ସଂକ୍ରାନ୍ତିର ନାମକରଣ ମାସର ନାମ ଅନୁସାରେ ରଖାଯାଏ କାହିଁକି

ସଂକ୍ରାନ୍ତିର ନାମକରଣ ମାସର ନାମ ଅନୁସାରେ ରଖାଯାଏ କାହିଁକି

ଓଡ଼ିଶାରେ ସଂକ୍ରାନ୍ତିର ନାମକରଣ ପରବର୍ତ୍ତୀ ମାସର ନାମ ଅନୁସାରେ କରାଯାଏ; ଯଥା ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି । ଓଡ଼ିଆରେ ଧନୁ ସଂକ୍ରାନ୍ତି ଧନୁ ମାସର ପ୍ରଥମ ଦିନ ।

  • ଧନୁ (ପୌଷ), ମିଥୁନ (ଆଷାଢ଼), କନ୍ୟା (ଆଶ୍ୱିନ) ଓ ମୀନ (ଚୈତ୍ର) ସଂକ୍ରାନ୍ତିକୁ ‘ଷଡ଼ଶୀତି’ ସଂକ୍ରାନ୍ତି କୁହାଯାଏ ।
  • ବୃଷ (ଜ୍ୟୈଷ୍ଠ), ବୃଶ୍ଚିକ (ମାର୍ଗଶୀର), ସିଂହ (ଭାଦ୍ର) ଓ କୁମ୍ଭ (ଫଗୁଣ) ସଂକ୍ରାନ୍ତିକୁ ‘ବିଷ୍ଣୁପଦୀ’ ସଂକ୍ରାନ୍ତି କୁହାଯାଏ ।
  • ମକର (ମାଘ) ସଂକ୍ରାନ୍ତିକୁ ‘ଉତ୍ତରାୟଣ’ ଓ କକଡ଼ା (ଶ୍ରାବଣ) ସଂକ୍ରାନ୍ତିକୁ ‘ଦକ୍ଷିଣାୟନ’ ସଂକ୍ରାନ୍ତି ବୋଲାଯାଏ ।
  • ମେଷ (ବୈଶାଖ) ସଂକ୍ରାନ୍ତିକୁ ‘ମହାବିଷୁବ’ ସଂକ୍ରାନ୍ତି ଓ ତୁଳା (କାର୍ତ୍ତିକ) ସଂକ୍ରାନ୍ତିକୁ ‘ଜଳବିଷୁବ’ ସଂକ୍ରାନ୍ତି ବୋଲାଯାଏ ।

ସଂକ୍ରାନ୍ତି ନାମକରଣ

  1. ବୈଶାଖର ମହାବିଷୁବ ସଂକ୍ରାନ୍ତି: ଏହା ପଣା ସଂକ୍ରାନ୍ତି ଭାବେ ପରିଚିତ । ଏ ଦିନ ସୂର୍ଯ୍ୟ ବିଷୁବ ରେଖାକୁ ପାରି ହୋଇ ଉତ୍ତର ଆଡ଼କୁ ଅର୍ଥାତ କର୍କଟ କ୍ରାନ୍ତି ଆଡ଼କୁ ଗତି କରନ୍ତି ।
  2. ଜ୍ୟୈଷ୍ଠର ବିଷ୍ଣୁ ପଦୀ ସଂକ୍ରାନ୍ତି
  3. ଆଷାଢ଼ର ଷଡ଼ଶୀତି ସଂକ୍ରାନ୍ତି ବା ରଜ ସଂକ୍ରାନ୍ତି: ଓଡ଼ିଶାରେ ରଜ ପର୍ବ ଭାବେ ପରିଚିତ ।
  4. ଶ୍ରାବଣ ମାସର ଦକ୍ଷିଣାୟନ ସଂକ୍ରାନ୍ତି: ଏ ଦିନ ସୂର୍ଯ୍ୟ କର୍କଟ କ୍ରାନ୍ତିରୁ ବିଷୁବ ରେଖା ଆଡ଼କୁ ଗତି କରନ୍ତି। ଏହି ଦିନଠାରୁ ତିନି ଦିନ ପର୍ଯ୍ୟନ୍ତ ନଦୀ ମାନେ ରଜସ୍ୱଳା ହୁଅନ୍ତି ।
  5. ଭାଦ୍ରବ ମାସର ବିଷ୍ଣୁପଦୀ ସଂକ୍ରାନ୍ତି 
  6. ଆଶ୍ୱିନର ଷଡ଼ଶୀତି ସଂକ୍ରାନ୍ତି ବା କନ୍ୟା ସଂକ୍ରାନ୍ତି:
  7. କାର୍ତ୍ତିକର ଜଳବିଷୁବ ସଂକ୍ରାନ୍ତି ବା ଗର୍ଭଣା ସଂକ୍ରାନ୍ତି: ଏ ଦିନ ଗର୍ଭଣା ଡାଳ ବା କାଠିକୁ ପୂଜା କରି ଧାନ କ୍ଷେତରେ ପୋତାଯାଏ । ସୂର୍ଯ୍ୟ ବିଷୁବ ରେଖାକୁ ଟପି ଏହି ଦିନ ଦକ୍ଷିଣ ଆଡ଼କୁ ଅର୍ଥାତ ମକର କ୍ରାନ୍ତି ଆଡ଼କୁ ଗତି କରନ୍ତି।
  8. ମାର୍ଗଶୀରର ବିଷ୍ଣୁପଦୀ ସଂକ୍ରାନ୍ତି:
  9. ପୁଷମାସର ଷଡ଼ଶୀତି ସଂକ୍ରାନ୍ତି ବା ଧନୁ ସଂକ୍ରାନ୍ତି: ଏ ଦିନ ଦେବତାଙ୍କୁ ଧନୁମୁଆଁ ଭୋଗ ହୁଏ ଏବଂ ଜଗନ୍ନାଥଙ୍କର ପହିଲି ଭୋଗ ଆରମ୍ଭ ହୁଏ ।
  10. ମାଘ ମାସର ଉତ୍ତରାୟଣ ସଂକ୍ରାନ୍ତି : ଏହି ଦିନ ସୂର୍ଯ୍ୟ ମକର କ୍ରାନ୍ତିରୁ ଉତ୍ତର ଦିଗକୁ ଫେରନ୍ତି । ଦେବତାଙ୍କୁ ମକର ଚାଉଳ ଓ ତିଲୁଆ ଖଜା ଭୋଗ ହୁଏ । ଏହାକୁ ତିଲୁଆ ସଂକ୍ରାନ୍ତି ମଧ୍ୟ କୁହାଯାଏ ।
  11. ଫଗୁଣର ବିଷ୍ଣୁପଦୀ ସଂକ୍ରାନ୍ତି:
  12. ଚୈତ୍ରର ଷଡ଼ଶୀତି ସଂକ୍ରାନ୍ତି: ଏହି ଦିନ ଘଣ୍ଟାକର୍ଣ୍ଣ ପୂଜା ହୁଏ ।

ସଂକ୍ରାନ୍ତି ବ୍ରତ

  1. କାର୍ତ୍ତିକେୟ ବ୍ରତ (ସ୍କନ୍ଦପୁରାଣ):ମାର୍ଗଶୀର ମାସ ସଂକ୍ରାନ୍ତିରେ ସ୍ତ୍ରୀମାନେ ପୁତ୍ରଲାଭାର୍ଥ ସନ୍ଧ୍ୟାଠାରୁ ୪ପ୍ରହର ମଧ୍ୟରେ ୪ଥର ସ୍ନାନ କରି କାର୍ତ୍ତିକେୟ ପୂଜା ପୂର୍ବକ କାର୍ତ୍ତିକେୟ ବ୍ରତ କରନ୍ତି ।
  2. ଜଳ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ବ୍ରାହ୍ମଣଙ୍କୁ ଜଳପୂର୍ଣ୍ଣ ଘଟ ଦାନ କରାଯାଏ ।
  3. ଦାନ ସଂକ୍ରାନ୍ତି ବ୍ରତ (ବ୍ରହ୍ମ ପୁରାଣ): ବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ବ୍ରାହ୍ମଣଙ୍କୁ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଦାନ କରାଯାଏ ।
  4. ଦଧି ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ଉତ୍ତରାୟଣ ସଂକ୍ରାନ୍ତିଠାରୁ ଆରମ୍ଭ କରି ଏକ ବର୍ଷ ଦଧି ଓ ଭୋଜ୍ୟ ଦାନ କରାଯାଏ ।
  5. ଅନ୍ନ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ମହାବିଷୁବ ସଂକ୍ରାନ୍ତିଠାରୁ ୧ବର୍ଷ ପର୍ଯ୍ୟନ୍ତ ଅନ୍ନଦାନ କରାଯାଏ ।
  6. ଫଳ ସଂକ୍ରାନ୍ତି ବ୍ରତ (ଭବିଷ୍ୟ ପୁରାଣ): ମହାବିଷୁବ ସଂକ୍ରାନ୍ତିଠାରୁ ୧ବର୍ଷ ପର୍ଯ୍ୟନ୍ତ ପ୍ରତି ସଂକ୍ରାନ୍ତିରେ ନିର୍ଦ୍ଦିଷ୍ଟ ଫଳ ପ୍ରଦାନ କରାଯାଏ ।
  7. ମଙ୍ଗଳ ସଂକ୍ରାନ୍ତି ବ୍ରତ : ମଙ୍ଗଳବାର ଦିନ ସଂକ୍ରାନ୍ତି ପଡ଼ିଲେ ମଙ୍ଗଳ ଚଣ୍ଡୀଙ୍କର ପୂଜା କରାଯାଏ ।
  8. ଯମପୁଷ୍କରିଣୀ ବ୍ରତ (ଭବିଷ୍ୟ ପୁରାଣ): ସ୍ତ୍ରୀମାନେ କୌଣସି ସଂକ୍ରାନ୍ତିଠରୁ ଆରମ୍ଭ କରି ପ୍ରତି ସଂକ୍ରାନ୍ତିରେ ୪ବର୍ଷ ପର୍ଯ୍ୟନ୍ତ ଯମପୂଜା ଓ ଦାନ କରନ୍ତି ।
  9. ଧର୍ମଘଟ ବ୍ରତ: ବୈଶାଖ ସଂକ୍ରାନ୍ତିଠାରୁ ଜ୍ୟୈଷ୍ଠ ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଲେଖାଏଁ ୪ ବର୍ଷ ଜଳପୂର୍ଣ୍ଣ ଘଟ ବ୍ରାହ୍ମଣଙ୍କୁ ଦାନ କରାଯାଏ । ଏହା ଛଡ଼ା ମହାବିଷୁବ ସଂକ୍ରାନ୍ତିରେ ବିଷ୍ଣୁ, ଇଷ୍ଟଦେବତା ଓ ପିତୃମାନଙ୍କ ଉଦ୍ଦେଶ୍ୟରେ ଜଳପୂର୍ଣ୍ଣ ଘଟ ଉତ୍ସର୍ଗ କରିବାକୁ ହୁଏ ।
  10. ଶୁକ୍ଳପକ୍ଷ ସପ୍ତମୀ ଦିନ ସଂକ୍ରାନ୍ତି ହେଲେ ତାହାର ନାମ ‘ମହାଜୟା’ ହୁଏ । ଉକ୍ତ ଦିନ ସୂର୍ଯ୍ୟପୂଜା ଓ ଦାନାଦି ପୂଣ୍ୟପ୍ରଦ ।

Post a Comment

0 Comments