ଫାଲ୍ଗୁନ ଅମାବାସ୍ୟା
ହିନ୍ଦୁ ଧର୍ମରେ ଅମାବାସ୍ୟା ତିଥିକୁ ବେଶ୍ ଭଲ ବୋଲି ବିବେଚନା କରାଯାଏ । ବର୍ଷକୁ ୧୨ ଟା ଅମାବାସ୍ୟା ତିଥି ପଡ଼ିଥାଏ । ଫାଲ୍ଗୁନ ମାସରେ ପଡ଼ୁଥିବା ଅମାବାସ୍ୟାକୁ ଫାଲଗୁନ ଅମାବାସ୍ୟା ବୋଲି କୁହାଯାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ବିଧି ରହିଛି । ଏଥି ସହିତ ଏହି ଦିନ ତର୍ପଣ ଓ ପିଣ୍ଡଦାନ ମଧ୍ୟ କରାଯାଇଥାଏ । ଫାଲ୍ଗୁନ ମାସ ଅମାବାସ୍ୟା ତିଥିକୁ ଫାଲଗୁନ ଅମାବାସ୍ୟା ଭାବେ ପାଳନ କରାଯାଏ । ଏହାସହିତ ଏହିଦିନ ପିତୃପୁରୁଷଙ୍କୁ ତର୍ପଣ କରାଯାଏ । ଏହି ମାସରେ ମନ୍ତ୍ର ଜପଏବଂ ତପ ର ବିଶେଷ ମହତ୍ୱ ରହିଛି ।
ଯେଉଁମାନେ ଏହିଦିନ ବ୍ରତ ରଖିବାକୁ ଚାହୁଁଛନ୍ତି ବ୍ରତ ରଖି ପାରିବେ । ଏହାଦ୍ୱାରା ଜୀବନରେ ଶୁଭତାର ବୃଦ୍ଧି ହେବ । ଏହିଦିନ ଭଗବାନ ଶିବଙ୍କ ପୂଜା କରିବା ଉଚିତ୍ । ଅକାଳ ମୃତ୍ୟୁ, ଭୟ , ପୀଡା, ରୋଗ ଆଦିରୁ ରକ୍ଷା ପାଇବା ପାଇଁ ଶିବଙ୍କ ପୂଜା ସଫଳ ହୋଇଥାଏ ।
ଧାର୍ମିକ ମାନ୍ୟତା ଅନୁସାରେ , ଅମାବାସ୍ୟା ଦିନ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ଯାହାଦ୍ବାରା ପିତୃପୁରୁଷ ମୋକ୍ଷ ପ୍ରାପ୍ତ କରିବା ସହ ପ୍ରସନ୍ନ ହୋଇ ଆଶୀର୍ବାଦ ଦେଇଥାନ୍ତି । ଏହିଦିନ ପିଣ୍ଡଦାନ ଓ ତର୍ପଣ କରିବା ଦ୍ବାରା ପିତୃ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ । ପିତୃ ପୁରୁଷଙ୍କ ଆଶୀର୍ବାଦରୁ ଘରେ ସୁଖ ଶାନ୍ତି ବଜାୟ ରହେ।
ଫାଲଗୁନ ଅମାବାସ୍ୟା ଦିନ ସ୍ନାନ ଓ ଦାନର ମଧ୍ୟ ବିଶେଷ ମହତ୍ତ୍ବ ରହିଛି । ବିଶ୍ବାସ ରହିଛି ଯେ, ଏହି ଦିନ ପବିତ୍ର ନଦୀରେ ସ୍ନାନ-ଦାନ କରିବା ଦ୍ବାରା ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଫାଲଗୁନ ଅମାବାସ୍ୟାରେ ସ୍ନାନ ପାଇଁ ସବୁଠୁ ଶୁଭ ବ୍ରହ୍ମ ମୁହୁର୍ତ୍ତ । ଧାର୍ମିକ ମାନ୍ୟତା ଅନୁସାରେ , ଏହି ଦିନ ବ୍ରହ୍ମ ମୁହୁର୍ତ୍ତରେ ପବିତ୍ର ନଦୀରେ ବୁଡ଼ ପକାଇବାଦ୍ବାରା ଅଧିକ ଓ ବିଶେଷ ପୁଣ୍ୟ ମିଳିଥାଏ । ତେଣୁ ଏହି ଦିନ ବ୍ରହ୍ମ ମୁହୁର୍ତ୍ତରେ ପବିତ୍ର ନଦୀରେ ସ୍ନାନ କରିବା ଆବଶ୍ୟକ । ସେହିପରି ସ୍ନାନ କରିବା ପରେ ଦାନ- ପୁଣ୍ୟ କରିବା ଆବଶ୍ୟକ । ଫାଲଗୁନ ଅମାବାସ୍ୟା ଦିନ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ୍ । ଧାର୍ମିକ ମାନ୍ୟତା ଅନୁସାରେ, ଏହି ଦିନ ବ୍ରହ୍ମ ମୁହୁର୍ତ୍ତରେ ସ୍ନାନ- ଦାନ କରୁଥିବା ଲୋକେ ସବୁ ପାପରୁ ମୁକ୍ତି ପାଇଥାନ୍ତି ।
ଫାଲ୍ଗୁନ ଅମାବାସ୍ୟାରେ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି ତେଣୁ ଏହିଦିନ ହାତରେ ନାଲି ସୂତା ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଭାଗ୍ୟ ଚମକିବା ସହିତ ପିତୃ ଦୋଷ ଏବଂ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଯିବ ।
ଏହାବ୍ୟତୀତ ନାଲି ସୂତା ବାନ୍ଧିବାର ଶୁଭ ଫଳ ବିଷୟରେ ମଧ୍ୟ ଜାଣିବା । ଛୋଟ କିମ୍ବା ବଡ଼ ସବୁ ବୟସର ଲୋକଙ୍କୁ ନକରାତ୍ମକ ଦୃଷ୍ଟିରୁ ରକ୍ଷା ପିଇବା ପାଇଁ କଳା ସୂତାର ଆବଶ୍ୟକତା ପଡ଼ିଥାଏ । ଏକ ସାଧାରଣ ଉପାୟ କଲେ ଆପଣ ଦୃଷ୍ଟି ସମସ୍ୟାରୁ ରକ୍ଷା ପାଇବା ସହିତ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯିବ । ତେଣୁ ଏଥିପାଇଁ ଭୈରବ ମନ୍ଦିରରୁ କଳା ସୂତା ପୂଜା କରି ନେଇ ଆସନ୍ତୁ । ସେଥିରେ ଟିକିଏ ସୋରିଷ ତେଲ ଲଗାଇ ତାହାକୁ ନିଜ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏହି ଉପାୟ କରିବା ସମେୟରେ ଭଗବାନଙ୍କୁ ପ୍ରାର୍ଥନା କଲେ ଧନ ସହିତ ଜଡ଼ିତ ସବୁ ସମସ୍ୟା ଦୂର ହୋଇଯିବ ।
ନଜର ସମସ୍ୟା ଥିଲେ ମଙ୍ଗଳବାର କିମ୍ବା ଶନିବାର ଦିନ କଳା ସୂତା ନେଇ ହନୁମାନ ମନ୍ଦିରକୁ ଯାଆନ୍ତୁ । ହନୁମାନଙ୍କ ଚରଣରେ ରଖି ହନୁମାନ ସିନ୍ଦୁର ଲଗାଇ ଦିଅନ୍ତୁ । ତାହାକୁ ନିଜ ବେକ କିମ୍ବା ଡାହାଣ ହାତରେ ବାନ୍ଧି ପାରିବେ । ଏପରି କଲେ ସବୁ ଖରାପ ଦୃଷ୍ଟି ଦୂର ହୋଇଯିବ । ବ୍ୟବସାୟ ଭଲରେ ଚାଲୁ ନଥିଲେ ଶନିବାର ଦିନ ଏକ କଳା ସୂତା ନେଇ ନଅଟି ଗଣ୍ଠି ପକାଇ ଶ୍ରୀହନୁମାନଙ୍କ ମନ୍ଦିରକୁ ନେଇ ଯାଆନ୍ତୁ । ତାହାକୁ ଆଣି ଘରର ସିନ୍ଧୁକ କିମ୍ବା ବ୍ୟବସାୟ ସ୍ଥାନରେ ରଖିଲେ ଅଳ୍ପ ଦିନରେ ବ୍ୟବସାୟ ଜନିତ ସମସ୍ୟା ଦୂର ହୋଇଯିବ । କେଉଁ ରାଶିର ବ୍ୟକ୍ତି କଳା ସୂତା ବାନ୍ଧିବା ଉଚିତ ନୁହେଁ ଚାଲନ୍ତୁ ସେହି ବିଷୟରେ ଜାଣିନେବା ।
୧ . ମେଷ ରାଶି:- ଏହି ରାଶିର ବ୍ୟକ୍ତି କେବେବି ହାତରେ କଳା ସୂତା ବାନ୍ଧିବା ଉଚିତ ନୁହେଁ କାରଣ ଏହି ରାଶିର ସ୍ୱାମୀ ମଙ୍ଗଳ ଅଟନ୍ତି । ତେଣୁ ଏହି ରାଶିର ବ୍ୟକ୍ତି କେବଳ ନାରଙ୍ଗୀ କିମ୍ବା ନାଲି ରକ୍ଷା ସୂତ୍ର ବାନ୍ଧିବା ଉଚିତ । କଳା ସୂତା ବାନ୍ଧିବା ଦ୍ୱାରା ସେମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ କୌଣସି କାର୍ଯ୍ୟ ସଫଳ ହୁଏନାହିଁ । ଏହାବ୍ୟତୀତ ଧନ ଜନିତ ସମସ୍ୟା ଆସିଥାଏ ।
୨ . ବିଛା ରାଶି:- ବିଛା ରାଶିର ସ୍ୱାମୀ ମଧ୍ୟ ମଙ୍ଗଳ ଅଟନ୍ତି । ମହିଳା ପୁରୁଷକେହିବି ଯଦି ଏହି ସୂତା ଦେହରେ ବାନ୍ଧିଛନ୍ତି ତେବେ ତୁରନ୍ତ ବାହାର କରିଦେବା ଉଚିତ । କାରଣ ଏହାଦ୍ବାରା ଆପଣଙ୍କ ଜୀବନରେ ସମସ୍ୟା ଦେଖାଦେବ । ଆପଣ ନାଲି ସୂତା ଧାରଣ କରି ପାରିବେ ।

.jpg)
0 Comments
Do you have any doubts or suggestions? Ask them here in the comments!