କାଲି ମାଘ ସପ୍ତମୀରେ ଲୁଣ ଖାଇବା ନିଷେଧ, ଜାଣନ୍ତୁ କାହିଁକି

କାଲି ମାଘ ସପ୍ତମୀରେ ଲୁଣ ଖାଇବା ନିଷେଧ, ଜାଣନ୍ତୁ କାହିଁକି

ଆମ ଜୀବନରେ ଲୁଣର ବହୁତ ଆବଶ୍ୟକତା ରହିଛି।  କହିବାକୁ ଗଲେ ଆମ ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ହେଉଛି ଲୁଣ। କିନ୍ତୁ ବର୍ଷରେ ଏମିତି ଏକ ଦିନ ଆସିଥାଏ ଯେଉଁଦିନ ଆମକୁ ଲୁଣ ତ୍ୟାଗ କରିବାକୁ ପଡ଼ିଥାଏ। ସେହି ଦିନଟି ହେଉଛି ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି। ଜାଣନ୍ତୁ ଏହି ଦିନ ଲୁଣ ଖାଇବା ପାଇଁ କାହିଁକି ମନା । ଏବଂ ଏହି ବ୍ରତର କ'ଣ ରହିଛି ଲାଭ।

ଶାସ୍ତ୍ର ଅନୁସାରେ,ମାଘ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଭଗବାନ ସୂର୍ଯ୍ୟ ନିଜର ପ୍ରକାଶରେ ସମ୍ପୂର୍ଣ୍ଣ ଜଗତକୁ ଚମକାଇଥିଲେ। ଏଣୁ ମାଘ ସପ୍ତମୀକୁ ସୂର୍ଯ୍ୟ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଇଥାଏ। ପୁରାଣରେ ଏହି ସପ୍ତମୀକୁ ଅଚଳା ସପ୍ତମୀ, ଭାନୁ ସପ୍ତମୀ, ଅର୍କ, ରଥ ଏବଂ ପୁତ୍ର ସପ୍ତମୀ ଭାବେ ମଧ୍ୟ ନାମିତ କରାଯାଇଛି। ଏହି ସପ୍ତମୀ ରବିବାର ଦିନ ପଡ଼ିଲେ ଏହାକୁ ଭାନୁ ସପ୍ତମୀ କୁହାଯାଇଥାଏ। ଏହି ସପ୍ତମୀ ବର୍ଷ ମଧ୍ୟରେ ପଡ଼ୁଥିବା ସବୁ ସପ୍ତମୀ ମଧ୍ୟରେ ସର୍ବଶ୍ରେଷ୍ଠ।

  1. ଏହି ଦିନ ଉପବାସ କଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। 
  2. ଏହି ତିଥିରେ ପୂର୍ବ ଦିଗକୁ ମୁହଁ କରି  ସୂର୍ଯ୍ୟ ଉଦୟ ସମୟରେ ସ୍ନାନ କରିବା ସର୍ବତ୍ତମ।
  3.  ମାଘ ଶୁକ୍ଳ ସପ୍ତମୀରେ ଯଦି ପ୍ରୟାଗର ସଂଗମରେ ସ୍ନାନ କରନ୍ତି ତେବେ ଏହାଦ୍ବାରା ବିଶେଷ ଲାଭ ମିଳିଥାଏ। 
  4. ଏହି ଦିନ ସ୍ନାନ ଏବଂ ଅର୍ଘ୍ୟଦାନ କରିବା ଦ୍ବାରା ବୟସ, ଆରୋଗ୍ୟ ହେବା ସହ ସମ୍ପତ୍ତି ପ୍ରାପ୍ତି ହୋଇଥାଏ।

ମାଘ ସପ୍ତମୀ ବ୍ରତରେ କ'ଣ ଲାଭ ହୋଇଥାଏ

ମାଘର ପୁରା ମାସକୁ ପୂର୍ଣ୍ନମାସ କୁହାଯାଇଥାଏ। ଏହି ମାସରେ ପଡ଼ିଥିବା ଶୁକ୍ଳପକ୍ଷ ଅମାବାସ୍ୟା, ପୂର୍ଣ୍ନିମା ଏବଂ ସପ୍ତମୀ ତିଥିର ବହୁତ ମହତ୍ତ୍ବ ରହିଛି। ମାଘମାସ ସପ୍ତମୀରେ ଯେଉଁ ବ୍ୟକ୍ତି ସୂର୍ଯ୍ୟଙ୍କର ପୂଜା କରିବାପରେ ମିଠା ଭୋଜନ କିମ୍ବା ଫଳ ସେବନ କରିଥାନ୍ତି ସେମାନେ ପୂରା ବର୍ଷ କରୁଥିବା ସୂର୍ଯ୍ୟଙ୍କ ପୂଜାର ପୂଣ୍ୟ ତାଙ୍କୁ ଏହି ଗୋଟିଏ ଥରରେ ପ୍ରାପ୍ତ ହୋଇଥାଏ।

କାହିଁକି ଲୁଣ ମନା

ଭବିଷ୍ୟ ପୁରାଣରେ ମାଘ ସପ୍ତମୀ ଦିନ ଲୁଣ ଖାଇବା ମନା କରାଯାଇଛି , କୁହାଯାଏ ଯଦି ବିନା ଲୁଣରେ ଏହି ବ୍ରତ କରାଯାଏ ତେବେ ଏହି ବ୍ରତ ବହୁତ ଲାଭକାରୀ ହୋଇଥାଏ। ଏହି ବ୍ରତର ମହତ୍ତ୍ବ ବିଷୟରେ ପୁରାଣରେ କୁହାଯାଇଛି , ଏହି ବ୍ରତରେ ସୌଭାଗ୍ୟ, ରୂପ ଏବଂ ସନ୍ତାନ ସୁଖ ପ୍ରଦାନ ହୋଇଥାଏ।

ଏହି ଦିନ ପ୍ରଭାତର ସୂର୍ଯ୍ୟଦୟରେ ପୂର୍ବରେ ଥିବା କିଛି ପବୀତ୍ର ନଦୀରେ କିମ୍ବା ଜଳାଶୟରେ ସ୍ନାନ କରି ଦୀପ ଦାନ କରିବାରେ ଉତ୍ତମ ଫଳ ଲାଭ ହୋଇଥାଏ। ଏହି ଦିନ ଜଳରେ ସ୍ନାନକରି ପୂର୍ବ ଦିଗକୁ ମୁହଁ କରି ପାଣି ଟେକାଯାଇଥାଏ ଏବଂ ସୂର୍ଯ୍ୟଙ୍କୁ ଦୀପ ଦାନ କରିବାରେ ମହାନ ପୂଣ୍ୟ ପ୍ରାପ୍ତ ହୋଇଥାଏ।

Post a Comment

0 Comments