ଚୈତ୍ର ନବରାତ୍ରିର ପ୍ରଥମ ଦିନ

ଦେବୀ ଦୁର୍ଗା କେଉଁ ବାହନରେ ଧରାବତରଣ କରିବେ ତାହା ନବରାତ୍ରିର ପ୍ରଥମ ଦିନରୁ ହିଁ ଜଣାପଡିଯାଏ। ଦେବୀ ଭାଗବତ ପୁରାଣ ଅନୁସାରେ ଯେଉଁ ଦିନ ମାଙ୍କ ପୂଜା ଆରମ୍ଭ ହୁଏ ସେହି ଦିନର ବାର ଅନୁସାରେ ବାହନ ନିର୍ଦ୍ଧାରିତ। ରବି ଓ ସୋମବାର ନବରାତ୍ର ଆରମ୍ଭ ହେଉଥିଲେ ମା ଗଜବାହନରେ ଧରାବତରଣ କରିଥାନ୍ତି। 

ଶନି ଓ ମଙ୍ଗଳବାର ନବରାତ୍ର ଆରମ୍ଭରେ ମା ଘୋଟକ ବାହନରେ ଆସନ୍ତି। 

ଗୁରୁ ଓ ଶୁକ୍ରବାର ମା ଶବାରୀରେ ଆଗମନ କରୁଥିବା ବେଳେ ବୁଧବାର ନୌକା ବାହନରେ ଆଗମନ କରନ୍ତି।

ଆପଣଙ୍କ ଜୀଵନ ରେ ଯଦି କିଛି ଅସୁବିଧା ଅଛି କିମ୍ବା ଧନ ସମ୍ପତ୍ତି ରହୁ ନାହିଁ । କିମ୍ବା ଧନ ଆସୁଛି କିନ୍ତୁ ରହୁନାହିଁ । କଳହ ହେଉଛି ଘରେ ଅଶାନ୍ତ ରହୁଛି । ମନରେ ଶାନ୍ତି ରହୁ ନାହିଁ । କିମ୍ବା ଜୀବନରେ ସୁଖ ରହୁ ନାହିଁ ତେବେ ଆପଣ ନବରାତ୍ରି ଆସିବା ପୂର୍ବରୁ ନିଜ ଘରକୁ ଏହି ଚାରଟି ଜିନିଷ ଆଣି ପାରିବେ । ଆପଣ ଚାହିଁଲେ ଏହା ମଧ୍ୟରୁ କୌଣସି ଗୋଟିଏ କୁ ଆଣି ପାରିବେ ନଚେତ ଚାରଟି ଜିନିଷ କୁ ମଧ୍ୟ ଆଣି ପାରିବେ ।

୧- ପ୍ରଥମ ଜିନିଷ ହେଉଛି ସ୍ୱସ୍ତିକ ଚିହ୍ନ । ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଆପଣ ନିଜ ଘରକୁ ସ୍ୱସ୍ତିକ ଚିହ୍ନ ଆଣନ୍ତୁ ଏହା ଦ୍ୱାରା ଆପଣଙ୍କ ଘରେ ଥିବା ନକରାତ୍ମକ ଉର୍ଜା ଦୁର ହେବ ଏବଂ ସକରାତ୍ମକ ଉର୍ଜା ଘରକୁ ପ୍ରବେଶ କରିବ ତେଣୁ ନବରାତ୍ରି ଆରମ୍ଭ ପୂର୍ବରୁ ଘରର ମୁଖ୍ୟ ଦ୍ବାର ରେ ସ୍ୱସ୍ତିକ ଚିହ୍ନ ଆଣି ଲଗାନ୍ତୁ ।



୨- ଦ୍ଵିତୀୟ ଜିନିଷ ହେଉଛି କଇଁଛ । କଇଁଛ କୁ ବାସ୍ତୁ ଶାସ୍ତ୍ର ରେ ବହୁତ ମହତ୍ତ୍ୱପୂର୍ଣ୍ଣ ମାନି ନିଆଯାଇଛି । ତେଣୁ ଘରକୁ ନବରାତ୍ରି ପୂର୍ବରୁ ଘରକୁ କଇଁଛ ଆଣନ୍ତୁ । କଇଁଛ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ କୁହାଯାଏ । ଜୀବିତ କିମ୍ବା ଧାତୁରୁ ପ୍ରସ୍ତୁତ କଇଁଛ ଘରକୁ ଆଣି ପାରିବେ ।

୩- ତୃତୀୟ ଜିନିଷ ହେଉଛି ମାତା ଲକ୍ଷ୍ମୀ ଙ୍କ ଚରଣ ପାଦୁକା । ମାତାଙ୍କ ଚରଣ ପାଦୁକା ଘରକୁ ଆଣିଲେ ଏହା ବହୁତ ଲାଭ ଦାୟକ ହୋଇଥାଏ । ଏହା ଦ୍ୱାରା ଧନ ର ଅଭାବ କେବେବି ହେବ ନାହିଁ ।



୪- ଚତୁର୍ଥ ଜିନିଷ ହେଉଛି ଦୌଡ଼ ଥିବା ଘୋଡାର ଫଟୋ । ଘରେ କିମ୍ବା ଅଫିସରେ ଦକ୍ଷିଣ ପୂର୍ବ କାନ୍ଥ ରେ ଏହି ଫୋଟୋ କୁ ଲଗାଇଲେ ଧନର ଅଭାବ କେବେବି ହେବ ନାହିଁ ଏବଂ ଧନ ର ବୃଦ୍ଧି ହେବ ।

 


Post a Comment

0 Comments