କୁମ୍ଭ ସଂକ୍ରାନ୍ତିର ମହତ୍ତ୍ୱ
ଜ୍ୟୋତିଷ ଗଣନା ଅନୁସାରେ, ସୂର୍ଯ୍ୟ ଯେଉଁ ରାଶିରେ ଯେତେବେଳେ ଅବସ୍ଥାନ କରନ୍ତି, ସେହି ଅନୁସାରେ ସେହି ମାସର ସଂକ୍ରାନ୍ତି ନାମିତ ହୋଇଥାଏ। ମକର ରାଶି ପରେ ସୂର୍ଯ୍ୟ କୁମ୍ଭ ରାଶିରେ ଅବସ୍ଥାନ କରନ୍ତି। ତେଣୁ ତାହା ‘କୁମ୍ଭ ସଂକ୍ରାନ୍ତି’। ଏହି ସଂକ୍ରାନ୍ତିର ବିଶେଷତ୍ୱ ହେଉଛି, ଏହିଦିନ ସମସ୍ତ ଦେବଦେବୀ ଆସି ଲଗ୍ନ ଅନୁସାରେ ପ୍ରୟାଗ ଓ ହରିଦ୍ୱାରର ଗଙ୍ଗା, ଉଜ୍ଜୟିନୀର ସିପ୍ରା ଏବଂ ନାସିକ୍ର ଗୋଦାବରୀରେ ସ୍ନାନ କରିଥାନ୍ତି। ତେଣୁ ଏହି ସମୟରେ ଏହି ସ୍ଥାନଗୁଡ଼ିକରେ କୁମ୍ଭମେଳା ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ଏଠାରେ ସ୍ନାନ କଲେ ମନୁଷ୍ୟ ସର୍ବପାପରୁ ମୁକ୍ତ ହୋଇ ସୁଖମୟ ଜୀବନଯାପନ କରେ।
କିମ୍ବଦନ୍ତୀ
ଏହାର କାରଣ ସଂପର୍କରେ କୁହାଯାଇଛି, ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତକୁ ନେଇ ଯେତେବେଳେ ଦେବତା ଓ ଦାନବଙ୍କ ମଧ୍ୟରେ କଳହ ହେଲା, ପକ୍ଷୀରାଜ ଗରୁଡ଼ ଅମୃତ କଳସକୁ ଧରି ଆକାଶରେ ଉଡ଼ି ବୁଲିଲେ। ସେହି ସମୟରେ ସେହି ଅମୃତ କଳସରୁ କିଛି ଅମୃତ ଉଛୁଳି ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ୍ରେ ପଡ଼ିଲା। ଦେବାସୁର ସଂଗ୍ରାମ ବାରଦିନ ଧରି ଚାଲିଥିଲା। ଦେବତାମାନଙ୍କର ଗୋଟିଏ ଦିନ ମନୁଷ୍ୟଲୋକରେ ଏକବର୍ଷ। ତେଣୁ ଯେଉଁ ଲଗ୍ନରେ ଯେଉଁଠାରେ ଅମୃତ ବିନ୍ଦୁ ନିପତିତ ହୋଇଥିଲା, ସେହି ସ୍ଥାନରେ ବାରବର୍ଷରେ ଥରେ କୁମ୍ଭମେଳା ବା କୁମ୍ଭ ସ୍ନାନ ହୋଇଥାଏ। କୁମ୍ଭସଂକ୍ରାନ୍ତିରୁ ଆରମ୍ଭ ହୋଇ ଏହା ପ୍ରାୟ ୪୮ ଦିନ ଚାଲେ।
- ଏଣୁ ଭିନ୍ନଭିନ୍ନ ଦିନରେ ବିଭିନ୍ନ ବର୍ଗର ଲୋକେ ଏକତ୍ର ହୋଇ, ଅମୃତ ସ୍ନାନ କରି, ସୂର୍ଯ୍ୟଦେବଙ୍କର ଆରାଧନା କରିଥାନ୍ତି। ଏହାଦ୍ୱାରା ମନୁଷ୍ୟର ସମସ୍ତ ପାପ ବିମୋଚନ ହୋଇ ସେ ଅମୃତର ଅଧିକାରୀ ହୁଏ।
- ଆଜି ଗୃହରେ ଗ୍ରହପୂଜା ଓ ସଂକ୍ରାନ୍ତି ହୋମ ଇତ୍ୟାଦି କରାଯାଏ । ଆଜି ମଧ୍ୟ ପାପରୁ ମୁକ୍ତି ଓ ନାଶ ପାଇଁ ପ୍ରାର୍ଥନା କରି ପବିତ୍ର ନଦୀରେ ସ୍ନାନ କରାଯାଇଥାଏ । ଆଜି ସୂର୍ଯ୍ୟଦେବଙ୍କୁ ଉପାସନା କରିବା ସହ ପବିତ୍ର ସ୍ନାନ ପରେ ଅର୍ଘ୍ୟ ପ୍ରଦାନ କରନ୍ତୁ । ଏହାଦ୍ୱାରା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ସହ ଅନେକ ରିଷ୍ଟ ଖଣ୍ଡନ ହୋଇଥାଏ
- କୁମ୍ଭ ସଂକ୍ରାନ୍ତିରେ ଦାନ ଦ୍ୱାରା ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହି ସଂକ୍ରାନ୍ତିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ସ୍ନାନ କରନ୍ତି । ଯମୁନା ଗୋଦାବରୀ ନର୍ମଦା ଗୋଦାବରୀ ନର୍ମଦା ଓ ଶିପ୍ରା ନଦୀରେ ମଧ୍ୟ ବୁଡ଼ ପାକାଯାଏ । ଏହି ସ୍ନାନକୁ ସଂକ୍ରମଣ ସ୍ନାନ କୁହାଯାଏ । ଏହା ଦ୍ୱାରା ପୁର୍ବ ଜନ୍ମ ତଥା ଏହି ଜନ୍ମର ପାପରୁ ମୁକ୍ତି ମିଳୁଥିବା ବିଶ୍ୱାସ କରାଯାଏ ।
- ଜରା ଆଦି ଶରୀର ପୀଡ଼ା ଭୋଗ ନ କରି, ସେ ସୁସ୍ଥ ଓ ସଂପନ୍ନ ଜୀବନଯାପନ କରିଥାଏ।
- ଏହି ଅବସରରେ ଇଲାହାବାଦ ନାଶିକ୍ ହରିଦ୍ୱାର ଓ ଉଜ୍ଜୈନରେ ପ୍ରବଳ ଜନ ସମାଗମ ହୁଏ ।
- ଉତ୍ତର ଭାରତରେ ଏହି ସଂକ୍ରାନ୍ତିରେ ଗାଈ ଗୋରୁଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଦିଆଯାଏ ।ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗରେ କୁମ୍ଭ ସଂକ୍ରାନ୍ତିକୁ ଫଗୁଣ ମାସର ପ୍ରଥମ ଦିନ ଭାବେ ଗ୍ରହଣ କରାଯାଏ । କେରଳରେ ଏହାକୁ ମାସୀ ମାସମ କୁହାଯାଏ ।
- ମାଘମାସ ଶୁକ୍ଳପକ୍ଷ ଅଷ୍ଟମିରେ ପିତାମହ ଭୀଷ୍ମ ଦେହତ୍ୟାଗ କରିଥିଲେ । ତେଣୁ ଏହା ଭୀଷ୍ମାଷ୍ଟମୀ ଭାବେ ଖ୍ୟାତ ।
ପୂଜା ବିଧି
- ସପରିବାର ବିଧିପୂର୍ବକ ସଂକ୍ରାନ୍ତି ପୂଜା କରିବା ସହ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।
- ଏହି ସ୍ତୋତ୍ର ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ରୋଗ ମୁକ୍ତ ସହ ଆରୋଗ୍ୟ ରହିବା ପାଇଁ ଆଶୀର୍ବାଦ ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହିଦିନ ମଧ୍ୟ ଶିବଙ୍କୁ ପଞ୍ଚାକ୍ଷରୀ ମନ୍ତ୍ର ଜପ କରି ପଇଡ଼ ଜଳ ଅର୍ପଣ କରାଯାଏ ।
- ଏହା ସହ କଞ୍ଚା କ୍ଷୀର ଓ ୨୧ଟି ବେଲ ପତ୍ର ଅର୍ପଣ କରନ୍ତୁ । ଏହାଦ୍ୱାରା ସର୍ବ ଗ୍ରହରିଷ୍ଟ ଖଣ୍ଡନ ହୋଇଥାଏ ।
- କୁମ୍ଭ ସଂକ୍ରାନ୍ତିରେ ଗୋଦାନ କରିବା ଦ୍ୱାରା ଶ୍ରୀ ବିଷ୍ଣୁଙ୍କ କୃପା ମିଳିବା ସହ ବୈକୁଣ୍ଠପ୍ରାପ୍ତି ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି ।
ଜାଣନ୍ତୁ କୁମ୍ଭ ସଂକ୍ରାନ୍ତିରେ କଣ କରିବା ଉଚିତ
- ଏହି ସକାଳୁ ଜଲଦି ଉଠି ସ୍ନାନ କାର୍ଯ୍ୟ ସାରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଆରାଧନା କରନ୍ତୁ। ଏଥିସହ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
- ଏହି ଦିନ ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଏହିକାରଣରୁ ନଦୀରେ ସ୍ନାନ କରିବା ପରେ ବିଧିବତ ଭାବେ ସୂର୍ଯ୍ୟଦେବଙ୍କ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଦୁଃଖର ଅନ୍ତ ହୋଇଥାଏ।
- ମାନ୍ୟତା ରହିଛି ଏହି ଦିନ ଗଙ୍ଗା ସ୍ନାନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହାବ୍ୟତୀତ ଯମୁନା, ଗୋଦାବରୀ କିମ୍ବା ଅନ୍ୟ କୌଣସି ପବିତ୍ର ନଦୀରେ ସ୍ନାନ କରିପାରିବେ।
- ଏହି ଦିନ ଖାଦ୍ୟ ଏବଂ ବସ୍ତ୍ର ଗରିବଙ୍କୁ ଦାନ କରିବା ଦ୍ୱାରା ପୁଣ୍ୟ ଦୁଇ ଗୁଣ ହୋଇଥାଏ।

.jpg)
0 Comments
Do you have any doubts or suggestions? Ask them here in the comments!