୧୩. ଏବେ ଯେଉଁ ଉପାୟ ଦୀପାବଳୀରେ କରିବାକୁ କୁହାଯାଉଛି ତାହା ବହୁ ସରଳ ଅଟେ । ଯଦି ତୁମେ ଏହି ଉପାୟ ଥରେ ମାତ୍ର ଦୀପାବଳୀରେ ପାଳନ କରିବ ତେବେ ସାରାବର୍ଷ ଆର୍ଥିକ ଅବସ୍ଥାରେ ବହୁ ସଂପନ୍ନତା ଦେଖାଦେବ । ଏଥିପାଇଁ ତୁମେ ଦୀପାବଳୀ ଅମାବାସ୍ୟାର ପୂର୍ବ ପୂର୍ଣ୍ଣିମାରେ ଗୋଟିଏ ସଫା ଧଳା କପଡ଼ାକୁ ହଳଦୀ ଓ କେସରରେ ରଙ୍ଗାଇ ହଳଦୀ ରଙ୍ଗ କରିଦେବ । ତା’ପରେ ଦୀପାବଳୀ ରାତ୍ରିରେ ଉକ୍ତ କପଡ଼ା ଉପରେ ୩ ମୁଠା ନାଗକେସର ଫୁଲ ତଥା ନିଜ ସାମର୍ଥ୍ୟ ଅନୁଯାୟୀ ରୂପାରେ ତିଆରି ଲକ୍ଷ୍ମୀ ପାଦ କପଡ଼ା ଉପରେ ରଖୁ ପୋଟଳି ବାନ୍ଧିବ । ଦୀପାବଳୀ ପୂଜା ସହ ଉକ୍ତ ପୋଟଳିକୁ ମଧ୍ୟ ପୂଜା କରିବ, ପୂଜା ପରେ ଉକ୍ତ ପୋଟଳିକୁ ରୋଷେଇ ଘରେ କୌଣସି ଉଚ୍ଚ ସ୍ଥାନରେ ଟାଙ୍ଗିଦେବ । ଏହାପରେ ତୁମେ ଭକ୍ତ ପୋଟଳିର କରାମତି ଦେଖ । ଯଦି ଦୀପାବଳୀ ପର୍ବରେ ଉକ୍ତ କ୍ରିୟା କରି ନପାରିବ ତେବେ ଶୁକ୍ଳପକ୍ଷର ପ୍ରତିପଦା କିମ୍ବା ପ୍ରଥମ ବୁଧବାରରେ କରିପାରିବ ।
୧୪. ଦୀପାବଳୀ ଦିନ ଉକ୍ତ ଯନ୍ତ୍ରଦ୍ବାରା ତୁମ ଘରେ ଲକ୍ଷ୍ମୀଙ୍କର ସ୍ଥାୟୀ ନିବାସ ଉପାୟ କହୁଛି – ଦୀପାବଳୀ ରାତ୍ରିରେ ଅଷ୍ଟଗନ୍ଧ ଘୋରା ଦ୍ବାରା ଡାଳିମ୍ବ କାଠିରେ ଭୂର୍ଜପତ୍ର ଉପରେ କିମ୍ବା ଘିଅ-ସିନ୍ଦୂର ଗୋଳାଇ ପୂଜା ସ୍ଥାନରେ ଥିବା କାନ୍ଥ ଉପରେ ଲେଖୁ ଯଥାବିଧ ପୂଜାକଲେ ଲକ୍ଷ୍ମୀଙ୍କର ସ୍ଥାୟୀ ନିବାସ ହୋଇଥାଏ। ଦୀପାବଳୀ ରାତ୍ରିରେ ପୂଜା ସ୍ଥଳରେ ପ୍ରବେଶ କରି ସିନ୍ଦୂର-ଘିଅ ଗୋଳାଇ କାନ୍ଥରେ ଯନ୍ତ୍ର ଅଙ୍କନ କରିବ । ଏଥରେ ଧ୍ୟାନ ରଖୁବା ଉଚିତ କୋଷ୍ଠକ ଭିତର ଅଙ୍କ ଛୋଟରୁ ବଡ଼ କ୍ରମରେ ଲେଖା ହେବା ଉଚିତ । ଯନ୍ତ୍ର ମଝିରେ ଅବିରରେ ତିଳକ କରି ଧୂପ-ଦୀପ ନୈବେଦ୍ୟ ଦେଇ ତୁମ ଘରେ ଲକ୍ଷ୍ମୀଙ୍କର ସ୍ଥାୟୀ ନିବାସ ନିମିତ୍ତ ନିବେଦନ କରିବ । ଭୂର୍ଜପତ୍ରରେ ଲେଖା ଯନ୍ତ୍ରକୁ ରୂପା ତାବିଜରେ ଭର୍ତ୍ତିକରି ଡାହାଣ ବାହୁରେ ପିନ୍ଧିବ କିମ୍ବା ଗଳାରେ ଧାରଣ କରିବ ଏବଂ ପୂଜାସ୍ଥାନ କାନ୍ଥରେ ଅଙ୍କିତ ଯନ୍ତ୍ରକୁ ଦୈନିକ ଧୂପ ଦେଇ ପୂଜା କରିବ ।
୧୫, ଏହି ଉପାୟ ଦୀପାବଳୀ ରାତ୍ରିରେ ସିଂହ ଲଗ୍ନରେ କରିବାକୁ ହେବ । ଏହି ଲଗ୍ ଦୀପାବଳୀ ରାତ୍ରିର ୧୨ଟାରୁ ୨ଟା ମଧ୍ୟରେ ହୋଇଥାଏ । ଗୋଟିଏ କା ରାସ୍ତ୍ରରେ ଗଙ୍ଗାଜଳ ନେଇ ତା ମଧ୍ୟରେ ରୁପାର କୌଣସି ଆଭୂଷଣ ପକାଇବା ଭୋଗ ନିମିତ୍ତ କେବଳ ଘିଅରେ ତିଆରି ବୁଦ୍ଧିଆ ମିଠା ଦେବ । ପୂର୍ବ ଦିଗକୁ ମୁଖକ ଭକ୍ତି ଭାବରେ ଏହି ମନ୍ତ୍ରକୁ ରୁଦ୍ରାକ୍ଷ ମାଳାରେ ୫ ମାଳା ଜପ କରିବ – ଓ ଯକ୍ଷାୟ କୁବେରାୟ ବୈଶ୍ରବଣାୟ ଧନଧାନ୍ୟାଦି ପତୟେ, ଧନଧାନ୍ୟ ସମୃଦ୍ଧି ମେ ସେହି ସେ ସ୍ୱାହା ।’’ ମନ୍ତ୍ର ଜପ ପରେ ଗଙ୍ଗାଜଳକୁ ନିଜ ଘର କାନ୍ଥ କିମ୍ବା ବ୍ୟବସାୟ ସ୍ଥଳରେ ସିଞ୍ଚିଦେବ । ଏହାଦ୍ଵାରା ବ୍ୟବସାୟ ବୃଦ୍ଧି ହୁଏ, ଆର୍ଥିକ ବିପନ୍ନତା ଦୂର ହୋଇଥାଏ। ଯଦି କାହାରି ବ୍ୟବସାୟ ନଥାଏ ତେବେ ନିଜର ଆର୍ଥିକ ସମୃଦ୍ଧି ପାଇଁ ଏହି କ୍ରିୟା କରିପାରିବ ।
୧୬, ଯେଉଁ ବ୍ୟକ୍ତିମାନେ ଅନେକ ପରିଶ୍ରମ କରି ମଧ୍ୟ ଉପଯୁକ୍ତ ଫଳ ପାଇ ପାରନ୍ତି ନାହିଁ ତଥାପି ନିଜ ପ୍ରଚେଷ୍ଟା ଜାରି ରଖିଥାନ୍ତି ସେମାନେ ଏହି ଉପାୟ ନିଶ୍ଚୟ କରନ୍ତୁ । ସେମାନେ ଏକ ଦକ୍ଷିଣାବର୍ତୀ ସଂଖ ଯୋଗାଡ଼ କରନ୍ତୁ । ଦୀପାବଳୀ ରାତ୍ରିରେ ରାତ୍ର ୧୨ଟା ପରେ ଏହି ପ୍ରୟୋଗ ଆରମ୍ଭ କରିବ । ପୂଜା ସ୍ଥଳରେ ଏକ କାଠପଟା କିମ୍ବା ପିଢ଼ା ଉପରେ ଲାଲ ବସ୍ତ୍ର ବିଛାଇ ତା ଉପରେ ଏକ ତମ୍ବା ପତ୍ର ରଖୁବ। ପ୍ଲେଟ ମଝିରେ କେସରକୁ ଗଙ୍ଗା ଜଳରେ ଘୋରି ସେହି ଘୋରା ଦ୍ବାରା ତମ୍ବା ପତ୍ର ମଝିରେ ‘‘ଶ୍ରୀ’’ ଲେଖୁ ତା ଉପରେ ଶଙ୍ଖ ରଖୁବ । ଶଙ୍ଖ ଉପରେ କେସର ଘୋରାଦ୍ବାରା ‘‘ ଓଁ ନମୋ ଭଗବତେ ବାସୁଦେବାୟଃ”’ ମନ୍ତ୍ର ଲେଖୁବି । ତା’ଉପରେ ଏକ ଛୋଟ ରୁପାପତ୍ର ରଖବ । ପୁଣି କେସର ଦ୍ଵାରା ଶଙ୍ଖକୁ ତିଳକ ଲଗାଇବ, ଶୁଦ୍ଧ ଘିଅର ଦୀପ ଜାଳିବ ଏବଂ ମା' ଲକ୍ଷ୍ମୀଙ୍କୁ ତୁମ ନିବାସରେ ସ୍ଥାୟୀ ବାସ କରିବାକୁ ନିବେଦନ କରିବ । ଏଥୁସହିତ ପ୍ରଭୁ ଶ୍ରୀହରିଙ୍କୁ ମଧ୍ୟ ମା’ ଲକ୍ଷ୍ମୀଙ୍କ ସହ ତୁମ ଘରେ ବାସ କରିବାକୁ ନିବେଦନ କରିବ । ତତ୍ପରେ ‘ଓଁ ନମୋ ଭଗବତେ ବାସୁଦେବାୟ' କହି ଶଙ୍ଖ ଉପରେ ଚାଉଳ ପକାଇବ । ତାପରେ ‘ଓଁ ମହାଲକ୍ଷ୍ନୌ ଚ ବିଦ୍ମହେ, ବିଷ୍ଣୁ ପତ୍ନୀ ଚ ଧୀମହି ତରେ ଲକ୍ଷ୍ମୀ ପ୍ରଚୋଦୟାତ୍’ ଜପକରି ଖଣ୍ଡିଏ ବତାସା ଓ ଗୋଟିଏ ଅଳାଇଚ ଦାନା ଶଙ୍ଖ ଉପରେ ପକାଇବ । ଏହିପରି ବିଷ୍ଣୁ ମନ୍ତ୍ର ‘‘ଓଁ ନମୋ ଭଗବତେ.... ଥର ଏବଂ ଲକ୍ଷ୍ମୀ ମନ୍ତ୍ର ‘‘ଓଁ ମହାଲକ୍ଷ୍ଣ ଚ....'’ ମନ୍ତ୍ର ୧୦୮ଥର ଜପ କରି ଶଙ୍ଖ ଜେଜରେ ଚାଉଳ ପକାଇବ । ଏହାପରେ ଶଖର ଖାଲି ଅଂଶରେ ଜାଫ୍ରାନ କେସର,
କେସର ଓ ଅରୁଆଚାଉଳ ଦ୍ବାରା ଶଖକୁ ପ୍ରଶ୍ନ କରିବ । ଏବେ ଏକ ଦେରେ। ହାତ ନ ଲଗାଇ ଲାଲ ବସ୍ତ୍ର ଦ୍ୱାରା ଶଙ୍ଖକୁ ପୁଟୁଳି ବାନ୍ଧି ନିଜର ଧନ ରହିବା ସ୍ଥାନରେ ଗଦେବ । ତମ୍ବା ପ୍ଲେଟରେ ଲେଖାଥିବା ଅଂଶୁ କୁ ଅଳ୍ପ ଗଙ୍ଗାଜଳରେ ପର ଉକ୍ତ ଗଙ୍ଗା ଚଳକୁ ଘର କାନ୍ଥରେ ଚାରିଆଡ଼େ ସିଞ୍ଚିଦେବ । ପରଦିନ ୩ଟି ଚନ୍ଦନ ଧୂପ ଜଳାଇ ସ୍ନାନପରେ ଶଙ୍ଖ ପାଖକୁ ଯାଇ ଉଭୟ ମନ୍ତ୍ରକୁ ୧୧ଥର ଲେଖାଏଁ ପଢ଼ି ଧୂପ ଦେଖାଇବ । ଏହି କ୍ରିୟା ଲଗାତର ୨୧ଦିନ ପ୍ରୟୋଗ କରିବ । ଏହାପରେ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ଆଶୀବାଦରୁ ପରିଶ୍ରମର ଫଳ ପାଇବା ସଙ୍ଗେ ସଙ୍ଗେ ହରି ଓ ହରିପ୍ରିୟାଙ୍କର ନିବାସ ତୁମ ଗୃହରେ ସ୍ଵତଃ ହୋଇଯିବ ।
୧୮. ବର୍ତ୍ତମାନ ମୁଁ ତୁମକୁ ଏକ ଉପାୟ ବିଷୟ କହିବି ଯାହା ଅଧିକ ପ୍ରଭାବଶାଳୀ ଅଟେ । ଏହି ଉପାୟ କରିବା ଦ୍ବାରା ତୁମେ ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବା ସଙ୍ଗେସଙ୍ଗେ ଗ୍ରହ ପୀଡ଼ାରୁ ମଧ୍ୟ ମୁକ୍ତି ପାଇପାରିବ । ଏହା ୧ ବର୍ଷ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ । ତୁମେ ଏହି ଉପାୟକୁ ନିଜ ଘରେ କରିପାରିବ । ଦୀପାବଳୀ ଦିନ ନିଜ ଘରେ କୌଣସି ଶୁଦ୍ଧ ସ୍ଥାନକୁ ଗୋବରରେ ଲିପିଦେଇ, ଯଦି ପକ୍କା ଘର ହୋଇଥାଏ ତେବେ ଗଙ୍ଗାଜଳରେ ପୋଛିଦେଇ ଉକ୍ତ ସ୍ଥାନରେ ହଳଦୀ ଗୁଣ୍ଡ କିମ୍ବା ଚାଉଳ ଚୂନା ଦ୍ଵାରା ଅଷ୍ଟଦଳ ଚିହ୍ନ ତିଆରି କରିବ । ତାପରେ ଉକ୍ତ ଅଷ୍ଟଦଳ ରୂପରେ ଲାଲ କପଡ଼ା ବିଛାଇ ସେହି କପଡ଼ା ଉପରେ ଗୋଲାକାର ଚକ୍ର ମଧ୍ୟରେ ଚିତ୍ର ଅନୁଯାୟୀ ଚିହ୍ନ ଦେବ । ତାପରେ ପ୍ରତ୍ୟେକ ଅଙ୍କ ଚିହ୍ନରେ ନିମ୍ନଲିଖ ଡାଲିରେ କୁଢ଼ ଦେବ । ଡାଲି କୁଢ଼ ଉପରେ ୯ ଗୋଟି ଛୋଟ ମାଟିଦୀପରେ ଘିଅ ବଳିତା ଦେଇ ଭକ୍ତ ଢାଲି କୁଢ଼ ଉପରେ ଗୋଟିଏ ଲେଖାଏଁ ଦୀପ ଜାଳି ଥୋଇବ । ତାପରେ ନିମ୍ନ ମନ୍ତ୍ରକୁ ପଦ୍ମବୀଜ ମାଳାରେ ୧୧ ମାତ୍ରା ନକରିବ (୧୦୮୪ ୧୧) । ଜପ ଶେଷରେ ୯ ପ୍ରକାର ମିଷ୍ଟାନ୍ତ ଭୋଟଲଗାଇ ପ୍ରଣାମ କରି ଲାଲବସରେ ଦିଆଯାଇଥିବା ତାଲିଗୁଡ଼ିକୁ ପୁଟୁଳି ବାନ୍ଧି ର ପୁଟୁଳକୁ ତୁମ ରୋଷେଇ ଘରେ ଏପରି ସ୍ଥାନରେ ରଖୁବ ଯେପରି ସେଠାରେ ବାହାର ଦୃଷ୍ଟି ନପଡ଼ିବ । ଏହି ଉପାୟ ପୂର୍ଣ୍ଣ ବିଶ୍ୱାସ ସହିତ କଲେ ନିଶ୍ଚିତ ଫଳ ପାଇବ |
ପ୍ରୟୋଜନୀୟ ଶସ୍ୟ — ବୁଟ ଡାଲି, ଖଣ୍ଡିତ ଅରୁଆ ଚାଉଳ, ଲାଲ ମହୁ । ସେ ଡାଲି, କଳା ଖସା, କଳା ବିରି, ଧଳା ଖସା, ଗୋଟା ଅରୁଆ ଚାଉଳ, ସବୁଜ ମୁଦ୍ର ଡାଲି, ଗହମ ଏବଂ ପୂଜା ବିଧି ଅନୁଯାୟୀ ଲାଲ ଗୋଲାପ ଫୁଲ ୯ ଗୋଟି, ମା ଦୀପରେ (ଘିଅ ବଳିତା ଦିଆଯାଇଥିବା) ୯ ଗୋଟି ଓ ଧୂପ, ୯ ପ୍ରକାର ମିଷ୍ଟାନ୍ ଭୋଗ ଏବଂ ପଦ୍ମବୀଜ ମାଳା ୧ ।
ନବଗ୍ରହ ଚକ୍ର :
ଜପ ନିମିତ୍ତ ମନ୍ତ୍ର : ‘‘ଓଁ ଐ ସ୍ତ୍ରୀ ଶ୍ରୀ ଖ୍ରୀ’ । ୨ଟି ଗୋଲାପ ଫୁଲ କିମ୍ବା ୨ଟି ପଦ୍ମ ଫୁଲ ଅର୍ପଣ କରିବ ।
୧୯. ବର୍ତ୍ତମାନ ମୁଁ ଏପରି ଏକ ଉପାୟ ବିଷୟ କହୁଛି, ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିଥିବେ ଓ ତାଙ୍କର ଏହି ଦୀପାବଳୀ ଦୋକାନ ଆରମ୍ଭ କରିବାର ପ୍ରଥମ ଦୀପାବଳୀ ପୂଜା ହୋଇଥିବ, ସେମାନେ ଏହି ପ୍ରୟୋଗ କଲେ ବ୍ୟବସାୟରେ ଉନ୍ନତି ହେବା ସଙ୍ଗେ ସଙ୍ଗେ ତାଙ୍କର ଦୋକାନ ମଧ୍ୟ ଯେକୌଣସି ତନ୍ତ୍ରକ୍ରିୟାରୁ ମୁକ୍ତ ରହେ । ଯେତେବେଳେ ଦୋକାନରେ ଦୀପାବଳୀ ଦିନ ପୂଜା କରିବ ସେହି ସମୟରେ ନିମ୍ନ ବସ୍ତୁ ସଂଗ୍ରହ କରି ମା’ ଲକ୍ଷ୍ମୀଙ୍କ ଚିତ୍ରପଟ୍ଟ ସମ୍ମୁଖରେ ଖଣ୍ଡିଏ କାଠପଟା ବିଛାଇ ତା ଉପରେ ଲାଲ କପଡ଼ା ବିଛାଇବ । ତୁମର ଡାହାଣ ପାଖକୁ କଳା ଖସା ଓ କଳା ବିରିର ମଣ୍ଡଳ କରି ତା ଉପରେ ୪ ଖଣ୍ଡ ଅଶ୍ଵତ୍ଥ କୀଳା (୯ ଇଞ୍ଚ ଲମ୍ବ) ଉକ୍ତ ବିରି ଓ ଖସା ଉପରେ ରଖୁବ । ବାମ ପାଖରେ ଅରୁଆ ଚାଉଳ ମଣ୍ଡଳ କରି ତା ଉପରେ ଅଭିମନ୍ତ୍ରିତଯନ୍ତ୍ର ଓ ମୋତି ଶଙ୍ଖ ଥୋଇବ। ଅବିରକୁ ଜଳରେ ଗୋଳାର ସମସ୍ତ ଦ୍ରବ୍ୟ ଉପରେ ଥୋଇ ଯନ୍ତ୍ର ଓ ଶଙ୍ଖ ଦେହରେ ତିଳକ ଲଗାଇବ । ମୋତି ଶଖରେ ଖଣ୍ଡିଏ ରୁପା ରଖ୍ ତା ଭିତରେ ଗୋଟା ଅରୁଆ ଚାଉଳ କରିଦେବ । ତାପରେ ଯେକୌଣସି ଭୋଗ ଅର୍ପଣ କରିବ ଓ ନିମ୍ନ ମନ୍ତ୍ର ୧ ମାଳା (୧୦୮) ଜପ କରିବ ।
ମନ୍ତ୍ର : ସର୍ବବାଧା ବିନିର୍ମୁକ୍ତା ଧନ ଧାନ୍ୟ ସୁତାନ୍ବିତ । ମନୁଷ୍ୟ ମତ ପ୍ରସାଦେନ ଭବିଷ୍ୟତି ନ ସଂଶୟ ॥
ଏବେ ମୋତି ଶଙ୍ଖ ଓ ଶ୍ରୀ ଯନ୍ତ୍ରକୁ ଲାଲ କପଡ଼ାରେ ବାନ୍ଧି ତୁମ କ୍ୟାସ୍ବାକ୍ସରେ ରଖୁବ । ୪ ଖଣ୍ଡ ଅଶ୍ଵତ୍ଥ କୀଳାକୁ କଳା ସୂତା ଦ୍ଵାରା ପ୍ରତ୍ୟେକ ଖଣ୍ଡକୁ ବାନ୍ଧି ତୁମ ଦୋକାନ ଘର ବାହାରେ ଗାତ ଖୋଳି ଘରର ୪ କୋଣରେ ପୋତି ଦେବ । ଏହାଦ୍ଵାରା ତୁମ ବ୍ୟବସାୟ ଗତି ସଫଳ ହେବା ସହ ଯଦି କେହି ତନ୍ତ୍ରକ୍ରିୟା କରେ ତାହା ବିଫଳ ହେବ।
--୨୧. ଏହା ଏକ ଛୋଟ ଉପାୟ କିନ୍ତୁ ବହୁ ପ୍ରଭାବଶାଳୀ ଅଟେ । ଯେଉଁମାନଙ୍କର କୌଣସି ପରିସ୍ଥିତିରେ ଋଣ ବଢ଼ିଯାଉଛି, ତାହା ଶୁଝିବାର ଉପାୟ ପାଉନାହାନ୍ତି, ସେମାନେ ଲକ୍ଷ୍ମୀଙ୍କ ମୂର୍ତ୍ତି ଆଗରେ କିମ୍ବା ଲକ୍ଷ୍ମୀ ମନ୍ଦିରକୁ ଯାଇ ପୂଜାରୀକୁ କିଛି ଧନ ଦେଇ ତୁମ୍ଭ ନାମରେ ଲକ୍ଷ୍ମୀ-ନାରାୟଣଙ୍କୁ ଆରତି କରିବାକୁ କହିବ । ଆରତି ଶେଷରେ ପୂଜାରୀକୁ ‘ଲାଲ ବସ୍ତ୍ର’ ଓ ଦକ୍ଷିଣା ଦେବ । ମନ୍ଦିରରେ ଦୀପ ଜଳାଇବା ବେଳେ, ତୁମେ ନେଇଥିବା ଏକ ଅନ୍ୟ ଦୀପ ଜଳାଇବ । ସେହି ଦୀପକୁ ମା’ଙ୍କୁ ଅର୍ପିତ ଜଳୁଥିବା ଦୀପରୁ ତୁମ ଦୀପକୁ ଜଳାଇବ । ସେହି ଦୀପକୁ ଘରକୁ ଆଣି ରାତ୍ରିସାରା ଜଳାଇ ରଖୁବ (ପୂଜା ସ୍ଥାନରେ) । ପରଦିନ ସକାଳୁ ସ୍ନାନ ପରେ ଅଟାଦ୍ୱାରା ଗୋଟିଏ ଦୀପ ତିଆରିକରି, ତା’ଭିତରେ ସୋରିଷତେଲ ଢାଳି, ପୂର୍ବ ରାତ୍ରିରେ ଜଳୁଥିବା ଘିଅ ଦୀପରୁଏହି ସୋରିଷତେଲ ଦୀପକୁ ଜଳାଇବା ଏବଂ ନିକଟରେ ଥିବା କୌଣସି ଅସ୍ତ୍ରର ଗହ ମୂଳରେ ଜଳୁଥିବା ଅଟାଦୀପକୁ ଥୋଇଦେଇ ପଛକୁ ଫେରି ନଚାହିଁ ଘରମୁହାଁ ହୋଇ ହାତଗୋଡ଼ ଧୋଇ ଘରକୁ ଯିବ ।
୨୩, ତୁମର ଯଦି ବିଶେଷ ମାତ୍ରାରେ ରଣ ବଢ଼ିଯାଇଥାଏ ଓ ଏଥିପାଇଁ କୌଣସି ଧନ ସଂଚୟ ହୋଇପାରୁ ନଥାଏ, ତେବେ ଏହି ଉପାୟ ଅବଶ୍ୟ କର – ‘‘ନଉକ ଚତୁର୍ଦ୍ଦଶୀ’ ଦିନ ପୂଜା ସ୍ଥାନରେ ଖଣ୍ଡିଏ କାଠପଟା ପକାଇ ତା ଉପରେ ଲାଲକନା ବିଛାଇବ । ଲାଲକନା ଉପରେ ଅଳ୍ପ ରକ୍ତଚନ୍ଦନ ଘୋରା ସହ ପାଞ୍ଚଟି ଗୋଲାପଫୁଲ ଓ ଅଳ୍ପ ଅବିର କପଡ଼ା ଉପରେ ରଖ୍ ଧୂପ, ଦୀପ ଦେଇ ପୂଜା କରି ନିଜର ମନସ୍କାମନା କହିବ । ପରେ ଲାଲ କପଡ଼ାରେ ସମସ୍ତ ଦ୍ରବ୍ୟକୁ ପୁଟୁଳି ବାନ୍ଧି, ତୁମର ଧନ ରଖୁଥିବା ସ୍ଥାନରେ ରଖୁବ । ୩ ମାସ ବାଦ୍ କୌଣସି ଶୁକ୍ଳପକ୍ଷ ମଙ୍ଗଳବାରରେ ଏହିପ୍ରକାର ଗୋଟେ ନୂଆ ପୁଟୁଳି ତିଆରି କରିବ । ନୂଆ ପୋଟଳିକୁ ପୁରୁଣା ପୋଟଳି ସ୍ଥାନରେ ରଖ୍ ପୁରୁଣା ପୋଟଳିକୁ କୌଣସି ନଦୀ ଜଳରେ ଭସାଇ ଦେବ କିମ୍ବା ପୁଷ୍କରିଣୀରେ ଭସାଇଦେବ । ପ୍ରତ୍ୟେକ ୩ ମାସ ପରେ ଏହିପରି ପୋଟଳି ବଦଳାଇ ନୂଆ ପୋଟଳି ରଖିଲେ, କରଜରୁ ମୁକ୍ତି ଓ ଧନ ସଂଚୟ ହୋଇଥାଏ ।
୨୪. ଯଦି ତୁମର ବ୍ୟବସାୟରେ କ୍ଷତି ହେଉଥାଏ ଓ ଧନମାର୍ଗରେ ଅବରୁଦ୍ଧ ଦେଖାଦିଏ ତେବେ ତୁମେ ଦୀପାବଳୀଠାରୁ ଆରମ୍ଭକରି ଶୁକ୍ଳ ଦ୍ଵିତୀୟା ପର୍ଯ୍ୟନ୍ତ ନିମ୍ନ ଉପାୟ କର – ଏହା ବହୁତ ତୀବ୍ର ପ୍ରୟୋଗ ଅଟେ ଓ ଶୁଭ ଫଳ ବି ଶୀଘ୍ର ମିଳିଥାଏ । ଉପାୟ ହେଲା – ଦୀପାବଳୀ ରାତ୍ରିଠାରୁ ଉପାୟ ଆରମ୍ଭ କରି ଲଗାତର ଦ୍ଵିତୀୟା ତିଥି ପର୍ଯ୍ୟନ୍ତ ସଂଧ୍ୟା କାଳରେ ଏକ ପାଚିଲା ଲେମ୍ବୁ ନେଇ (ଦାଗ ନଥିବା) କୌଣସି ଶୂନ୍ଶାନ୍ ଚୌଛକି ରାସ୍ତା ଉପରକୁ ଯିବ, ସେଠାରେ ଛିଡ଼ା ହୋଇ ଲେମ୍ବୁକୁ ଛୁରୀ କିମ୍ବା ବ୍ରେଡ୍ ଦ୍ବାରା ଚାରିଖଣ୍ଡ କରି କାଟି ଚାରିଦିଗକୁ ଥିବା ରାସ୍ତା ଉପରକୁ ଖଣ୍ଡି ଖଣ୍ଡିଏ ଫିଙ୍ଗି ଦେଇ ପଛକୁ ନଚାହିଁ ଘରକୁ ଫେରିଆସିବ ଓ ହାତଗୋଡ଼ ଧୋଇ ଘରେ ରହିବ । ଏହାଦ୍ୱାରା ଧନ ଆଗମନ ସହିତ ବ୍ୟବସାୟରେ ମଧ୍ୟ ଅଗ୍ରଗତି ହେବ ।
ଏହି ଉପାୟଟି ମଧ୍ୟ ରଣମୁକ୍ତି ନିମିତ୍ତ ପ୍ରଭାବଶାଳୀ ଅଟେ । ଦୀପାବଳୀ ରାତ୍ରିରେ ୧୨୫ ଗ୍ରାମ କଳା ସୋରିଷ କାଗଜରେ ପୁଡ଼ିଆ ବାନ୍ଧି ନିଜ ଘରର ଚାରିପାଖକୁ ପ୍ରଦକ୍ଷିଣ କରିବ । ତୃତୀୟଥର ପ୍ରଦକ୍ଷିଣ କରିବାବେଳେ ମୁଖ୍ୟ ଦ୍ୱାରରେ ଘର ବାହାରକୁ ବାହାରି ଯାଇ, ତ୍ରିଛକି ରାସ୍ତା ଉପରେ ମନକୁମନ ମାନସିକ ରୂପରେ ‘‘ଓଁ ଶ୍ରୀ, ସ୍ତ୍ରୀ, ସ୍ତ୍ରୀ ମହାଲକ୍ଷ୍ମୀ ନମଃ”’ ଜପକରି ଅଳ୍ପ ଅଳ୍ପ ସୋରିଷ ଦଶ ଦିଗକୁ ଫିଙ୍ଗିବ ଓ ପଛକୁ ନଚାହିଁ ଗୋଡ଼ହାତ ଧୋଇ ଘରକୁ ଫେରିବ । ଦଶଦିଗ – ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଆଗ୍ନେୟ, ଐଶାନ୍ୟ, ବାୟୁ, ନୈର୍ଗତ, ଅଧଃ, ଊର୍ଦ୍ଧ୍ୱ ।
୨୬. ଏହି ଉପାୟ ବହୁତ ତୀବ୍ର ଓ ଶୀଘ୍ର ଫଳଦାୟୀ ଅଟେ । ଉକ୍ତ ଉପାୟ ଦ୍ବାରା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଉପାୟକୁ ଧ୍ୟାନ ଦେବାରେ କଥା ହେଉଛି, ଦୀପାବଳୀ ରାତ୍ରିରେ ତୁମ ଘରର କୌଣସି କୋଠରିରେ ତାଲା ପକାଇବ ନାହିଁ କିମ୍ବା ଦ୍ବାର ବନ୍ଦ କରିବ ନାହିଁ । ରାତ୍ରିରେ ଶୁଦ୍ଧ ଘିଅ ଦ୍ବାରା ଅଖଣ୍ଡ ଦୀପ ଜଳାଇବ । ମଦ୍ୟପାନ କରିବ ନାହିଁ, ଆମିଷ ଭୋଜନ କରିବ ନାହିଁ, ଛୋଟ ପିଲାଙ୍କୁ ବାଦଦେଇ ଅନ୍ୟମାନେ ରାତ୍ରି ଉଜାଗର ରହିବେ । ଗୋଟିଏ କତାଲଗା ନଡ଼ିଆକୁ ସମସ୍ତ କଡା ଛଡ଼ାଇ ଦେଇ ପୂଜା ସ୍ଥାନରେ (ଅଖଣ୍ଡ ଦୀପ ଜଳୁଥିବା ସ୍ଥାନରେ) ଉକ୍ତ ନଡ଼ିଆକୁ ସାବଧାନ ସହକାରେ ବାଡ଼େଇ ଦେଇ ଦୁଇଫାଳ କରିଦେବ । ତଳି ଅଂଶ ଯେପରି ଅକ୍ଷୁଣ୍ଣ ରହେ ସେଥପ୍ରତି ବିଶେଷ ଧ୍ୟାନଦେବ । ବର୍ତ୍ତମାନ ନଡ଼ିଆ ତଳ ପାଳରେ ଗୋଟିଏ ଦେଶୀପାଚ, ଗୋଟିଏ ଗୋଟାରୁଆ, ୨ଟି ଲବଙ୍ଗ, ଗୋଟିଏ ବତାସା, ଗୋଟିଏ ଅଳେଇଚ, ଅଳ୍ପ କଳାଖସା, ଅଳ୍ପ ଲୁଣ ଓ ଅଳ୍ପ ମିଷ୍ଟାନ ରଖ୍ ସମସ୍ତ ବସ୍ତୁ ଉପରେ ସିନ୍ଦୂର ଓ ଅବିର ସିଞ୍ଚିଦେବ । ନଡ଼ିଆକୁ ଲାଲବସ୍ତ୍ରରେ ଢାଙ୍କିଦେଇ ନିକଟରେ ଥିବା ବୌଛକି ରାସ୍ତା ଉପରେ ରଖୁସିବ । ଏହା ରାତ୍ରି ୧୨ଟାରୁ ୨ଟା ମଧ୍ୟରେ ହେବା ଉଚିତ । ରଖିଦେଇ ଫେରିବାବେଳେ ଯଦି ପଛରୁ କୌଣସି ଶବ୍ଦ ହୁଏ କିମ୍ବା ଅନ୍ୟ କିଛି ଘଟେ ତେବେ ପଛକୁ କଦାପି ଫେରି ଚାହିଁବ ନାହିଁ । ଘରକୁ ଆସି ହାତଗୋଡ଼ ଧୋଇ ଲକ୍ଷ୍ମୀଙ୍କ ମୂର୍ତ୍ତି ଆଗରେ ଅଖଣ୍ଡ ଦୀପ ଆଗରେ କମ୍ବଳ ଆସନ ପକାଇ ନିମ୍ନ ମନ୍ତ୍ର (ନିଜ ସାମର୍ଥ୍ୟ ଅନୁଯାୟୀ ରାତ୍ରିସାରା) ଜପ କରିବ । ଏହାଦ୍ବାରା ଶୀଘ୍ର ସଫଳତା ମିଳିଥାଏ । ମନ୍ତ୍ର :
୨୭. ମୁଁ ବର୍ତ୍ତମାନ ତୁମକୁ ଏପରି ଏକ ଉପାୟ ବିଷୟରେ କହିବି, ଯାହା ପାଳନ କଲେ କେବେହେଲେ ଆର୍ଥିକ ସମସ୍ୟାରେ ପଡ଼ିବେ ନାହିଁ । ଏଥିପାଇଁ ତୁମକୁ ଏକସ୍ଫଟିକ ମାଳାର ଆବଶ୍ୟକତା ପଡ଼ିବ। ଦୀପାବଳୀର ୩ ଦିନ ପୂର୍ବରୁ ତ୍ରୟୋଦଶୀ ଦିନ ମାଳ ଖଦି କରିବ । ସେହିଦିନ ସଂଧ୍ୟାବେଳରେ ସ୍ନାନକରି ଭାଇ ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କ ଫଟୋ ଚିତ୍ରରେ ଅବିର ଦ୍ବାରା ତିଳକ କରିବ । ଶୁଦ୍ଧ ଘିଅରେ ଦୀପ ଲଗାଇ ଧୂପ ଜାଳିବ । ୧୦୮ ଗୋଟିଏ ବତାସା, ୧୦୮ ଗୋଟିଏ କମଳ ବୀଜ, ଏହା ସହିତ କେସର ପ୍ରଭୃତି ମା’କୁ ଅର୍ପଣ କରିବ ଓ ନିଜର ଆର୍ଥିକ ସମସ୍ୟା ବିଷୟରେ ନିବେଦନ କରିବ । ଲାଇ ଆସନ ଉପରେ ବସି ମାଳାର ସୁମେରୁରେ ଅଳତା ଲଗାଇ, ପୁନର୍ବାର ନିବେଦନ କରିବ । ‘‘ଓଁ ଲକ୍ଷ୍ମୀଭ୍ୟ ନମଃ”’ ମନ୍ତ୍ରକୁ ଏକ ମାଳା ଜପ କରିବ । ବ ଶେଷରେ ମାଳାକୁ ଲକ୍ଷ୍ମୀଙ୍କ ଫଟୋ ଆଗରେ ରଖୁଦେବ । ତାପରେ ହାତଯୋଡ଼ି ଉଠି ଆସିବ । ବତାସାରୁ ଖଣ୍ଡିଏ ବତାସା ଆଣି କୌଣସି ରୁପାର ପାତ୍ରରେ ଜଳ ଭର୍ତ୍ତିକରି ତା ମଧ୍ୟରେ ବତାସାକୁ ପକାଇ ଦେବ । ଏଥ୍ ସହିତ ଗୋଟିଏ ରୁପା ମୁଦି ମଧ୍ୟ ପକାଇ ଦେବ । ଗ୍ଲାସକୁ ଦେବୀଙ୍କ ଆଗରେ ଥୋଇଦେବ । ପରଦିନ ପ୍ରାତଃକାଳରୁ ସ୍ନାନକରି ସେହି ଜଳକୁ ସେବନ କରିବ । ସଂଧ୍ୟାବେଳକୁ ଉପରୋକ୍ତ କ୍ରିୟା ପୁନର୍ବାର କରିବ । ଏହି ପ୍ରକାର ମନ୍ତ୍ର ଜପ, ପୂଜାବିଧ ଓ ଜଳସେବନ ଦୀପାବଳୀ ରାତ୍ରି ପର୍ଯ୍ୟନ୍ତ କରିବ । ଦୀପାବଳୀ ରାତ୍ରିରେ ପୂଜାବିଧ ସହିତ ନିମ୍ନ ସ୍ତୋତ୍ର ଏକମାଳା ପାଠକରିବ –
ସ୍ତୋତ୍ର : ‘ ‘ ତ୍ରୈଲୋକ୍ୟ ପୂଜିତେ ଦେବୀ କମନ୍ତେ ବିଷ୍ଣୁ ବଲ୍ଲଭେ ଯଥାଶଂ ଅଚଳା କୃଷ୍ଣ ତଥା ଭବମୟୀ ସ୍ଥିରା ଈଶ୍ବରୀ କମଳା ଲକ୍ଷ୍ମୀ ଜ୍ଵାଳାଭୂତିହରିଶ୍ରୟା ପଦ୍ମା ପଦ୍ମାଳୟା ସଂପଦୁଟିଂ ଶ୍ରୀ ପଦ୍ମଧାରିଣୀ ଦ୍ଵାଦଶୈ ତାନି ନାମାନୀ ଲକ୍ଷ୍ମୀ ସଂପୂଜ୍ୟ ଯଃ ପଠେତ୍ ସ୍ଥିରା ଲକ୍ଷ୍ମୀ ଭବେତସ୍ୟ ପୁତ୍ର ଦାରା ଦିର୍ଭି ସହ ।’’
ଉକ୍ତ ସ୍ତୋତ୍ର ଜପପରେ ଉପରୋକ୍ତ ମନ୍ତ୍ରକୁ ମଧ୍ୟ ଏକମାଳା ଜପକରିବ । ଜପ ଶେଷରେ ମାଳାକୁ ମା’ଙ୍କ ଚରଣ ସ୍ପର୍ଶ କରାଇ ନିଜ ଗଳାରେ ଧାରଣ କରିବ । କେସର ଓ ପଦ୍ମବୀଜକୁ କୌଣସି ଲାଲ କପଡ଼ାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ଲଖୁଦେବ । ଏହି ପ୍ରୟୋଗ ପରେ କେବେ ମଧ୍ୟ ତୁମେ ଆର୍ଥିକ ସମସ୍ୟାରେ ପଡ଼ିବ ହିଁ ।
–. ଅନ୍ୟ ଏକ ଉପାୟ ଦୀପାବଳୀ ପର୍ବର ୨ଦିନ ପୂର୍ବରୁ କରିବା କଥା କହୁଛି । ୟାଦଶୀ ଦିନ ସଂଧ୍ୟାକାଳରେ ସ୍ନାନକରି ଲାଲବସ୍ତ୍ର ପିନ୍ଧିବ । ଗୋଟିଏ କଡାଇଗା। ପ୍ରାଚ୍ୟ ପରମ୍ପରାର ଗ୍ରାମାଣିକ ତଥ୍ୟ - ସମସ୍ୟା ଓ ସମାଧାନ ।
ନଡ଼ିଆକୁ ଲକ୍ଷ୍ମୀଙ୍କ ଚିତ୍ରପଳ ଆଗରେ ଥୋଇ ଧନ ଦେବତା କୁବେତ ଓ ମା ସମସ୍ତ ସ୍ମରଣ କରି ନିଜର ଆର୍ଥିକ ସମ୍ପନ୍ନତା ପାଇଁ ନିବେଦନ କରିବ । ଆଧନିଟର ସାଇ ନୂଆ କପଡ଼ା ଉପରେ ନଡ଼ିଆକୁ ରଖ୍ ନଡ଼ିଆ ଉପରେ ସିନ୍ଦୂର ବିଳବ କରିବ, ଅସିତ ଦ୍ବାର ଏକାକ୍ଷରୀ ମନ୍ତ୍ର ‘‘ଶ୍ରୀ ନଡିଆ ଉପରେ ଲେଖୁଛି । ଧୂପଦୀପ ଦେଇ ଗୋଟିଏ ଲାଲ ଗୋଲାପ ଫୁଲ ମା’ଙ୍କ ଚରଣରେ ସ୍ପର୍ଶ କରାଇ ନଡ଼ିଆ ପାଖରେ ରଖୁ । ଗୋଟିଏ ମାଳା ‘ଶ୍ରୀ’ ମନ୍ତ୍ର ଜପକରି ସାରି ହାତଯୋଡ଼ି ପୂଜା ସ୍ଥାନରୁ ଉଠି ଆସିବ । ପରଦିନ ସଂଧ୍ୟାକାଳରେ କୌଣସି ଲକ୍ଷ୍ମୀନାରାୟଣ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ସାରି, ପୂଜାରୀକୁ ନିବେଦନପୂର୍ବକ ଗୋଟିଏ ଲାଲ ଗୋଲାପ ଫୁଲ ଘରକୁ ଆଣିବ । ଭକ୍ତ ଫୁଲକୁ ପୂର୍ବରୁ ରଖୁଥିବା ଫୁଲ ସାଙ୍ଗରେ ନଡ଼ିଆ ପାଖରେ ରଖୁ ‘ଶ୍ରୀ’ ମନ୍ତ୍ର ଗୋଟେ ମାଳା ଜପ କରିବ । ଦୈନିକ ଏହି କ୍ରିୟା ଦୀପାବଳୀ ରାତ୍ରି ପର୍ଯ୍ୟନ୍ତ କରିବ । ଦୀପାବଳୀ ରାତ୍ରିରେ ପୂଜା ଶେଷରେ ନିମ୍ନ ମନ୍ତ୍ର ୧୧ମାଳା ଜପ କରିବ । ମନ୍ତ୍ର “ଓଁ ଶ୍ରୀ, ହୁ, ଶ୍ରୀ, କ୍ରୀ, ଶ୍ରୀ କମଳେ, କମଳାଳୟେ, ପ୍ରସିଦ, ପ୍ରସିଦ, ଶ୍ରୀ, ସ୍ତ୍ରୀ, ଶ୍ରୀ ମହାଜରେ ନମଃ ଓଁ’’ ଜପ କରିସାରି ମା’ଙ୍କୁ ପ୍ରଣାମ କରିବା ପରେ ନଡ଼ିଆ ଓ ଫୁଲଗୁଡ଼ିକ ଲାଲ କପଡ଼ାରେ ବାନ୍ଧି ନିଜର ଧନ ରଖୁବା ସ୍ଥାନରେ ରଖୁଦେବ ।
ଏବେ ମୁଁ ତୁମକୁ ଏକ ସାମାନ୍ୟ ଓ ଶକ୍ତିଶାଳୀ ପ୍ରୟୋଗ ବିଷୟ କହୁଅଛି – ତୁମେ ଯଦି ତୁମର ସ୍ତ୍ରୀ ସହିତ ମିଶି ଏହି ପ୍ରୟୋଗ କରିବ, ତେବେ ଏହା ଅଧିକ ଫଳପ୍ରଦ ହେବ । ଏଥୁନିମିତ୍ତ କୌଣସି ନବବିବାହିତା ଯୁବତୀ ବଧୂକୁ (ଯଦି ବ୍ରାହ୍ମଣ ଜାତିର ହୁଏ ଅତିଭଲ) ତୁମ ପତ୍ନୀ ଦୀପାବଳୀ ଦିନ ସଂଧ୍ୟାରେ ତୁମ ଘରେ ଭୋଜନ କରିବା ନିମିତ୍ତ ନିମନ୍ତ୍ରଣ କରି ଆସିବ । ଦୀପାବଳୀ ଦିନ ଭକ୍ତ ବଧୂ ଆସିବାପରେ ତୁମ ପତ୍ନୀ ତାଙ୍କ ପାଦ ଧୋଇଦେଇ ସମ୍ମାନ ସହିତ ଆସନରେ ବସାଇବ ଓ ତାଙ୍କ ମଥାରେ ସିନ୍ଦୂର ଦେବ । ଭୋଜନ ଶେଷରେ ତୁମ ପତ୍ନୀ ସିନ୍ଦୂର, ଅଳତା, ଚୁଡ଼ି, ଅତର ଗୋଟିଏ ଥାଳିରେ ରଖ୍ ତା ସହିତ ଦକ୍ଷିଣା ରଖୁବ । ଦକ୍ଷିଣା ଟଙ୍କା ବ୍ୟତୀତ ୨୯. ଅଧିକ ୧୦୧ଟଙ୍କାର ଏକ ପୁଟଳି ଥାଳିରେ ରଖୁଥିବ, ଭକ୍ତ ସାମଗ୍ରୀକୁ ନବବଧୂ ସ୍ଵୀକାର କରିବା ପରେ ପୁଣି କିଛି ଦକ୍ଷିଣା ଦେଇ ୧୦୧ ଟଙ୍କାର ପୁଟଳିଟି ଉଠାଇ ଆଣିବ । (ନବବଧୂ ଯେପରି ୧୦୧ଟଙ୍କା ପୁଟଳିକୁ ତୁମ ହାତକୁ ଦେବେ, ତୁମେ ନିଜେ ଉଠାଇ ଆଣିବ ନାହିଁ) ଶେଷରେ ତାଙ୍କୁ ସମ୍ମାନ କରିବ । ତାଙ୍କ ଘରକୁ ଯିବାକୁ ତୁମେ କେବେ କହିବ ନାହିଁ । ନିଜ ଇଚ୍ଛାରେ ସେ ଯିବାକୁ କହିଲେ ଯେଉଁ ଦ୍ବାରବାଟେ ସେ ଆସିଥିବେ ସେ ଦ୍ଵାରବାଟେ ତାଙ୍କୁ ବିଦାକରିବ ନାହିଁ । ତୁମ ଘରର ପଛଦ୍ଵାର
୧୪୮ ପ୍ରାଚ୍ୟ ପରମ୍ପରାର ପ୍ରାମାଣିକ ତଥ୍ୟ - ସମସ୍ୟା ଓ ସମାଧାନ ..
ଦେଇ ବିଦା କରିବ । ସେ ଯିବା ପରେ ଯେଉଁ ୧୦୧ଟଙ୍କାର ପୁଟଳ ମଧ୍ୟ ଦେଇ ଲାଲ କପଡ଼ାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିଦେବ ।
୩୦, ଦୀପାବଳୀ ପର୍ବ ଉପରେ ତ ଅନେକ ପ୍ରୟୋଗ ଅଛି କିନ୍ତୁ ଏପରି କେ ସିଦ୍ଧ ପ୍ରୟୋଗ ଅଛି, ଯାହାକି ଅଧିକ ଶ୍ରଦ୍ଧା ଓ ବିଶ୍ବାସ ସହିତ ପାଳନ କଲେ ଲାଭ ମିଳିଥାଏ । ପ୍ରୟୋଗ ପାଇଁ ତୁମକୁ ୧୦୮ ଅଶୋକ ପତ୍ର, ଦୀପାବଳୀ ପୂର୍ବ ଯୋଗାଡ଼ କରିବାକୁ ପଡ଼ିବ । ସେହିଦିନ ସଂଧ୍ୟାବେଳେ ପୂଜା ସମୟରେ ପ୍ରତ୍ୟେକ ପତ୍ର ଉପରେ ‘‘ଓଁ ଶ୍ରୀ ସ୍ତ୍ରୀ ମହାଲକ୍ଷ୍ନୌ ନମମଃ”’ ଲେଖୁ ୧୦୮ ଥର ଏହି ଜପ କରିବ, ତାପରେ ଅବିର ଦ୍ବାରା ପତ୍ର ଆଗରେ, ପୂଜା ସ୍ଥାନରେ ଶ୍ରୀ ଲେଖୁବ । ପୂଜାଶେଷରେ ପତ୍ରଗୁଡ଼ିକୁ ପୋଟଳି ବାନ୍ଧି, ନିଜ ଘରର ମୁଖ୍ୟଦ୍ଵାରରେ ରାତ୍ରିରେ ଟାଙ୍ଗିଦେବ । ପରଦିନ ସକାଳୁ ସ୍ନାନ କରି ଧୂପ ଦେଖାଇ ବନ୍ଧାପତ୍ର ପୁଟଳିକୁ ଖୋଳି ଆଣି, ଲାଲ ବସ୍ତ୍ରରେ ଗୁଡ଼ାଇ ସିନ୍ଦୂର ଘିଅ ମିଶାଇ ଲାଲ କପଡ଼ା ଉପରେ ଶ୍ରୀ ଲେଖୁ ଧନ ରହୁଥିବା ସ୍ଥାନରେ ରଖୁଦେବ । ଏହିପରି ଲଗାତର ୨୧ଦିନ ପର୍ଯ୍ୟନ୍ତ ଶ୍ରୀ ଉଚ୍ଚାରଣ କରି ୧୧ଟି ଧୂପ ଜଳାଇ ପୋଟଳିକୁ ଦେଖାଇବ । ଏହା ବହୁ ପ୍ରଭାବଶାଳୀ ଅଟେ ।
୩୧. ଅନ୍ୟ ଏକ ପ୍ରଭାବୀ ଉପାୟ ହେଉଛି – ଦୀପାବଳୀ ଦିନ ୨୫ ସେ.ମି.ର ନୂଆ କପଡ଼ା ଆଣି ତା’ଉପରେ ସିନ୍ଦୂର ଦ୍ବାରା ୧୦୮ ଥର ‘ଶ୍ରୀ’ ଲେଖିବ । ଅନ୍ୟ ଏକ ୨୫ ସେ.ମି. ହଳଦିଆ କନା ଉପରେ ୧୦୮ ଥର ଶ୍ରୀହରି ଲେଖୁବ, ପୁନଶ୍ଚ ଲାଲ କପଡ଼ା ଉପରେ ସିନ୍ଦୂର ଦ୍ଵାରା ୧୧ଥର ଲକ୍ଷ୍ମୀ ଗାୟତ୍ରୀ ଲେଖୁ । ତାପରେ ୧୦୮ ଗୋଲାପ ଫୁଲ ଓ ୧୧ଟି ପଦ୍ମ ଫୁଲ ରଖୁବ । ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସହିତ ଉକ୍ତ ପୁଟଳିକୁ ପୂଜାକରି (ଲକ୍ଷ୍ମୀ ଗାୟତ୍ରୀ ବସ୍ତ୍ର, ତା ଉପରେ ହଳଦିଆ ବସ୍ତ୍ର, ତା’ଉପରେ ଲାଲ ବସ୍ତ୍ର, ତାହା ସହିତ ଗୋଲାପ ଫୁଲ, ପଦ୍ମବୀଜ) ଏସବୁକୁ ଗୋଟେ ପୋଟଳି ବାନ୍ଧି ୧୦୮ଥର ଶ୍ରୀ ଜପକରି ଧନ ରଖୁଥିବା ସ୍ଥାନରେ ରଖୁବ । ଦୈନିକ ସ୍ନାନପରେ ୨୧ଦିନ ପର୍ଯ୍ୟନ୍ତ ପୋଟଳିକୁ ଧୂପ ଦେଖାଇବ । ଏହି ପ୍ରୟୋଗରେ ଖୁବ୍ ଶୀସ୍ତ ଶୁଭଫଳ ମିଳିବ।
୭୨ ଏବେ ତୁମକୁ ଏକ ସରଳ ଉପାୟ କହୁଛି – ଏଥିରେ ସର୍ବପ୍ରଥମେ ୨୧ଟି କୋଷ ବଜ୍ର ଯୋଗାଡ଼ କରିବ । ଏହା ବହୁତ ଶସ୍ତା ଓ ସୁଲଭ ଅଟେ । ଦୀପାବଳୀ ରାଡ଼ିରେ ବୃଦନ ଲାଲ ବସ୍ତ୍ର ଉପରେ ଚାଉଳ ଚୂନାରେ ଷଣ ତିଆରି କରିବ ।
। ପ୍ରାଚ୍ୟ ପରମ୍ପରାର ପ୍ରାମାଣିକ ତଥ୍ୟ – ସମସ୍ୟା ଓ ସମାଧନ । ***
ଶଟ୍କୋଣ ମଝିରେ ଗୋମତୀ ଚକ୍ରକୁ ସ୍ଥାପନ କରିବ । ଏହାର ଦୁଇ ପାଖରେ ଗୋଟିଏ ସୋରିଷତେଲ ଦୀପ ଓ ଗୋଟିଏ ଘିଅ ଦୀପ ଜଳାଇବି । ‘‘ଶ୍ରୀ’’ ମନ୍ତ୍ରକୁ ୨୧ମାଳା ଜପ କରିବ । ଜପ ଶେଷରେ ନିଜର ଦରିଦ୍ରତା ଦୂର କରିବା ନିମିତ୍ତ ନିବେଦନ କରିବ । ପରଦିନ ଲାଲ ବସ୍ତ୍ର ଉପରେ ଥିବା ସମସ୍ତ ସାମଗ୍ରୀକୁ ଗୋଟିଏ ପୋଟଳି ବାନ୍ଧି କୌଣସି ଅଶ୍ଵହ ଗଛ ମୂଳରେ ଗାତ ଖୋଳି ପୋତିଦେଇ ଆସିବ । ହାତ ଯୋଡ଼ିକରି ଘରକୁ ଫେରିବ । ପଛକୁ କେବେ ଚାହିଁବ ନାହିଁ । ଘରେ ପହଞ୍ଚି ହାତମୁହଁ ଧୋଇଦେବ ଓ ଠାକୁରଙ୍କୁ ପ୍ରାର୍ଥନାକରି ରହିବ ।
୩୩. ବର୍ତ୍ତମାନ ମୁଁ ତୁମକୁ ଅନ୍ୟ ଏକ ଉପାୟ କଥା କହୁଛି – ଦୀପାବଳୀ ଦିନ ରାତ୍ରିରେ ନିଜ ସ୍ତ୍ରୀକୁ ସାଙ୍ଗରେ ଧରି କୌଣସି ଏକ ମନ୍ଦିରକୁ ଯିବ । ସେଠାରେ ପୂଜାରୀକୁ କିଛି ଟଙ୍କା ଦେଇ ୫ଟି ପୂଜା ପୁଲ ମାଗି ଆଣିବ । ଘରକୁ ଆସି ଲକ୍ଷ୍ମୀଙ୍କ ପାଦତଳେ ୫ଟି ଫୁଲକୁ ରଖୁଦେବ । ୨୫ ସେ.ମି.ର ଲାଲ କପଡ଼ାରେ ଗୋଟିଏ ନଡ଼ିଆ ରଷ୍ଟ୍, ଅବିରରେ ତିଳକ କରିବ । ହଳଦୀମଖା ଅରୁଆ ଚାଉଳ, ଅଳ୍ପ ବୁଟଡାଲି, ଅଳ୍ପ ମସୁର ଡାଲି ମଣ୍ଡଳ କରି ‘ଶ୍ରୀ ଯନ୍ତ୍ର’ (ତ)କୁ ପଞ୍ଚାମୃତ ସ୍ନାନ କରାଇ, ଡାଲିର ମଣ୍ଡଳ ଉପରେ ଯନ୍ତ୍ରକୁ ରଖୁଦେବ । ପଦ୍ମବୀଜ ମାଳରେ 'ଓଁ ହ୍ରା, ଶ୍ରୀ, ଇଂ ମହାଲକ୍ଷ୍ନୌ ନମଃ’ ମନ୍ତ୍ରକୁ ୨୧ ମାଳା ଜପ କରିବ । ଜପ ପରେ ମନ୍ଦିରରୁ ଆଣିଥିବା ଫୁଲକୁ ଯନ୍ତ୍ର ଉପରେ ଅର୍ପିତ କରିବ । ପରଦିନ ସ୍ନାନସାରି ୧୧ମାଳା ମନ୍ତ୍ର ଜପକରି ‘ଶ୍ରୀଯନ୍ତ୍ର’କୁ ମନ୍ଦିରରେ ସ୍ଥାନ ଦେଇ ଆସିବ । ଅନ୍ୟ ସାମଗ୍ରୀକୁ ପୁଟଳି ବାନ୍ଧି ତୁମର ସବୁଘରେ ବୁଲାଇ ଆଣି ଯେକୌଣସି ମନ୍ଦିରରେ ତୁମର ଦରିଦ୍ରତା ଦୂର ନିମିତ୍ତ ପ୍ରାର୍ଥନା କରି ମନ୍ଦିରରେ ଦେଇ ଆସିବ । ସଂଧ୍ୟାବେଳକୁ ପୁଣି ମନ୍ଦିରକୁ ଯିବ । ଯଦି ତୁମ ପୁଟଳି ସେଠାରେ ଥିବ, ତାହାଲେ ସେହି ଡାଲି ପୁଟଳିକୁ ଆଣି ତୁମ ରୋଷେଇ ଘରେ ବାନ୍ଧିଦେବ । ପୋଟଳି ଯଦି ମନ୍ଦିରରେ ନଥାଏ ତେବେ କିଛି ଚିନ୍ତା କରିବାର ନାହିଁ । ଏହି ପ୍ରୟୋଗରେ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପାଇବା ସଂଗେ ସଂଗେ ତନ୍ତ୍ରମନ୍ତ ଦୋଷ ହୋଇଥିଲେ ଦୂର ହୋଇଯାଏ ।
୩୪, ବର୍ତ୍ତମାନ ଅନ୍ୟ ଏକ ଉପାୟ ଲେଖୁଛି ଯକ୍ଷ୍ମାରା ତୁମେ ସଂପନ୍ନତା ପ୍ରାପ୍ତି ସହିତ ରାହୁ ଓ ଶନି କୃତ ପୀଡ଼ାରୁ ମୁକ୍ତି ପାଇପାରିବ । ଏଥିପାଇଁ ଦୀପାବଳୀ ଦିନ ସଂଧ୍ୟାରେ ୪ ଗୋଟି ଛୋଟ ମାଟିହାଣ୍ଡି ଯୋଗାଡ଼ କରିବ । ଯେଉଁଥରେ ହାରାହାରି ୧ କିଲୋ ସାମଗ୍ରୀ ରହିପାରିବ । ଦୀପାବଳୀ ରାତ୍ରିରେ ଲକ୍ଷ୍ମୀ ପୂଜନ ସମୟରେ ୮୦୦ଗ୍ରାମ ଲାଲ ମସୁର ଡାଲି ୩ଟି ଛୋଟ ହାଣ୍ଡିରେ ଭରିକରି ପୂଜା ସ୍ଥାନରେ ରଖିବ । ଅନ୍ୟ ଏକ ହାଣ୍ଡିରେ ୫ ପ୍ରକାର ଚାଉଳ (ବିଭିନ୍ନ ରଙ୍ଗରେ ରଙ୍ଗାଇଦେଇ) ଉକ୍ତ ହାଣ୍ଡିରେ ଭରିକରିବ । ପୁଣି ଏକ ୧ ମିଟର ଜଳା କପଡ଼ା ଉପରେ ୮୦୦ ଗ୍ରାମ ଜିଲ୍ଲା ଗୋଟାବିରି, ୮୦୦ ଗ୍ରାମ ଜଳା ଖସା ଓ ୨୫୦ ଗ୍ରାମ ଲୁଣ କପଡ଼ା ଉପରେ ରଖୁ ପୂଜା ସ୍ଥାନଠାରୁ ଅଲଗା ରଖୁବ । ଏଥିସହିତ ଗୋଟିଏ ନଡ଼ିଆ (କତା ଛଡ଼ା ହୋଇଥିବା } ମଧ୍ୟ ଉକ୍ତ କଳା କପଡ଼ା ଉପରେ ରଖୁବ । ଏହାପରେ ମା’ ଲକ୍ଷ୍ମୀଙ୍କ ସହ ଉକ୍ତ ମାଟି ହାଣ୍ଡିରେ ଥିବା ଦ୍ରବ୍ୟଗୁଡ଼ିକୁ ପୂଜା କରିବ । ଧୂପ, ଦୀପ, ଫୁଲ ସିନ୍ଦୂର ଦେଇ ଯଥାଶକ୍ତି ଭୋଗ ଲଗାଇବ । ପୂଜା ଶେଷରେ ଉକ୍ତ ତିନୋଟି ଡାଲି ପୂର୍ଣ୍ଣ ହାଣ୍ଡିକୁ ତୁମ ରୋଷେଇ ଘରେ ସାଇତି ରଖୁ ଢାଙ୍କୁଣୀ ଦେଇଦେବ । ଏତଦ୍ଭିନ୍ନ କଳା କପଡ଼ାରେ ଥିବା ସମସ୍ତ ଦ୍ରବ୍ୟକୁ ପୁଟୁଳି ବାନ୍ଧି ନଡ଼ିଆ ସହିତ କୌଣସି ଟଉଛକି ରାସ୍ତାକୁ ଯାଇ ସେଠାରେ ପୋଟଳିକୁ ଥୋଇଦେଇ ନଡ଼ିଆକୁ ବାଡ଼େଇ ଦେଇ ଜଳ ଦାନ ଦେଇ ହାତ ଯୋଡ଼ି ପଛକୁ ନଚାହିଁ ଘରକୁ ଫେରିଆସିବ । ଯଦି ପଛରୁ କିଛି ଶବ୍ଦ ହେବ କେବେହେଲେ ପଛକୁ ଫେରି ଚାହିଁବ ନାହିଁ । ଘରକୁ ଆସି ହାତମୁହଁ ଧୋଇ ଘରେ ରହିବ । (ଚାଉଳ ହାଣ୍ଡିକୁ ଠାକୁରଙ୍କ ନିକଟରେ ପୂଜା ହେବା ପାଇଁ ରଦେବ)
୩୫. ଏକ ସରଳ ଉପାୟ ହେଉଛି – ଦୀପାବଳୀ ଦିନ ୫ଟି ଅଖଣ୍ଡିତ ଅଶ୍ଵତ୍ଥ ପତ୍ର ଯୋଗାଡ଼ କରି ରଖୁବ । ସଂଧ୍ୟାରେ ଦୀପାବଳୀ ପୂଜା ସମୟରେ ପତ୍ରଗୁଡ଼ିକ ଅଶ୍ୱତ୍ଥ ମୂଳରେ ରଖୁ ତା ଉପରେ ଖଣ୍ଡିଏ ଖଣ୍ଡିଏ ଛେନା ମିଠା କିମ୍ବା ପନିର ଖଣ୍ଡିଏ ଲେଖାଏଁ ରଖୁ । ଅଟାରେ ତିଆରି ଦୀପରେ ସୋରିଷ ତେଲ ଓ ବଳିତା ଦେଇ ଜଳ ଲୋଟାରେ ଗୁଡ଼, ଚିନି, ମହୁ ଓ କ୍ଷୀର ମିଶାଇ ପତ୍ର ଓ ଭୋଗକୁ ସାଙ୍ଗରେ ନେଇ କୌଣସି ଅଶ୍ୱତ୍ଥ ଗଛ ମୂଳରେ ପତ୍ରସହ ଛେନା ମିଠା ଥୋଇ, ଧୂପ ଢାଳି, ଦୀପକୁ ଜଳାଇ ଲୋଟାରେ ଥିବା ଜଳକୁ ବୃକ୍ଷରେ ଅର୍ପଣ କରିବ । ହାତଯୋଡ଼ି ଘରକୁ ଆସିବ, ପଛକୁ ଫେରି ଚାହିଁବ ନାହିଁ । ଏହାପରେ ପରବର୍ତ୍ତୀ ଶନିବାର କିମ୍ବା ମଙ୍ଗଳବାରକୁ ଏହି କ୍ରିୟା କରିବ । ସେଥପାଇଁ ତୁମକୁ କେବଳ ପନିର ଭୋଗ ଦେଇ ଅଶ୍ଵତ୍ଥ ବୃକ୍ଷରେ ଜଳ ଦେବାକୁ ହେବ । ଧୂପ, ଦୀପ ଦେବ । (ଦୀପାବଳୀ ଦିନ ସଂଧ୍ୟାରେ ଅଶ୍ଵତ୍ଥ ବୃକ୍ଷ ମୂଳରେ ପୂଜା ଆରମ୍ଭ କରିବ)

0 Comments
Do you have any doubts or suggestions? Ask them here in the comments!