ପଞ୍ଚାୟତନ ପୂଜା କ'ଣ ? ଘରର ମନ୍ଦିରରେ ଇଷ୍ଟଦେବଙ୍କୁ କିପରି ସ୍ଥାପନ କରିବେ

ପଞ୍ଚାୟତନ ପୂଜା କ'ଣ ? ଘରର ମନ୍ଦିରରେ ଇଷ୍ଟଦେବଙ୍କୁ କିପରି ସ୍ଥାପନ କରିବେ

ଆମ ଧର୍ମରେ ଭଗବାନଙ୍କ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । ପୂଜା କରିବା ଦ୍ୱାରା ଆମକୁ ଭଗବାନଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ପୂଜା ତଥା ପ୍ରାର୍ଥନା କରିବା ଇଶ୍ୱର ମନୁଷ୍ୟକୁ ଦେଇଥିବା ବରଦାନ ଅଟେ । ସମସ୍ତେ ନିଜ ଘରର ମନ୍ଦିରରେ ବିଭିନ୍ନ ଦେବା ଦେବୀଙ୍କର ମୂର୍ତ୍ତି ସ୍ଥାପିତ କରିଥାନ୍ତି | 

  1. ଆମ ଶାସ୍ତ୍ରରେ କୁହାଯାଇଛି କି ପୂଜାଘରେ ଅଧିକ ମୂର୍ତ୍ତି ରଖିବା ଉଚିତ ନୁହେଁ କେବଳ ୫ ଜଣ ଦେବା ଦେବୀଙ୍କର ହିଁ ମୂର୍ତ୍ତି ପୂଜାଘରେ ରଖନ୍ତୁ ।
  2. ପ୍ରାୟତଃ ଦେଖିବାକୁ ମିଳିଥାଏ କି କେତେକ ଲୋକ ବିଗ୍ରହ ବା ମୂର୍ତ୍ତି ଗୁଡ଼ିକ ଥାକ ଥାକ କରି ରଖିଥାନ୍ତି | 
  3. ଆଉ କେତେକ ଲୋକ ଯୋଉଠି ଇଚ୍ଛା ଲାଗିଲା ସେଇଠି ରଖି ପୂଜାପାଠ କରିଥାନ୍ତି ।

 ଏହା ତାଙ୍କର ଶ୍ରଦ୍ଧା କୁହାଯାଇପାରେ ଯାହା ଶାସ୍ତ୍ରୀୟ ମାନ୍ୟତା ନୁହେଁ କିନ୍ତୁ ଆମର ଶାସ୍ତ୍ର ମାନଙ୍କରେ ପ୍ରତ୍ୟେକ ଗୃହସ୍ଥଙ୍କ ନିମନ୍ତେ ପଞ୍ଚଦେବତାଙ୍କ ପୂଜନର ନିୟମ କୁହାଯାଇଛି, ଯାହାକୁ ପଞ୍ଚାୟତନ କୁହାଯାଇଥାଏ । କୁହାଯାଏ କି 'ପଂଚାୟତନ' ମାନେ ୫ ଜଣ ଦେବା ଦେବୀଙ୍କର ପୂଜା କରିବା ଦ୍ୱାରା ଆପଣଙ୍କୁ ବିଶେଷ ଲାଭ ଏବଂ ଜୀବନରେ ଉନ୍ନତି ମିଳିଥାଏ ।  ଏହି ପଞ୍ଚଦେବଙ୍କ ବିଗ୍ରହକୁ ନିଜର ଇଷ୍ଟଦେବଙ୍କ ଅନୁସାରେ ସିଂହାସନରେ ସ୍ଥାପିତ କରିବାର ଏକ ନିର୍ଦ୍ଦିଷ୍ଟ କ୍ରମ ରହିଛି ॥‼️

ଆସନ୍ତୁ ଏବେ ଏହି ପଞ୍ଚାୟତନ ସିଂହାସନ ବିଷୟରେ କିଛି ଜାଣିବା ॥‼️

 ଆଦିତ୍ୟଂ ଗଣନାଥଂ ଚ ଦେବୀଂ ରୁଦ୍ରଂ ଚ କେଶବମ୍ ।

                  ପଞ୍ଚଦୈବତମିତ୍ୟୁକ୍ତଂ     ସର୍ବକର୍ମସୁ      ପୂଜୟେତ୍ ॥

ଏହି ପଞ୍ଚଦେବ ହେଉଛନ୍ତି -- ଗଣେଶ, ଶିବ, ବିଷ୍ଣୁ   , ଦୁର୍ଗା ଏବଂ ସୂର୍ଯ୍ୟଦେବ ॥‼️

ଆକାଶସ୍ୟାଧିପୋ     ବିଷ୍ଣୁରଗ୍ନେଶ୍ଚୈବ     ମହେଶ୍ବରୀ ।

      ବାୟୋଃ ସୂର୍ଯ୍ୟଃ କ୍ଷିତେରୀଷୋ ଜୀବନସ୍ୟ ଗଣାଧିପଃ ॥

ପଞ୍ଚମହାଭୂତର ଅଧିପତିଗଣ ହେଉଛନ୍ତି -- 

  ପୃଥିବୀର -- ଶିବ, ଜଳର -- ଗଣେଶ, ଅଗ୍ନିର -- ଶକ୍ତି, ବାୟୁର -- ସୂର୍ଯ୍ୟ, ଆକାଶର -- ବିଷ୍ଣୁ ଅଟନ୍ତି ॥‼️

(୧-ଗଣେଶ ପଞ୍ଚାୟତନ)

  1. ଯଦି ଆପଣଙ୍କ ଇଷ୍ଟଦେବ ଗଣେଶ ଅଟନ୍ତି ତେବେ ନିଜର ପୂଜା ଗୃହରେ ଗଣେଶ ପଞ୍ଚାୟତନ ସ୍ଥାପିତ କରିବେ । 
  2. ଏଥି ନିମନ୍ତେ ଆପଣ ସିଂହାସନର ଐଶାନ୍ୟ କୋଣରେ ବିଷ୍ଣୁ   , ଅଗ୍ନି କୋଣରେ ଶିବ, ମଧ୍ୟରେ ଗଣେଶ, ନୈଋତ କୋଣରେ ସୂର୍ଯ୍ୟ ଏବଂ ବାୟବ୍ୟ କୋଣରେ ମାତା ଦୁର୍ଗାଙ୍କର ବିଗ୍ରହକୁ ସ୍ଥାପିତ କରିବା ଉଚିତ୍ |

(୨-ଶିବ ପଞ୍ଚାୟତନ)

  1. ଯଦି ଆପଣଙ୍କ ଇଷ୍ଟଦେବ ଶିବ ତେବେ ଆପଣ ଆପଣଙ୍କ ପୂଜା ଗୃହରେ ଶିବ ପଞ୍ଚାୟତନ ସ୍ଥାପିତ କରିବେ । 
  2. ଏଥି ନିମନ୍ତେ ଆପଣ ସିଂହାସନର ଐଶାନ୍ୟ କୋଣରେ ବିଷ୍ଣୁ   , ଅଗ୍ନି କୋଣରେ ସୂର୍ଯ୍ୟ, ମଧ୍ୟରେ ଶିବ, ନୈଋତ କୋଣରେ ଗଣେଶ ଏବଂ ବାୟବ୍ୟ କୋଣରେ ମାତା ଦୁର୍ଗାଙ୍କର ବିଗ୍ରହକୁ ସ୍ଥାପିତ କରିବା ଉଚିତ୍ |

(୩-ବିଷ୍ଣୁ  ପଞ୍ଚାୟତନ)

  1. ଯଦି ଆପଣଙ୍କ ଇଷ୍ଟଦେବ ବିଷ୍ଣୁ ଅଟନ୍ତି, ତେବେ ଆପଣ ଆପଣଙ୍କ ପୂଜା ଗୃହରେ ବିଷ୍ଣୁ ପଞ୍ଚାୟତନର ସ୍ଥାପନ କରିବେ । 
  2. ଏଥି ନିମନ୍ତେ ସିଂହାସନର ଐଶାନ୍ୟ କୋଣରେ ଶିବ, ଅଗ୍ନି କୋଣରେ ଗଣେଶ, ମଧ୍ୟରେ ବିଷ୍ଣୁ   , ନୈଋତ କୋଣରେ ସୂର୍ଯ୍ୟ ଏବଂ ବାୟବ୍ୟ କୋଣରେ ଦେବୀ ବିଗ୍ରହର ସ୍ଥାପନ କରିବା ଉଚିତ୍ |

(୪-ଦୁର୍ଗା ( ଦେବୀ ) ପଞ୍ଚାୟତନ)

  1. ଯଦି ଆପଣଙ୍କ ଇଷ୍ଟ ଦୁର୍ଗା ( ଦେବୀ ) ଅଟନ୍ତି, ତେବେ ପୂଜା ଗୃହରେ ଦେବୀ ପଞ୍ଚାୟତନର ସ୍ଥାପନ କରିବେ । 
  2. ଏଥି ନିମନ୍ତେ ଆପଣ ସିଂହାସନର ଐଶାନ୍ୟ କୋଣରେ ବିଷ୍ଣୁ  , ଅଗ୍ନି କୋଣରେ ଶିବ, ମଧ୍ୟରେ ଦୁର୍ଗା ( ଦେବୀ ), ନୈଋତ କୋଣରେ ଗଣେଶ ଏବଂ ବାୟବ୍ୟ କୋଣରେ ସୂର୍ଯ୍ୟ ବିଗ୍ରହର ସ୍ଥାପନ କରିବା ଉଚିତ୍ |

(୫-ସୂର୍ଯ୍ୟ ପଞ୍ଚାୟତନ)

  1. ଯଦି ଆପଣଙ୍କ ଇଷ୍ଟଦେବ ସୂର୍ଯ୍ୟ ଅଟନ୍ତି, ତେବେ ପୂଜା ଗୃହରେ ସୂର୍ଯ୍ୟ ପଞ୍ଚାୟତନର ସ୍ଥାପନ କରିବେ |
  2. ଏଥି ନିମନ୍ତେ ଆପଣ ସିଂହାସନର ଐଶାନ୍ୟ କୋଣରେ ଶିବ, ଅଗ୍ନି କୋଣରେ ଗଣେଶ, ମଧ୍ୟରେ ସୂର୍ଯ୍ୟ, ନୈଋତ କୋଣରେ ବିଷ୍ଣୁ ଏବଂ ବାୟବ୍ୟ କୋଣରେ ଦୁର୍ଗା ଦେବୀ ବିଗ୍ରହର ସ୍ଥାପନ କରିବା ଉଚିତ୍ |

Post a Comment

0 Comments