ସିଂହ ସଂକ୍ରାନ୍ତି : ସୂର୍ଯ୍ୟଦେବଙ୍କୁ ଏଭଳି କରନ୍ତୁ ପୂଜା
ସୂର୍ଯ୍ୟ ଯେଉଁ ରାଶିରେ ପ୍ରବେଶ କରିଥାଆନ୍ତି, ସେହି ରାଶିରେ ସଂକ୍ରାନ୍ତି ହୋଇଥାଏ । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ୧୨ ମାସରେ ୧୨ ଟି ସଂକ୍ରାନ୍ତି ରାଶି ଅନୁସାରେ ପଡିଥାଏ । ସୂର୍ଯ୍ୟଦେବ ପ୍ରତି ମାସରେ ନିଜର ସ୍ଥାନ ପରିବର୍ତ୍ତନ କରନ୍ତି । ତେଣୁ ଏହି ମାସରେ ସୂର୍ଯ୍ୟଦେବ ସିଂହ ରାଶିରେ ପ୍ରବେଶ କରୁଥିବାରୁ ସିଂହ ସଂକ୍ରାନ୍ତି ପଡୁଛି |
ସିଂହ ସଂକ୍ରାନ୍ତି : ସୂର୍ଯ୍ୟଦେବଙ୍କୁ ଏଭଳି କରନ୍ତୁ ପୂଜା
- ସିଂହ ସଂକ୍ରାନ୍ତିରେ ସୂର୍ଯ୍ୟଦେବ, ଶ୍ରୀହରି ବିଷ୍ଣୁ ଓ ନୃସିଂହ ମହାପ୍ରଭୁଙ୍କୁ ପୂଜା କରିବା ଖୁବ ଶୁଭ ଅଟେ ! ହିନ୍ଦୁ ଧର୍ମରେ ସୂର୍ଯ୍ୟଦେବଙ୍କୁ ସାକ୍ଷାତ ଇଶ୍ଵର ଭାବରେ ଗ୍ରହଣ କରାଯାଏ । ଏହିଦିନ ସୂର୍ଯ୍ୟ କର୍କଟ ରାଶିରୁ ଯାଇ ସିଂହ ରାଶିରେ ପ୍ରବେଶ କରିଥାଆନ୍ତି ।
- ସିଂହ ସଂକ୍ରାନ୍ତିରେ ସ୍ନାନ-ଦାନ ଓ ସୂର୍ଯ୍ୟ ପୂଜନର ବିଶେଷ ମହତ୍ଵ ରହିଛି , ଯାହାଦାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ |
- ସିଂହ ସଂକ୍ରାନ୍ତିରେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ସାରି ସୂର୍ଯ୍ୟଦେବଙ୍କୁ ଦୁଗ୍ଧରେ ଅର୍ଘ୍ୟଦେବା ଦେବା ଦ୍ୱାରା ଯଶ ପ୍ରାପ୍ତି ହୋଇଥାଏ ।
- ଏହିଦିନ ନାଲି ରଙ୍ଗଂର ବସ୍ତ୍ର ଧାରଣ କରି ସୂର୍ଯ୍ୟଦେବଙ୍କୁ ପୂଜା କରିବା ଉଚିତ ଯାହାଦ୍ୱାରା ଜୀବନର ସମସ୍ତ ଦୁଃଖ ଦୁର୍ଦ୍ଦ୍ ଶା ଦୂର ହୋଇଥାଏ |
- ଆଜିର ପବିତ୍ର ଦିନରେ ତମ୍ବା ଗଡୁରେ ଜଳ ଭରି ସେଥିରେ ନାଲି ଫୁଲ, ରକ୍ତ ଚନ୍ଦନ, ସିନ୍ଦୁର ଓ ଗହମର କିଛି ଦାନା ମିଶାଇ ସୂର୍ଯ୍ୟକୁ ଅର୍ଘ୍ୟ ଦିଅନ୍ତି |
- ଏହି ଅର୍ଘ୍ୟଦେବା ସମୟରେ 'ଓଁ ଆଦିତ୍ୟାୟ ନମଃ' ମନ୍ତ୍ର ଉଚ୍ଚାରଣ କରନ୍ତୁ | ଏହା କରିବା ଦ୍ୱାରା ପରିବାରର ମଙ୍ଗଳ ହେବା ସହିତ ଜୀବନରେ ସଫଳତା ଲାଭ ହୋଇଥାଏ ଓ ଶରୀରର ସମସ୍ତ କଷ୍ଟ ଦୂର ହୋଇଥାଏ ।
- ଆଜିର ଦିନରେ ସୂର୍ଯ୍ୟଦେବଙ୍କ ପୂଜା କରିବା ଦ୍ୱାରା ନବଗ୍ରହଙ୍କ କୃପା ଲାଭ ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ |
- ଏହିଦିନ ସୂର୍ଯ୍ୟଦେବଙ୍କ ପୂଜା କରିବା ପରେ ଭଗବାନ ବିଷ୍ଣୁ ଓ ନୃସିଂହ ଠାକୁରଙ୍କୁ ପୂଜା କରିବା ଜରୁରୀ ଅଟେ |
- ଏହି ପୂଜାରେ ବିଷ୍ଣୁ ଏବଂ ନୃସିଂହ ଠାକୁରଙ୍କୁ ତୁଳସୀ ଅର୍ପଣ କରିବାକୁ ଭୁଲିବେ ନାହ ” | ଏପରି କରିବା ଦ୍ୱାରା ଜୀବନରେ ସୁଖଶାନ୍ତି, ସଫଳତା ପ୍ରାପ୍ରି ହୋଇଥାଏ ।
- ଆହୁରି ମଧ୍ୟ ଆଜିର ଦିନରେ ଯଦି ଆପଣ ଗାଈ ଘିଅ ସେବନ କରିବେ ତେବେ ବିଶେଷ ଭାବରେ ଶାରୀରିକ ଓ ମାନସିକ ବିକାଶ ହୋଇଥାଏ |

.jpg)
0 Comments
Do you have any doubts or suggestions? Ask them here in the comments!