ଋଷି ପଞ୍ଚମୀ ବ୍ରତ କେବେ ଓ କାହିଁକି ପାଳନ କରାଯାଏ ?
- ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଗଣେଶ ପୂଜା ଏବଂ ତା ପରଦିନ ଭାଦ୍ରବ ଶୁକ୍ଳ ପଞ୍ଚମୀ | ଏହି ତିଥିରେ ଏକ ବିଶେଷ ନୀତି ପାଳନ କରାଯାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଏ।
- ଏହି ବ୍ରତ ସ୍ୱୟଂ ମା ଶ୍ରୀଲକ୍ଷ୍ମୀଦେବୀ ମଧ୍ୟ ପାଳନ କରିଥାନ୍ତି।
କାହିଁକି ପାଳନ କରାଯାଏ ?
ଏକ ଉପାଖ୍ୟାନରୁ ଜଣାଯାଏ ଯେ ସ୍ତ୍ରୀଲୋକମାନେ ରଜସ୍ୱଳା ହେବା ପରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଦେଇଥାନ୍ତି ତେବେ ସେଥିରୁ ମୁକ୍ତି ହେବା ପାଇଁ ନିର୍ଦ୍ଧିଷ୍ଟ ସପ୍ତଋଷିଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।
ଅର୍ଥାତ ସନାତନ ଧର୍ମ ଅନୁସାରେ ରଜସ୍ୱଳା ମହିଳା ପ୍ରଥମ 3ଦିନ ପର୍ଯ୍ୟନ୍ତ ଅଗ୍ନି ଏବଂ ଜଳକୁ ସ୍ପର୍ଶ କରିବା ଅନୁଚିତ | ତେଣୁ ପୂର୍ବ କାଳରେ ପ୍ରଥମ 3ଦିନ ରଜସ୍ୱଳା ମହିଳା କିଛି କାମ ନକରି ଗୋଟିଏ ଜାଗାରେ ବସି ରହୁଥିଲେ | କିନ୍ତୁ ଏବେ ପରିସ୍ଥିତି ଏପରି ହୋଇ ଯାଇଛିଯେ ରଜସ୍ୱଳା ସମୟରେ ରୋଷେଇ କରିବାକୁ ପଡୁଛି | ଯେହେତୁ ସେମାନେ ଅଗ୍ନି ଓ ଜଳକୁ ସ୍ପର୍ଶ କରନ୍ତି ତେଣୁ ତାଙ୍କ ଦ୍ୱାରା ପାପ ହୋଇଥାଏ ବା ସେ ପାପର ଭାଗିଦାର ହୋଇଥାନ୍ତି | ଏହା ଶାସ୍ତ୍ରୀୟ ମତ | ଯେହେତୁ ପୁରୁଷ ସେହି ଖାଦ୍ୟକୁ ଗ୍ରହଣ କରିଥାଏ ତେଣୁ ସେ ବି ପାପର ଭାଗିଦାର ହୋଇଥାନ୍ତି | ତେଣୁ ଏହି ବ୍ରତ ମିଶିକି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ କରିବା ଉଚିତ |
ପୂଜା ବିଧି
- ବ୍ରତର ପୂର୍ବ ଦିନ ପ୍ରଥମେ ଏକବାର କରିବେ (ଅର୍ଥାତ ଓଳିଏ ଅରୁଆ ଖାଦ୍ୟ ଗ୍ରହଣ କରିବେ) ତାପରଦିନ ବ୍ରତ ରଖିବେ |
- ପ୍ରଥମେ ଆଚମନ କରିବେ |
- ଦୀପ ଏବଂ ଧୂପ ପ୍ରଜ୍ବଳିତ କରିବେ |
- ପ୍ରଥମେ କଳସ ସ୍ଥାପନ କରିବେ |
- ତାପରେ ବ୍ରତର ସଂକଳ୍ପ କରିବେ | ହାତରେ ଜଳ ,ଫୁଲ, ଅକ୍ଷତ,ରାଶି,କୁଶ ଧରି ସଂକଳ୍ପ କରି ପାଣିକୁ କୌଣସି ପାତ୍ରରେ ଢାଳି ରଖି ଦେବେ |
- ତାପରେ 8ଟି ଗୁଆ କିମ୍ବା 7ଟି ମାଟି ଗୁଳା କରି ସପ୍ତଋଷି ଏବଂ ଦେବୀ ଅରୁନ୍ଧତୀଙ୍କୁ ହଳଦୀ ଗୁଳା କରି ସ୍ଥାପନ କରିବେ |
- ଏବଂ 8ଟି ଯାକ ମାଟି ଗୁଳାକୁ ବା ଗୁଆକୁ ଗଙ୍ଗା ଜଳ ବା ପଞ୍ଚାମୃତକୁ ଛିଞ୍ଚି ସ୍ନାନ କରାଇବେ |
- ତାଙ୍କୁ ଡ୍ରେସ ଭାବରେ ମୋଲି ସୂତାକୁ ଗୁଡ଼ାଇ ସେହି ଗୁଳା ଉପରେ ରଖିବେ |
- ଯେ ହେତୁ ସେ ଋଷି ଅଟନ୍ତି ତେଣୁ ପଇତା ଭାବରେ କିଛି ଧଳାସୂତା ଗୁଡ଼ାଇ ତାଙ୍କ ଉପରେ ରଖିବେ |
- ଦେବୀ ଅରୁନ୍ଧତୀଙ୍କୁ ଚୁନି ଖଣ୍ଡେ ଅର୍ପଣ କରିବେ | ଶଙ୍ଖା,ସିନ୍ଦୁର,ଅଳତା ଅର୍ପଣ କରିବେ |
- ତାପରେ ଅକ୍ଷତ,ପୁଷ୍ପ,ଦୁବ,ବରକୋଳି ପତ୍ର ଅର୍ପଣ କରିବେ |
- ସପ୍ତ ଋଷିଙ୍କୁ ଚନ୍ଦନ ଏବଂ ଦେବୀ ଅରୁନ୍ଧତୀଙ୍କୁ ହଳଦୀ ,ସିନ୍ଦୁର ଅର୍ପଣ କରିବେ |
- ଏହାପରେ ବ୍ରତକଥା ପଠନ କରିବେ।
- ଏହି ବ୍ରତରେ ଋଷି ମାନଙ୍କୁ କ୍ଷୀର,କଦଳୀ ଓ ଫଳ ଭୋଗ ଲାଗି କରା ଯାଇଥାଏ |
- ତାପରେ ଆଳତି କରିବେ |
- ତାପରେ କିଛି ଦକ୍ଷିଣା ଦେଇ କ୍ଷମା ପାର୍ଥନା କରିବେ |
ବିସର୍ଜନ କେବେ କରିବେ
- ସେହି ଦିନ ହିଁ ସନ୍ଧ୍ୟାରେ ଆଳତୀ କରି ବିସର୍ଜନ କରିଦେବେ |
- ଗୁଆରେ ଠାକୁରଙ୍କୁ ଆବାହନ କରିଥିଲେ ସବୁ ଉଠାଇ ନେଇ ପାଣିରେ ବିସର୍ଜନ କରିଦେବେ |
- ମାଟିରେ କରିଥିଲେ ଗୋଟିଏ ପାଣି କଂସାରେ ବୁଡାଇ ମିଳିଗଲା ପରେ କୌଣସି ଫୁଲ କୁଣ୍ଡରେ ମାଟି ସହ ଢ଼ାଲିଦେବେ |
ବ୍ରତ କେତେ ବର୍ଷ କରାଯାଏ ଏବଂ ଉଜ୍ଜାପନ କେବେ କରାଯାଏ
- ଏହି ବ୍ରତରେ ଥରେ ସଂକଳ୍ପ କରାଯାଏ |ସବୁ ବର୍ଷ ସଂକଳ୍ପ କରିବାକୁ ପଡ଼ିନଥାଏ |
- ସଂକଳ୍ପ କରି ବ୍ରତଟିକୁ ପାଞ୍ଚ ବର୍ଷ ବା 7 ବର୍ଷ କରାଯାଇଥାଏ |
- କେହି କେହି ଋତୁସ୍ରାବ ବନ୍ଦ ହେବ ପର୍ଯ୍ୟନ୍ତ ବ୍ରତ ପାଳନ କରିଥାନ୍ତି |
- ଉଜ୍ଜାପନ କରିବା ବେଳେ ବ୍ରାହ୍ମଣଙ୍କୁ ଡାକି ତାଙ୍କ ହାତରେ ସପ୍ତରୁଷି ଏବଂ ଦେବୀ ଅରୁନ୍ଧତୀଙ୍କୁ ଆହୁତି ଦେଇ ଉଜ୍ଜାପନ କରାଯାଏ |
ନୂଆଖାଇ ଏବଂ ଋଷି ପଞ୍ଚମୀ ବ୍ରତ ମିଶିକି କିପରି କରିବେ
- ନୂଆଖାଇ ଦିନ ଆପଣ ନିଶ୍ଚିତ ଭାବରେ କଳସ ସ୍ଥାପନା କରୁଥିବେ |
- ତେବେ ସେହି କଳସ ପାଖରେ ଦୀପ ଟିଏ ଲଗାଇ ବ୍ରତ ରଖିବା ପାଇଁ ସଂକଳ୍ପ କରନ୍ତୁ |
- ତାପରେ ଗୋଟିଏ ଢାଳରେ ପୁଣି କଳା ରାଶି,ଫୁଲ,ଦୁବ,ଚନ୍ଦନ ନେଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇ ସାରିବା ପରେ ସପ୍ତଋଷି ଏବଂ ଦେବୀ ଅରୁନ୍ଧତୀଙ୍କ ସ୍ମରଣ କରି 8 ଥର ଅର୍ଘ୍ୟ ଦିଅନ୍ତୁ ବା ଜଳ ଢ|ଳନ୍ତୁ |
- ମନ୍ତ୍ର - ସପ୍ତ ଋଷୟେ ନମଃ
- ଦେବୀ ଅରୁନ୍ଧତୟେ ନମଃ
- ପ୍ରଥମ ବର୍ଷ ଗୋଟିଏ ଥାଳିରେ 8ଗୋଟି ଫଳ ରଖି ଫୁଲରେ ପାଣି ଛଡେଇ ସେହି ଭୋଗକୁ ଛୁଆଙ୍କୁ ନ ହେଲେ ଗୋମାତାଙ୍କୁ ବାଣ୍ଟି ଦେବେ |
- ଏହିଦିନ ଉଷୁନା ଖାଇବେ ନାହିଁ ବା ଚାଉଳ ଜିନିଷ ଖାଇବେ ନାହିଁ |
- ଫଳ ଖାଇକି ରହିବେ ନହେଲେ ପୁରୀ,ପରଟା ଖାଇବେ |


.jpg)
0 Comments
Do you have any doubts or suggestions? Ask them here in the comments!