କୁମାର ପୂର୍ଣ୍ଣିମା ପୂଜାରେ କଇଁ ଫୁଲର ମହତ୍ୱ
କୁମାର ପୂର୍ଣ୍ଣିମାର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି । କୁମାର ପୂର୍ଣ୍ଣିମାକୁ ମା ଲକ୍ଷ୍ମୀଙ୍କର ଜନ୍ମଦିନ ଭାବରେ ପାଳନ କରାଯାଏ । ଚାରି ଆଡ଼େ ପଡିଥିବା ଚନ୍ଦ୍ରର କିରଣରେ ଅମୃତ ବର୍ଷା ହୋଇଥାଏ । ବିଶ୍ୱାସ କରାଯାଏ ଯେ ଦୀପାବଳି ପୂର୍ବରୁ ମା ଲକ୍ଷ୍ମୀଙ୍କୁ ସ୍ୱାଗତ କରିବାର ଏହା ବିଶେଷ ସୁଯୋଗ ହୋଇଥାଏ ।
ଏହି ବିଧିରେ କରନ୍ତୁ ଶରତ ପୂର୍ଣ୍ଣିମା ବ୍ରତ
- ବିଶ୍ୱାସ କରାଯାଏ ଯେ ମା ଲକ୍ଷ୍ମୀଙ୍କୁ ପରିଷ୍କାର ପରିଛନ୍ନତା ବହୁତ ପସନ୍ଦ ଅଟେ। ମା ଲକ୍ଷ୍ମୀ ସେହିଘରେ ବାସ କରନ୍ତି , ଯେଉଁଘରେ ଲୋକମାନେ ପରିଷ୍କାର ପରିଛନ୍ନତା ଏବଂ ସ୍ୱଚ୍ଛତା ଦ୍ୱାରା ରହିଥାନ୍ତି। ଏହି କାରଣରୁ ଦୀପାବଳିରେ ଲୋକମାନେ ଘରର ପରିଷ୍କାର ପରିଛନ୍ନତା କରିଥାନ୍ତି।
- କୁମାର ପୂର୍ଣ୍ଣିମା ଦିନରୁ ହିଁ ଲୋକମାନେ ଘରର ପରିଷ୍କାର ପରିଛନ୍ନତା ଆରମ୍ଭ କରିଦିଅନ୍ତି। ଏଭଳି କରିବା ଦ୍ୱାରା ଘରୁ ସମସ୍ତ ପ୍ରକାରର ଗ୍ରହଦୋଷ ଦୂର ହୋଇଥାଏ।
- ଶରତ ପୂର୍ଣ୍ଣିମା ସକାଳେ ସ୍ନାନ କରିବା ପରେ ନିଜ ଆରାଧ୍ୟ ଦେବତାଙ୍କ ପୂଜା କରନ୍ତୁ। ଯଦି ଆପଣ ନିଜେ କରିପାରୁ ନାହାନ୍ତି ତେବେ ଯୋଗ୍ୟ ବ୍ରାହ୍ମଣଙ୍କ ଦ୍ବାରା କରନ୍ତୁ।
- ଧର୍ମ ଶାସ୍ତ୍ର ଅନୁସାରେ,ଯେଉଁ ବ୍ୟକ୍ତି ଶରତ ପୂର୍ଣ୍ଣିମା ବ୍ରତ ବିଧି-ବିଧାନର ସହ ଏବଂ ପୂର୍ଣ୍ଣ ଶ୍ରଦ୍ଧା ସହକାରେ କରନ୍ତି ତାଙ୍କ ଉପରେ ମାଆ ଲକ୍ଷ୍ମୀଙ୍କର କୃପା ହୋଇଥାଏ ଏବଂ ସେମାନେ ଦୀର୍ଘାୟୁ ହୋଇଥାଆନ୍ତି ।
- କୁମାର ପୂର୍ଣ୍ଣିମାରେ ମା’ ଲକ୍ଷ୍ମୀଙ୍କ ପ୍ରତିମାକୁ ଦକ୍ଷିଣାବର୍ତ୍ତି ସଙ୍ଖ ଦ୍ୱାରା ଜଳ ନେଇ ଅଭିଷେକ କରନ୍ତୁ । ମା’ ଲକ୍ଷ୍ମୀଙ୍କୁ ନୂଆ ବସ୍ତ୍ର ଓ ସୁଗନ୍ଧ ଅର୍ପଣ କରନ୍ତୁ ।
- ମା’ଲକ୍ଷ୍ମୀଙ୍କୁ ଗୁଆ ଖୁବ ପ୍ରିୟ । ଏହିଦିନ ମା’ଙ୍କ ନିକଟରେ ଗୁଆ ରଖି ପୂଜା କରନ୍ତୁ । ପୂଜା ପରେ ଏଥିରେ ଲାଲ ରେଶମୀ ସୂତା ଗୁଡ଼ାଇ, ଅକ୍ଷତ,କୁଙ୍କୁମ, ପୁଷ୍ପ ଦ୍ୱାରା ପୂଜା କରି ଆଲମିରାରେ ରଖନ୍ତୁ । ଧନର ଆଦୌ ଅଭାବ ରହିବ ନାହିଁ।
- ମଧ୍ୟରାତ୍ରିରେ ଗାଈ କ୍ଷୀରରୁ ପ୍ରସ୍ତୁତ କ୍ଷୀରି ଭୋଗ ଭଗବାନଙ୍କୁ ଅର୍ପଣ କରନ୍ତୁ । କ୍ଷୀରି ପାତ୍ରକୁ ରାତିରେ ଜହ୍ନ ଆଲୁଅରେ ରଖିବା ଉଚିତ୍ । ପୂର୍ଣ୍ଣ ଚନ୍ଦ୍ରର ମଧ୍ୟାକାଶରେ ରହିବାଦ୍ବାରା ଏହାକୁ ପୂଜା କରି ଅର୍ଘ୍ୟ ପ୍ରଦାନ କରିବା ଉଚିତ୍।
- ଏହି ଦିନ ଆପଣ ଯେ କୌଣସି ଶୁଭକାର୍ଯ୍ୟର ଆରମ୍ଭ କରିପାରିବେ ।
- ଏହି ଦିନ ସୁନା, ରୁପା, ଘର ଓ ଯାନବାହାନ କିଣିବା ଅତ୍ୟନ୍ତ ଶୁଭ ।
- କୁମାର ପୂର୍ଣ୍ଣିମାରେ କୌଣସି ବ୍ୟବସାୟ ଆରମ୍ଭ କରାଯିବା ଶୁଭଫଳ ଦେଇଥାଏ ବୋଲି ଜ୍ୟୋତିଷମାନେ କହିଥାନ୍ତି ।
- ଏହି ଦିନ କଂସା ବାସନରେ ଘିଅ ଭର୍ତ୍ତି କରି ସୁନା ସହିତ ବ୍ରାହ୍ମଣକୁ ଦାନ କରିବା ଦ୍ୱାରା ବ୍ୟକ୍ତି ଓଜସ୍ଵି ହୋଇଥାଆନ୍ତି। ଏପରି ଧର୍ମ ଶାସ୍ତ୍ରରେ ଲେଖାଯାଇଛି।
- ଏହାସହ ଏହିଦିନ ପ୍ରଭୁ ହନୁମାନଙ୍କ ନିକଟରେ ଚାରିମୁଖ ଦୀପ ଲଗାନ୍ତୁ।
ଚନ୍ଦ୍ର ପୂଜାରେ କଇଁ ଫୁଲର ମହତ୍ତ୍ୱ
- ଧାର୍ମିକ ବିଶ୍ୱାସ ଅନୁଯାୟୀ,ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ | ତେଣୁ ଏହି ରାତିରେ ସେ ଅଧିକ ଉଜ୍ଜ୍ଵଳ ଓ ତେଜୋମୟ ଦେଖାଯାନ୍ତି | ସାରା ବର୍ଷରେ ଏହା କେବଳ ଗୋଟିଏ ଅବସର, ଯେଉଁ ରାତିରେ ଷୋହଳକଳା ସମ୍ପନ୍ନ ଚନ୍ଦ୍ରଦେବଙ୍କ ଦର୍ଶନ ମିଳେ | ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି ।
- କୁମାର ପୂର୍ଣ୍ଣିମା ଦିନ ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବହାର କରାଯାଇଥାଏ । ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ । ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବହୃତ ହୋଇଥାଏ ।

%20(1).jpg)
0 Comments
Do you have any doubts or suggestions? Ask them here in the comments!