କାହିଁକି ଏବଂ କିପରି ପାଳନ କରାଯାଏ ଶିବରାତ୍ରୀ
ମହାଶିବରାତ୍ରି ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ଦିନ ପ୍ରତି ବର୍ଷ ବହୁତ ଧୂମଧାମ ସହ ମନା ଯାଏ । ପୈରାଣିକ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ ।ଏହି ଦିନ ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ଏହା ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ଯାହା ମହାଦେବଙ୍କ ମହାନ ରାତି’ ଭାବରେ ମଧ୍ୟ ଜଣାଶୁଣା । ଜାଗର କହିଲେ ଆମେ ଦିନ ସାରା ଉପବାସ ରହି ରାତିସାରା ଦୀପ ଜାଳି ଭଗବାନ ଶିବଙ୍କୁ ସୁମରଣା କରିଥାଆନ୍ତି । ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ ।
ଶିବରାତ୍ରୀର ମହତ୍ତ୍ୱ
- ଦେବଦେବ ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି ।
- ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି ।
- ଅନ୍ୟ ଦେବତାଙ୍କ ପୂଜା ଦିନରେ ହେଉଥିବାବେଳେ ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ ।
ମହାଶିବରାତ୍ରି ପୂଜା ବିଧି
- ମହାଶିବରାତ୍ରୀ ଦିନ ଉପବାସ ପାଳନ କରାଯାଏ । ଶିବରାତ୍ରି ଦିନ ସକାଳେ ସ୍ନାନ କରି ଭଗବାନ ଶିବଙ୍କୁ ପଞ୍ଚାମୃତ ଦ୍ଵାରା ସ୍ନାନ କରାନ୍ତୁ ।
- ଏହା ପରେ ଭଗବାନ ଶିବଙ୍କୁ କେସର ୮ଟି ପକାଇ କଳଶ ଜଳ ଅର୍ପିତ କରନ୍ତୁ ।
- ଏହି ଦିନ ପୁରା ରାତି ଦୀପ ପ୍ରଜ୍ଵଳନ କରନ୍ତୁ ।
- ଭଗବାନ ଶଙ୍କରକୁ ଚନ୍ଦନ ତିଲକ ଲଗାନ୍ତୁ ।
- ତିନୋଟି ବେଳପତ୍ର, ଭାଙ୍ଗ,ଦୁଦୁରା, ଫଳ, ମିଠା, ପାନ ପତ୍ର, ସୁଗନ୍ଧ ଓ ଦକ୍ଷିଣା ଚଢାନ୍ତୁ, ପରେ କେସର ଯୁକ୍ତ କ୍ଷୀର ପ୍ରସାଦ ଠାକୁରଙ୍କୁ ଲଗାନ୍ତୁ ଓ ଭକ୍ତ ଗାଁ ମଧ୍ୟରେ ବାଣ୍ଟି ଦିଅନ୍ତୁ ।
- ପୂଜା ରେ ସବୁ କାମ କଲା ବେଳେ, ॐ ନମଃ ଶିୱାୟ ମନ୍ତ୍ର ଜାପ କରନ୍ତୁ ଏହି ଭଳି ପୂଜା କଲେ ଆପଣଙ୍କ ଜୀବନ ସବୁ ପ୍ରକାର ସମସ୍ୟା ଦୂର ହବ ଓ ଠାକୁରଙ୍କ ଆଶୀର୍ବାଦ ପ୍ରାପ୍ତ ହବ ।
ଭଗବାନ ଶିବଙ୍କର ଏହି ଚମତ୍କାରିକ ୧୫ଟି ମନ୍ତ୍ର
୧- ଓଁ ଶିବାୟ ନମଃ ।
୨- ଓଁ ସର୍ବାତ୍ମନେ ନମଃ ।
୩- ଓଁ ତ୍ରିନେତ୍ରାୟ ନମଃ ।
୪- ଓଁ ହରାୟ ନମଃ ।
୫- ଓଁ ଇନ୍ଦ୍ରମୁଖାୟ ନମଃ ।
୬- ଓଁ ଶ୍ରୀକଣ୍ଠାୟ ନମଃ ।
୭- ଓଁ ବାମଦେବାୟ ନମଃ ।
୮- ଓଁ ତତ୍ ପୂରୁଷାୟ ନମଃ ।
୯- ଓଁ ଈଶାନାୟ ନମଃ ।
୧୦- ଓଁ ଅନନ୍ତଧର୍ମାୟ ନମଃ ।
୧୧-ଓଁ ଜ୍ଞାନଭୂତାୟ ନମଃ ।
୧୨- ଓଁ ଅନନ୍ତବୈରାଗ୍ୟସିଙ୍ଘାୟ ନମଃ ।
୧୩- ଓଁ ପ୍ରଧାନାୟ ନମଃ ।
୧୪- ଓଁ ବ୍ୟୋମାତ୍ମନେ ନମଃ ।
୧୫- ଓଁ ଯୁକ୍ତକେଶାତ୍ମରୂପାୟ ନମଃ ।
- ଏହି ମନ୍ତ୍ର ସହିତ ଶିବ ଗାୟତ୍ରୀ ମନ୍ତ୍ର ଜପ କରିଲେ ଅତ୍ୟନ୍ତ ଶୁଭଫଳଦାୟକ ହୁଏ ବୋଲି କୁହାଯାଏ ।
- ଶିବ ଗାୟତ୍ରୀ ମନ୍ତ୍ର- ଓଁ ତତ୍ପୁରୁଷାୟ ବିଦ୍ମହେ, ମହାଦେବାୟ ଧୀମହି, ତନ୍ମୋ ରୁଦ୍ର ପ୍ରଚୋଦୟାତ୍ ।
- ଯଦି ଆପଣ ଯେ କୌଣସି କରଜରେ ବୁଡି ରହିଛନ୍ତି ତେବେ ଭଗବାନ ଶିବଙ୍କୁ ପ୍ରଣାମ କରି ଏହି ମନ୍ତ୍ର ଜପ କରନ୍ତୁ । କରଜରୁ ମୁକ୍ତି ପାଇବେ ।
ଚାରୋଟି ପ୍ରହର
ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ । ଏହିଦିନ ଭଗବାନ ଶିବଙ୍କ ଉପରେ କେତକୀଫୁଲ ଚଢ଼ାଯିବାର ବିଧି ରହିଛି ।
- ଶିବରାତ୍ରିକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା ।
- ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ ।
- ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ ।
- ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ ।

0 Comments
Do you have any doubts or suggestions? Ask them here in the comments!