ସଂକ୍ଷେପରେ ବାରମାସ ଅମାବାସ୍ୟାର ମହତ୍ତ୍ୱ ?
ଭାରତୀୟ ଦାର୍ଶନିକ ଗଣନା ଅନୁସାରେ ପ୍ରତ୍ୟେକ ମାସର କିଛି ନା କିଛି ମହତ୍ତ୍ୱ ଅଛି। ମାସ ମଧ୍ୟରେ ପଡ଼ୁଥିବା ବିଭିନ୍ନ ପୁଣ୍ୟଦାୟକ ତିଥି ମାସର ମର୍ଯ୍ୟାଦା ବୃଦ୍ଧିରେ ସହାୟକ ହୋଇଥାଏ |
ବାରମାସର ଅମାବାସ୍ୟା
- କୃଷ୍ଣପକ୍ଷର ଶେଷ ଦିନକୁ ଅମାବାସ୍ୟା କହାଯାଏ । ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ ।
- ସୋମବାର ଦିନ ଅମାବାସ୍ୟା ପଡ଼ିଲେ ଏହା ସୋମବତୀ ଅମାବାସ୍ୟା ଭାବେ ନାମିତ ହୁଏ ।
1. ବୈଶାଖ ଅମାବାସ୍ୟା:ରୁକ୍ମିଣୀ ଅମାବାସ୍ୟା
2. ଜ୍ୟୈଷ୍ଠ ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା
- ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।
- ପବିତ୍ର ଦିନରେ ଘରେ ଘରେ ଠାକୁରଙ୍କୁ ପୂଜାର୍ଚ୍ଚନା ସହ ମନ୍ଦିର ଯାଇ ମହିଳା ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ଆଉ ପୂଜା ପାଇଁ ମହିଳା ୨୧ ପ୍ରକାରର ବିଭିନ୍ନ ଫଳ ସହ ଭୋଗ ସାମଗ୍ରୀ କିଣି ଆଣି ମଧ୍ୟ ରଖିଛନ୍ତି ।
3. ଆଷାଢ଼ ଅମାବାସ୍ୟା: (ଉଭା) ଅମାବାସ୍ୟା
- ଜଗନ୍ନାଥଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ କେତେକ ବର୍ଷ ନେତ୍ରୋତ୍ସବର ତିଥି ନବଯୌବନ ଦର୍ଶନଠାରୁ ଭିନ୍ନ ହୋଇଥାଏ ।
- ଲୋକ ଭାବନ୍ତି ଯେ ଆଷାଢ଼ ହେଉଛି ବର୍ଷା ଋତୁର ମାସ। ହେଲେ କିନ୍ତୁ ଏଇଟା ସତ ନୁହେଁ। ଏହି ମାସର କୃଷ୍ଣପକ୍ଷରେ ଗ୍ରୀଷ୍ମ ଋତୁ ହୁଏ ଏବଂ ଶୁକ୍ଳପକ୍ଷରେ ବର୍ଷା ଋତୁ ହୁଏ ।
- କାରଣ ଜ୍ୟୈଷ୍ଠ ପୂର୍ଣ୍ଣିମା ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ସୁଭଦ୍ରା ଦିବ୍ୟ ସ୍ନାନ କରନ୍ତି ଯାହା ଦ୍ବାରା ତାଙ୍କୁ ଜ୍ବର ହେଇଯାଏ । ସେଇଲାଗି ପ୍ରକୃତି ରାଗିଯାଏ ଆଉ ଗ୍ରୀଷ୍ମ ହୁଏ।
- ପୁଣି ଯେବେ ସେ ଆଷାଢ଼ ଅମାବାସ୍ୟାରେ ଆଖି ଖୋଲନ୍ତି ତେବେ ପ୍ରକୃତି ପ୍ରସନ୍ନ ହୁଏ ଓ ବର୍ଷା ଋତୁ ପ୍ରାରମ୍ଭ ହୁଏ।
4. ଶ୍ରାବଣ ଅମାବାସ୍ୟା: ଚିତାଲାଗି ଅମାବାସ୍ୟା
- ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି |
- ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ ।
5. ଭାଦ୍ରବ ଅମାବାସ୍ୟା: ସପ୍ତପୁରୀ/କୁଶଗ୍ରହଣୀ ଅମାବାସ୍ୟା
- ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା, କୁଶୋତ୍ପାଟିନୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା” ଭାବରେ ପାଳନ କରାଯାଏ ।
- ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କ ଦ୍ୱାରା ଏକ ବଡ଼ “ସପ୍ତପୁରୀ” (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ “ସପ୍ତପୁରୀ ତାଡ଼” ମଧ୍ୟ କୁହାଯାଇଥାଏ । ଏହି ଦିନ ଶ୍ରୀ ନୀଳମାଧବଙ୍କ ପାଖରେ ମଧ୍ୟ ଲାଗିଥାଏ ସାତପୁରୀ ପିଠାର ଭୋଗ ।
6. ଆଶ୍ୱିନ ଅମାବାସ୍ୟା: ମହାଳୟା (ଫୁଲ୍ଲୋରି, ସର୍ବପିତୃ ) ଅମାବାସ୍ୟା ।
- ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ’ମହାଳୟା ଶ୍ରାଦ୍ଧ’, ”’ସାମ୍ବତ୍ସରିକ ଶ୍ରାଦ୍ଧ”’ ବା ’ପାର୍ବଣ ଶ୍ରାଦ୍ଧ” ବା ’ମଉଳା ଶ୍ରାଦ୍ଧ’ କୁହାଯାଏ ।
- କୁହାଯାଇଥାଏ ଯେଉଁ ବ୍ୟକ୍ତିଙ୍କୁ ପିତୃ-ପୁରୁଷଙ୍କ ମୃତ୍ୟୁର ତାରିଖ ଜଣା ନଥାଏ ସେମାନେ ମହାଳୟା ଅମାବାସ୍ୟାରେ ଶ୍ରାଦ୍ଧ କାର୍ଯ୍ୟ କରିପାରିବେ। ଏହି ଦିନ ପିତୃ-ପୁରୁଷଙ୍କ ପ୍ରତି ଶ୍ରଦ୍ଧାଭାବ ଦେଖାଇବା ଉଚିତ।
- ପିତୃପକ୍ଷ ସମୟରେ ପିତୃଲୋକରୁ ପିତୃ-ପୁରୁଷ ନିଜର ପ୍ରିୟ ଜନମାନଙ୍କ ପାଖକୁ କୌଣସି ନା କୌଣସି ରୂପରେ ଆସିଥାନ୍ତି। ଏହି କାରଣରୁ ପିତୃ-ପୁରୁଷଙ୍କୁ ପ୍ରସନ୍ନ କରି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଥିଲେ ନିଶ୍ଚିତ ପିତୃପକ୍ଷରେ ତର୍ପଣ କରନ୍ତୁ। ତର୍ପଣର ଅର୍ଥ ହେଉଛି ଜଳଦାନ, ଭୋଜନ ଦାନ କରି ଶ୍ରାଦ୍ଧ କରିବା।
7. କାର୍ତ୍ତିକ ଅମାବାସ୍ୟା: (ପୟା) ଅମାବାସ୍ୟା
ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ଧୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ” ।
8. ମାର୍ଗଶୀର ଅମାବାସ୍ୟା: ମହୋଦଧି ଅମାବାସ୍ୟା
- ଯେଉଁପରି ଭାବରେ କାର୍ତ୍ତିକ ମାସ ଅମାବାସ୍ୟାରେ ମାତା ଲକ୍ଷ୍ମୀଙ୍କୁ ପୂଜା କରି ଦୀପାବଳି ପାଳନ କରାଯାଇଥାଏ, ସେହିପରି ଭାବେ ଏହି ଦିନରେ ମଧ୍ୟ ମାତା ଲକ୍ଷ୍ମୀଙ୍କର ପୂଜା କରିବା ଶୁଭ ବୋଲି ଧରାଯାଏ।
- ଅମାବାସ୍ୟା ହୋଇଥିବା କାରଣରୁ ଏହି ଦିନରେ ସ୍ନାନ, ଦାନ ଏବଂ ଧାର୍ମିକ କାର୍ଯ୍ୟ ଆଦି କରାଯାଇଥାଏ। ମାର୍ଗଶୀର ଅମାବାସ୍ୟାରେ ପିତ୍ରୁପକ୍ଷ କାର୍ଯ୍ୟ ବିଶେଷ ରୂପରେ କରାଯାଇଥାଏ ତଥା ଦିନରେ ପୂର୍ବଜ ମାନଙ୍କର ଦିନ ବୋଲି କୁହାଯାଏ।
- ଏମିତି କୁହାଯାଏ ଯେ ସତ୍ୟ ଯୁଗରେ ଦେବତା ମାନେ ମାର୍ଗଶିର ମାସର ପ୍ରଥମ ତିଥିକୁ ବର୍ଷ ଆରମ୍ଭ କରିଥିଲେ। ମାର୍ଗଶିର ଅମାବାସ୍ୟା ଦିନ ପବିତ୍ର ନଦୀ ମାନଙ୍କରେ ସ୍ନାନ କରିବାର ବିଶେଷ ମହତ୍ତ୍ବ ରହିଛି ବୋଲି କୁହାଯାଏ।
- ବିଷ୍ଣୁପୁରାଣ ଅନୁଯାୟୀ ଅମାବାସ୍ୟାରେ ଉପବାସ ରଖି କେବଳ ପିତ୍ରୁଗଣଙ୍କୁ ତ୍ରୁପ୍ତି ଦିଆଯାଇନଥାଏ ବରଂ ବ୍ରହ୍ମା, ଇନ୍ଦ୍ର, ସୂର୍ୟ୍ୟ, ଅଗ୍ନି, ପଶୁ-ପକ୍ଷୀ ଏବଂ ସମସ୍ତ ଭୂତ ପ୍ରାଣୀ ମଧ୍ୟ ତ୍ରୁପ୍ତ ହୋଇ ପ୍ରସନ୍ନ ହୋଇଥାନ୍ତି।
9. ପୌଷ ଅମାବାସ୍ୟା: ବଉଳ ଅମାବାସ୍ୟା
- ପୌଷ ମାସ ଅମାବାସ୍ୟାକୁ ‘ବକୁଳ ଅମାବାସ୍ୟା’ ବା ବଉଳ ଅମାବାସ୍ୟା ବୋଲି କୁହାଯାଏ । ଓଡ଼ିଶାର ଘରେ ଘରେ ଏହା ପାରମ୍ପରିକ ରୀତିରେ ପାଳିତ ହୋଇଆସୁଛି । କହିବାକୁ ଗଲେ ଏହି ପର୍ବ ହେଉଛି ଆମ୍ବଗଛ ଫଳବତୀ ହେବାର ଉତ୍ସବଟିଏ ।
- ଏହିଦିନ ଚାଉଳରେ ପ୍ରସ୍ତୁତ ସ୍ୱତନ୍ତ୍ର ପିଠା ପ୍ରସ୍ତୁତ ହୋଇ ବଉଳି ଥିବା ଆମ୍ବଗଛରେ ବାନ୍ଧି ପୂଜା କରାଯାଏ, ଯାହାକୁ କୁହାଯାଏ ଗଇଁଠା । ଗର୍ଭବତୀ ମହିଳାଙ୍କୁ ପୂଜିବା ଭଳି ଫଳବତୀ ବୃକ୍ଷକୁ ପୂଜିବାର ଅନନ୍ୟ ପରମ୍ପରା ଏହି ଉତ୍ସବରେ ଦେଖିବାକୁ ମିଳେ ।
- ଆମ୍ବ ଗଛରେ ବଉଳ ଆସିବା ପରେ ଆମ୍ବ ହେବା ପାଇଁ ବେଶ୍ କିଛି ଦିନ ସମୟ ଲାଗେ । ଆମ୍ବ ଗଛରେ ବଉଳ ହେବା ପରେ ଆମ୍ବ ବଉଳର ସୁରକ୍ଷା ପାଇଁ ଗୃହସ୍ଥମାନେ ଦେବଦେବୀଙ୍କ ନିକଟରେ ବଉଳର ସୁରକ୍ଷା ପାଇଁ ପୂଜାର୍ଚ୍ଚନା କରନ୍ତି ।
10. ମାଘ ଅମାବାସ୍ୟା: ମୌନୀ ଅମାବାସ୍ୟା, ତ୍ରିବେଣୀ ଅମାବାସ୍ୟା, ବିରଜା ଅମାବାସ୍ୟା
ମାଘ ମାସର ଅମାବାସ୍ୟାକୁ ମୌନୀ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା କହାଯାଏ । ଏହି ଦିନ କୁମ୍ଭ ମେଳାର ପବିତ୍ର ସ୍ଥାନରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁମାନେ ଅଧିକ ପସନ୍ଦ କରନ୍ତି ।
ଅନେକ ଧାର୍ମିକ ବ୍ୟକ୍ତି ଏହିଦିନ ତ୍ରିବେଣୀ ସଙ୍ଗମରେ ସ୍ନାନ ପୂର୍ବକ ମୌନବ୍ରତ ପାଳନ କରନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୌନୀ ଅମାବାସ୍ୟାରେ ଆମ ମନ ଓ ଭାବର ଦେବତା ଚନ୍ଦ୍ର ଦେଖାଯା’ନ୍ତି ନାହିଁ ଏବଂ ଦୁର୍ବଳ ରହନ୍ତି । ତେଣୁ ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହିଦିନ ନେଇପାରେ ନାହିଁ ।
11. ଫାଲ୍ଗୁନ ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା
- ଏହି ଦିନ ଉପବାସ କରିବା ବ୍ୟକ୍ତିର ଜୀବନରେ ସୁଖ, ସମୃଦ୍ଧତା ଏବଂ ସୌଭାଗ୍ୟ ମିଳିଥାଏ |
- ପୂର୍ବପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ଏହି ଦିନ ବେଶ ଉପଯୋଗୀ କୁହାଯାଏ |
- ଫାଲଗୁନ୍ ମାସର ଅମାବାସ୍ୟା ଦିନ ଉପବାସ ଏବଂ ପୂଜା କରିଲେ ପିତୃପୁରୁଷମାନଙ୍କୁ ମୋକ୍ଷ ମିଳିଥାଏ |
- ଏହି ଦିନ ପିତୃପୁରୁଷଙ୍କ ଶାନ୍ତି ପାଇଁ ଦାନ, ତର୍ପଣ , ଶ୍ରାଦ୍ଧ ଇତ୍ୟାଦି କରାଯାଏ |
- କୁହାଯାଏ ଯେ ଯଦି ତୁମେ ପ୍ରତ୍ୟେକ ଅମାବାସ୍ୟାରେ ପୂର୍ବପୁରୁଷଙ୍କ ଶ୍ରାଦ୍ଧ କରିବାକୁ ସକ୍ଷମ ନୁହଁ, ତେବେ ଫାଲଗୁନ୍ ଅମାବାସ୍ୟା ପରି କିଛି ବିଶେଷ ଅମାବାସ୍ୟାରେ ଶ୍ରାଦ୍ଧ ଦେଲେ ପିତୃପୁରୁଷମାନଙ୍କୁ ମୋକ୍ଷ ମିଳିଥାଏ |
12. ଚୈତ୍ର ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା
- ଏହି ଦିନ ପୂର୍ବ ପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପୂଜା ,ପବିତ୍ର ନଦୀରେ ସ୍ନାନ କରିବାକୁ ଶୁଭ ମାନାଯାଇଥାଏ | ପିତୃ ତର୍ପଣ ଦ୍ୱାରା ସେମାନଙ୍କୁ ଶାନ୍ତି ମିଳିଥାଏ ଏବଂ ବ୍ୟକ୍ତିଙ୍କୁ ପୂର୍ବଜଙ୍କ ଆଶୀର୍ବାଦ ମିଳିଥାଏ |
- ଚୈତ୍ର ଅମାବାସ୍ୟା ଦିନ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତି କାଳସର୍ପ ଦୋଷରୁ ମୁକ୍ତି ପାଇଥାଏ। ଏହି ଦିନ ଶିବ ମନ୍ଦିରରେ ରୁଦ୍ରାଭିଷେକ କରିବା ସହିତ ଶିବଲିଙ୍କର କ୍ଷୀର ଏବଂ ମିଶ୍ରି ଅର୍ପଣ କଲେ ମଧ୍ୟ କାଳସର୍ପ ଦୋଷ ଦୂର ହୋଇଥାଏ।
- ଚୈତ୍ର ଅମାବାସ୍ୟା ଦିନ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତି କାଳସର୍ପ ଦୋଷରୁ ମୁକ୍ତି ପାଇଥାଏ। ଏହି ଦିନ ଶିବ ମନ୍ଦିରରେ ରୁଦ୍ରାଭିଷେକ କରିବା ସହିତ ଶିବଲିଙ୍କର କ୍ଷୀର ଏବଂ ମିଶ୍ରି ଅର୍ପଣ କଲେ ମଧ୍ୟ କାଳସର୍ପ ଦୋଷ ଦୂର ହୋଇଥାଏ।

.jpg)
0 Comments
Do you have any doubts or suggestions? Ask them here in the comments!