍ତୁ - ମହାଦେବ ଭକ୍ତଙ୍କ ସତ୍ୟ ଭକ୍ତିକୁ ଜଲ୍ଦି ସ୍ୱୀକାର କରିଥାନ୍ତି, ସେଥିପାଇଁ ବିନା କିଛି ଦେଖେଇ ହୋଇ ଭଲ ମନରେ ମହାଦେବଙ୍କ ଆରାଧନା କରନ୍ତୁ ।
୧୧. ଶିବଲିଙ୍ଗର ଅଭିଷେକ କରନ୍ତୁ : ମହ ଶିବରାତ୍ରିରେ କ୍ଷୀର, ଗଙ୍ଗାଜଳ, ମହୁ, ଦହି ଏବଂ ବେଲପତ୍ରରେ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ। ଏହା ଦ୍ବାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ।
୧୨. ଓଁ ନମଃ ଶିବାୟ ମନ୍ତ୍ରିର ଜପ କରନ୍ତୁ । । ଏହି ଦିନ ଅତି ଜମରେ ୧୦୮ ଥର ଜପ କରନ୍ତୁ। ଏପରି କରିବା ଦ୍ବାରା ଜୀବନର ବାଧା ବିଘ୍ନ ଦୂର ହୋଇଥାଏ।
୧୩. ରୁଦ୍ରାକ୍ଷ୍ଯ ଧାରଣ କର ମହାଶିବରାତ୍ରି ଦିନ ରୁଦ୍ରାକ୍ଷ ପିନ୍ଧିବା ଦ୍ବାରା ମହାଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ମକାରାତ୍ମକ ଭର୍ଜା ନଷ୍ଟ ହୋଇଥାଏ |
୧୪. ଗରିବ ଲୋକଙ୍କୁ ଦାନ ଦି ଅନ୍ନ, ବସ୍ତୁ ଏବଂ ଜଳ ଆବଶ୍ୟକ ଥୂବା ଲୋକଙ୍କୁ ଦାନ ଦେବା ଦ୍ବାରା ପୁଣ୍ୟ ପ୍ରାପ୍ତ ହୋଇଥାଏ ଏବଂ ଘରକୁ ସୁଖ ସଂବୃଦ୍ଧି ଆସିଥାଏ ।
୧୫. ରାତ୍ରି ଜାଗରଣା ଏବଂ ଶିବ କଥା ଶୁଣନ୍ତୁ :- ଏହି ରାତ୍ରିରେ ଶିବ କଥା ପିଣିଲେ ଏବଂ ଭଜନ କୀର୍ତନ କରିଲେ ବିଶେଷ ଫଳ ମିଳିଥାଏ ଏବଂ ଜୀବନରେ ଶୁଭତା ଆସିଥାଏ।

0 Comments
Do you have any doubts or suggestions? Ask them here in the comments!