କରୋନାମୁକ୍ତ ପରେ ବି କାହିଁକ ଯାଉଛି ଜୀବନ
ଅଧା ଗୁରୁତର ରୋଗୀଙ୍କ ଦେଖା ଯାଉଛି ସମସ୍ୟା |
ଅଧିକାଂଶ ରୋଗୀଙ୍କ ସଂକୁଚିତ ହେଉଛି ଫୁସ୍ଫୁସ |
ହୃଦ୍ଘାତ, ବ୍ରେନ୍ ଷ୍ଟ୍ରୋକ୍ରେ ଚାଲିଯାଉଛି ଜୀବନ |
- ସାବଧାନ! କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଜୀବନ ଯାଇଛି । ସତର୍କ ହୋଇ ନିୟମିତ ଡାକ୍ତର ପରାମର୍ଶ ନକଲେ, ହୃଦଘାତ, ବେନ୍ ଷ୍ଟ୍ରୋକ, ଫୁସ୍ଫୁସ୍ରେ ପାଇବ୍ରୋସିସ୍ ସହ ବାକ୍ ଫଙ୍ଗସ ଭଳି ଘାତକ ରୋଗ ଦେଖାଯାଉଛି।
- ଅନେକ ରୋଗୀ ସୁସ୍ଥ ହେବା ପରେ ଭାବୁଛନ୍ତି ଆଉ କୌଣସି ଅସୁବିଧା ନାହିଁ । ସେମାନେ ଆଉ ଡାକ୍ତର ପରାମର୍ଶ କରୁ ନାହାନ୍ତି । କରୋନାରେ ଆକ୍ରାନ୍ତ ହେଉଥିବା ୫୦% ଗୁରତର ରୋଗୀଙ୍କ ପୋଷ୍ଟ କୋଭିଡ୍ ବା କରୋନାରୁ ସୁସ୍ଥ ହେବାପରେ ସମସ୍ୟା ରହୁଛି। ତେଣୁ ରୋଗୀ ଏ ଦିଗରେ ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।
- ଛାତିରୋଗ ବିଭାଗର ବିଶେଷଜ୍ଞ ପ୍ରଫେସର ବନାନୀ ଜେନା କହିଛନ୍ତି, ଯେତିକି ରୋଗୀଙ୍କ ପୋଷ୍ଟ କୋଭିଡ୍ ସମସ୍ୟା ଆସୁଛି ତାର ୩ ଜଣରୁ ଜଣଙ୍କ ଫୁସଫୁସ୍ରେ ଫାଇବ୍ରୋସିସ୍ ହେଉଛି।
- ଅର୍ଥାତ ଫୁସ୍ଫୁସ୍ ସଙ୍କୁଚିତ ହୋଇଯାଉଛି। ଯାହାଫଳରେ ରୋଗୀ ଜଣଙ୍କ ନିଶ୍ଵାସ ପ୍ରଶ୍ଵାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଛି। ତେବେ ଚିକିତ୍ସା କରାଇଲେ, ୪/୬ ମାସରେ ସ୍ଵାଭାବିକ ହୋଇଯାଉଛି।
- ଚିକିତ୍ସା ସମୟରେ ଅଧିକ ଷ୍ଟିରଏଡ୍ ମାତ୍ରାରେ ହେଉଥିବାରୁ ବ୍ଲାକ୍ ଫଙ୍ଗସ୍ ହେଉଛି। ହୃଦ୍ଘାତ ସହ ବ୍ରେନ୍ରେ ମଧ୍ୟ ଷ୍ଟ୍ରୋକ୍ ହେଉଛି। ଯେଉଁଥିରେ ରୋଗୀ ମୃତ୍ୟୁ ମୁଖରେ ପଡୁଛି, ନହେଲେ ଭିନ୍ନକ୍ଷମ ହୋଇଯାଉଛି।
- କ୍ୟାପିଟାଲ ହସ୍ପିଟାଲ ହୃଦ୍ ବିଭାଗର ନିର୍ଦ୍ଦେଶକ ଡାକ୍ତର ପି କେ ଦାସ କହିଛନ୍ତି, କରୋନା ମୁକ୍ତ ହେବା ପରେ କେ ମଧ୍ୟ ଏହାର ପ୍ରକୋପ ରହୁଛି । ତେଣୁ ସୁସ୍ଥ ହେବାର ୧ ମାସ ଯାଏ ଔଷଧ ସେବନ କରିବା ଦରକାର।
- ଡାକ୍ତରଙ୍କ ପରାମର୍ଶକୁ ମାନି ଚଳିବା ଦରକାର। ରୋଗୀ ଡିସ୍ଚାର୍ଜ ବେଳେ ପରିବାର ଲୋକଙ୍କୁ ଏ ସମ୍ପର୍କରେ କାଉନସେଲିଂ କରାଗଲେ ଭଲ ।
- ସମ୍ ହସ୍ପିଟାଲ ପେଟ ଓ ଯକୃତ ବିଭାଗର ମୁଖ୍ୟପ୍ରଫେସର ମନୋଜ ସାହୁ କହିଛନ୍ତି, କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଯିବା ପରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଯାଉଛି ।
- କୋଭିଡ୍ ସଂକ୍ରମିତ ହେବା ପରେ ଏହା ରୋଗୀଙ୍କ ବ୍ଲଡ଼ ଭେସେଲକୁ ଆକ୍ରମଣ କରିଥାଏ। ପରବର୍ତ୍ତୀ ସମୟରେ ଏହା ବ୍ଲକ କରିଥାଏ। ଏହାକୁ ଥର୍ମୋସିସ୍ କୁହାଯାଏ।
- ସେଥିପାଇଁ ଆଡ୍ମିଶନ ସମୟରେ ହେପାରିନ୍ ଇଞ୍ଜେକସନ୍ ଦିଆଯାଇଥାଏ।
- କୋଭିଡ୍ ଭୂତାଣୁ ସିଧାସଳଖ ଓ ଭାସ୍କୋଲାଇଟିସ୍ରେ ବି ପ୍ରଭାବ ପକାଇଥାଏ। କୋଭିଡ଼ରେ ଜ୍ଵର ୧୦ ଦିନ ନରହିଲେ ଆମେ ଘରକୁ ପଠାଇ ଦେଉ କିନ୍ତୁ ପରେ ଏହାର ସମସ୍ୟା ଦେଖାଯାଏ ।
- ଏହି ଭାସ୍କୋଲାଇଟିସ୍ ଯୋଗୁ କମ୍ ବୟସର ବ୍ୟକ୍ତି ମଧ୍ୟ ଆଖି ବୁଜି ଦେଉଛନ୍ତି। ତେଣୁ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କୁ ନିଶ୍ଚିତ ଭାବେ ହେପାରିନ୍ ଇଞ୍ଜେକସନ୍ ଦେବା ଜରୁରି। ନଦେଲେ ବ୍ଲକ୍ ହେବାର ଆଶଙ୍କା ବହୁତ ଅଧିକ ରହୁଛି।
0 Comments
Do you have any doubts or suggestions? Ask them here in the comments!