କେଉଁ ତିଥିଗୁଡିକୁ ‘ମାସିକ ଶିବରାତ୍ରି’ କୁହାଯାଏ ?

କେଉଁ ତିଥିଗୁଡ଼ିକୁ "ମାସିକ ଶିବରାତ୍ରି" କୁହାଯାଏ ?


ପ୍ରତିବର୍ଷ ଫାଲ୍‌ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରୀ ପାଳନ କରାଯାଏ । ସାଧାରଣତଃ ଚତୁର୍ଦ୍ଦଶୀ ତିଥିଟି ଶିବଙ୍କ ପାଇଁ ସମର୍ପିତ। 

  1. ଶିବଙ୍କ ପୂଜା ଉପାସନା ନିମନ୍ତେ ସୋମବାର, ପ୍ରତ୍ୟେକ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବରାତ୍ରି ସର୍ବୋକୃଷ୍ଟ । 
  2. ଶିବଭକ୍ତମାନଙ୍କ ପାଇଁ ପ୍ରତ୍ୟେକ ସୋମବାର ଓ ସଂକ୍ରାନ୍ତି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
  3. ତେବେ ଅନେକ ଭକ୍ତ ମାସିକ ଶିବରାତ୍ରି ବ୍ରତ ପାଳନ କରନ୍ତି, ଯାହାକି ପ୍ରତ୍ୟେକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହୁଏ। 
  4. ବର୍ଷ ସାରା ପ୍ରତ୍ୟେକ ମାସର ଉଭୟ ପକ୍ଷରେ ପଡ଼ୁଥିବା ଦୁଇଟି ଚତୁର୍ଦ୍ଦଶୀ ଶିବପୂଜା ପାଇଁ ଉପଯୁକ୍ତ ହୋଇଥିଲେ ହେଁ, ପ୍ରତ୍ୟେକ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ବିଶେଷ ଭାବରେ ଶିବ ଚତୁର୍ଦ୍ଦଶୀ ବ୍ରତ, ଉପବାସ ଓ ବେଢ଼ା ପରିକ୍ରମା କରିବାର ବିଧି ରହିଛି। ଏହାକୁ ମାସିକ ଶିବରାତ୍ରି ବୋଲି ମଧ୍ୟ କୁହାଯାଏ। 
  5. ଏହି ଦିନ ଶିବଙ୍କ ସହିତ ପାର୍ବତୀ, ଗଣେଶ, କାର୍ତ୍ତିକ ଓ ଶିବଗଣଙ୍କର ପୂଜା କରାଯାଏ।

ମାସର ବିଭିନ୍ନ ତିଥିରେ ଶିବବାସ ନିର୍ଣ୍ଣୟ କରାଯାଇଛି। 

  1. ମାସର ଦୁଇ ପକ୍ଷର ବିଭିନ୍ନ ତିଥିରେ, ଶିବ, ପାର୍ବତୀଙ୍କ ସାଙ୍ଗରେ, ସଭାରେ, କ୍ରୀଡ଼ାସ୍ଥଳରେ, କୈଳାସରେ, ବୃଷଭ ପିଠିରେ, ଭୋଜନରେ ବା ଶ୍ମଶାନରେ ରହନ୍ତି। 
  2. ତେବେ ଯେଉଁ ତିଥିମାନଙ୍କରେ ଶିବ, ପାର୍ବତୀଙ୍କ ସାଙ୍ଗରେ, କୈଳାସରେ ବା ବୃଷଭ ପିଠିରେ ଥାଆନ୍ତି, ସେହି ତିଥିଗୁଡ଼ିକ ଶିବପୂଜା ପାଇଁ ଅଧିକ ଶୁଭପ୍ରଦ ବୋଲି ବିବେଚନା କରାଯାଏ। 
  3. ବିଶ୍ୱାସ କରାଯାଏ, ଯେ ପ୍ରତିମାସର କୃଷ୍ଣପକ୍ଷ ପ୍ରତିପଦା, ଅଷ୍ଟମୀ ଓ ଅମାବାସ୍ୟା ତିଥିରେ ତଥା ଶୁକ୍ଳପକ୍ଷ ଦ୍ୱିତୀୟା ଓ ନବମୀ ତିଥିରେ ଶିବ ପାର୍ବତୀଙ୍କ ସହ ଥାଆନ୍ତି। 
  4. ସେହିପରି, କୃଷ୍ଣପକ୍ଷର ଚତୁର୍ଥୀ ଓ ଏକାଦଶୀ ଏବଂ ଶୁକ୍ଳପକ୍ଷର ପଞ୍ଚମୀ ଓ ଦ୍ୱାଦଶୀ ତିଥିରେ ଶିବ କୈଳାସରେ ରହନ୍ତି। 
  5. କୃଷ୍ଣପକ୍ଷର ପଞ୍ଚମୀ ଓ ଦ୍ୱାଦଶୀରେ ଏବଂ ଶୁକ୍ଳପକ୍ଷର ଷଷ୍ଠୀ ଓ ତ୍ରୟୋଦଶୀ ତିଥିରେ ଶିବ ବୃଷଭ ପିଠିରେ ରହିଥାନ୍ତି। ଏଣୁ ଏହି ତିଥିଗୁଡ଼ିକ ରୁଦ୍ରାଭିଷେକ ଓ ଶିବପୂଜା ପାଇଁ ପ୍ରକୃଷ୍ଟ।

Post a Comment

0 Comments