ମକର ସଂକ୍ରାନ୍ତିରେ ରାଶି ଅନୁସାରେ ଜାଣନ୍ତୁ କ'ଣ ଦାନ କରିବା ଉଚିତ

ମକର ସଂକ୍ରାନ୍ତିରେ ରାଶି ଅନୁସାରେ ଜାଣନ୍ତୁ କ'ଣ ଦାନ କରିବା ଉଚିତ



ଏହି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀ ଏବଂ ବିଭିନ୍ନ ପବିତ୍ର ନଦୀରେ ସ୍ନାନ କରିବା ସହ ଦାନ,ଧର୍ମ ଆଦି କରିଥାନ୍ତି। ମକର ସଂକ୍ରାନ୍ତିରେ ଦାନପୁଣ୍ୟ କରିବା ଶୁଭ ହୋଇଥାଏ। ଏହି ଦିନ ଦାନ ଧର୍ମର ବିଶେଷ ମହତ୍ତ୍ଵ ରହିଛି। ମକର ସଂକ୍ରାନ୍ତି ଦିନ ଗୁଡ, ଘିଅ, ଲୁଣ ଏବଂ କଳାରାଶି ବ୍ୟତୀତ ହରଡ ଡାଲି, ଚାଉଳ ଆଦି ଦାନ କରାଯାଏ। ତେବେ ଏବେ ଆସନ୍ତୁ ଜାଣିବା ଆପଣ ନିଜ ରାଶି ଅନୁସାରେ ମକର ସଂକ୍ରାନ୍ତି ଦିନ କଣ ଦାନ କଲେ ଶୁଭ ଫଳ ପ୍ରାପ୍ତି କରିବେ।

ମେଷ

  1. ଜ୍ୟୋତିଷ ଅନୁଯାୟୀ ମେଷ ରାଶିର ସ୍ୱାମୀ ମଙ୍ଗଳ। ଏହି ରାଶିର ଲୋକ ମକର ସଂକ୍ରାନ୍ତି ଦିନ ମସୁରୀ ଏବଂ ରାଶି ଦାନ କରନ୍ତୁ। ବହୁତ ଜଲଦି ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇପାରିବ।
  2. ମେଷ ରାଶିର ଲୋକଙ୍କୁ ତିଳ, ଗୁଡ଼, ତମ୍ବା ପାତ୍ର ଆଦି ଦାନ କରିବା ଉଚିତ।

ବୃଷ

  1. ଜ୍ୟୋତିଷ ଅନୁସାରେ ଏହି ରାଶିର ସ୍ୱାମୀ ଶୁକ୍ର। ଏହି ରାଶିର ଲୋକ ମକର ସଂକ୍ରାନ୍ତି ଦିନ ଉଲ୍‌ ବସ୍ତ୍ର ଏବଂ ରାଶି ଦାନ କରନ୍ତୁ। ଏପରି କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।
  2. ବୃଷ ରାଶିର ଲୋକଙ୍କୁ ମକର ସଂକ୍ରାନ୍ତି ଦିନ ରୂପା, ତମ୍ବା ଆଦି ଦାନ କରିବା ଉଚିତ।

ମିଥୁନ

  1. ଜ୍ୟୋତିଷଙ୍କ ଅନୁଯାୟୀ ଏହି ରାଶିର ସ୍ୱାମୀ ବୁଧ ଅଟନ୍ତି। ଏହି ରାଶିର ବ୍ୟକ୍ତି ଯଦି ମକର ସଂକ୍ରାନ୍ତି ଦିନ ରାଶି ଏବଂ ମସୁରୀ ଦାନ କରନ୍ତି, ତେବେ ବହୁତ ଭଲ ରହିବ ଆପଣଙ୍କ ପାଇଁ।
  2.  ମିଥୁନ ରାଶିର ଲୋକଙ୍କୁ ଗୁଡ଼ ଓ ହଳଦିଆ ବସ୍ତୁ ଦାନ କରିବା ଶୁଭ ରହିବ।

କର୍କଟ

  1. ଜ୍ୟୋତିଷ ଅନୁସାରେ ଏହି ରାଶିର ସ୍ୱାମୀ ଚନ୍ଦ୍ର। ଏହି ରାଶିର ଲୋକଙ୍କ ପାଇଁ ମକର ସଂକ୍ରାନ୍ତିରେ ରାଶି, ସାଗୁଦାନା ଏବଂ ଉଲ୍‌ ବସ୍ତ୍ର ଦାନ କରିବା ଶୁଭ ଫଳ ପ୍ରଦାନ କରିଥାଏ।
  2. କର୍କଟ ରାଶିର ଲୋକେ ତିଳ ଦାନ କଲେ ଶୁଭ ଫଳ ପ୍ରାପ୍ତି ହେବ।

ସିଂହ

  1. ଜ୍ୟୋତିଷ ଅନୁଯାୟୀ ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ ଅଟନ୍ତି। ମକର ସଂକ୍ରାନ୍ତି ଦିନ ଏହି ରାଶିର ବ୍ୟକ୍ତି ରାଶି, କମ୍ବଳ ଏବଂ ମସୁରୀ ନିଜ କ୍ଷମତା ଅନୁସାରେ ଦାନ କରନ୍ତୁ।
  2. ସିଂହ ରାଶିର ଲୋକେ ଗହମ ଓ ଚାଉଳ ଦାନ କଲେ ପୂଣ୍ୟ ପ୍ରାପ୍ତି ହେବ। 

କନ୍ୟା

  1. ଜ୍ୟୋତିଷଙ୍କ ଅନୁସାରେ ଏହି ରାଶିର ସ୍ୱାମୀ ବୁଧ ଅଟନ୍ତି। ଏହି ରାଶିର ଲୋକ ମକର ସଂକ୍ରାନ୍ତି ଦିନ ରାଶି, କମ୍ପଳ, ତେଲ, ବିରି ଦାନ କରନ୍ତୁ।
  2. କନ୍ୟା ରାଶିର ଲୋକଙ୍କୁ ସାତ ପ୍ରକାରର ଶସ୍ୟ ଦାନ କରିବା ଉଚିତ। 

ତୁଳା

ଜ୍ୟୋତିଷଙ୍କ ଅନୁଯାୟୀ ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି। ଏହି ରାଶିର ଲୋକ ତେଲ, ରାଶି, ବସ୍ତ୍ର, ରାଇ, ମସୁରୀ ଦାନ କରନ୍ତୁ।

ବିଛା

  1. ଜ୍ୟୋତିଷ ଅନୁଯାୟୀ ଏହି ରାଶିର ସ୍ୱାମି ମଙ୍ଗଳ। ଏହି ରାଶିର ଲୋକ ଗରିବଙ୍କୁ ଚାଉଳ ଏବଂ ଡାଲିର କଞ୍ଚା ଖିଚଡି ଦାନ କରନ୍ତୁ। ଏହାସହିତ ନିଜ କ୍ଷମତା ଅନୁଯାୟୀ କମ୍ବଳ ମଧ୍ୟ ଦାନ କରନ୍ତୁ।
  2. ବିଛା ରାଶିର ଲୋକଙ୍କୁ ଦହି ଓ ଲାଲ ବସ୍ତ୍ର ଆଦି ଦାନ କରନ୍ତୁ। 

ଧନୁ

  1. ଏହି ରାଶିର ସ୍ୱାମୀ ଗୁରୁ। ତେଣୁ ଏହି ରାଶିର ଲୋକ ମକର ସଂକ୍ରାନ୍ତି ଦିନ ରାଶି ଏବଂ ଚଣା ଡାଲି ଦାନ କରନ୍ତୁ। ଦେଖିବେ ବିଶେଷ ଲାଭ ହେବାର ସମ୍ଭାବନା ଆସିବ।
  2. ଧନୁ ରାଶିର ଲୋକେ ହଳଦିଆ ବସ୍ତ୍ର ଦାନ କରିବା ଉଚିତ। 

ମକର

  1. ଜ୍ୟୋତିଷଙ୍କ ଅନୁଯାୟୀ ଏହି ରାଶିର ସ୍ୱାମୀ ଶନି ଅଟନ୍ତି। ତେବେ ଏହି ରାଶିର ବ୍ୟକ୍ତି ଯଦି ମକର ସଂକ୍ରାନ୍ତି ଦିନ ତେଲ, ରାଶି, କମ୍ବଳ କିମ୍ବା ପୁସ୍ତକ ଦାନ କରନ୍ତି ତାହେଳେ ସବୁ ମନସ୍କାମନା ପୂର୍ଣ୍ଣ ହୋଇପାରେ।
  2. ମକର ରାଶିର ଲୋକେ କଳା ବସ୍ତ୍ର ଦାନ କରିବା ଉଚିତ। 

କୁମ୍ଭ

  1. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ସ୍ୱାମୀ ଶନି। ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ ତେଲ, ସାବୁ ଦାନା, ବସ୍ତ୍ର, ପାନିଆ ଏବଂ ଅନ୍ନ ଦାନ କରନ୍ତୁ।
  2. କୁମ୍ଭ ରାଶିର ଲୋକେ ଘିଅ ଓ ଖିଚିଡି ଦାନ କଲେ ଶୁଭ ଫଳ ପାଇବେ। 

ମୀନ

  1. ଜ୍ୟୋତିଷଙ୍କ ମୁତାବକ ଏହି ରାଶିର ସ୍ୱାମୀ ଗୁରୁ ଅଟନ୍ତି । ମକର ସଂକ୍ରାନ୍ତି ଦିନ ଏହି ରାଶିର ବ୍ୟକ୍ତି ତେଲ, ଚଣା, ସାବୁଦାନା, କମ୍ବଳ ଏବଂ ମସୁରୀ ଦାନ କରନ୍ତୁ।
  2. ମୀନ ରାଶିର ଲୋକେ ମକର ସଂକ୍ରାନ୍ତି ଦିନ ତିଳ, ଗୁଡ଼ ଆଦି ଦାନ କଲେ ପୂଣ୍ୟ ପ୍ରାପ୍ତି କରିବେ।

Post a Comment

0 Comments