ଦୋଳ ପୂର୍ଣ୍ଣିମା ଦିନ ଘରକୁ ନେଇ ଆସନ୍ତୁ ଏହି ଜିନିଷ

ଦୋଳ ପୂର୍ଣ୍ଣିମା ଦିନ ଘରକୁ ନେଇ ଆସନ୍ତୁ ଏହି ଜିନିଷ


ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦଶମୀ ଠାରୁ ଏହା ଆରମ୍ଭ ହୋଇ ଏହା ପୂର୍ଣ୍ଣିମାଓ ହୋଲି ପର୍ବରେ ଶେଷ ହୋଇଥାଏ । ଫଗୁ ଦଶମୀ ଦିନ ରାଧାକୃଷ୍ଣ ମନ୍ଦିରରେ ଫଗୁ ଲଗାଇ ବେଶ କରାଇ ବିମାନ ସଜାଇ ବସାଇ ଯାତ୍ରା କରାଯାଏ । 

୧- ମା ଲକ୍ଷ୍ମୀଙ୍କ ମୂର୍ତ୍ତି : ଦୋଳ ପୂର୍ଣ୍ଣିମାରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଘରକୁ ଆଣିଲେ ଶୁଭ ହୋଇଥାଏ । ସନ୍ଧ୍ୟା ସମୟରେ ମାଙ୍କ ଆଗରେ ମାଟି ଦୀପରେ ଗୁଆ ଘିଅ ଜଳାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହ ଗୋଟିଏ ଦୀପରେ ୯ଟି ବଳିତା ଲଗାଇ ଜାଲି ପାରିବେ । 

୨- ବଂଶୀ : ଏହି ପବିତ୍ର ଦିନ ଦୁଇ ଯୋଡା ବଂଶୀ ଘରକୁ ଆଣି ରାଧାକୃଷ୍ଣଙ୍କ ମୂର୍ତ୍ତି ଆଗରେ ରଖି ପୂଜା କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହାକୁ ଆପଣ ନିଜର ଡ୍ରୟଙ୍ଗ ରୁମରେ ରଖିଲେ ଘରେ ଚାଲିଥିବା କଳହ ଦୂର ହୋଇ ସୁଖଶାନ୍ତି ପ୍ରତିଷ୍ଠା ହେବ । ଏହା ସହ ଧନ ସମୃଦ୍ଧିର ଆଗମନ ହୋଇଥାଏ ।

୩- ନଡିଆ : ଦୋଳ ପୂର୍ଣ୍ଣିମା ଦିନରେ ନଡିଆ ଘରକୁ ଆଣନ୍ତୁ ଯାହାର ନାସୀ ଲାଗିଥିବ । ନଡିଆରେ ସିନ୍ଦୁର ଲଗାଇ ନାଲି ସୂତା ବାନ୍ଧି ଅରୁଆ ଚାଉଳରେ ପୂଜା କରନ୍ତୁ । ଏହା ପରେ ନଡିଆକୁ ହନୁମାନ ମନ୍ଦିରରେ ଚଢାଇ ଦିଅନ୍ତୁ । ଏହା ବ୍ଯତୀତ ଆପଣ କରଜରୁ ମୁକ୍ତି ପାଇବେ । ଜୀବନରେ କେବେ ବି ଆର୍ଥିକ ସମସ୍ୟା ଦେଖାଯିବ ନାହିଁ  ।

୪- ଓସ୍ତଗଛ : ଏହି ଦିନ ସନ୍ଧ୍ୟା ସମୟରେ ଓସ୍ତ ଗଛ ମୂଳେ ସୋରିଷ ତେଲର ଦୀପ ଜାଳିବା ପରେ ଘରକୁ ଏକ ମୁଖା ହୋଇ ଫେରି ଆସନ୍ତୁ । କେବେ ବି ପଛକୁ ବୁଲି ଦେଖନ୍ତୁ ନାହି । ଘରକୁ ପ୍ରବେଶ କରିବା ସମୟରେ ଭଲ ଭାବେ ହାତ ଗୋଡ ଧୋଇ ଦିଅନ୍ତୁ । ଏହା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହୋଇଥାଏ ।

୫- ସ୍ଵସ୍ତିକ ଚିହ୍ନ : ଏହି ଦିନ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ବା ଅର୍ଦ୍ଧଚନ୍ଦ୍ର ହଳଦୀ ବା କୁଙ୍କୁମରେ ଆଙ୍କି ଦିଅନ୍ତୁ । ଏଥିରେ ଅରୁଆ ଚାଉଳ ଲଗାଇ ଦିଅନ୍ତୁ । ଘରୁ ବାହାରିବା ସମୟରେ ଡାହାଣ ପାଦ ପ୍ରଥମେ ଦେଇ ଘରୁ ବାହାରିଲେ ସବୁ କାମରେ ସଫଳତା ମିଳିଥାଏ ।

୬- ମାଟିପାତ୍ର : ଏହି ଦିନ ୨ଟି ମାଟିପାତ୍ର ଘରକୁ ଆଣି ଗୋଟିକରେ କିଛି ବିରି ଓ ଅନ୍ୟଟିରେ ଲୁଣ ରଖନ୍ତୁ । ଏପରି ସ୍ଥାନରେ ଏହାକୁ ଲୁଚାଇ ରଖନ୍ତୁ ଯେମିତି କେହି ଦେଖିବେ ନାହି । ଏହି କାମ କରିବା ସମୟରେ ଆପଣଙ୍କୁ ଯେମିତି କେହି ନ ଦେଖନ୍ତି ।

Post a Comment

0 Comments