କନ୍ୟା ସଂକ୍ରାନ୍ତିରେ ଏପରି ବିଧିରେ କରନ୍ତୁ ପୂଜା
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ୧୨ଟି ସଂକ୍ରାନ୍ତି ପାଳନ କରାଯାଏ । କନ୍ୟା ସଂକ୍ରାନ୍ତି ଏଥିମଧ୍ୟରୁ ଅନ୍ୟତମ । ହିନ୍ଦୁ ଧର୍ମରେ କନ୍ୟା ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଥାଏ । ଏହି ଦିନ ସ୍ନାନ, ଦାନ ଆଦିର ବିଶେଷ ମହତ୍ତ୍ୱ ରହିଥାଏ । ପିତୃ ପୁରୁଷ ଶାନ୍ତି ପାଇଁ ଏହିଦିନ ପୂଜା କରିବା ଭଲ ହୋଇଥାଏ । ଏହି ଦିନ ଭଗବାନ ବିଶ୍ୱକର୍ମାଙ୍କର ମଧ୍ୟ ପୂଜା କରାଯାଏ । ତାଙ୍କର ଜୟନ୍ତୀ ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତି ଦିନ ହୋଇଥାଏ |ଏହି କାରଣ ଯୋଗୁଁ ଏହି ତିଥିର ମହତ୍ତ୍ୱ ଅଧିକ ବଢିଯାଇଥାଏ ।
- କନ୍ୟା ରାଶିରେ ବୁଧ ଦେବ ପ୍ରଥମରୁ ରହିଥାନ୍ତି । କନ୍ୟା ସଂକ୍ରାନ୍ତି ଦିନ ସୂର୍ଯ୍ୟ ଏବଂ ବୁଧର ମିଳନ ହେବା କାରଣରୁ ଦୁଇଟି ରାଶିରେ ବୁଦ୍ଧାଦିତ୍ୟ ଯୋଗର ନିର୍ମାଣ କରିଥାନ୍ତି ।
- ଏହିଦିନ ସୂର୍ଯ୍ୟଦେବଙ୍କ ଉପାସନା କରାଯାଏ । କୁହାଯାଏ, ସୂର୍ଯ୍ୟଦେବଙ୍କ ଉପାୟ କରିବା ଦ୍ୱାରା କ୍ୟାରିଅରରେ ସଫଳତା ମିଳିଥାଏ ।
- କନ୍ୟା ରାଶିରେ ଜାତକରେ ସମାଜରେ ମାନ ସମ୍ମାନ ବଢିଥାଏ । ଚାକିରିରେ ପ୍ରମୋସନ ମିଳିଥାଏ । ଏହି ସମୟରେ ଆପଣଙ୍କୁ ଶୁଭ ସମାଚାର ମିଳିବାର ସମ୍ଭାବନା ଅଧିକ ରହିଥାଏ ।
- ବୈବାହିକ ଜୀବନ ପାଇଁ ସୂର୍ଯ୍ୟ ଆପଣଙ୍କ ରାଶିକୁ ଆସିବା ଅନୁକୂଳ ନୁହେଁ । ପାର୍ଟନର ସହିତ ବିବାଦ ସ୍ଥିତି ହୋଇପାରେ, ତେଣୁ ଏଥି ପ୍ରତି ଧ୍ୟାନ ଦିଅନ୍ତୁ ।
ପୂଜାବିଧି
ଯେପରି ଧନର ଅଧିଶ୍ଵର ଗଣେଶ, ବିଦ୍ୟାର ଅଧିଶ୍ଵରୀ ସରସ୍ଵତୀ ଠିକ୍ ସେହିପରି ଶିଳ୍ପକାଳ, ଯାନ୍ତ୍ରୀକ ବିଦ୍ୟାର ଅଧିକାରୀ ବିଶ୍ଵକର୍ମା ବୋଲି ବିଶ୍ଵାସ କରାଯାଏ । ଅତୀତରେ ଏ ମୂର୍ତ୍ତିପୂଜାର ପ୍ରଚଳନ ନଥିଲା, ତେଣୁ ଘଟପୂଜା ହେଉଥିଲା । ତାଛଡା କେତେକ ସ୍ଥାନରେ ଶାଳଗ୍ରାମକୁ ପୂଜା ମଧ୍ୟ କରାଯାଉଥିଲା । ଏହି ଦିନଟି ଠିକ୍ ସରସ୍ଵତୀ ଓ ଗଣେଶ ପୂଜା ପରି କରାଯାଏ ।
- ପ୍ରତ୍ୟେକ ନିଜ ନିଜର ଅୟୁଧନମାନ ପୂଜାରେ ବସାଇ ଏହି ଦିନଟି ଉପବାସ ରହିବେ ।
- ନୂତନ ବସ୍ତ୍ର ପରିଧାନ ମଧ୍ୟ କରିପାରିବେ ।
- ମୂର୍ତ୍ତି ପୂଜା କଳକାରଖାନା ଶିଳ୍ପାୟତନଗୁଡିକରେ କରିବେ ।
- ଭଗବାନଙ୍କର ଚତୁର୍ଭୁଜ ମୂର୍ତ୍ତି ପୂଜା ପାଇଥାଏ ।
- ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ କେଉଁ କେଉଁ ସ୍ଥାନରେ ମାର୍ତ୍ତୁଲ ବା ନିକିତି ।
- ଦକ୍ଷିଣ ଉପର ହାତରେ ଚନ୍ଦ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଠାଣି ଦୃଷ୍ଟିଗୋଚର ହୁଏ ।
- ବିଶ୍ଵକର୍ମୀଙ୍କ ବର୍ଣ୍ଣ ଗୌରବର୍ଣ୍ଣ । ଭଗବାନ ବିଶ୍ଵକର୍ମୀଙ୍କ ବାହନ କେତେକ ସ୍ଥଳରେ ହାତୀ ପୁଣି ପୁଣି କେତେକ ସ୍ଥାନରେ ହଂସ ।
- ଦୁଇ ଚକ୍ଷୁ, ପରିଧାନ ସାଧାରଣ ଲୁଗା, ଚଦର ଓ ବକ୍ଷରେ ପଇତା ଓ ମାଳା । ଏ ପୂଜା ପଦ୍ଧତି ଠିକ୍ ଅନ୍ୟ ପୂଜାପଦ୍ଧତି ପରି ।
କନ୍ୟା ସଂକ୍ରାନ୍ତିରେ ପୂଜା ବିଧି
- ଧାର୍ମିକ ମାନ୍ୟତା ଅନୁଯାୟୀ,କନ୍ୟା ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବ ପୂର୍ବରୁ ଉଠିଯାଆନ୍ତୁ ।
- ସକାଳୁ ସ୍ନାନ କରିବା ବେଳେ ପାଣିରେ ରାଶି ମିଶାଇ ଗାଧାନ୍ତୁ ।
- କୁହାଯାଏ, ଏହିଦିନ ନଦୀରେ ସ୍ନାନ କରିବା ଅଧିକ ଶୁଭ ହୋଇଥାଏ । ଏହିଦିନ ନଦୀରେ ସ୍ନାନ କରିବା ଦ୍ଵାରା ପୂଣ୍ୟ ଫଳ ପ୍ରାପ୍ତି ପାଇଁ ପ୍ରାର୍ଥନା କରାଯାଏ ।
- ସ୍ନାନ ପରେ ବ୍ରତ ସଂଙ୍କଳ୍ପ ରଖାଯାଏ ।
- କେବଳ ଏତିକି ନୁହେଁ, ଗୋଟେ ତମ୍ବା ଢାଳରେ ଜଳ ନେଇ ଲାଲ ଫୁଲ, ଚନ୍ଦନ, ରାଶି ଏବଂ ଗୁଡ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ।
- ଜଳ ଅର୍ପଣ କରିବା ସମୟରେ ସୂର୍ଯ୍ୟ ମନ୍ତ୍ର ସ୍ମରଣ କରିବା ଉଚିତ ।
- ଏହିଦିନ ଦାନର ବିଶେଷ ମହତ୍ତ୍ୱ ରହିଥାଏ । ଏହିଦିନ ଅଟା, ଚାଉଳ, ଖେଚୁଡି ଏବଂ ରାଶି ଲଡୁ ଦାନ କରିବା ଶୁଭ । ଅକ୍ଷତ ପୂଣ୍ୟ ପ୍ରାପ୍ତି ହେବ |
ବିଶ୍ୱକର୍ମା ଧ୍ୟାନମ୍
ନ ଭୂମିର୍ନ ଜଲଞ୍ଚୈବ ନ ତେଜୋ ନ ଚ ବାୟବଃ
ନାକାଶଂ ଚ ନ ଚିତ୍ତଞ୍ଚ ନ ବୁଦ୍ଧୀନ୍ଦ୍ରିୟଗୋଚରାଃ
ନ ଚ ବ୍ରହ୍ମା ନ ବିଷ୍ଣୁଶ୍ଚ ନ ରୁଦ୍ରଶ୍ଚ ତାରକାଃ
ସର୍ୱଶୂନ୍ୟା ନିରାଲମ୍ବା ସ୍ୱୟମ୍ଭୂତା ବିରାଟସତ୍
ସଦାପରାତ୍ମା ବିଶ୍ୱାତ୍ମା ବିଶ୍ୱକର୍ମା ସଦାଶିବଃ ॥
ଶ୍ରିତମଧ୍ୟତମଧ୍ୟସ୍ତଂ ବ୍ରହ୍ମାଦିସୁରସେବିତମ୍ ।
ଲୋକାଧ୍ୟକ୍ଷଂ ଭଜେଽହଂ ତ୍ୱାଂ ବିଶ୍ୱକର୍ମାଣମବ୍ୟଯମ୍ ॥
ପ୍ରାକାଦିଦିଙ୍ମୁଖୋତ୍ପନ୍ନୋ ସନକଶ୍ଚ ସନାତନଃ ।
ଅଭୁବନସ୍ୟ ପ୍ରତ୍ନସ୍ୟ ସୁପର୍ଣସ୍ୟ ନମାମ୍ୟହମ୍ ॥
ଅଖିଲଭୁବନବୀଜକାରଣମ୍ ।
ପ୍ରଣବତତ୍ତ୍ୱଂ ପ୍ରଣବମୟଂ ନମାମି ॥
ପଞ୍ଚବକ୍ତ୍ରଂ ଜଟାଧରଂ ପଞ୍ଚଦଶବିଲୋଚନମ୍ ।
ସଦ୍ୟୋଜାତାନନଂ ଶ୍ୱେତଂ ଚ ବାମଦେବନ୍ତୁ କୃଷ୍ଣକମ୍ ॥
ଅଘୋରଂ ରକ୍ତବର୍ଣଂ ଚ ତତ୍ପୁରୁଷଂ ହରିତପ୍ରଭମ୍ ।
ଈଶାନଂ ପୀତବର୍ଣଂ ଚ ଶରୀରଂ ହେମବର୍ଣକମ୍ ॥
ଦଶବାହୁଂ ମହାକାୟଂ କର୍ଣକୁଣ୍ଡଲଶୋଭିତମ୍ ।
ପୀତାମ୍ବରଂ ପୁଷ୍ପମାଲଂ ନାଗୟଜ୍ଞୋପବୀତିନମ୍ ॥
ରୁଦ୍ରାକ୍ଷମାଲାସଂୟୁକ୍ତଂ ବ୍ୟାଘ୍ରଚର୍ମୋତ୍ତରୀୟକମ୍ ।
ପିନାକମକ୍ଷମାଲାଞ୍ଚ ନାଗଶୂଲବରାମ୍ବୁଜମ୍ ॥
ବୀଣାଂ ଡମରୁକଂ ବାଣଂ ଶଙ୍ଖଚକ୍ରଧରଂ ତଥା ।
କୋଟିସୂର୍ୟପ୍ରତୀକାଶଂ ସର୍ୱଜୀବଦୟାପରମ୍ ॥
ବିଶ୍ୱେଶଂ ବିଶ୍ୱକର୍ମାଣଂ ବିଶ୍ୱନିର୍ମାଣକାରିଣମ୍ ।
ଋଷିଭିଃ ସନକାଦ୍ୟୈଶ୍ଚ ସଂୟୁକ୍ତଂ ପ୍ରଣମାମ୍ୟହମ୍ ॥
ଇତି ବିଶ୍ୱକର୍ମସ୍ତୋତ୍ରଂ ସମ୍ପୂର୍ଣମ୍ ॥
ଶ୍ରୀବିଶ୍ୱକର୍ମାଷ୍ଟକମ୍
➖➖➖➖➖➖➖
ଆଦିରୂପ ନମସ୍ତୁଭ୍ୟଂ ନମସ୍ତୁଭ୍ୟଂ ପିତାମହ ।
ବିରାଟାଖ୍ୟ ନମସ୍ତୁଭ୍ୟଂ ବିଶ୍ୱକର୍ମନ୍ନମୋନମଃ ॥ ୧॥
ଆକୃତିକଲ୍ପନାନାଥସ୍ତ୍ରିନେତ୍ରୀ ଜ୍ଞାନନାୟକଃ ।
ସର୍ୱସିଦ୍ଧିପ୍ରଦାତା ତ୍ୱଂ ବିଶ୍ୱକର୍ମନ୍ନମୋନମଃ ॥ ୨॥
ପୁସ୍ତକଂ ଜ୍ଞାନସୂତ୍ରଂ ଚ କମ୍ବୀ ସୂତ୍ରଂ କମଣ୍ଡଲୁମ୍ ।
ଧୃତ୍ୱା ସଂମୋହନଂ ଦେବ ବିଶ୍ୱକର୍ମନ୍ନମୋନମଃ ॥ ୩॥
ବିଶ୍ୱାତ୍ମା ଭୂତରୂପେଣ ନାନାକଷ୍ଟସଂହାରକ ।
ତାରକାନାଦିସଂହାରାଦ୍ୱିଶ୍ୱକର୍ମନ୍ନମୋନମଃ ॥ ୪॥
ବ୍ରହ୍ମାଣ୍ଡାଖିଲଦେବାନାଂ ସ୍ଥାନଂ ସ୍ୱର୍ଭୂତଲଂ ତଲମ୍ ।
ଲୀଲୟା ରଚିତଂ ଯେନ ବିଶ୍ୱରୂପାୟ ତେ ନମଃ ॥ ୫॥
ବିଶ୍ୱବ୍ୟାପିନ୍ନମସ୍ତୁଭ୍ୟଂ ତ୍ର୍ୟମ୍ବକଂ ହଂସବାହନମ୍ ।
ସର୍ୱକ୍ଷେତ୍ରନିବାସାଖ୍ୟଂ ବିଶ୍ୱକର୍ମନ୍ନମୋନମଃ ॥ ୬॥
ନିରାଭାସାୟ ନିତ୍ୟାୟ ସତ୍ୟଜ୍ଞାନାନ୍ତରାତ୍ମନେ ।
ବିଶୁଦ୍ଧାୟ ବିଦୂରାୟ ବିଶ୍ୱକର୍ମନ୍ନମୋନମଃ ॥ ୭॥
ନମୋ ବେଦାନ୍ତବେଦ୍ୟାୟ ବେଦମୂଲନିବାସିନେ ।
ନମୋ ବିବିକ୍ତଚେଷ୍ଟାୟ ବିଶ୍ୱକର୍ମନ୍ନମୋନମଃ ॥ ୮॥
ଯୋ ନରଃ ପଠତେ ନିତ୍ୟଂ ବିଶ୍ୱକର୍ମାଷ୍ଟକମିଦମ୍ ।
ଧନଂ ଧର୍ମଂ ଚ ପୁତ୍ରଶ୍ଚ ଲଭେଦାନ୍ତେ ପରାଂ ଗତିମ୍ ॥ ୯॥
ଇତି ବିଶ୍ୱକର୍ମାଷ୍ଟକଂ ସମ୍ପୂର୍ଣମ୍ ।


0 Comments
Do you have any doubts or suggestions? Ask them here in the comments!