ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ଜିନିଷ
ବର୍ତ୍ତମାନ ମାଆ ଦୁର୍ଗାଙ୍କର ନବରାତ୍ରୀ ପର୍ବ ଚାଲିଛି । ମାଆ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଯେତେ ପୂଜା ପାଠ କରିଲେ ବି କମ୍ ହୋଇଥାଏ । ତେଣୁ ମାଆ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାପାଠ ସହିତ କିଛି ଖାସ୍ ଉପାୟ ପାଳନ କରିବା ଉଚିତ୍ । ଆଉ ଏହି ଖାସ୍ ଉପାୟ ଗୁଡ଼ିକୁ ଦଶହରା ପୂର୍ବରୁ ପାଳନ କରିଲେ ମାଆ ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଦଶହରା ପୂର୍ବରୁ ଏହି ପାଞ୍ଚଟି ଜିନିଷକୁ ଘରକୁ ଆଣନ୍ତୁ ଆଉ ଏହାକୁ ଶ୍ରଦ୍ଧାର ସହିତ ପୂଜା କରିଲେ ଆପଣଙ୍କୁ ଭଲ ଲାଭ ମିଳିବ ।
ରୂପାର ମୁଦ୍ରା
ଯଦି ଆପଣଙ୍କ ଘରେ ଦରିଦ୍ରତା ଦୂର କରିବାକୁ ଚାହୁଁଛନ୍ତି, ତେବେ ଏହି ପବିତ୍ର ନବରାତ୍ରୀ ପର୍ବ ସରିବା ପୂର୍ବରୁ ରୂପାର ମୁଦ୍ରା ବଜାରରୁ କ୍ରୟ କରି ନିଜ ଘରକୁ ନିଶ୍ଚୟ ଆଣନ୍ତୁ । ଏହି ରୂପାର ମୁଦ୍ରା ଆଣି କୌଣସି ବି ଦିନରେ ପବିତ୍ର ମନରେ ଭଲ ଭାବରେ ପୂଜା କରନ୍ତୁ ଓ ତାହାକୁ ଆଲମାରୀରେ ବନ୍ଦ କରି ରଖିଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଘରେ ଲଷ୍ମୀଙ୍କ ବାସ କରିବେ ଏବଂ ବିଭିନ୍ନ ସୂତ୍ରରୁ ଟଙ୍କା ରୋଜଗାର କରିବାର ମାର୍ଗ ମଧ୍ୟ ମିଳିବ ।
କଉଡ଼ି
ଯଦି ଆପଣଙ୍କୁ କୌଣସି ଧନ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡୁଛି ଆପଣ ନବରାତ୍ରୀ ପୂର୍ବରୁ ବା ଦଶହରା ପୂର୍ବରୁ ହଳଦିଆ କଉଡ଼ି ବା ଧଳା କଉଡ଼ି ଘରକୁ ଆଣନ୍ତୁ । ଏହି କଉଡ଼ିକୁ ପୂଜା କରି ପୂଜା ଘରେ ରଖନ୍ତୁ ଆଉ ଏକ ଲାଲ ରଙ୍ଗର କପଡାରେ ବାନ୍ଧି ଦିଅନ୍ତୁ । ଏବଂ ଆଲମାରିରେ ବା ଟଙ୍କା ରଖିବା ସ୍ଥାନରେ ରଖି ଦିଅନ୍ତୁ ।
ଲଷ୍ମୀଙ୍କ ଫୋଟ
ଯଦି ଆପଣ ମାତା ଦୁର୍ଗା ଓ ଲଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି, ତେବେ ପଦୁ ଫୁଲ ଉପରେ ବସିଥିବା ମାତା ଲଷ୍ମୀଙ୍କ ଫୋଟ ଘରକୁ ନିଶ୍ଚୟ ରୂପେ ଆଣନ୍ତୁ । ଏହାପରେ ସବୁଦିନ ଏହି ଫୋଟକୁ ପୂଜା କରନ୍ତୁ, ଏହି ଉପାୟ ଦାରା ମାତା ଲଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ଭାବରେ ବାସ କରିବେ ।
ଦକ୍ଷିଣାବର୍ତ୍ତୀ ଶଙ୍ଖ
ଘରକୁ ନବରାତ୍ରୀ ପୂର୍ବରୁ ବା ଦଶହରା ପୂର୍ବରୁ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଘରକୁ ଆଣନ୍ତୁ । ଆଉ ଏହାଦ୍ୱାରା ମାଆ ଲକ୍ଷ୍ମୀ ଏବଂ କୁବେର ମହାରାଜାଙ୍କର କୃପା ମିଳିଥାଏ । ଏହାକୁ ପୂଜା ଘରେ ରଖନ୍ତୁ । ଦକ୍ଷିଣାବର୍ତ୍ତୀ ଶଙ୍ଖକୁ କେବେ ଖାଲି ରଖନ୍ତୁ ନାହିଁ ।ଆଉ ଏଥିରେ ହଳଦୀ ଆଉ ଅରୁଆ ଚାଉଳ ରଖନ୍ତୁ ।
ଶ୍ରୀ ଯନ୍ତ୍ର
କହିବାକୁ ଗଲେ ଶ୍ରୀ ଯନ୍ତ୍ର ବହୁତ ପ୍ରକାରର ହୋଇଥାଏ, କିନ୍ତୁ ଆପଣ କୌଣସି ବି ପ୍ରକାରର ଶ୍ରୀ ଯନ୍ତ୍ର ଘରକୁ ଆଣିପାରିବେ | ଆଉ ଏହାକୁ ଆପଣଙ୍କ ପୂଜା ଘରେ ଏକ ଲାଲ ରଙ୍ଗର କପଡ଼ା ଉପରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ମାତା ଲଷ୍ମୀ ଏବଂ କୁବେର ଆପଣଙ୍କ ଘରେ ସ୍ଥାୟୀ ଭାବରେ ବାସ କରିଥାନ୍ତି । ଏହାଦ୍ୱାରା ଟଙ୍କା ସମ୍ପନ୍ଧୀୟ କୌଣସି ବି ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିବ ନାହିଁ ।


0 Comments
Do you have any doubts or suggestions? Ask them here in the comments!