ମାଘମାସ ରବିବାରରେ କରନ୍ତୁ ଏହି ଉପାୟ

ମାଘମାସ ରବିବାରରେ କରନ୍ତୁ ଏହି ଉପାୟ

ବର୍ଷର ସବୁ ରବିବାର ଦିନଟି ସୂର୍ଯ୍ୟଦେବ ଅର୍ଥାତ ରବିନରାୟଣଙ୍କୁ ପୂଜା କରାଯାଇଥାଏ । କିନ୍ତୁ ମାଘମାସ ରବିବାର ଦିନଟି ଏହାର ବିଶେଷ ମହତ୍ଵ ରହିଛି । ଏହିମାସରେ ଉଭୟ ଲକ୍ଷ୍ମୀ ଓ ପ୍ରଭୁ ନାରାୟଣ ଧରା ପୃଷ୍ଟକୁ ଅବତରଣ କରିଥାଆନ୍ତି । ମାନ୍ୟତା ଅନୁସାରେ ଉଭୟ ଲକ୍ଷ୍ମୀ ନାରାୟଣଙ୍କୁ ମାଘ ମାସ ରବିବାର ଦିନ ବିଧିବଦ୍ଧ ଭାବରେ ପୂଜା କଲେ ଐଶ୍ଚର୍ଯ୍ୟ ଲାଭ ହୋଇଥାଏ ।

ମାଘମାସ ରବିବାରରେ ସୂର୍ଯ୍ୟଦେବଙ୍କ ପୂଜା

  1. ସୂର୍ଯ୍ୟଙ୍କୁ ପ୍ରସନ୍ନ  କରିବା ପାଇଁ ରବିବାର ସର୍ବୋତମ ଦିନ ବୋଲି ଶାସ୍ତ୍ରରେ କୁହାଯାଇଛି ।
  2. ସନ୍ତାନ ମାନଙ୍କ ଉନ୍ମତି ପାଇଁ ରବିବାରଦିନ ସୂର୍ଯ୍ୟଙ୍କୁ ନାଲି ଫୁଲ,ନାଲି ବସ୍ତ୍ର ଅର୍ପଣ କରନ୍ତୁ ।
  3. ସୂର୍ଯ୍ୟଙ୍କର ପ୍ରିୟ ବସ୍ତୁ ହେଲା ଗାଈ ଏବଂ ଗୁଡ । 
  4. ରବିବାର ଦିନ ଗାଈଙ୍କୁ ଗୁଡ କିମ୍ବା ଗହମ ଖୁଆଇଲେ କିମ୍ବା ବ୍ରାହ୍ମଣଙ୍କୁ ଦାନ କଲେ ପୁଣ୍ୟ
  5. ମିଳିଥାଏ । ଏହାସହ କୁଣ୍ଡଳୀରେ ରବିଙ୍କ ସ୍ଥିତି ମଧ୍ଯ ମଜବୁତ ହୋଇଥାଏ ।
  6. ତମ୍ବା ଏବଂ ସୁନା ସୂର୍ଯ୍ୟଙ୍କ ପ୍ରିୟ ଧାତୁ ।
  7. ବିଷ୍ଣୁ ପୁରାଣ ଅନୁସାରେ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଗୋଟିଏ ଅରଖ ଫୁଲ ଶ୍ରଦ୍ଧାର ସହ ଅର୍ପଣ କଲେ ୧୦ଟି ଶୁଭଫଳ ମିଳିବ ।
  8. ସୂର୍ଯ୍ୟଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାତିରେ କଦମ୍ବ ଫୁଲ ଅର୍ପଣ କରିବା ଶ୍ରେୟସ୍କର ବୋଲି କୁହାଯାଇଛି ।
  9. ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ ମଲ୍ଲି ଫୁଲ ଏମିତି ଏକ ଫୁଲ ଯାହା ଆପଣ ଦିନ ଉଭୟ ଏବଂ ରାତିରେ ଅର୍ପଣ କରିପାରିବେ |

ଏମିତିବି କିଛି ଫୁଲ ରହିଛି ଯାହା ଭୁଲରେ ମଧ୍ୟ ଅର୍ପଣ କରିବା ଉଚିତ ନୁହେଁ  | ସେଗୁଡିକ ହେଲା ଗୁଂଜା, ଦୂଦୂରା, ଅପରାଜିତା ଏବଂ ଟଗର |

ଆସନ୍ତୁ ଜାଣିବା ଉପାୟ ଗୁଡିକ କଣ

  1. ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଯେଉଁ ବ୍ୟକ୍ତିମାନେ ରବିବାର ଦିନଟି ସୂର୍ଯ୍ୟଦେବ ଓ ଲକ୍ଷ୍ମୀ ନାରାୟଣଙ୍କୁ ଜଳାଭିଷେକ କରାଇ ଥାଆନ୍ତି ସେମାନଙ୍କ ଜୀବନରୁ ଦୁର୍ଦ୍ଦିନ ଦୂର ହୋଇଥାଏ ।
  2. ମାଘ ମାସ ରବିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ସାରି ଉଦିତ ସୂର୍ଯ୍ୟଙ୍କୁ ଜଳ ଓ ଦୁଗ୍ଧ ଅର୍ପଣ କରନ୍ତୁ । ଏପରି ମାଘମାସର ପ୍ରତି ରବିବାର ଦିନ କଲେ ଐଶ୍ଚର୍ଯ୍ୟ ବୃଦ୍ଧି ହୋଇଥାଏ ଓ ସନ୍ତାନ ମାନଙ୍କର ଉନ୍ମତି ହୋଇଥାଏ ।
  3. ରବିବାର ଦିନ ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପରେ ପିପଳ ବୃକ୍ଷ ମୂଳରେ ଚତୁର୍ମୁଖ ଦୀପ ପ୍ରଜ୍ଜ୍ଵଳନ କଲେ ଧନସମ୍ପତ୍ତ୍ଵି  ପ୍ରାପ୍ତ ହୋଇଥାଏ । ମାନ୍ୟତା ରହିଛି ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାଆନ୍ତି । ଲକ୍ଷ୍ମୀଙ୍କ କୃପାରୁ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ ।
  4. ମାଘମାସ ରବିବାର ଦିନ ଲକ୍ଷ୍ମୀନାରାୟଣ ଙ୍କୁ ଜଳ ଦୁଗ୍ଧରେ ଅଭିଷେକ କରାଇଲେ ଧନ ଲାଭ ହେବା ସହ ଜୀବନରୁ ସମସ୍ତ ଅସୁବିଧା ଦୂର ହୋଇଥାଏ । ଏହିଦିନ ଅଭିଷେକ ପରେ ଘରର ସମସ୍ତ ସଦସ୍ୟ ମୁଣ୍ଡରେ ଚନ୍ଦନ ଲଗାଇଲେ ରୋଗ ମୁକ୍ତ ହୋଇଥାଆନ୍ତି |
  5. ମାନ୍ୟତା ରହିଛି ଯେ ରବିବାର ସନ୍ଧ୍ୟା ସମୟରେ ମୁଖ୍ୟ ଦ୍ବାରର ଉଭୟ ପାର୍ଶ୍ବରେ ଦୀପ ପ୍ରଜ୍ବଳନ କଲେ ଘରୁ ସମସ୍ତ ନକାରାତ୍ମକ ଉର୍ଜା ଦୂରେଇ ଯାଇଥାଏ । 
  6. ପ୍ରତି ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କଲେ ସୂର୍ଯ୍ୟଦେବଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ ।
  7. ମାଘମାସ ରବିବାର ହିନ୍ଦୁ ପରମ୍ପରାରେ ଅନେକ ମହତ୍ଵ ରଖୁଛି । ତେଣୁ ଏହିଦିନ ଧାର୍ମିକ ମାନ୍ୟତା ଅନୁସାରେ ସ୍ବାମୀସ୍ତ୍ରୀ ଉଭୟ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କଲେ ପରିବାରରେ ଶାନ୍ତି ରହିଥାଏ । 

Post a Comment

0 Comments