ଜାଣନ୍ତୁ ମସ୍ତକରେ ତିଳକ ଲଗାଇବାର ନିୟମ
ହିନ୍ଦୁ ପରମ୍ପରା ଅନୁସାରେ ମସ୍ତକରେ ତିଳକ ଲଗାଇବା ଶୁଭ ହୋଇଥାଏ। ଏହାକୁ ସାତ୍ତ୍ୱିକତାର ପ୍ରତୀକ ମଧ୍ୟ କୁହାଯାଏ। କୁହାଯାଏ ବିଜୟଶ୍ରୀ ପ୍ରାପ୍ତ କରିବା ପାଇଁ ହଳଦୀ, ଚନ୍ଦନ କିମ୍ବା କୁଙ୍କୁମର ତିଳକ ଲଗାଇବା ଉଚିତ। ଯଦି ବାର ଅନୁସାରେ ତିଳକ ଲଗାଯାଏ ତେବେ ଏହା ଅନେକ ଶୁଭ ଫଳ ଦେଇଥାଏ।
ଜାଣନ୍ତୁ କେଉଁ ଆଙ୍ଗୁଠିରେ ତିଳକ ଲଗାଇବେ
- ଠାକୁରଙ୍କୁ-ଅନାମିକା ଆଙ୍ଗୁଳି (Ring Finger)
- ନିଜେ ଲଗାଇବେ-ମଝି ଆଙ୍ଗୁଲି ଏବଂ ବୃଦ୍ଧାଙ୍ଗୁଳି ( Middle Finger OR Thumb )
- ପିତୃପୁରୁଷଙ୍କୁ-ବିଶି ଆଙ୍ଗୁଲି ( Index finger )
- ଅନ୍ୟମାନଙ୍କୁ- ବୁଦ୍ଧାଙ୍ଗୁଳି ( Thumb )
ଆସନ୍ତୁ ଜାଣିବା କେଉଁ ବାରରେ କେଉଁ ରଙ୍ଗର ତିଳକ ଲଗାଇବା ଉଚିତ…
ସୋମବାର
- ସୋମବାର ଦିନ ଧଳା ତିଳକ ଲଗାଇବା ଶୁଭ ହୋଇଥାଏ। କାରଣ ଏହି ଦିନ ମହାଦେବଙ୍କ ବାର ହୋଇଥାଏ।
- ଏହି ବାରର ସ୍ୱାମୀ ହେଉଛନ୍ତି ଚନ୍ଦ୍ର। ଆପଣ ଚାହିଁଲେ ସୋମବାର ଦିନ ମଥାରେ ବିଭୂତି କିମ୍ବା ଭସ୍ମ ଲଗାଇପାରିବେ।
ମଙ୍ଗଳବାର
- ମଙ୍ଗଳବାର ହନୁମାନଙ୍କ ପ୍ରିୟ ବାର। ଏହି ଗ୍ରହର ସ୍ୱାମୀ ଗ୍ରହ ହେଉଛନ୍ତି ମଙ୍ଗଳ।
- ମଙ୍ଗଳ ଲାଲ ରଙ୍ଗର ପ୍ରତିନିଧିତ୍ୱ କରିଥାନ୍ତି। ଏଣୁ ଏହି ଦିନ ଲାଲ ରଙ୍ଗର ଟିକା ଲଗାଇବା ଶୁଭ ହୋଇଥାଏ।
ବୁଧବାର
- ବୁଧବାରକୁ ଭଗବାନ ଗଣେଶ ଓ ମା’ ଦୁର୍ଗାଙ୍କ ଦିନ ବୋଲି ଧରାଯାଏ। ଏହି ଦିନର ଗ୍ରହ ସ୍ୱାମୀ ବୁଧ ଗ୍ରହ।
- ଏହି ବାରରେ ଶୁଖିଲା ସିନ୍ଦୁରର ତିଳକ ଲଗାଇବା ଉଚିତ।
ଗୁରୁବାର
- ଗୁରୁବାରକୁ ବୃହସ୍ପତି ଓ ବ୍ରହ୍ମାଙ୍କ ଦିନ ବୋଲି କୁହାଯାଏ। ଗୁରୁଙ୍କୁ ହଳଦୀ ଓ ଧଳା ରଙ୍ଗର ମିଶ୍ରିତ ରଙ୍ଗ ପସନ୍ଦ।
- ଏଣୁ ଏହି ଦିନ ଚନ୍ଦନର ଟିକା ଲଗାଇବା ଉଚିତ। ଆପଣ ଚାହିଁଲେ ହଳଦୀର ତିଳକ ବି ଲଗାଇପାରିବେ।
ଶୁକ୍ରବାର
- ଶୁକ୍ରବାରକୁ ମା’ ଲକ୍ଷ୍ମୀଙ୍କ ଦିନ କୁହାଯାଏ। ଏହି ଦିଗର ଗ୍ରହ ସ୍ୱାମୀ ହେଉଛନ୍ତି ଶୁକ୍ର।
- ଏଣୁ ଦିନ ଲାଲ ଚନ୍ଦନ ଲଗାଇବା ଶୁଭ ହୋଇଥାଏ।
ଶନିବାର
ଶନିବାର ଦିନ ଭୈରବ, ଶନି ଓ ଯମଙ୍କ ଦିନ। ଏହି ଦିନ ଭସ୍ମ ଲଗାଇଲେ ଶୁଭ ଫଳ ମିଳିଥାଏ।
ରବିବାର
- ରବିବାର ଭଗବାନ ବିଷ୍ଣୁ ଓ ସୂର୍ଯ୍ୟଙ୍କ ବାର।
- ଏହି ଦିନ ଲାଲ ଚନ୍ଦନ କିମ୍ବା ସବୁଜ ଚନ୍ଦନ ଲଗାନ୍ତୁ। ବିଷ୍ଣୁଙ୍କ କୃପା ବଜାୟ ରହିବ।

.jpg)

0 Comments
Do you have any doubts or suggestions? Ask them here in the comments!