ଦୀପାବଳୀରେ ରାଶି ଅନୁସାରେ ଉପହାର ଦେବା


ରାଶି ଅନୁସାରେ...

ଉପହାର ଆଦାନପ୍ରଦାନରେ ସୋହାର୍ଯ୍ୟ ବଢ଼େ । ଏ କ୍ଷେତ୍ରରେ ଦୀପାବଳି ଏକ ଉପଯୁକ୍ତ ଅବସର | ତେବେ ଦୀପାବଳି କେବଳ ଉପହାର ପାଇବାର ପର୍ବ ନୁହେଁ, ଏଥିରେ ଉପହାର ଦେବାକୁ ବି ପଡେ । ବେଳେବେଳେ ଉପହାର ପ୍ରଦାନ ଦ୍ବାରା ରିଷ୍ଟ ଖଣ୍ଡନ ହେଉଥିବାର ବିଶ୍ବାସ କରାଯାଏ । ଶାସ୍ତ୍ର ଅନୁସାରେ, ଏଥର ଦୀପାବଳିରେ ନିଜ ରାଶି ଅନୁସାରେ କିପରି ଉପହାର ଦେବେ ଏବଂ ମହାଲକ୍ଷ୍ମୀଙ୍କୁ କିପରି ପୂଜା କରିବେ ଜାଣନ୍ତୁ । ଶୁଭଫଳ ନିଶ୍ଚୟ ମିଳିବ।

ମେଷରାଶି 
ମହାଲକ୍ଷ୍ମୀଙ୍କ ପୂଜାରେ ଗୁଗୁଳ, ଧୂପ, ମହୁ ନାଗକେଶର, ଗୁଡ ଏବଂ ଧନିଆ ମଞ୍ଜି ସହ ପଦ୍ମମଞ୍ଜି ଅର୍ପଣ କରନ୍ତୁ । ବନ୍ଧୁଙ୍କୁ କାଚ କିମ୍ବା କ୍ରିଷ୍ଟାଲରେ ତିଆରି କିଛି ଜିନିଷ ଏହି ଦୀପାବଳିରେ ଉପହାର ଦିଅନ୍ତୁ । ସମ୍ପର୍କରେ ସୃଷ୍ଟି ହୋଇଥିବା ସମସ୍ୟାରେ ସୁଧାର ଆସିବ ।

ବୃଷ ରାଶି 
ପଶ୍ଚିମ ଦିଗକୁ ମୁହଁ କରି ମହାଲକ୍ଷ୍ମୀଙ୍କ ଉପାସନା କରନ୍ତୁ । ଧନିଆ ମଞ୍ଜି, ମଲ୍ଲି ଅତର, ଗୁଗୁଳ ,ଧୂପ ସହ ଲାଲ୍ କନିଅର ଫୁଲ ମହାଲକ୍ଷ୍ମୀଙ୍କୁ ଅର୍ପଣ କରିବେ । ଏହି ରାଶିର ବ୍ୟକ୍ତି ବନ୍ଧୁବାନ୍ଧବଙ୍କୁ ମିଠା ଉପହାର ଦେବା ସହିତ ସୁନ୍ଦର ମହମବତୀ ବି ଦେଇପାରିବେ । ଜୀବନରୁ ସମସ୍ୟା ଦୂରେଇଯିବ।
ମିଥୁନ ରାଶି 
ମହାଲକ୍ଷ୍ମୀଙ୍କ ପୂଜାରେ ପଦ୍ମଫୁଲ, ଅପରାଜିତା ଚେର, ଗୋଲାପ ଅତର, ଧଳା ରାଶି ବ୍ୟବହାର କଲେ ଘରେ ଲକ୍ଷ୍ମୀକୃପା ରହିବ ଏବଂ ଖୁସିବାସିରେ ରହିପାରିବେ । ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ହେଉଛି ହଳଦିଆ ରଙ୍ଗର ଗହଣା ଓ ବାସନ। ଏସବୁ ଉପହାର ଆକାରରେ ଦେଲେ କ୍ୟାରିୟରରେ ପ୍ରଗତି ହେବା ସହ ଟେନ୍‌ସନରୁ ମୁକ୍ତି ମିଳିବ।
କର୍କଟ ରାଶି 
ଶମିଗଛର ଚେର, ଧନିଆ ମଞ୍ଜି, ସନ୍ଦେଶ, ପଦ୍ମଫୁଲ, ମଲ୍ଲିଫୁଲ, ଗୁଗ୍ଗୁଳ ଧୂପ ଓ ଲାଲ୍ କନିଅରରେ ମା' ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ବୈଦ୍ୟୁତିକ ଜିନିଷ ଉପହାର ଦେବା ଆପଣଙ୍କ ପାଇଁ ଶୁଭଫଳଦାୟକ । ଏହା ଆପଣଙ୍କ ସ୍ବାସ୍ଥ୍ୟ ଏବଂ କ୍ୟାରିୟର ଉପରେ ସକାରାତ୍ମକ ପ୍ରଭାବ ପକାଇବ ନିଶ୍ଚିତ ।
ସିଂହ ରାଶି 
ଗୁଗୁଳ ଧୂପ, ମହୁ, ନାଗକେଶର, ଗୁଡ଼ ଏବଂ ଧନିଆ ମଞ୍ଜି ସହ ପଦ୍ମମଞ୍ଜି ଲକ୍ଷ୍ମୀପୂଜାରେ ଅର୍ପଣ କରନ୍ତୁ । ଏହି ରାଶିର ବ୍ୟକ୍ତି ସୁଗନ୍ଧିତ ଦ୍ରବ୍ୟ ଉପହାର ଦେବା ଶୁଭପ୍ରଦ । ଏଥି ସହିତ ବୈଦ୍ୟୁତିକ ଉପକରଣ ବି ଉପହାର ଦେଇପାରନ୍ତି । ଏହା ସମସ୍ତ ପ୍ରକାର ଉତ୍‌ଥାନ-ପତନରୁ ମୁକ୍ତ ରଖି ଏକ ସୁସ୍ଥ, ସୁନ୍ଦର ଜୀବନଯାପନର ସୁଯୋଗ ଆଣିଦେବ ।
କନ୍ୟା ରାଶି 
ଦୀପାବଳିର ମହାନିଶା ରାତ୍ରିରେ ଗୁଗ୍ଗୁଳ ଧୂପ, ଲାଲ୍ କନିଅର ଫୁଲ ମା' ଲକ୍ଷ୍ମୀଙ୍କ ପୂଜାରେ ଅର୍ପଣ କରିବା ସହ ଶ୍ରୀସୃକ୍ତ ମନ୍ତ୍ର ପାଠ କରନ୍ତୁ । ରାଶି ଅନୁସାରେ ଫଳ ଏବଂ ମିଷ୍ଟାନ୍ନ ଉପହାର ଦେବା ସହିତ ଆର୍ଥିକ ସହାୟତା ମଧ୍ୟ କରିପାରନ୍ତି । ଏପରି କଲେ ଅଟକିଥିବା କାମ ପୂରଣ ହୋଇପାରିବ।
ତୁଳା ରାଶି 
ମହାଲକ୍ଷ୍ମୀଙ୍କ ବୀଜମନ୍ତ୍ର ପାଠ କରିବା ସହ କନିଅର ଫୁଲ ଓ ଜଟାମାସୀ ଧୂପ ସହ ପୂଜା କରନ୍ତୁ । ଦୀପାବଳିରେ ବସ୍ତ୍ର ଉପହାର ଦେବା ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ୍ ଭଲ । ଏଥିସହିତ ଫୁଲ ଉପହାର ଦେଲେ ଆର୍ଥିକ ସମସ୍ୟା ଦୂର ହୋଇଯିବ ।
ବିଛା ରାଶି 
ମହାଲକ୍ଷ୍ମୀଙ୍କ ପୂଜାରେ ଗୋଲାପ ଫୁଲ, ଗୋଲାପ ଅତର, ଡାଳିମ୍ବ ପଦ୍ମ ମଞ୍ଜି ,ଧାନମେଣ୍ଟା ସହ ଦେଶୀ ଘିଅ ଏବଂ ଗୁଗ୍ଗୁଳ ଧୂପ ଅର୍ପଣ କରିବା ଉଚିତ । ଯଦି ଆପଣ ପ୍ରସାଧନ ସାମଗ୍ରୀ ଏବଂ ଆଭୂଷଣ ସହିତ ସୁଗନ୍ଧିତ ଦ୍ରବ୍ୟ ଉପହାର ଦିଅନ୍ତି, ତେବେ ଆଗାମୀ ସମୟରେ ଜୀବନରେ ସଂଘର୍ଷ ଆଶଙ୍କାରୁ ମୁକ୍ତ ରହିବେ ।
ଧନୁ ରାଶି 
ଧନିଆ ମଞ୍ଜି, ସନ୍ଦେଶ,ମଲ୍ଲୀ ଅତର,ଗୁଗୁଳ ଧୂପ ସହ ଲାଲ କନିଅର ଅର୍ପଣ ଏବଂ ଶ୍ରୀସୁକ୍ତ ପାଠ କରି ମାଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବନ୍ଧୁଙ୍କୁ ସାଜସଜ୍ଜାର ଜିନିଷ ଉପହାର ଦେବା ଫଳପ୍ରଦ । ଏହାଦ୍ୱାରା ସମସ୍ୟାରୁ ମୁକ୍ତି ମିଳିବା ସହିତ ଦୁର୍ଘଟଣାରୁ ସୁରକ୍ଷିତ ରହିପାରିବେ ।
ମକର ରାଶି 
ଆପଣ ଲକ୍ଷ୍ମୀପୂଜାରେ ଗଙ୍ଗଶିଉଳି ଫୁଲ ଏବଂ ତା'ର ଚେର, ଗୋଲାପ ଅତର ସହ ଡାଳିମ୍ବ, ମହୁ ଏବଂ ପଦ୍ମମଞ୍ଜି ଅର୍ପଣ କରନ୍ତୁ ।  ବନ୍ଧୁଙ୍କୁ ବାସନକୁସନ ସହ ଜଳ ସମ୍ପର୍କିତ କିଛି ଜିନିଷ ଉପହାର ଦେବା ଶୁଭଫଳ ଦେବ। ଚାନ୍ଦିର ବାସନ ଉପହାର ଦେଇପାରିଲେ ଖୁବ୍ ଭଲ । ଏହାଦ୍ଵାରା ସ୍ବାସ୍ଥ୍ୟ ଭଲ ରହିବା ସହିତ କ୍ୟାରିଅରରେ ସୃଷ୍ଟି ହେଉଥିବା ସମସ୍ୟାରୁ ସୁରକ୍ଷିତ ରହିପାରିବେ ।
କୁମ୍ଭ ରାଶି 
ଦକ୍ଷିଣାବର୍ତ୍ତୀ ଶଙ୍ଖ ଉପରେ ଶ୍ରୀ ଏବଂ ହ୍ରୀଂ ଲେଖି ଅପରାଜିତା ଚେର, ଶୁକ୍ଳ ବସ୍ତ୍ର, ପଦ୍ମ ଓ ମଲ୍ଲି ଫୁଲ, ଗୁଗ୍ଗୁଳ ଧୂପ ଏବଂ କଳାରାଶି ସହ ମହାଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଫଳ, ମିଷ୍ଠାନ ଅତି ଖାଦ୍ୟପଦାର୍ଥ ବନ୍ଧୁମାନଙ୍କୁ ଉପହାର ଦେବା ଆପଣଙ୍କ ରାଶି ଲାଗି ଶୁଭଫଳ ଆଣିଦେବ । ଏହାହାର ଜୀବନରେ ଉତ୍‌ଥାନ-ପତନରୁ ମୁକ୍ତ ରହିବେ ଏବଂ ଆର୍ଥିକ କ୍ଷତିର ଆଶଙ୍କା ସୃଷ୍ଟି ହେବନାହିଁ ।

ମୀନ ରାଶି
ମହାନିଶା ରାତ୍ରିରେ ଅପରାଜିତା ଚେର, ପଦ୍ମଫୁଲ, କଳାରାଶି, ମଲ୍ଲିଫୁଲ, ଗୋଲାପ ଅତର, ପଦ୍ମ ମଞ୍ଜି ,ଲାଲ କନିଅର,ଧାନ ମେଣ୍ଟି ନେଇ ମହାଲକ୍ଷ୍ମୀଙ୍କୁ ଧୂପ,ଦୀପ ସହ ପୂଜା କରନ୍ତୁ |  ବନ୍ଧୁମାନଙ୍କୁ ସୁଗନ୍ଧିତ ଦ୍ରବ୍ୟ ଏବଂ ଫଳ ଉପହାର ଦେଲେ ଆପଣ ପାରିବାରିକ ସମସ୍ୟାରୁ ମୁକ୍ତି ପାଇବେ ।

Post a Comment

0 Comments