ମହାଶିବରାତ୍ରିରେ ରୁଦ୍ରାଭିଷେକ କରିବାର ଲାଭ

ମହାଶିବରାତ୍ରିରେ ରୁଦ୍ରାଭିଷେକ କରିବାର ଲାଭ



ମହାଶିବରାତ୍ରିରେ ରୁଦ୍ରାଭିଷେକର ବିଶେଷ ମହତ୍ତ୍ୱ ରହିଛି । ମହାଦେବଙ୍କ ଭକ୍ତମାନେ ଏହି ପୂଜା କରି ତାଙ୍କୁ ପ୍ରସନ୍ନ କରନ୍ତି ଏବଂ ତାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତି । ସାଧାରଣତଃ ଜଳ, କ୍ଷୀର, ମହୁ, ଘିଅ ଏବଂ ଦହି ଇତ୍ୟାଦିରେ ରୁଦ୍ରାଭିଷେକ କରାଯାଇଥାଏ । ପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ପ୍ରତ୍ୟେକ ପଦାର୍ଥର ନିଜସ୍ୱ ଗୁରୁତ୍ୱ ରହିଛି । 

କିପରି କରିବେ ରୁଦ୍ରାଭିଷେକ-

ଯଦି ଆପଣ ମହାଶିବରାତ୍ରିରେ ରୁଦ୍ରାଭିଷେକ କରିବାକୁ ଚାହୁଁଛନ୍ତି, ତେବେ ସମସ୍ତ ଆବଶ୍ୟକୀୟ ଜିନିଷ ସଂଗ୍ରହ କରନ୍ତୁ ଏବଂ ଜଣେ ବ୍ରାହ୍ମଣଙ୍କ ଦ୍ୱାରା ଅଭିଷେକ କରାନ୍ତୁ । 

  1. ଜଳ ସହିତ ଅଭିଷେକ କଲେ ଦୁଃଖରୁ ମୁକ୍ତି ମିଳିଥାଏ ।
  2. କ୍ଷୀର ସହିତ ଅଭିଷେକ କଲେ ମାନସିକ ରୋଗ ଦୂର ହୁଏ ଏବଂ ଭାଗ୍ୟରେ ଚନ୍ଦ୍ରଙ୍କ ସ୍ଥିତି ମଜବୁତ ହୋଇଥାଏ ।
  3. ସୋରିଷ ତେଲରେ ଅଭିଷେକ କଲେ ଶତ୍ରୁ ନାଶ ହୋଇଥାନ୍ତି | 
  4. ଚୋପା ଲଗା ଗୋଟା ମୁଗରେ ଅଭିଷେକ କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ  |
  5. ଚଣାଡାଲିରେ ଅଭିଷେକ କଲେ ଭାଗ୍ୟରେ ବୃଦ୍ଧି ଘଟିଥାଏ |
  6. କଳା ଗୋଟା ବିରିରେ ଅଭିଷେକ କଲେ ସାନିଦେବଙ୍କ ପ୍ରଭାବ ହୋଇଥାଏ |
  7. ଲାଲ ମସୁର ଡ଼ାଲିରେ ଅଭିଷେକ କଲେ କରଜରୁ ମୁକ୍ତି ମିଳିଥାଏ | 
ଜଳ ସହିତ ଅଭିଷେକର ନିୟମ
  1. ସମସ୍ତ ପ୍ରକାରର ଦୁଃଖରୁ ମୁକ୍ତି ପାଇବା ପାଇଁ, ଭଗବାନ ଶିବଙ୍କୁ ଜଳରେ ଅଭିଷେକ କରନ୍ତୁ ।
  2. ସର୍ବପ୍ରଥମେ, ଭଗବାନ ଶିବଙ୍କ ଶିଶୁ ସ୍ୱରୂପକୁ ଧ୍ୟାନ କରନ୍ତୁ । 
  3. ଏହା ପରେ ତମ୍ବା ପାତ୍ର ବ୍ୟତୀତ ଅନ୍ୟ ଯେକୌଣସି ପାତ୍ରରେ, ବିଶେଷ କରି ରୂପା ପାତ୍ରରେ ଶୁଦ୍ଧ ଜଳ ଭର୍ତ୍ତି କରନ୍ତୁ ଏବଂ ପାତ୍ରରେ ତିଳକ ଲଗାନ୍ତୁ । 
  4. ଏହା ପରେ ଓମ୍ ଇନ୍ଦ୍ରାୟ ନମଃ ଜପ କରନ୍ତୁ 
  5. ଏବଂ ପାତ୍ରରେ ଏକ ପବିତ୍ର ସୂତା ବାନ୍ଧନ୍ତୁ । 
  6. ଏହା ପରେ ପଞ୍ଚାକ୍ଷରୀ ମନ୍ତ୍ର "ଓଁ ନମଃ ଶିବାୟ" ଜପ କରି କିଛି ଫୁଲ ଭଗବାନଙ୍କୁ ଅର୍ପଣ କରନ୍ତୁ ।
  7. ଏହାପରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରି ରୁଦ୍ରାଭିଷେକ କରନ୍ତୁ ।
  8. ଅଭିଷେକ କରିବା ସମୟରେ, "ଓମ୍ ତମ୍ ତ୍ରିଲୋକୀନାଥାୟ ସ୍ୱାହା" ମନ୍ତ୍ର ଜପ କରନ୍ତୁ ।
  9. ଅଭିଷେକ କରିବା ପରେ ଶିବଲିଙ୍ଗକୁ ଏକ ସ୍ୱଚ୍ଛ କପଡାରେ ଭଲ ଭାବରେ ପୋଛି ସଫା କରନ୍ତୁ । 
କ୍ଷୀର ସହିତ ଅଭିଷେକର ନିୟମ 

  1. ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଏବଂ ତାଙ୍କର ଆଶୀର୍ବାଦ ପାଇବା ପାଇଁ, କ୍ଷୀର ସହିତ ଅଭିଷେକ କରନ୍ତୁ। 
  2. ଅଭିଷେକ ପାଇଁ, ତମ୍ବା ପାତ୍ର ବ୍ୟତୀତ ଅନ୍ୟ କୌଣସି ଧାତୁ ପାତ୍ର ବ୍ୟବହାର କରନ୍ତୁ। 
  3. ବିଶେଷ କରି ତମ୍ବା ପାତ୍ରରେ କ୍ଷୀର, ଦହି କିମ୍ବା ପଞ୍ଚାମୃତ ଇତ୍ୟାଦି ଢାଳିବା ଅନୁଚିତ୍‌ । 
  4. କାରଣ ତମ୍ୱା ପାତ୍ରରେ ଭଗବାନ ଶିବଙ୍କୁ ଏହି ସବୁ ପଦାର୍ଥ ଅର୍ପଣ କରିବା ଦ୍ୱାରା ଏସବୁ ମଦ ସହ ସମାନ ହୋଇ ଯାଇଥାଏ । 
  5. ତମ୍ବା ପାତ୍ରରେ ପାଣିକୁ ପବିତ୍ର କରାଯାଇପାରେ । 
  6. କିନ୍ତୁ କ୍ଷୀର ଏବଂ ଦହି ଇତ୍ୟାଦି ତମ୍ୱା ସଂସ୍ପର୍ଶର ଆସିଲେ, ତାହା ବିଷାକ୍ତ ହୋଇଯାଇଥାଏ । 
  7. ତେଣୁ ତମ୍ବା ପାତ୍ରରେ କ୍ଷୀରର ଅଭିଷେକ କରିବା ଅନୁଚିତ୍ । 
  8. ଏପରି କରିବା ଦ୍ୱାରା ଭଗବାନ ଶିବଙ୍କୁ ଆପଣ ଅଜାଣତରେ ବିଷ ଅର୍ପଣ କରିବେ । 
  9. ତେଣୁ ତମ୍ୱା ବ୍ୟତୀତ ଅନ୍ୟ କେଉଁ ପାତ୍ରରେ କ୍ଷୀର ରଖନ୍ତୁ ଏବଂ ପାତ୍ର ଚାରିପାଖରେ ତିଳକ ଲଗାନ୍ତୁ । 
  10. "ଓମ୍ ଶ୍ରୀ କାମଧେନାବେ ନମଃ" ମନ୍ତ୍ର ଜପ କରି ପାତ୍ରରେ ଏକ ପବିତ୍ର ସୂତା ବାନ୍ଧନ୍ତୁ ।
  11. ପଞ୍ଚାକ୍ଷରୀ ମନ୍ତ୍ର "ଓମ୍ ନମଃ ଶିବାୟ" ଜପ କରିବା ସମୟରେ କିଛି ଫୁଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ।
  12. ଶେଷରେ ଶିବଲିଙ୍ଗ ଉପରେ କ୍ଷୀର ଢାଳି ରୁଦ୍ରାଭିଷେକ କରନ୍ତୁ । 
  13. ଅଭିଷେକ କରିବା ସମୟରେ, "ଓମ୍ ସକଲ ଲୋକୈକ ଗୁରୁବୈ ନମଃ" ମନ୍ତ୍ର ଜପ କରନ୍ତୁ ।
  14. ରୁଦ୍ରାଭିଷେକ କରିବା ପରେ ଶିବଲିଙ୍ଗକୁ ସଫା ପାଣିରେ ଧୋଇ ଏକ ସ୍ୱଚ୍ଛ କପଡାରେ ଭଲ ଭାବରେ ପୋଛି ଦିଅନ୍ତୁ । 
  15. ଭଗବାନ ଶିବଙ୍କୁ କ୍ଷୀର ସହିତ ଅଭିଷେକ କଲେ ମାନସିକ ରୋଗ ଦୂର ହୁଏ ଏବଂ ଭାଗ୍ୟରେ ଚନ୍ଦ୍ରଙ୍କ ସ୍ଥିତି ମଜବୁତ ହୋଇଥାଏ । ଯାହା ଦ୍ୱାରା ଜୀବନ ସୁଖମୟ ହୋଇଥାଏ ।
ଶିବପୂଜାରେ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ

  1. ଭଗବାନ ଶିବଙ୍କୁ ବେଲପତ୍ର ଚଢାଇବା ସମୟରେ ଧ୍ୟାନ ରଖିବାକୁ ପଡିବ ଯେ ବେଲପତ୍ରର ୩ଟି ପାଖୁଡା ସ୍ଵଚ୍ଛ ହେବା ଉଚିତ ।ଏହି ଦିନ ଶିବଲିଙ୍ଗ ଉପରେ କେତକୀ ଓ କଦମ୍ବ ଫୁଲ କରିବା ଉଚିତ ।
  2. ପୂଜା କରିବା ସମୟରେ ଅକ୍ଷତ ଚଢାଇବା ସମୟରେ ଯେପରି ତାହା ଭାଙ୍ଗି ନ ଥିବ ଧ୍ୟାନ ଦେବାକୁ ପଡିବ |
  3. ପୂଜା କରିବା ସମୟରେ ଶଙ୍ଖରେ ଜଳ ଅର୍ପଣ କରିବା ଅନୁଚିତ ।
  4. ଶିବଲିଙ୍ଗ ଉପରେ ନଡିଆ ଅର୍ପଣ କରି ପାରିବେ କିନ୍ତୁ ନଡିଆ ପାଣି ଅର୍ପଣ କରିବା ଉଚିତ ନୁହେଁ ।ଭଗବାନ ଶିବଙ୍କ ମନ୍ଦିରରେ ସଂପୂର୍ଣ୍ଣ ପରିକ୍ରମା କରାଯାଏ ନାହି ଅଧା ପରିକ୍ରମା କରାଯାଏ । ସେଥିପାଇଁ ଆପଣ ଅଧା ପରିକ୍ରମା ନିଶ୍ଚୟ କରନ୍ତୁ ।
  5. ଭୁଲରେ ବି ମହାଦେବଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହି ।
  6. କିଛି ଲୋକ ଶିବଲିଙ୍ଗ ଉପରେ ସିନ୍ଦୁର, ହଳଦୀ ଅର୍ପଣ କରିଥାନ୍ତି । କିନ୍ତୁ ଏହା ସବୁ ସ୍ତ୍ରୀ ଲୋକଙ୍କ ବସ୍ତୁ ଅଟେ । କିନ୍ତୁ ମହାଦେବ ବୈରାଗ୍ୟ ଅଟନ୍ତି ତେଣୁ ଏସବୁ ଅର୍ପଣ କରିବା ଉଚିତ ନୁହେଁ ।
  7. ଆମେ ଯେଉଁ ପୂଜା କରିଥାଉ ସେଥିପାଇଁ ଭଗବାନଙ୍କ ଭକ୍ତିରେ ବୁଡି ଯାଇଥାଉ । ଧଳା ବା ନାଲି ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରିପାରିବେ ।
  8. ଜାଗର ଦିନ ଶିବଲିଙ୍ଗରେ ଜଳ ଅର୍ପଣ କରିବା ସହ କ୍ଷୀର, ଦହି, ଚିନୀ, ମହୁ ଅର୍ପଣ କରିପାରିବେ ।
  9. ଶିବଲିଙ୍ଗ ଉପରେ ପ୍ରସାଦ ଜମା ବି ଅର୍ପଣ କରନ୍ତୁ ନାହି । ଶିବଲିଙ୍ଗରେ କିଛି ପ୍ରସାଦ ଅର୍ପଣ କରିଲେ ତାହାକୁ ମହାଦେବ ଗ୍ରହଣ କରନ୍ତି ନାହି ।
  10. ତେଣୁ ବେଲପତ୍ରରେ କେସର, ଚନ୍ଦନକୁ ପାଣିରେ ମିଶାଇ ଓମ ଓ ରାମ ଲେଖି ଶିବଲିଙ୍ଗ ଉପରେ ଓମ ନମହ ଶିବାୟ ମନ୍ତ୍ର କରି ବେଲପତ୍ରକୁ ଓଲଟା କରି ଅର୍ପଣ କରନ୍ତୁ ।
  11. ଭଗବାନ ଶିବଙ୍କ ପୂଜାରେ ଅକ୍ଷତ ଅର୍ପଣ କରିଲେ ଜୀବନରେ ସୁଖର ଅଭାବ ହେବ ନାହି ।


ଆତ୍ମ କଲ୍ୟାଣର ରାସ୍ତାକୁ ପରିସ୍କାର କରିବାପାଇଁ ଅଖଣ୍ଡ ସଜାଗତା ଓ ଜ୍ଞାନର ଆଲୋକ ଏ ଦୁଇଟିର ଆବଶ୍ୟକତା ରହିଛି ବୋଲି ଏଇ ପର୍ବ ଶିକ୍ଷା ଦିଏ ।

Post a Comment

0 Comments