ଘରେ ଚାବି ରିଙ୍ଗ ବ୍ୟବହାର କରୁଥିଲେ ଏହି ନିୟମ ଗୁଡିକୁ ଜାଣି ନିୟନ୍ତୁ

ଘରେ ଚାବି ରିଙ୍ଗ ବ୍ୟବହାର କରୁଥିଲେ ଏହି ନିୟମ ଗୁଡିକୁ ଜାଣି ନିୟନ୍ତୁ


ତାଲା ପାଇଁ ଆଉ କିଛି ନିୟମ

  1. ଘର ବା ଦୋକାନ ଉତ୍ତର-ପୂର୍ବ ମୁଖୀ ହୋଇଥିଲେ ହଳଦିଆ ରଙ୍ଗର ତାଲା ଝୁଲାଇ ଦିଅନ୍ତୁ। ପଶ୍ଚିମ-ପୂର୍ବ ଦିଗରେ ଲାଲ ରଙ୍ଗର ତାଲା ଝୁଲାନ୍ତୁ।
  2. ଦକ୍ଷିଣ-ପଶ୍ଚିମ ଦିଗ ରାହୁଙ୍କ ସ୍ଥାନ ହୋଇଥିବାରୁ ଏହି ଦିଗରେ ଗାଢ ରଙ୍ଗର ତାଲା ଲାଗାନ୍ତୁ।
  3. ଉତ୍ତର-ପଶ୍ଚିମ ଦିଗରେ ଚାନ୍ଦି ରଙ୍ଗର ତାଲା ଲଗାଇବା ଦ୍ୱାରା ସୁରକ୍ଷା ବଢିଯାଏ।
  4. ତାଲା ଲଗାଇବା ସମୟରେ ଧ୍ୟାନ ଦେବେ ଯେପରି ତାଲାରୁ କୌଣସି ଶଦ୍ଧ ଆସୁ ନଥିବ। 
  5. ସମୟ ଅନୁସାରେ ତାଲାରେ ତେଲ ଦିଅନ୍ତୁ। 
  6. ବିନା ଚାବିର ତାଲାକୁ ଘରେ କେବେ ବି ରଖନ୍ତୁ ନାହିଁ। 
  7. ଘରେ ବନ୍ଦ ପଡିଥିବା ତଥା ପୁରୁଣା ତାଲା ରଖିବା ଉଚିତ ନୁହେଁ। କୁହାଯାଏ, ବନ୍ଦ ତାଲା ଘରେ ରଖିବା ଦ୍ୱାରା କ୍ୟାରିଅରେ ବାଧା ଉପୁଜେ ଏବଂ ବିବାହ କାର୍ଯ୍ୟରେ ବିଳମ୍ବ ହୁଏ।
  8. ଠାକୁର ଘର, ମନ୍ଦିର, ପୂଜା ସ୍ଥଳରେ ତାଲା ପକାନ୍ତୁ ନାହିଁ।
  9. କିଛି ଲୋକ ବାହାରକୁ ଛୁଟି କାଟିବା ପାଇଁ କିମ୍ବା କୌଣସି ଅନ୍ୟ କାମ ପାଇଁ ଘରେ ତାଲା ପକାଇ ଚାଲିଯାଇଥାନ୍ତି ଏବଂ ଘର ଭିତରେ ଠାକୁରଙ୍କୁ ବି ବନ୍ଦ କରି ଚାଲିଯାଆନ୍ତି । ପ୍ରକୃତରେ ଏଭଳି କରିବା ଭୁଲ୍ ।  ଘରେ ତାଲା ପକାଇ ଯାଆନ୍ତୁ କିନ୍ତୁ ଭୁଲ୍ ରେ ଠାକୁର ଘରେ ତାଲା ପକାନ୍ତୁ ନାହିଁ ।

ତାଲା ଦ୍ୱାରା କିଛି ବାସ୍ତୁ ଉପାୟ 

  1. ଯଦି ଆପଣଙ୍କ ଜୀବନରେ ସମସ୍ୟା ଦେଖା ଦେଇଛି, ଚାକିରି ହେଉନି, ବ୍ୟବସାୟରେ କ୍ଷତି ହେଉଛି ତେବେ ଶୁକ୍ରବାର ଦିନ ବଜାରରୁ ଗୋଟିଏ ଲୁହା କିମ୍ବା ଷ୍ଟିଲ ତାଲା କିଣି ଅଣନ୍ତୁ। 
  2. ତାଲା କିଣିବା ବେଳେ ଲକ୍ଷ୍ୟ କରିବେ ଯେପରି ତାହା ବନ୍ଦ ରହିଛି, ତାହାକୁ ଦୋକାନୀ କି ଆପଣ ମଧ୍ୟ ଖୋଲିବେ ନାହିଁ। ଏ
  3. ହାପରେ ସେହି ବନ୍ଦ ତାଲାକୁ ଘରକୁ ଆଣି କାହାକୁ ନଜଣେଇ ଗୋଟିଏ ଡବାରେ ରଖିଦିଆନ୍ତୁ, ଏବଂ ସେହି ବନ୍ଦ ଡବାଟିକୁ ନିଜ ଶୋଇବା ସେଜ ପାଖରେ ମୁଣ୍ଡ ଉପରେ ରଖି ଶୋଇଯାନ୍ତୁ। 
  4. ପରଦିନ ସକାଳେ ଅର୍ଥାତ୍ ଶନିବାର ଦିନ ଗାଧୋଇ ସାରି ସେହି ଡବାଟିକୁ ନେଇ କୌଣସି ଦେବାଳୟ ପାଖକୁ ଯାଇ ସେଥିରୁ ତାଲାଟି ବାହାର କରି ସେଠି ରଖି ଈଶ୍ୱରଙ୍କୁ ପ୍ରାର୍ଥନା କରି ଚାଲି ଆସନ୍ତୁ। 
  5. ଏଭଳି କରିବା ଦ୍ଵାରା କିଛି ଦିନ ଭିତରେ ଶୁଭ ଫଳ ମିଳିଥାଏ ବୋଲି କୁହାଯାଏ।

ଦିଗ ଅନୁସାରେ ଚାବିକୁ ରଖନ୍ତୁ

  1. ସବୁବେଳେ ଖୋଲୁଥିବା ଏବଂ ବନ୍ଦ କରୁଥିବା ଚାବିକୁ ବ୍ୟାୟଵ୍ୟ କୋଣରେ ରଖନ୍ତୁ | ଫ୍ୟାକ୍ଟ୍ରି,ଦୋକାନ ଗାଡ଼ି ଛବିକୁ ବି ସର୍ବଦା ବ୍ୟାୟଵ୍ୟ (ଉତ୍ତର-ପଶ୍ଚିମ) କୋଣରେ ଝୁଲାନ୍ତୁ |
  2. ତିଜୋରି ଚାବିକୁ ସର୍ବଦା ନୈଋତ କୋଣ(ଦକ୍ଷିଣ-ପଶ୍ଚିମ) କୋଣରେ ଝୁଲାନ୍ତୁ |

ଏପରି ଚାବି ରିଙ୍ଗ ରଖନ୍ତୁ ନାହିଁ

  1. ଭଗବାନଙ୍କ ଫୋଟୋ ଥିବା ଛବି ରିଙ୍ଗ ରଖନ୍ତୁ ନାହିଁ |
  2. ପ୍ଲାଷ୍ଟିକ ଏବଂ ଲେଦର ଚାବି ରିଙ୍ଗ ବି ବ୍ୟବହାର କରନ୍ତୁ ନାହିଁ |
  3. ସର୍ବଦା ଷ୍ଟିଲ,ତମ୍ବା,କାଠ,ସିଲଭର,ପିତ୍ତଳଏବଂ କାଚର ଚାବି ରିଙ୍ଗ ବ୍ୟବହାର କରନ୍ତୁ |

ତା' ସହ ଏହି କଥାକୁ ଧ୍ୟାନ ଦିଅନ୍ତୁ କି ଚାବି ରିଙ୍ଗକୁ ଛୋଟରୁ ବଡ଼ ଆକାରରେ ସଜାଇ ରଖନ୍ତୁ |

Post a Comment

0 Comments