କୁମାରପୂର୍ଣ୍ଣିମାରେ ଉଜାଗର ରହିବା ଏବଂ କୁମାରୀମାନେ ଅଳତା ଲଗାଇବାର କାରଣ
କୁମାରପୂର୍ଣ୍ଣିମାରେ ଉଜାଗର ରହିବା ଏବଂ କୁମାରୀମାନେ ଅଳତା ଲଗାଇବାର କାରଣ
କୋଜାଗରୀ ପୂର୍ଣ୍ଣିମା ବା ଉଜାଗର ରହିବାର କାରଣ
- କୁମାର ପୂର୍ଣ୍ଣିମାକୁ ଶରତ ପୂର୍ଣ୍ଣିମା ବା କୋଜାଗରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ । କୋଜଗରୀ ପୂର୍ଣ୍ଣମୀ କହିବା ପଛରେ ଥିବା ପୌରାଣିକ ତଥ୍ୟ ହେଉଛି – ଏହି ଦିନ ମା’ ଲକ୍ଷ୍ମୀ ଧରାବତରଣ କରିଥାନ୍ତି ।
- ରାତି ସମୟରେ ଯେଉଁମାନେ ଉଜାଗର ରହି ମା’ଙ୍କ ପୂଜାର୍ଚ୍ଚନା କରନ୍ତି, ମା’ ଲକ୍ଷ୍ମୀ ସେମାନଙ୍କ ଉପରେ କୃପା ବୃଷ୍ଟି କରିଥାନ୍ତି । କିନ୍ତୁ ଯେଉଁମାନେ କୁମାର ପୂର୍ଣ୍ଣିମା ରାତିରେ ଶୋଇପଡ଼ିଥାନ୍ତି, ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ସେମାନଙ୍କ ଉପରେ ପଡ଼େନାହିଁ । ତେଣୁ କୁମାର ପୂର୍ଣ୍ଣିମୀରେ ରାତି ଉଜାଗର ରହିବାର ପରମ୍ପରା ରହିଛି ।
- କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ନିଜର ନିଜ କିରଣ ଦ୍ୱାରା ଅମୃତ ବୁନ୍ଦା ପୃଥିବୀ ଉପରକୁ ବର୍ଷଣ କରନ୍ତି । ବର୍ଷ ବର୍ଷ ପରେ ଖୋଲା ଆକାଶରେ ଚନ୍ଦ୍ରର କିରଣ ଦେଖି ମାତା ଲକ୍ଷ୍ମୀ ଧରାପୃଷ୍ଠକୁ ଆଗମନ କରିଥାନ୍ତି ଏବଂ ଏହି ରାତିରେ ଧନର ବର୍ଷା କରିବା ପାଇଁ ନିଜକୁ ଅଟକାଇ ପାରନ୍ତି ନାହିଁ।
- ବିଶ୍ୱାସ ଅନୁଯାୟୀ କୁମାର ପୂର୍ଣ୍ଣିମା ରାତିରେ ମା ଲକ୍ଷ୍ମୀଙ୍କର ପୂଜା କରିବା ଦ୍ୱାରା ଆପଣଙ୍କୁ ଋଣରୁ ମୁକ୍ତି ମିଳିଥାଏ ।
- ଏବଂ ରାତିରେ ଜାଗ୍ରତ ରହି ମା ଲକ୍ଷ୍ମୀଙ୍କୁ ଧ୍ୟାନ କରିବା ଉଚିତ। ରାତିରେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଧ୍ୟାନ କରିବା ସହିତ ବିଷ୍ଣୁ ସହସ୍ରନାମ ପାଠ କରିବା ଉଚିତ ।
କୁମାରୀ ତଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି କାହିଁକି
- କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାରୀ କନ୍ୟାମାନେ ଏକାଠି ହୋଇ ଜହ୍ନି ଓଷା କରନ୍ତି । ଏହି ଓଷାର ଉଦ୍ଯାପନ କୁମାର ପୂର୍ଣ୍ଣିମା ଦିନ ହୋଇଥାଏ ।
- ସେହିପରି ଭଗବାନ ଶିବଙ୍କର ପୁଅ କାର୍ତ୍ତିକେୟ ଈଶ୍ୱରମାନଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ବୋଲି ପୁରାଣରେ କଥିତ ଅଛି । ଏହି ଦିନ କୁମାରୀମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି ।
- ଏହିଦିନ କୁମାରୀ ତଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି । ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ । ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି ।
- ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ ।
- ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଶିବଶଙ୍କର ମା’ପାର୍ବତୀ, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି ।
- ଏହି ପୂର୍ଣ୍ଣିମା ଦିନ ଚନ୍ଦ୍ରମା ପୃଥିବୀର ଖୁବ ନିକଟତର ହୋଇଥାଆନ୍ତି। ଏହିଦିନ ଶରୀରରେ ଚନ୍ଦ୍ରମାଙ୍କ କିରଣ ପଡ଼ିଲେ ଏହାକୁ ଖୁବ ଶଭୁଫଳ ପ୍ରଦାନ କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
0 Comments
Do you have any doubts or suggestions? Ask them here in the comments!