ସୃଷ୍ଟିକର୍ତ୍ତା ବ୍ରହ୍ମା କାହିଁକି ପୂଜା ପାଆନ୍ତି ନାହିଁ ?

 ସୃଷ୍ଟିକର୍ତ୍ତା ବ୍ରହ୍ମା କାହିଁକି ପୂଜା ପାଆନ୍ତି ନାହିଁ ?


ହିନ୍ଦୁ ଧର୍ମରେ ସମସ୍ତ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମାତ୍ର ସାରା ସୃଷ୍ଟିର ରଚୟିତା ବ୍ରହ୍ମାଙ୍କ ପୂଜା କରାଯାଏ ନାହିଁ । କାହିଁକି ପୂଜା ପାଆନ୍ତି ନାହିଁ ଦେବତାଙ୍କ ମଧ୍ୟରେ ସର୍ବଶକ୍ତିମାନ, ସୃଷ୍ଟି କର୍ତ୍ତା ଭଗବାନ ବ୍ରହ୍ମା ? ଏ ପ୍ରଶ୍ନ ଆପଣଙ୍କ ମନରେ ଅନେକ ଏପରିକି କୌଣସି ସ୍ଥାନରେ ବି ତାଙ୍କର ମନ୍ଦିରଟିଏ ନାହିଁ । ଏହାଛଡ଼ା କୌଣସି ସ୍ଥାନରେ ତାଙ୍କର ମୂର୍ତ୍ତି ରଖି ପୂଜା ବି କରାଯାଏ ନାହିଁ ।

  1. ବ୍ରହ୍ମା ସଂସାରର ସୃଷ୍ଟି କର୍ତ୍ତା ଅଟନ୍ତି । ଭଗବାନ ବିଷ୍ଣୁ ଏହି ସାରା ସଂସାରର ପାଳନ କର୍ତ୍ତା ଅଟନ୍ତି । ଏବଂ ଭଗବାନ ମହେଶ୍ଵର ସୃଷ୍ଟିର ବିନାଶ କର୍ତ୍ତା (ସଂହାର କର୍ତ୍ତା) ଅଟନ୍ତି । 
  2. ତେବେ ଏକଥା ଅନେକ ହୁଏତ ଜାଣିନଥିବେ ପୁଷ୍କରରେ ଥିବା ବିଖ୍ୟାତ ମନ୍ଦିରରେ ବ୍ରହ୍ମାଙ୍କର ପୂଜା କରାଯାଇଥାଏ ।

ପ୍ରଥମ କାହାଣୀ

ବ୍ରହ୍ମା କାହିଁକି ପୂଜା ପାଆନ୍ତି ନାହିଁ ସେ ସଂପର୍କରେ ପୁରାଣରେ କାହାଣୀ ଅଛି । ସେହି କାହାଣୀ ଅନୁସାରେ ଥରେ ବ୍ରହ୍ମା ଓ ବିଷ୍ଣୁ ଶିବଙ୍କ ଦର୍ଶନ ପାଇଁ ହିମବାନ୍ ଯାଇଥିଲେ । ଦୁହେଁ ସେଠାରେ ଏକ ବିରାଟ ଜ୍ୟୋତିର୍ଲିଙ୍ଗ ଦେଖିଲେ । ତାହାର ଆରମ୍ଭ କେଉଁଠି ଓ ଶେଷ କେଉଁଠି କଳନା କରି ହେଉନଥିଲା । ମାତ୍ର ତାହାର ଆଦି ବା ଅନ୍ତ ଜାଣି ପାରିଲେ ନାହିଁ ।

ବିଷ୍ଣୁ ଏବଂ ବ୍ରହ୍ମା ଶିବ ଲିଙ୍ଗର ଆରମ୍ଭ ଏବଂ ଶେଷ ଖୋଜିବାକୁ ବାହାରିଲେ କିନ୍ତୁ ଦୁହେଁ ନୟାନ୍ତ ହେଇଗଲେ ପଛେ ଜାଣି ପାରିଲେ ନାହିଁ |ତେଣୁ ବିଷ୍ଣୁ ବାଧ୍ୟ ହେଇ କହିଲେ ଯେ ମୁଁ ଜାଣିପାରିଲି ନାହିଁ କେଉଁଠୁ ଆରମ୍ଭ  I ବ୍ରହ୍ମା କିନ୍ତୁ ମିଛ କହିଲେ ଯେ ସେ ଶିବ ଲିଙ୍ଗର ଆରମ୍ଭ ଦେଖିଛନ୍ତି | ସେ କେତକୀ ଫୁଲକୁ ଏହି କଥାର ସାକ୍ଷୀ କଲେ । ବ୍ରହ୍ମା ଅସତ୍ୟ କହିବା କାରଣରୁ ଶିବ ସେଠାରେ ପ୍ରକ୍କଟ ହେଲେ ଏବଂ ବ୍ରହ୍ମାଙ୍କର ଗୋଟିଏ ମୁଣ୍ଡ କାଟିଦେଲେ ଏହା ସହିତ କେତକୀ ଫୁଲକୁ ଅଭିଶାପ ଦେଲେକି’ ପୂଜାରେ କେବେ ବି କେତକୀ ଫୁଲର ବ୍ୟବହାର କରାଯିବ ନାହିଁ କି ବ୍ରହ୍ମାଙ୍କର ପୂଜା ମଧ୍ୟ କରାଯିବ ନାହିଁ । ଏହି କାରଣରୁ ବ୍ରହ୍ମାଙ୍କର ପୂଜା କରାଯାଏ ନାହିଁ ।

ଦ୍ଵିତୀୟ କାହାଣୀ

ବ୍ରହ୍ମା ଯେତେବେଳେ ସୃଷ୍ଟି ତିଆରି କରିଥିଲେ ସେତେବେଳେ ପ୍ରଥମେ ସରସ୍ବତୀଙ୍କୁ ଉତ୍ପର୍ନ୍ନ କରିଥିଲେ କିନ୍ତୁ ସେ ହିସାବରେ ଝିଅ ହେଲେ ମଧ୍ୟ ବ୍ରହ୍ମାଙ୍କ ଖରାପ ନଜର ମା ସରସ୍ବତୀଙ୍କ ଉପରେ ରହିଥିଲା | ବ୍ରହ୍ମା ତାଙ୍କ ସୁନ୍ଦରତା ଉପରେ ମୋହିତ ହୋଇଗଲେ । ସରସ୍ବତୀ ବ୍ରହ୍ମାଙ୍କ ସହିତ ଶାରୀରିକ ସଂମ୍ବନ୍ଧ ରଖିବାକୁ ଚାହୁଁ ନଥଲେ ତେଣୁ ସେ ନିଜର ରୂପକୁ ବଦଳାଇ ଦେଲେ । 

ତେବେ ବ୍ରହ୍ମାଙ୍କ ହରକତରୁ ବର୍ତ୍ତିବା ପାଇଁ ଶତ ଚେଷ୍ଟା କରିଥିଲେ, ମାତ୍ର ସଫଳ ହୋଇନଥିଲେ ।  ନିଜକୁ ବଞ୍ଚାଇବା ପାଇଁ ଉପରକୁ ଚାହିଁବାରୁ ବ୍ରହ୍ମା ନିଜର ଏକ ମୁଣ୍ଡ ଉପର ଆଡ଼େ ବିକଶିତ କରିଦେଇଥିଲେ । ବ୍ରହ୍ମାଙ୍କର ଏହିସବୁ ହରକତ ଶିବ ଦେଖୁଥିଲେ । ଶିବଙ୍କ ଦୃଷ୍ଟିରେ ସେ ବ୍ରହ୍ମାଙ୍କର ଝିଅ ପରି । ତେଣୁ ଏହା ତାଙ୍କୁ ଘୋର ପାପ ଲାଗିଲା ଓ ସେ ବ୍ରହ୍ମାଙ୍କର ପଞ୍ଚମ ମୁଣ୍ଡକୁ କାଟିଦେଇଥିଲେ ।

କିନ୍ତୁ ବ୍ରହ୍ମା ହାର ମାନିଲେ ନାହିଁ । ଶେଷରେ ସରସ୍ବତୀ ରାଗିକି’ ବ୍ରହ୍ମାଙ୍କୁ ଅଭିଶାପ ଦେଲେ ’’ ଦୁନିଆର ନିର୍ମାଣ କରିବା ପରେ ମଧ୍ୟ ତାଙ୍କର ପୂଜା କରାଯିବ ନାହିଁ, କାହିଁକି ନା, ସେ ପୂଜାର ଯୋଗ୍ୟ ନୁହଁନ୍ତି’’ ଏହି କାରଣ ପାଇଁ ମଧ୍ୟ ବ୍ରହ୍ମାଙ୍କର ପୂଜା କରାଯାଏ ନାହିଁ ।

ଏବଂ ବ୍ରହ୍ମା ,ସରସ୍ବତୀଙ୍କ ମିଳନରୁ ସଂସାରର ପ୍ରଥମ ମାନବ ମନୁର ଜନ୍ମ ହେଇଥିଲା ବୋଲି ବିଶ୍ୱାସ କରାଯାଏ I ଯେହେତୁ ବ୍ରହ୍ମା ସ୍ୱୟଂ ଦେବତା ହେଇ ମଧ୍ୟ ନିଜର କାମନାକୁ ନିୟନ୍ତ୍ରଣ କରିପାରିନଥିଲେ ସେଥିପାଇଁ ତାଙ୍କୁ କଳିଯୁଗରେ ପୂଜା କରାଯାଏ ନାହିଁ I 

ତୃତୀୟ କାହାଣୀ

ବ୍ରହ୍ମାଙ୍କର ଚାରିଟି ନୁହେଁ ପାଞ୍ଚଟି ମୁଣ୍ଡ ଥିଲା । ସେଥିମଧ୍ୟରୁ ଗୋଟିଏ ମୁଣ୍ଡକୁ ଦେବଦେବ ମହାଦେବ ଶିବ କାଟି ଦେଇଥିଲେ । 

ବିଷ୍ଣୁ ଏବଂ ବ୍ରହ୍ମା ଦୁହେଁ ଶିବଙ୍କୁ ତପସ୍ୟା କଲେ । ସେମାନଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇ ବର ମାଗିବାକୁ କହିବାରୁ ଶିବ ତାଙ୍କର ପୁଅ ରୂପେ ଜନ୍ମ ହୁଅନ୍ତୁ ବୋଲି ବ୍ରହ୍ମା କହିଲେ । ବ୍ରହ୍ମାଙ୍କର ସେହି ଧୃଷ୍ଟତା ଶିବଙ୍କୁ ରୁଷ୍ଟ କଲା । ଏପରି ଅବାନ୍ତର ଇଚ୍ଛା କରିଥିବାରୁ ତାଙ୍କୁ ଭବିଷ୍ୟତରେ କେହି ପୂଜା କରିବେ ନାହିଁ ବୋଲି ସେ ଅଭିଶାପ ଦେଲେ । ଏହି ପୁରାଣ କାହାଣୀ ସୂଚାଏ ଯେ ଆମେ ଯେତେ ବଡ଼ ହେଲେ ବି ଅବାନ୍ତର ଇଚ୍ଛା କରିବା ଅନୁଚିତ ।

ଚତୁର୍ଥ କାହାଣୀ 

ପୁରାଣ ଅନୁସାରେ, ଥରେ ବ୍ରହ୍ମା ଧରିତ୍ରୀକୁ ଏକ ପଦ୍ମ ଫୁଲ ପଠାଇଥିଲେ । ଫୁଲଟି ରାଜସ୍ଥାନର ପୁଷ୍କର ନାମକ ସ୍ଥାନରେ ପଡ଼ିଥିଲା । ପଦ୍ମର ଅଂଶ ପଡ଼ିବା କାରଣରୁ ସେ ସ୍ଥାନରେ ଏକ ପୋଖରୀ ସୃଷ୍ଟି ହୋଇଥିଲା । ସେଠାରେ ଏକ ଯଜ୍ଞ କରିବା ପାଇଁ ସମସ୍ତ ଦେବାଦେବୀ ପହଞ୍ଚିଥିଲେ । ତେବେ ପରେ ବ୍ରହ୍ମା ଓ ତାଙ୍କ ମାତା ଗାୟତ୍ରୀ ପୃଥିବୀ ପୃଷ୍ଠରେ ଯଜ୍ଞସ୍ଥଳରେ ଏକତ୍ର ବସିଥିଲେ । ପୃଥିବୀ ଲୋକ ଯାଇଥିବା ଜାଣି ତାଙ୍କ ପତ୍ନୀ ସାବିତ୍ରୀ ଅଭିଶାପ ଦେଇଥିଲେ ଯେ ବ୍ରହ୍ମାଙ୍କର ପୂଜା ଧରିତ୍ରୀ ବକ୍ଷରେ କରାଯାଇ ପାରିବ ନାହିଁ । ମାତ୍ର ଅଭିଶାପ ଫେରସ୍ତ କରି ନେବାକୁ ସମସ୍ତ ଦେବାଦେବେୀ ତାଙ୍କୁ ଅନୁରୋଧ କରିଥିଲେ । ଏହା ପରେ ସାବିତ୍ରୀ ଅଭିଶାପ ପ୍ରତ୍ୟାହାର କରିନେଇଥିଲେ ଓ ସାରା ଦୁନିଆରେ କେବଳ ପୁଷ୍କରରେ ହିଁ ବ୍ରହ୍ମାଙ୍କର ପୂଜା କରାଯାଇଥିଲା ।

ବିଷ୍ଣୁଙ୍କ ସଚୋଟତା ଏବଂ ନିର୍ମଳ ସ୍ଵାଭାବର ପ୍ରତିବଦଳରେ ତାଙ୍କୁ ସଂସାରରେ ସବୁଠାରେ ଶିବଙ୍କ ସମକକ୍ଷ ଭାବରେ ପୂଜା ପାଇବାର ବରାଦନ ଦେଲେ ଶିବ । ଏହି କାରଣ ହେତୁ ଶିବ ପୁରାଣ ଅନୁଯାୟୀ ଶିବଙ୍କୁ ଶ୍ରେଷ୍ଠ ବୋଲି ମନାଯାଇଥାଏ । କିନ୍ତୁ ଏହି କଥାର ଆହୁରି ଅନେକ ଅଲଗା ମାନ୍ୟତା ମଧ୍ୟ ରହିଛି ଅଲଗା ଅଲଗା ଗ୍ରନ୍ଥ ଏବଂ ପୋଥି ପୁରାଣରେ ।

Post a Comment

0 Comments