ଆଶ୍ୱିନ ମାସରେ ହେଉଥିବା ମୂଳାଷ୍ଟମୀର ମହତ୍ତ୍ୱ

ଆଶ୍ୱିନ ମାସରେ ହେଉଥିବା ମୂଳାଷ୍ଟମୀର ମହତ୍ତ୍ୱ

ଶରତ୍ କାଳ ଦେବୀ ଦୁର୍ଗାଙ୍କର ଉପାସନାପାଇଁ ପ୍ରକୃଷ୍ଟ ସମୟ। ‘ମହାଭାରତ’ରେ ଶରଶଯ୍ୟାଶାୟୀ ଭୀଷ୍ମ ଯୁଧିଷ୍ଠିରଙ୍କୁ ଏହା କହିଛନ୍ତି ଏବଂ ପାରମ୍ପରିକ ଭାବରେ ‘ଶାରଦୀୟ ଦୁର୍ଗାପୂଜା’ ପାଳିତ ହୋଇଆସୁଛି। ପିତାମହ କହିଛନ୍ତି- ହେ ଯୁଧିଷ୍ଠିର! ଯେ ଭକ୍ତବତ୍ସଳା ଚଣ୍ଡିକାଙ୍କୁ ଉତ୍ତମ ରୂପେ ପୂଜା ନ କରେ, ଚଣ୍ଡିକା ଅପମାନିତ ହୋଇ ତାହାର ସମସ୍ତ ପୁଣ୍ୟ ଧ୍ୱଂସ କରିଦିଅନ୍ତି। ତେଣୁ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ବା କାର୍ତ୍ତିକ କୃଷ୍ଣପକ୍ଷ ଅଷ୍ଟମୀରେ ଦୁର୍ଗାପୂଜା କରିବା ବିଧେୟ।

  1. ଏହି ଦୁର୍ଗାପୂଜା ପ୍ରତିବର୍ଷ କରିବା ଆବଶ୍ୟକ ବୋଲି ମଧ୍ୟ ଭୀଷ୍ମ କହିଛନ୍ତି। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଏହାର ମୂଳତିଥି। ତେଣୁ ଏହା ‘ମୂଳାଷ୍ଟମୀ’ ରୂପେ ଆଖ୍ୟାତ। ସପ୍ତମୀଯୁକ୍ତ ଅଷ୍ଟମୀରେ ଏହି ପୂଜା ଆରମ୍ଭ କରାଯାଏ। ‘ପଣ୍ଡିତ ସର୍ବସ୍ୱ’ ଅନୁସାରେ, କୃଷ୍ଣ ଅଷ୍ଟମୀଠାରୁ ଆରମ୍ଭ କରି ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ, ପ୍ରତିଦିନ ଦୁର୍ଗାପୂଜା କରିବା ପ୍ରଶସ୍ତ। ଏଣୁ ଛଅ ପ୍ରକାରର ଦୁର୍ଗାପୂଜାର ବିଧି ଥିଲେ ମଧ୍ୟ, ଷୋଡ଼ଶ ଦିନାତ୍ମକ ଦୁର୍ଗାପୂଜା ଅଧିକ ଲୋକପ୍ରିୟ ହୋଇଛି।
  2. ବୈଦିକ କର୍ମକାଣ୍ଡ ଅନୁସାରେ ରାଧାଷ୍ଟମୀ ଠାରୁ ମୂଳାଷ୍ଟମୀ ପର୍ଯ୍ୟନ୍ତ ମା’ ଶୟନ କରିଥାନ୍ତି । ମୂଳାଷ୍ଟମୀ ଦିନ ମାଆଙ୍କୁ ଜାଗ୍ରତ କରାଯାଇ ସୁବାସିତ ଜଳରେ ସହସ୍ର କୁମ୍ଭରେ ସ୍ନାନ କରିବାର ବିଧି ରହିଛି । ପାର୍ବଣର ପ୍ରଥମ ଦିନରେ ମହାସ୍ନାନ ଉପଚାର କରାଯାଇ ବିଭିନ୍ନ ବେଶରେ ମା’ଙ୍କୁ ସଜିତ କରାଯାଇଥିଲା ।
  3. ଆଶ୍ୱିନ କୃଷ୍ଣପକ୍ଷର ଅଷ୍ଟମୀ ଦିନ ଦୂର୍ଗାଙ୍କର ଶରତକାଳୀନ ଦୁର୍ଗୋତ୍ସବ ବା ଷୋଳପୂଜାର ମୂଳ ଅର୍ଥାତ ଆରମ୍ଭ ହେଉଥିବାରୁ ଏହା ମୂଳାଷ୍ଟମୀ ଭାବେ ପରିଚିତ । ମୂଳାଷ୍ଟମୀ ଓ ଦ୍ଵିତୀୟା ଓଷା-ଆଶ୍ଵିନ ମାସ କୃଷ୍ଣପକ୍ଷ ଅଷ୍ଟମୀକୁ ‘ମୂଳାଷ୍ଟମୀ’ କୁହାଯାଏ। ଏହି ତିଥିରେ ସମସ୍ତ ପୀଠଦେବୀଙ୍କର ଶରତକାଳୀନ ଷୋଡଶଦିନାତ୍ମକ ପୂଜାର ମୂଳ ବା ପ୍ରଥମ ଦିନ ହୋଇଥିବାରୁ ଏହାକୁ ‘ମୂଳାଷ୍ଟମୀ’ କୁହାଯାଏ।
  4. ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିଠାରୁ ମା ’ ମଙ୍ଗଳାଙ୍କ ମନ୍ଦିରରେ ପାରମ୍ପାରିକ ପ୍ରଥା ଅନୁସାରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେଇ ବିଜୟାଦଶମୀ, ଦଶହରା ଦିନ ଶେଷ ହେଇଥାଏ । ପ୍ରଥମ ଦିନ କଳସ ପୂଜା ଆରମ୍ଭ ହେଇ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୁଏ । ଅକ ତମ୍ବାପାତ୍ରରେ ଅଗରୁ, ଚନ୍ଦନ, ହଳଦୀ, ଚୁଆ, କ୍ଷୀର, ମହୁ, ନବାତ ଆଦି ଶୁଦ୍ଧପାଣିରେ ମିଶାଯାଇ ୧୦୭ କଳସ ଜଳରେ ମା’ଙ୍କୁ ସ୍ନାନମାର୍ଜଣା କରାଯାଏ।
  5. ଏହି ଆଶ୍ଵିନ କୃଷ୍ଣ ଅଷ୍ଟମୀ ତିଥିରେ ଦ୍ଵିତୀୟା ଓଷା ପାଳନ କରାଯାଏ। ଦୂତିବାହାନ ହେଉଛ ଏହି ଓଷାର ଦେବତା। ପ୍ରାଚୀନ କାଳ କଥା ଅନୁସାରେ ସେ ସୂର୍ଯ୍ୟଙ୍କର ପୁତ୍ର ଏବଂ ଜଣେ ବିଧବା ବ୍ରାହ୍ମଣୀଙ୍କ ଗର୍ଭରୁ ଜାତ ହୋଇଥିଲେ। ଆଶ୍ଵିନ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଏହି ବ୍ରତକୁ ମହାଲକ୍ଷ୍ମୀ ଠାକୁରାଣୀ ପାଳନ କରିଥାନ୍ତି।

ଆଶ୍ଵିନମାସରେ ମଳମାସ ପଡିଲେ ଦେବୀଙ୍କ ପୂଜାନୀତି  :-

  1. ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ବା କାର୍ତ୍ତିକ କୃଷ୍ଣପକ୍ଷ ଅଷ୍ଟମୀରେ ଦୁର୍ଗାପୂଜା କରିବା ବିଧେୟ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଏହାର ମୂଳତିଥି। ତେଣୁ ଏହା ‘ମୂଳାଷ୍ଟମୀ’ ରୂପେ ଆଖ୍ୟାତ। ସପ୍ତମୀଯୁକ୍ତ ଅଷ୍ଟମୀରେ ଏହି ପୂଜା ଆରମ୍ଭ କରାଯାଏ। କୃଷ୍ଣ ଅଷ୍ଟମୀଠାରୁ ଆରମ୍ଭ କରି ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ, ପ୍ରତିଦିନ ଦୁର୍ଗାପୂଜା କରିବା ପ୍ରଶସ୍ତ। ଏଣୁ ଛଅ ପ୍ରକାରର ଦୁର୍ଗାପୂଜାର ବିଧି ଥିଲେ ମଧ୍ୟ, ଷୋଡ଼ଶ ଦିନାତ୍ମକ ଦୁର୍ଗାପୂଜା ଅଧିକ ଲୋକପ୍ରିୟ ହୋଇଛି।
  2. କିନ୍ତୁ ଯେଉଁ ବର୍ଷ ଆଶ୍ୱିନରେ ମଳମାସ ପଡ଼େ, ଶୁଦ୍ଧ ଦୁଇପକ୍ଷରେ ୮ଦିନ ଲେଖାଏଁ ପୂଜା କରି, ମଧ୍ୟବର୍ତ୍ତୀ ମଳମାସରେ କ’ଣ ପୂଜା ବନ୍ଦ ରହିବ? ଏହା ଉଚିତ ନୁହେଁ। କାରଣ, ଶାସ୍ତ୍ରରେ ବିହିତ ହୋଇଅଛି ଯେ ସର୍ବବିଧ କାମ୍ୟକର୍ମର ଆରମ୍ଭ ଓ ସମାପ୍ତି ମଧ୍ୟରେ ଯଦି ମଳମାସ ପଡ଼େ, ତେବେ ଏହାଦ୍ୱାରା ନିର୍ଣ୍ଣିତ ହେଲା ଯେ ଅଧିମାସ (ମଳମାସ) ପଡ଼ିଲେ, ଦେଢ଼ ମାସ ପୂଜା କରିବାକୁ ହେବ।
  3. ଏଣୁ ୧୬ ଦିନର ପୂଜା ହେଉ ବା ଦେଢ଼ ମାସର- ଆଶ୍ୱିନ ମାସର ଏହି ଦୁର୍ଗାପୂଜାର ମୂଳତିଥି ହେଉଛି ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ‘ମୂଳାଷ୍ଟମୀ’। ଏଣୁ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।

Post a Comment

0 Comments