ସଂକ୍ରାନ୍ତି କ'ଣ ? ଏହା କିପରି ହୁଏ |

ସଂକ୍ରାନ୍ତି କ'ଣ ?  ଏହା କିପରି ହୁଏ |

ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କହନ୍ତି । ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କ୍ଷୟବୃଦ୍ଧି ସହିତ ଚାନ୍ଦମାନ ଓ ସଂକ୍ରାନ୍ତି କଳାରେ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ । ଅମାବାସ୍ୟା ଓ ପୂର୍ଣ୍ଣିମା ଚନ୍ଦ୍ର ଦର୍ଶନ ଯୋଗୁଁ ପ୍ରତ୍ୟକ୍ଷରେ ଉପଲବ୍ଧ କରିହୁଏ; କିନ୍ତୁ ସୂର୍ଯ୍ୟଙ୍କ ଗତି ଯୋଗୁଁ ଦିନ ରାତି ଏବଂ ଋତୁମାନଙ୍କର ପରିବର୍ତ୍ତନ ହୁଏ । ପ୍ରତି ଇଂରାଜୀ ମାସର ତା୧୩ରିଖଠାରୁ ତା୧୫ରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ତେଣୁ ସୂର୍ଯ୍ୟଙ୍କ ଅୟନ କ୍ରମେ ସେହି ସଂକ୍ରାନ୍ତିଗୁଡିକ ନାମିତ ହୋଇଥାନ୍ତି । ଏହିପରି ସୌରମାନ ମାସଗୁଡ଼ିକୁ ଇଂରାଜୀ ମାସିକ ପଞ୍ଜିକା ଅନୁସାରେ ଗଣନା କରାଯାଏ ।

  1. ମେଷ: ଅପ୍ରେଲ – ମଇ, (ମେଷ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥିତି)
  2. ବୃଷ: ମଇ – ଜୁନ
  3. ମିଥୁନ: ଜୁନ – ଜୁଲାଇ
  4. କର୍କଟ: ଜୁଲାଇ – ଅଗଷ୍ଟ
  5. ସିଂହ: ଅଗଷ୍ଟ – ସେପ୍ଟେମ୍ବର
  6. କନ୍ୟା: ସେପ୍ଟେମ୍ବର – ଅକ୍ଟୋବର
  7. ତୁଳା: ଅକ୍ଟୋବର – ନଭେମ୍ବର
  8. ବିଛା: ନଭେମ୍ବର – ଡିସେମ୍ବର
  9. ଧନୁ: ଡିସେମ୍ବର – ଜାନୁଆରୀ
  10. ମାସ: ଜାନୁଆରୀ – ଫେବୃଆରୀ
  11. କୁମ୍ଭ: ଫେବୃଆରୀ – ମାର୍ଚ୍ଚ
  12. ମୀନ: ମାର୍ଚ୍ଚ – ଅପ୍ରେଲ ମାସ
  • ଏହିପରି ଦୁଇଟି ମାସର ଅର୍ଦ୍ଧେକକୁ ନେଇ ଗୋଟିଏ ରାଶି ମାସ ଗୋଟିଏ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସନ୍ତ ପର୍ଯ୍ୟନ୍ତ ଚଳେ । ପୃଥିବୀର ନିଜ କକ୍ଷରେ ଦୈନିକ ପରିଭ୍ରମଣ ବା ଆହ୍ନିକ ଗତି ଏବଂ ସୂର୍ଯ୍ୟଙ୍କର ବିଷ୍ଣୁପଦୀ ସଂକ୍ରମଣ ବା ସଂକ୍ରାନ୍ତି ସଞ୍ଚାର ବିଷୁବ ରେଖାଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ସହିତ ସଂପୃକ୍ତ । 
  • ସେଇଥିପାଇଁ ପ୍ରତ୍ୟେକ ବର୍ଷର ମାର୍ଚ୍ଚ ୨୧, ଜୁନ ୨୨, ସେପ୍ଟେମ୍ବର ୨୩ ଓ ଡିସେମ୍ବର ୨୨ତାରିଖରେ ପୃଥିବୀରେ ସର୍ବତ୍ର ଦିନରାତି ସମାନ । 
  • ମାର୍ଚ୍ଚ ମାସ  ୨୧ ତାରିଖରୁ ଜୁନ ୨୨ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧରେ ବିଷୁବରେଖାଠାରୁ ୨୩ ଡିଗ୍ରୀ ଉତ୍ତରରେ ଅବସ୍ଥିତ କର୍କଟ କ୍ରାନ୍ତି ପର୍ଯ୍ୟନ୍ତ ଯାତ୍ରା କରି ସେପ୍ଟେମ୍ବର ୨୨ତାରିଖରେ ବିଷୁବରେଖାକୁ ଫେରି ଆସନ୍ତି । 
  • ପୁଣି ସେପ୍ଟେମ୍ବର ୨୩ତାରିଖରୁ ଡିସେମ୍ବର ୨୨ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଦିଗକୁ ୨୩ ଡିଗ୍ରୀ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଯାତ୍ରା କରି ପୁଣି ଉତ୍ତରାମୁଖୀ ହୋଇ ମାର୍ଚ୍ଚ ୨୧ତାରିଖରେ ବିଷୁବରେଖାକୁ ପ୍ରତ୍ୟାବର୍ତ୍ତନ କରନ୍ତି ।
  • ଜ୍ୟୋତିଷ ତତ୍ତ୍ୱ ଅନୁଯାୟୀ ରବି ସଂକ୍ରମଣକାଳୀନ ଗ୍ରହଚକ୍ର ଅନୁସାରେ ୧୨ଟି ରାଶିଚକ୍ର ରହିଛି । ଏଣୁ ପୃଥିବୀର ବାର୍ଷିକ ଗତିଦ୍ୱାରା ନିଜ କକ୍ଷପଥରେ ସୂର୍ଯ୍ୟକୁ ପରିକ୍ରମା କରୁଥିବାବେଳେ ବାର ମାସରେ ବିଭିନ୍ନ ଅବସ୍ଥାନରେ ରହି ସୂର୍ଯ୍ୟଙ୍କର ଗୋଟିଏ ରାଶିଚକ୍ର ଅନ୍ୟ ଗୋଟିଏ ରାଶିଚକ୍ରକୁ ସଂକ୍ରମଣ କରୁଥିବା ସମୟକୁ ସଂକ୍ରାନ୍ତି ରୂପେ ଗଣାଯାଉଥିବାରୁ ଏହା ହେଉଛ୍ ଓଡ଼ିଆ ମାସର ଆରମ୍ଭ ବା ପ୍ରଥମ ଦିନ । 
  • ପ୍ରତି ମାସାରମ୍ଭରେ ଗୋଟିଏ ସଂକ୍ରାନ୍ତି ପଡ଼ିଲେ ଓଡ଼ିଆ ପଞ୍ଜିକାନୁଯାୟୀ ସୂର୍ଯ୍ୟଙ୍କର ରାଶିଚକ୍ର ନାମାନୁସାରେ ସଂକ୍ରାନ୍ତି ଗୁଡ଼ିକ ପହିଲା ବୈଶାଖ ଅର୍ଥାତ ମେଷ ସଂକ୍ରାନ୍ତିରୁ ଆରମ୍ଭ ହୋଇ ଯଥାକ୍ରମେ ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ ଏହିପରି ବର୍ଷରେ ବାରଟି ସଂକ୍ରାନ୍ତି ପଡ଼ିଥାଏ । 
  • ବର୍ଷର ସମସ୍ତ ସୌରମାସ ସଂକ୍ରାନ୍ତ ଅଟେ କିନ୍ତୁ ଅଧିମାସ ବା ମଳମାସ ସଂକ୍ରାନ୍ତି ନୁହେ । ଅର୍ଥାତ ଅଧିମାସରେ ସଂକ୍ରାନ୍ତି ନଥାଏ । 
  • ଭିନ୍ନ ଭିନ୍ନ ନକ୍ଷତ୍ରରେ ସୂର୍ଯ୍ୟଙ୍କ ସଂକ୍ରମଣ ଘଟିବା ଯୋଗୁଁ ସଂକ୍ରାନ୍ତିମାନଙ୍କୁ ୭ ଭାଗରେ ବିଭକ୍ତ କରାଯାଇ ଅଛି; ଯଥା: ମନ୍ଦା, ମନ୍ଦାକିନୀ, ଧ୍ୱାକ୍ଷୀ, ଘୋରା, ମହୋଦରୀ, ରାକ୍ଷସୀ ଓ ମିଶ୍ରିତା ।

ସଂକ୍ରାନ୍ତିକୁ ନିରଂଶ ଦିବସ କୁହାଯାଏ, ସେଥିପାଇଁ ଏ ଦିନ ଯାତ୍ରାଦି ଶୁଭକର୍ମ ନିଷିଦ୍ଧ । ସଂକ୍ରାନ୍ତି ଦିନ ସାୟଂସନ୍ଧ୍ୟା ନିଷିଦ୍ଧ ।

Post a Comment

0 Comments