ଜାଣନ୍ତୁ ସରସ୍ୱତୀମାତାଙ୍କୁ କିପରି କରିବେ ପୂଜା
ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶୁଭ୍ର ବସ୍ତ୍ରା ବୃତା
ଯା ବୀଣା ବରଦଣ୍ଡ ମଣ୍ଡିତ କରା, ଯା ଶ୍ୱେତ ପଦ୍ମାସନା । ।
ଯା ବ୍ରହ୍ମା ଅଚ୍ୟୁତ ଶଙ୍କର, ପ୍ରଭୁତିଭିଃ ଦେବୈ ସଦା ବନ୍ଦିତା
ସା ମାମ୍ ପାତୁ ସରସ୍ୱତୀ, ଭଗବତୀ ନିଃଶେଷ ଜାଡ୍ୟାପହା ।
ନିଜକାମ
- ଏହିଦିନ ସକାଳୁ ଉଠି ହଳଦୀ ଲଗାଇ ମହିଳା ମାନେ ସ୍ନାନ କରିବା ଆବଶ୍ୟକ l ବିନା ହଳଦୀରେ ସ୍ନାନ କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ଓ ସରସ୍ୱତୀଙ୍କ ଆଶୀର୍ବାଦରୁ ବଂଚିତ ହୋଇଥାଆନ୍ତି l
- ବସନ୍ତ ପଞ୍ଚମୀ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରନ୍ତୁ ଓ ଏହାପରେ ହଳଦିଆ ରଙ୍ଗରେ ବା ଫୁଲରେ ଏକ ରଙ୍ଗୋଲି ତିଆରି କରନ୍ତୁ |
- ବିଦ୍ୟାର୍ଥୀ ଗଣ ଉଠି ଫୁଲ ତୋଳନ୍ତି । ଫୁଲରେ ମାଳ ଗୁନ୍ଥି ଦେବୀ ସରସ୍ୱତୀଙ୍କ ପୂଜା କରି ପୁଷ୍ପାଞ୍ଜଳି ଦିଅନ୍ତି ।
- ନିଜ ସନ୍ତାନ ମାନଙ୍କ ମୁଣ୍ଡରେ ଖାଲି ଚନ୍ଦନ ଲଗାଇବା ଉଚିତ ନୁହେଁ l ହଳଦୀ ସହତ ଚନ୍ଦନ ଓ ଅକ୍ଷତ ମିଶାଇ ଲଗାଇଲେ ସରସ୍ୱତୀଙ୍କ କୃପା ଲାଭ ହୋଇଥାଏ ଓ ଜ୍ଞାନର ବିକାଶ ହୋଇଥାଏ l
- ପ୍ରାତଃରୁ ସ୍ନାନାଦି କାର୍ଯ୍ୟ ସାରି ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଛାତ୍ରଛାତ୍ରୀମାନେ ସକାଳ ସ୍ନାନ ପରେ ଧଳା କିମ୍ବା ହଳଦିଆ ପୋଷାକ ପିନ୍ଧିବା ଉଚିତ ।
ପୂଜାବିଧି
- ମନ୍ଦିରକୁ ଭଲ ଭାବେ ସଫା କରନ୍ତୁ ଓ ସରସ୍ୱତୀ ମୂର୍ତ୍ତିକୁ ସ୍ନାନ କରେଇ ଦିଅନ୍ତୁ | ଏହାପରେ ପୂଜା ଆରମ୍ଭ କରନ୍ତୁ |
- ଏହାପରେ କଳସ ସ୍ଥାପନା କରି ଭଗବାନ ଗଣେଶ, ନବଗ୍ରହ ଏବଂ ମା’ ସରସ୍ୱତୀଙ୍କୁ ଯଥା ବିଧି ପୂଜା କରନ୍ତୁ।
- ମା’ ସରସ୍ୱତୀଙ୍କର ମୂର୍ତ୍ତି କିମ୍ୱା ଚିତ୍ର ଉତ୍ତର-ପୂର୍ବ ଦିଗରେ ସ୍ଥାପନ କରନ୍ତୁ।
- ଧଳା ପଦ୍ମ ଉପରେ ବସିଥିବା ବିଦ୍ୟାଧାରିଣୀ ମା' ସରସ୍ବତୀଙ୍କ ସ୍ଵରୂପକୁ ସର୍ବୋତମ ବୋଲି ବିଶ୍ଵାସ କରାଯାଏ |
- ମା’ ଶ୍ୱେତ ବସ୍ତ୍ର ଧାରଣ କରୁଥିବାରୁ ପ୍ରତିମାଙ୍କୁ ମଧ୍ୟ ଧଳା ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ।
- ମା'ଙ୍କ ଆସନ ହଳଦିଆ ରଙ୍ଗର ହେବା ଉଚିତ |
- ବସନ୍ତ ପଞ୍ଚମୀ ଦିନ ମା ସରସ୍ୱତୀଙ୍କ ପୂଜା କରନ୍ତୁ। ଯଦି ଆପଣଙ୍କ ପାଖରେ ମା’ଙ୍କ ପ୍ରତିମା ନାହିଁ ତାହେଲେ ବହି ଉପରେ ହଳଦୀ ଅର୍ପଣ କରି ପୂଜା କରନ୍ତୁ।
ଧୂପ, ଦୀପ, ଅର୍ଘ୍ୟ ଅର୍ପଣ
- ମା'ସରସ୍ୱତୀଙ୍କ ସମନ୍ଧ ବୁଧ ଏବଂବୃହଷ୍ପତ୍ତି ଗ୍ରହ ସହିତ ରହିଛି । ମା'ଙ୍କ ପୂଜାରେ ସବୁବେଳେ ହଳଦିଆ ରଙ୍ଗର ବସ୍ତ୍ର, ଧଳା କିମ୍ବା ହଳଦିଆ ଫୁଲ, ହଳଦିଆ ମିଠା ବ୍ୟବହାର କରାଯାଇଥାଏ ।
- ବସନ୍ତ ପଞ୍ଚମୀରେ ମା' ସରସ୍ବତୀଙ୍କୁ ଧଳା ଓ ହଳଦୀ ରଙ୍ଗର ଫୁଲ, ଚନ୍ଦନ ଅର୍ପଣ କରନ୍ତୁ।
- ପୁଷ୍ପମାଳା ସୁଶୋଭିତ ଦେବୀଙ୍କ ମୂର୍ତ୍ତି ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଆଦି ବାଦ୍ୟ ବାଦନ ମଧ୍ୟରେ ପୂଜିତ ହୁଅନ୍ତି । କୁନ୍ଦପୁଷ୍ପ ଦେବୀ ସରସ୍ୱତୀଙ୍କର ଅତି ପ୍ରିୟ ।
- ଭୋଗ ଭାବେ ଖଇ, ଉଖୁଡ଼ା, ନଡ଼ିଆ ଆଦି ବଢ଼ାଯାଇଥାଏ । ପଞ୍ଚାମୃତ ରୂପରେ ଦୁଧ, ଘିଅ, ଦହି, ମହୁ ଓ ଶର୍କରା ଏକତ୍ର କରି ଦେବୀଙ୍କୁ ପ୍ରଦାନ କରାଯାଏ ।
- ମା' ସରସ୍ୱତୀଙ୍କ ଆରାଧନା, ପୂଜାରେ ଦହି, ଧଳା ଫୁଲ, ଚନ୍ଦନ, ଆଖୁ, ଖିରୀ, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର ,ଅଦା, ଅଁଳା, ଘିଅ, ନଡ଼ିଆ, ଋତୁଫଳ ସ୍ୱରୂପ ବରକୋଳି ଅର୍ପଣ କରାଯାଏ ।
- କ୍ଷୀରରେ ପ୍ରସ୍ତୁତ ହୋଇଥିବା ମିଠା ମା’ଙ୍କୁ ଭୋଗ ଲଗାଇ ପ୍ରଣାମ କରି ମା’ଙ୍କ ଆଶୀର୍ବାଦ ନିଅନ୍ତୁ।
- ପୂଜାରେ ହଳଦିଆ ଲଡୁ, ହଳଦିଆ ମିଠା ଅର୍ପଣ କରାଯିବ ଉଚିତ |
- ହଳଦିର ତିଳକ ଲଗାଇବା, ମିଠା ଚାଉଳ ତିଆରି କରିବାର ବିଧାନ ରହିଛି ।
- ଏହାପରେ ମା’ ସରସ୍ୱତୀଙ୍କୁ ଧୂପ, ଦୀପ, ଅର୍ଘ୍ୟ ଅର୍ପଣ କରନ୍ତୁ। ମା’ ସରସ୍ୱତୀଙ୍କର ଆଳତୀ କରନ୍ତୁ ।
- ଦେବୀଙ୍କ ଆଗରେ ହୋମ ମଧ୍ୟ କରାଯାଏ ।
- ବସନ୍ତ ପଞ୍ଚମୀ ଦିନ କିଛି ଲୋକ ବ୍ରତ ବି ରଖନ୍ତି | ବସନ୍ତପଞ୍ଚମୀ ଦିନ କୌଣସି ଉପବାସ ହୋଇନଥାଏ,କେବଳ ପୂଜା ହୋଇଥାଏ ।
- ପଞ୍ଚମୀ ଦିନ ଆମିଷ ଭୋଜନ ନ କରି ଶୁଦ୍ଧ ସାକାହାରୀ ଭୋଜନ କରିବା ଉଚିତ |
ମନ୍ତ୍ର ଓ ଜପ
- ସରସ୍ୱତୀ ପୂଜା ଦିନ ପୁରାଣ ଗ୍ରନ୍ଥ ସହ ନିଜର ପୁସ୍ତକାଦି ପୂଜା କରିବା ବିଧେୟ । ସରସ୍ୱତୀ ଯନ୍ତ୍ର ପୂଜା କରନ୍ତୁ ।
- ଲାଲ କାଳିରେ ଲେଖି ଚନ୍ଦନ ଲଗାଇ ଧଳା ଫୁଲ ଚଢାଇ ମା'ଙ୍କୁ ପୂଜା କରାଯାଏ ।
- ପୂଜାରେ ମାଙ୍କୁ ସୁଖ, ବିଦ୍ୟା,ବୁଦ୍ଧି ଓ କଳାର ପ୍ରାପ୍ତି ହେଉ ବୋଲି କାମନା କରନ୍ତୁ |
- ନିଜ ଶୋଇବା ଘରେ ମା'ସରସ୍ବତୀଙ୍କ ଏକ ଫଟୋ ନିଶ୍ଚୟ ଲଗାନ୍ତୁ ଏବଂ ପ୍ରତିଦିନ ସକାଳୁ ଉଠି ମା'ଙ୍କ ଦର୍ଶନ ଅବଶ୍ୟ କରନ୍ତୁ |
- ସ୍ପଟିକ ମାଳାରେ ଓଁ ଏଁ ନମଃ ମନ୍ତ୍ର ଜପ କରିବା ଉଚିତ | ପ୍ରାତଃ କାଳରେ ସରସ୍ବତୀ ବନ୍ଦନା ଓ ଜପ କରନ୍ତୁ ।
- ଓଁ ସରସ୍ୱତ୍ୟୈ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ମା ସରସ୍ବତୀଙ୍କଠାରୁ ଜ୍ଞାନ ଏବଂ ଜ୍ଞାନର ଆଶୀର୍ବାଦ ନିଅନ୍ତୁ |
- ବ୍ରସନ୍ତ ପଞ୍ଚମୀ ଦିନ ନୀଳ ସରସ୍ବତୀ ସ୍ତୋତ୍ର ଜପ କରନ୍ତୁ ।
- ସରସ୍ବତୀଙ୍କ ଅଭିମନ୍ତ୍ରିତ ଜଳ ସକାଳେ ଏବଂ ସନ୍ଧ୍ୟାରେ ପାନ କରିବେ | ଓଁ ନମଃ ଭଗବତୀ ବଦ ବଦ ବାଗଦେବୀ ସ୍ବାହା ମନ୍ତ୍ର ଜପ କରନ୍ତୁ |

.jpg)
0 Comments
Do you have any doubts or suggestions? Ask them here in the comments!