ଜାଣନ୍ତୁ ଦିନର କେଉଁ ସମୟରେ ମାତା ସରସ୍ବତୀ ଜିଭରେ ବାସ କରନ୍ତି

ଜାଣନ୍ତୁ ଦିନର କେଉଁ ସମୟରେ ମାତା ସରସ୍ବତୀ ଜିଭରେ ବାସ କରନ୍ତି

କାଳିଦାସକୃତ ସରସ୍ବତୀଙ୍କ ବନ୍ଦନା

କଜ୍ମଳ ପୂରିତ ଲୋଚନଧାରେ,

ସ୍ତନଯୁଗ ଶୋଭିତ ମୁକୁତାହାରେ।

ବୀଣାପୁସ୍ତକ ରଞ୍ଜିତ ହସ୍ତେ,

ଭଗବତୀ ଭାରତୀଦେବୀ ନମସ୍ତେ ।।

ଅଇଲେ ସରସ୍ଵତୀ ନିର୍ମଳମନେ,

ରତ୍ନବିଭୂଷିତ କୁଣ୍ଡଳ କର୍ଣ୍ଣେ

ଗଳାରେ ଗଜମୋତି ମୁକୁତାହାର,

ଦିଅ ମା' ସରସ୍ବତୀ ବିଦ୍ୟା ଭଣ୍ଡାର। ।

ମା' ସରସ୍ବତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ । ଏହି ଦେବୀଙ୍କ ବିଷୟରେ ଏହା କୁହାଯାଏ କି, ସେ ମୂର୍ଖ ବ୍ୟକ୍ତିଙ୍କୁ ମଧ୍ଯ ବିଦ୍ବାନ କରିଦେଇ ପାରନ୍ତି । ମା ସରସ୍ବତୀଙ୍କ ଏହି ୧୨ଟି ନାମ ର ଉଚ୍ଚାରଣ ଶୁଭ ଦାୟକ । ଯଦି ଆପଣ ମା' ସରସ୍ବତୀଙ୍କର ମନ୍ତ୍ର ଶ୍ଳୋକ ଆଦି ଜାଣି ନାହାନ୍ତି ତେବେ ଏହି ୧୨ ଟି ନାମ ହିଁ ଯଥେଷ୍ଟ। ଏହି ୧୨ ଟି ନାମକୁ ମାତ୍ର ୧୧ଥର ଜପ କରନ୍ତୁ |

ଆସନ୍ତୁ ଜାଣିବା ସେହି ୧୨ ଟି ନାମ

୧- ଭାରତୀ ୨- ସରସ୍ବତୀ ୩- ଶାରଦା ୪- ହଂସ ବାହିନୀ ୫- ଜଗତୀ ୬- ବାଗିଶ୍ବରୀ ୭- କୁମୁଦି ୮- ବ୍ରହ୍ମଚାରିଣୀ ୯- ବୁଦ୍ଧିଦାତ୍ରି୧୦- ବରଦାୟିନି ୧୧- ଚନ୍ଦ୍ରକାନ୍ତି ୧୨- ଭୁବନେଶ୍ଵରୀ

ବସନ୍ତରତୁ କେବଳ ରତୁମାନଙ୍କର ରାଜା ନୂହେଁ ବରଂ ଅନେକ ଶୁଭ କାର୍ଯ୍ୟ ପାଇଁ ମଧ୍ଯ ଅତ୍ୟନ୍ତ ଅନୁକୂଳ ଅଟେ । 

  1. ଏହି ଦିନ ପିଲାମାନଙ୍କ ଶିକ୍ଷାର ଆରମ୍ଭ ପାଇଁ ଅନୁକୂଳ ବୋଲି ବିବେଚନା କରାଯାଏ ।
  2. ବସନ୍ତ ପଞ୍ଚମୀରେ ଛୋଟଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଶିକ୍ଷା ଦିକ୍ଷା ଆରମ୍ଭ କରିବା ଅତ୍ୟନ୍ତ ଶୁଭ |
  3. ଏହି ଦିନ ଛୋଟ ଛୁଆଙ୍କ ଜିଭରେ ମହୁରେ ଓଁ ଲେଖିବା ଦ୍ବାରା ସେମାନେ ଜ୍ଞାନବାନ୍‌ ହୁଅନ୍ତି ବା ଶିକ୍ଷା ଜଲଦି ଶିଖନ୍ତି |
  4. ଛୋଟ ପିଲାଙ୍କୁ ଉଚ୍ଚାରଣ ଶିଖାଇବା ପାଇଁ ମଧ୍ଯ ଏହି ଦିନଟିକୁ ଶୁଭ ମାନନ୍ତି।
  5. ଶିଶୁଙ୍କୁ ୭ମାସ ଚାଲିଥିଲେ ଶ୍ରୀ ପଞ୍ଚମୀ ଦିନ ଅନ୍ନପ୍ରାସନ୍ନ  କରାଯାଏ। ଅନ୍ନପ୍ରାସନ୍ନ  ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ |
  6. ବସନ୍ତ ଋତୁକୁ ପ୍ରେମର ରତୁ ବୋଲି ଧରାଯାଏ ଏବଂ କାମଦେବଙ୍କ କୃପାରୁ ଏହି ଋତୁରେ ପରିବାର
  7. ବଢ଼େଇବା ପାଇଁ ମହତ୍ଵପୂର୍ଣ୍ଣ ଅଟେ।
  8. ବସନ୍ତ ପଞ୍ଚମୀ ଦିନଟି ବିବାହ ବନ୍ଧନ ପାଇଁ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାଏ। ଅବିବାହିତ ଯୁବକ ଯୁବତୀମାନେ ଏହି ଦିନ ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ଧନ, ଜନ, ଗୋପଲକ୍ଷୀ ପ୍ରାପ୍ତିକରି ଦୀର୍ଘ ଜୀବନ ଲାଭ କରିଥାନ୍ତି |
  9. ଗୃହାରମ୍ଭ ଗୃହପ୍ରବେଶ ଠାରୁ ଯେ କୌଣସି ନୂତନ କାର୍ଯ୍ୟର ଆରମ୍ଭ ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ ବୋଲି
  10. ଜ୍ୟୋତିଷଶାସ୍ତ୍ରର ମତ।
  11. ଏହି ଦିନ ବ୍ୟବସାୟିକ କାର୍ଯ୍ୟକଳାପ ଯଥା ଦୋକାନ ଇତ୍ୟାଦି ଖୋଲିବା ପାଇଁ ମଧ୍ଯ ବହୁତ ଶୁଭ ବୋଲି ବିବେଚନା କରାଯାଏ ।
  12. ବସନ୍ତ ପଞ୍ଚମୀ ଦିନ ହଳଦିଆ ବସ୍ତ୍ର ପିନ୍ଧି କେଶର ଚନ୍ଦନ ଧାରଣ କରି ଗୁଡି ଉଡାଇଲେ ବର୍ଷକ ମଧ୍ଯରେ ବାୟୁରୋଗ ପାଖ ମାଡ଼େନାହିଁ।

ଦିନର କେଉଁ ସମୟରେ ମାତା ସରସ୍ବତୀ ଜିଭରେ ବାସ କରନ୍ତି

ସର୍ବଦା ଶୁଭ କଥା କୁହନ୍ତୁ । କାହାକୁ ଖରାପ କୁହନ୍ତୁ ନାହିଁ । କାରଣ ଆପଣଙ୍କର ଜିଭରେ ମାତା ସରସ୍ବତୀ ବାସ କରନ୍ତି । ତେଣୁ ଆପଣ କହିଥିବା କଥା ସତ ହୋଇଯାଇଥାଏ । ଏହା ପଛର କାରଣ କ'ଣ ଅଟେ । ଦିନରେ କେଉଁ ସମୟରେ ଆମ ଜିଭରେ ସରସ୍ବତୀଙ୍କ ବାସ ହୋଇଥାଏ । ଏହି ବିଷୟରେ ଆସନ୍ତୁ ଜାଣିବା । 

ପୁରାଣରେ ସରସ୍ଵତୀଙ୍କୁ ପଦ୍ମଫୁଲରେ ଦେଖିବାକୁ ମିଳିଥାଏ । ସରସ୍ବତୀ ଏହା ଉପରେ ବସି ଆମକୁ ଏହି ସନ୍ଦେଶ ଦିଅନ୍ତିକି ଆମେ ଯେତେ ଦୂଷିତ ଜାଗାରେ ରହିଲେ ମଧ୍ଯ ଆମେ ନିଜକୁ ଏମିତି ପ୍ରସ୍ତୁତ କରିବା ଯାହାକି କୌଣସି ଖରାପ ଜିନିଷ ଆମର କିଛିବି ପ୍ରଭାବ ପକେଇବ ନାହିଁ ।

୨୪ ଘଣ୍ଟାରେ ଥରେ ମାତା ସରସ୍ବତୀ ଗୋଟେ ମଣିଷର ଜିଭରେ ଆସିଥାନ୍ତି । ଏହି ସମୟରେ ଆପଣ ଯାହାବି କୁହନ୍ତି ତାହା ସଂପୂର୍ଣ୍ଣ ସତ୍ୟ ହୋଇଥାଏ । ଯଦି ଘରେକୌଣସି ଗୁରୁଜନ ଲୋକ ଖରାପ କଥା କହିବାକୁ ମନାକରନ୍ତି ତାହାଲେ ଆପଣ ତାଙ୍କ କଥା ନିଶ୍ଚିତ ମାନିବେ କାରଣ ତାଙ୍କର ଜିଭରେ ମାତା ସରସ୍ବତୀ ସେହି ସମୟରେ ବାସ କରିଥାନ୍ତି ।

ଯଦି ଆପଣ କାହା ବିଷୟରେ ଖରାପ ଭାବୁଛନ୍ତି କି କିଛି ଖରାପ କହୁଛନ୍ତି ସେହି ସମୟରେ ମାତା ସରସ୍ଵତୀ ଯଦି ଆପଣଙ୍କ ଜିଭରେ ବାସ କରିଥାନ୍ତି ତାହାଲେ ସେହି କଥା ସଂପୂର୍ଣ୍ଣ ସତ୍ୟ ହୋଇଥାଏ । ଗୋଟେ ମଣିଷର ରାତି ୩ଟା୧୦ ରୁ ୩ଟା ୧୫ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ | ଏହି ସମୟ ଭିତରେ ଯାହାବି ଆପଣ କହିବେ ତାହା ନିଶ୍ଚିତ ସତ୍ୟ ହୋଇଥାଏ । 

ଯଦି କୁଣ୍ଡଳିରେ ବିଦ୍ୟା ବୁଦ୍ଧି ଯୋଗ ନଥାଏ କିମ୍ବା ଶିକ୍ଷାରେ ବାରମ୍ବାର ବାଧା ଉତ୍ପନ୍ନ ହେଉଥାଏ ତାହେଲେ ବସନ୍ତ ପଞ୍ଚମୀରେ ସରସ୍ବତୀଙ୍କ ପୂଜା ବିଶେଷ ଫଳପ୍ରଦ ।

  1. ଯଦି ଆପଣଙ୍କର ଶୁଣିବା କିମ୍ୱା କଥା କହିବାରେ ସମସ୍ୟା ରହିଛି, ତେବେ ସରସ୍ୱତୀଙ୍କ ବୀଜ ମନ୍ତ୍ର ‘ଐଂ’ କୁ ସୁନା କିମ୍ୱା ପିତ୍ତଳରେ ଲେଖି ଏହାକୁ ଧାରଣ କରନ୍ତୁ।
  2. ଜ୍ୟୋତିଷଙ୍କୁ ପରାମର୍ଶ କରି ହଳଦିଆ ମୋତି କିମ୍ବା ପୋଖରାଜ ରତ୍ନ ଧାରଣ କରନ୍ତୁ ।
  3. ପ୍ରତ୍ୟେକ ବୁଧବାର ସବୁଜ ବସ୍ତୁ ଦାନ କରନ୍ତୁ |
  4. ସଫଳତା ପାଇବା ପାଇଁ ସରସ୍ୱତୀଙ୍କ ପାଖରେ ହଳଦୀ ଚଢ଼ାଇ ସେହି ହଳଦୀରେ ନିଜ ପୁସ୍ତକରେ ‘ଐଂ’ ଲେଖନ୍ତୁ। ‘ଐଂ’ ହେଉଛି ସରସ୍ୱତୀଙ୍କର ବୀଜମନ୍ତ୍ର |
  5.  ଏହି ଦିନ ଗହଣା, କପଡ଼ା ଓ ଯାନବାହନ କିଣିବା ଶୁଭ ବୋଲି କୁହାଯାଇଥାଏ।

Post a Comment

0 Comments