ଶିବ ମନ୍ଦିର ଯିବା ପୂର୍ବରୁ ଜାଣି ରଖନ୍ତୁ କିଛି ନିୟମ
ସପ୍ତାହରେ ସାତ ଦିନ ରହିଛି। ପ୍ରତ୍ୟେକ ବାର କୌଣସି ନା କୌଣସି ଦେବୀ ବା ଦେବତାଙ୍କୁ ସମର୍ପିତ କରାଯାଇଛି। ତେଣୁ ପ୍ରତ୍ୟେକ ବାର ଦିନ ସେହି ଦେବତା ମାନଙ୍କର ଶକ୍ତି ଅଧିକ ସକ୍ରିୟ ହୋଇଥାଏ। ତେଣୁ ଯଦି ଆପଣ ସେହି ବାର ଦିନ କିଛି ନିୟମ ପାଳନ କରିବେ, ତାହେଲେ ଆପଣଙ୍କ ଜୀବନ ଅତ୍ୟନ୍ତ ସୁଖମୟ ରହିବ।
କିନ୍ତୁ ଆଜି ଆପଣ ମାନଙ୍କୁ ସୋମବାର ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଏବଂ ସୋମବାର ଦିନ କେଉଁସବୁ ଭୁଲ କରିବା ଉଚିତ ନୁହେଁ, କେଉଁ ସବୁ ବ୍ରତ ସୋମବାର ଦିନ ରଖିବା ଉଚିତ ଏବଂ କେଉଁ ନିୟମ ଗୁଡ଼ିକ ପାଳନ କରିବା ଉଚିତ ଜାଣିବା।
ସୋମବାର ଦିନଟି ଭଗବାନ ଶିବଙ୍କୁ ସମର୍ପିତ ଅଟେ। ମାନ୍ୟତା ରହିଛି କି ସୋମବାର ଦିନ ଭଗବାନ ଶିବ ଏବଂ ଚନ୍ଦ୍ରଙ୍କର ଉପାସନା କରାଯାଇଥାଏ। ଏହିଦିନ ଶିବଙ୍କର ବ୍ରତ ମଧ୍ୟ ରଖାଯାଏ। କୁହାଯାଏ କି ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଥାଆନ୍ତି। ତେଣୁ ଏହି ଦିନ ଭକ୍ତ ମାନେ ନିଜ ଅଭିଳାଷା ନେଇ ବ୍ରତ ରଖିଥାନ୍ତି।ତେଣୁ ବ୍ରତ ରଖିବା ସହିତ ଭଗବାନ ଶିବଙ୍କୁ ଯାହା ପ୍ରିୟ ତାହା ମଧ୍ୟ କରିବା ଉଚିତ।
ଆପଣ ବାରମାସ ସୋମବାର କରନ୍ତୁ ମାତ୍ର ସେହି ନିୟମ ଯଦି ପାଳନ କରି ମନ୍ଦିର ଯିବେ ତେବେ ଆପଣ ଯେଉଁ କାର୍ଯ୍ୟ ନିମନ୍ତେ ଯାଉଥିବେ ସେହି କାର୍ଯ୍ୟ ଆପଣଙ୍କର ସଫଳ ହେବ । ବହୁତ ଲୋକ କହିଥାନ୍ତି ଆମ୍ଭେ ଯେଉଁ ଇଚ୍ଛା ନେଇ ମନ୍ଦିରକୁ ଯାଉଅଛୁ ସେହି ଇଛା ଆମ୍ଭ ମାନଙ୍କର ପୂରଣ ହେଉନାହିଁ । ମାତ୍ର ସେମାନେ ସବୁ ନିୟମ ସମ୍ବନ୍ଧରେ ଜାଣି ନଥାନ୍ତି ।
- ସୋମବାର ଦିନ ସ୍ନାନ ସାରି ଶିବ ମନ୍ଦିର ଯାଆନ୍ତୁ ଏବଂ ଭଗବାନ ଶିବଙ୍କୁ ବେଲପତ୍ର, ଫୁଲ, ଫଳ, ଧୂପ ଦୀପ ଆଦି ଅର୍ପଣ କରନ୍ତୁ। ଏହାଦ୍ୱାରା ଜୀବନରେ ସୁଖସମୃଦ୍ଧି ବଢ଼ିଥାଏ।
- ସୋମବାର ଦିନ ଭଗବାନ ଶିବଙ୍କୁ ତୁଳସୀ ପତ୍ର, କେତକୀ ଫୁଲ ଆଦି ଅର୍ପଣ କରିବା ଉଚିତ ନୁହେଁ।
- ଭଗବାନ ଶିବଙ୍କୁ ସୋମବାର ଦିନ ଧଳା ଜିନିଷ ଆଦି ଅର୍ପଣ କରିବା ଉଚିତ। ଏହାସହିତ ଆପଣ ମଧ୍ୟ ଧଳା ଜିନିଷ ବ୍ୟବହାର କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିବ।
- ବାସ୍ତୁ ଶାସ୍ତ୍ର ଅନୁସାରେ ସୋମବାର ଦିନ ଯଦି ଆପଣ ବାହାରକୁ ଯାଉଛନ୍ତି, ତାହେଲେ ଯିବା ପୂର୍ବରୁ ଆଇନା ନିଶ୍ଚିତ ଭାବରେ ଦେଖନ୍ତୁ। ଦେଖିବେ ଆପଣ ସବୁ କାର୍ଯ୍ୟରେ ସଫଳ ହେବେ।
ଏଭଳି କାର୍ଯ୍ୟ ସୋମବାର ଦିନ କଦାପି କରିବା ଉଚିତ ନୁହେଁ
- ସୋମବାର ଦିନ ମହିଳା ଓ ପୁରୁଷ ମାନଙ୍କୁ କେବେବି କଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ।
- ଏହିଦିନ ଉଭୟ ସ୍ତ୍ରୀ ଓ ପୁରୁଷ ମୁଣ୍ଡ ଧୋଇବା ଉଚିତ ନୁହେଁ। ନଚେତ ଏହାର ଖରାପ ପ୍ରଭାବ ପରିବାର ଉପରେ ପଡ଼ିଥାଏ।
- ଯେଉଁମାନେ ସୋମବାର ବ୍ରତ ରଖୁଛନ୍ତି, ସେମାନେ ସମ୍ଭୋଗ କରିବା ଉଚିତ ନୁହେଁ।
- ଏହିଦିନ ଆମିଷ, ମଦ୍ୟପାନ ଆଦି କରିବା ଅନୁଚିତ।
- ସୋମବାର ଦିନ ଅନ୍ୟମାନଙ୍କୁ ଅପମାନ କରନ୍ତୁ ନାହିଁ।
- ସୋମବାର ଦିନ ଗାଈକୁ ରୁଟି ଓ ଗୁଡ ଖାଇବାକୁ ଦେବା ଉଚିତ। ଏହାସହିତ ଏହିଦିନ ଗାଈ ଓ ବଳଦକୁ ସବୁଜ ଚାରା ଖାଇବାକୁ ଦେବା ଉଚିତ। ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। କୁହାଯାଏ କି ଘରେ ପ୍ରସ୍ତୁତ ହେଉଥିବା ରୁଟିର ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦେବା ଉଚିତ।
ଶିବ ମନ୍ଦିର ଯିବା ପୂର୍ବରୁ ଜାଣି ରଖନ୍ତୁ କିଛି ନିୟମ
- ମହିଳା ମାନେ ବିଶେଷ କରି ଗୋଟିଏ ଭୁଲ କରିଥାନ୍ତି । ସେମାନେ ଯେଉଁ ଭୋଗ କୁ ନେଇ ଯାଇଥାନ୍ତି ସେହି ଭୋଗ କୁ ସଂପୂର୍ଣ୍ଣ ରୂପରେ ଘରକୁ ଫେରାଇ ଆଣିଥାନ୍ତି । ଏହା ହେଉଅଛି ସବୁଠାରୁ ବଡ ଭୁଲ ।
- ମହାଦେବ ହେଉଛନ୍ତି ତ୍ୟାଗ ର ପ୍ରତୀକ । ଆପଣ ଲୋଭ କରି ଭୋଗ ଲଗାଇ ଅନ୍ୟକୁ ଦେବା କଥା ଚିନ୍ତା କରନ୍ତୁ । ଆପଣ ଯଦି ପୂଜା କରୁଛନ୍ତି ତେବେ ମହାଦେବ ଙ୍କୁ ଭୋଗ ଲଗାଇବା ପରେ ଆପଣ ସେହି ଭୋଗରୁ ଗୋଟିଏ ଭୋଗ ସର୍ବ ପ୍ରଥମେ ଗୋ ମାତାଙ୍କୁ ଖୁଆନ୍ତୁ । ଏହାପରେ ଆପଣ ଛୋଟ ଛୋଟ ପିଲାଙ୍କୁ ବାଣ୍ଟି ଦିଅନ୍ତୁ ।
- ଯଦି ଆପଣ ସୋମବାର ଦିନ ମନ୍ଦିର ଯିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ଆ-ମି-ଷ ସେବନ କରନ୍ତୁ ନାହିଁ । ରବିବାର ଦିନ ଆ-ମି-ଷ ଖାଇବାକୁ ବାରଣ କରାଯାଇଅଛି ।
- ଏହା ସହିତ ଯଦି ଆପଣ ରବିବାର ଦିନ ଆମିଷ ଖାଇଥାନ୍ତି ତେବେ ତାହା ସୋମବାର ଦିନ ଆପଣଙ୍କ ପେଟରେ ଥିବ । ଏଣୁ ଆପଣ କେବେ ମଧ୍ୟ ରବିବାର ଦିନ ଆମିଷ ଖାଇ ସୋମବାର ଦିନ ମନ୍ଦିର ଜାଆନ୍ତୁ ନାହିଁ ।
- ଯେଉଁ ମାନେ ସୋମବାର ଦିନ ବ୍ରତ କରିଥାନ୍ତି ସେମାନେ ସେହିଦିନ ହବିଷ କରିଥାନ୍ତି । ଅର୍ଥାତ ସେହି ଦିନ ସେମାନେ ଥରେ ଖାଇ ରାତିରେ ପଣା ସେବନ କରିଥାନ୍ତି ।
- ପ୍ରତ୍ୟକ ଦିନ ସ୍ନାନ କରିବା ସମୟରେ ଆପଣ ଜଳରେ ଗଙ୍ଗାଜଳ ମିଶାଇ ସ୍ନାନ ବା ଗୋବର ମିଶାଇ ଗାଧାନ୍ତୁ । ଏହା ସହିତ ଆପଣ ସ୍ନାନ ମନ୍ତ୍ର ଗାଇ ସ୍ନାନ କରନ୍ତୁ ।
- ମହାଦେବ ଙ୍କୁ ଅରଖ, ଚମ୍ପା, ଦୁଦୁରା, ଗୟସ ତଥା ବିଭିନ୍ନ ପ୍ରକାରର ଫୁଲ ଅର୍ପଣ କରି ପାରିବେ ।
- ସୋମବାର ଦିନ ଆପଣ ସର୍ବ ପ୍ରଥମେ ନିଜ ଘରର ଠାକୁରଙ୍କ ପୂଜା ସାରି ଶିବ ମନ୍ଦିର ଜାଆନ୍ତୁ ।
- ଆପଣ ଶିବ ମନ୍ଦିର ଯାଇ ନନ୍ଦୀ ଙ୍କ କାନରେ ନିଜ ମନ କଥା କୁହନ୍ତୁ । ଅର୍ଥାତ ଆପଣଙ୍କ ମନୋଷ୍କାମନା ଆପଣ ନନ୍ଦୀ ମହାରାଜ ଙ୍କ କାନରେ କୁହନ୍ତୁ ।
- ଏହା ପରେ ଆପଣ ମହାଦେବ ଙ୍କୁ ପ୍ରଣାମ କରନ୍ତୁ । ଆପଣ ମହାଦେବ ଙ୍କ ତ୍ରିଶୂଳ କୁ ମଧ୍ୟ ପ୍ରଣାମ କରନ୍ତୁ ।
- ସବୁବେଳେ ସଫା ବସ୍ତ୍ର ବା ଧୁଆ ବସ୍ତ୍ର ପିନ୍ଧିବେ | ପୁରୁଷ ମାନେ ଧଳା ଏବଂ ମହିଳା ମାନେ ଲାଇଟ କଲର ପିନ୍ଧିବେ |
- ଧୋବା ସଫା କରିଥିବା ବସ୍ତ୍ର ପିନ୍ଧିବେ ନାହିଁ | ସ୍ୱାମୀ ଯଦି ମଦିର ଭିତରକୁ ନ ଯିବେ ତେବେବି ଧୁଆ ବସ୍ତ୍ର ପିନ୍ଧିବେ |
- ଚପଲ ନ ପିନ୍ଧି ଭୋଗ ନେଇକି ଯାଆନ୍ତୁ |
- ପ୍ୟାକେଟ କ୍ଷୀର ନେବେ ନାହିଁ | ବାଛୁରୀ ଜନ୍ମର 21 ଦିନ ନ ହୋଇଥଲେ ସେହି ଖିର ଏବଂ ବାଛୁରୀ ଜନ୍ମ ପରେ ପରେ ମୃତ୍ୟୁ ହୋଇଯାଇଥିଲେ ସେଇ ଗାଈ ଖିର ପୂଜା କରିବେ ନାହିଁ |
- ଦେଶୀ ଘିଅ ନେବେ |
- ଲିଙ୍ଗରେ ଘଷିବା ପାଇଁ ଲହୁଣୀ , ଦହି, କଦଳୀ ଏବଂ କନ୍ଦ ମିଶାଇକି ଘଷି ପାରିବେ |
- ଶମୀ ପତ୍ର ବା ବେଲପତ୍ର ନେବେ | 5,7,21,108 ନେଇପାରିବେ ଯାହାକି ଚିରା ଫଟା ନଥିବ |
- ବେଲ ପତ୍ର ଅର୍ପଣ କଲାବେଳେ 'ଓଁ ନମଃ ଶିବାୟ' ଦାନ୍ତ ନ ଲଗାଇ ମନେ ମନେ ଗାଇବେ |
- ବେଲ ପତ୍ର ରେ 3ଟି ଶାଖାରେ ଓଁ ନମଃ ଶିବାୟ ଅଲଗା ଅଲଗା ଶ୍ୱେତ ବା ରକ୍ତ ଚନ୍ଦନରେ ଲେଖି ଅର୍ପଣ କରିବେ |
- ରାମ ନାଁ ଲେଖି ବି ଅର୍ପଣ କରିପାରିବେ |
- ମୁଁ କାର ଏବଂ ଲୋଭ ଛାଡି ପୂଜା କିରବେ |
- ପ୍ରଥମେ ସୂର୍ଯ୍ୟ ପୂଜା କରି ସାରି ମହାଦେବଙ୍କୁ ପୂଜା କରିବେ |
- ପ୍ରଥମେ ଧ୍ବଜା , ପାହାଚ ଏବଂ ଦକ୍ଷିଣ ପଟେ ଅର୍ଦ୍ଧ ଚନ୍ଦ୍ର ବୁଲି ମନ୍ଦିର ରେ ପସିବେ |
- ମନ୍ଦିରରେ ଉତ୍ତର ଦିଗକୁ ଚାହିଁ ପୂଜା କରିବେ |
- ପୂଜା ପରେ ମନ୍ଦିରରେ ବସିବେ ଏବଂ ତାପରେ ଘରକୁ ଫେରିବେ |

.jpg)
0 Comments
Do you have any doubts or suggestions? Ask them here in the comments!