ଅଁଳା ନବମୀର ପୂଜା ବିଧି

ଅଁଳା ନବମୀର ପୂଜା ବିଧି 

ଜାଣନ୍ତୁ ଅଁଳା ନବମୀର ପୂଜା ବିଧି

  1. ସୂର୍ୟ୍ୟେଦୟ ପୂର୍ବରୁ ସ୍ନାନ କରି ଅଅଁଳା ଗଛୁ ପୂଜା କରାଯାଇଥାଏ । 
  2. ଅଁଳା  ବୃକ୍ଷ ମୂଳରେ ପୂର୍ବ ମୁଖା ହୋଇ ଜଳ ଅର୍ପଣ କରନ୍ତୁ ।
  3. ଅଅଁଳା ମୂଳରେ କ୍ଷୀର, ଅକ୍ଷତ, ଧୂପ-ପୁଷ୍ପ  ଏବଂ ଚନ୍ଦନ ଆଦି ଅର୍ପଣ କରାଯାଏ |
  4. ଏହି ପବିତ୍ର ଗଛକୁ ବିଦ୍ଧି ପୂର୍ବକ ପୂଜା ଅର୍ଚ୍ଚନା କରନ୍ତୁ । 
  5. ଏହାପରେ ଅଁଳା ଗଛକୁ ସାତ ଥର ପରିକ୍ରମା କରିବା ପରେ ଦୀପ ପ୍ରଜ୍ଵଳିତ କରିବା ସହ କର୍ପୁର ଆଳତି କରନ୍ତୁ   ।
  6. ପରିକ୍ରମା ପରେ ଅଁଳା ନବମୀ କଥା ଶୁଣିବା ଉଚିତ |

ଅଁଳା ବୃକ୍ଷକୁ କରନ୍ତୁ ଆରଧନା

  1. ଆଜିର ପବିତ୍ର ଦିନରେ ଅଁଳା ବୃକ୍ଷକୁ ପୂଜା କରନ୍ତୁ । ଏପରି ମାନ୍ୟତା ରହିଛି, କାର୍ତ୍ତିକ ମାସର ଶୁକ୍ଳପକ୍ଷର ନବମୀ ଦିନ ଅଁଳା ବୃକ୍ଷର ଉତ୍ପତ୍ତି ହୋଇଥିଲା । 
  2. ଏହି ବୃକ୍ଷରେ ଭଗବାନ ବିଷ୍ଣୁ, ଶିବଶଙ୍କର ଓ ମା’ଲକ୍ଷ୍ମୀ ବାସ କରିଥାଆନ୍ତି । ତେଣୁ ଏହିଦିନ ନିଶ୍ଚୟ ପୂଜା କରନ୍ତୁ  ।
  3. ଅଁଳା ବୃକ୍ଷ ନିକଟରେ ଭୋଜନ ପ୍ରସ୍ତୁତ କରି ଖାଆନ୍ତୁ   |
  4. ବୃକ୍ଷ ତଳେ ଗରିବଙ୍କୁ ଭୋଜନ କରାନ୍ତୁ ଏବଂ ନିଜେ ମଧ୍ୟ ଭୋଜନ କରନ୍ତୁ ।
  5. ଏହିଦିନ ଅଁଳା ବୃକ୍ଷ ତଳେ ବସି ଭୋଜନ ପ୍ରସ୍ତୁତ କରି ପରିବାର ସହ ଭୋଜନ କରନ୍ତୁ । ଏହାଦ୍ୱାରା ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ । ଖାଦ୍ୟ ଖାଇବା ସମୟରେ ଆପଣଙ୍କ ଉପରେ ଯଦି ଅଁଳା ପତ୍ର ପଡ଼େ, ତେବେ ଏହାକୁ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ବୋଲି କୁହାଯାଏ।

ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ ଅଁଳା

ମାନ୍ୟତା ଅନୁଯାୟୀ, ଏହାକୁ ପୃଥବୀର ପ୍ରଥମ ଫଳ ବୋଲି କୁହାଯାଏ । ଏହିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସହ ଅଁଳାକୁ ଭୋଗ କରନ୍ତୁ  ।

ଅଁଳାର କରନ୍ତୁ ସେବନ

ଅଁଳା ନବମୀ ଦିନ ଅଁଳାର ସେବନ କରନ୍ତୁ  । ଏହାର ଉଭୟ ଔଷଧୀୟ ଓ ଧାର୍ମିକ ମହତ୍ତ୍ୱ ରହିଛି । ତେଣୁ ଭଗବାନଙ୍କ କୃପା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାର ସେବନ କରନ୍ତୁ  ।

ଅଅଁଳା ନବମୀର ମହତ୍ତ୍ୱ 

  1. ପାରମ୍ପରିକ ଭାବେ ଏହି ତିଥିରେ ଅଁଳା ଗଛକୁ ପୂଜା କରାଯାଇଥାଏ । ଅଁଳା ନବମୀରେ ଅଁଳା ଗଛ ତଳେ ବଟା ଅଁଳାରେ ଭଗବାନ୍ ବିଷ୍ଣୁଙ୍କର ପ୍ରତିମାକୁ ସ୍ନାନ କରାଯାଏ ।
  2.  ଓଡ଼ିଆ ପରମ୍ପରାରେ ଏହି ସ୍ନାନକାର୍ଯ୍ୟ “ଅଁଳା ନବମୀ”ରୁ ଆରମ୍ଭ ହୋଇ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଚାଲେ । 
  3. ହବିଷିଆଳୀମାନେ ଏହିଦିନ ଅଁଳା ଗଛ ମୂଳରେ ହବିଷ୍ୟାନ୍ନ ରାନ୍ଧନ୍ତି ଓ ଗଛ ଚାରିପଟେ ପ୍ରଦକ୍ଷଣା କରିଥାନ୍ତି ।
  4. ଅଁଳା ନବମୀର ପୂଜା ଖାଲି ଯାଇନଥାଏ ଶାସ୍ତ୍ର ମତରେ ଦେବତାଙ୍କ ପ୍ରିୟ୍‌ ହୋଇଥାଏ । ଏହି ସବୁ ବୃକ୍ଷ ଯଥା - ଅଁଳା , ଅଶ୍ୱତ୍ଥ , ବଟବୃକ୍ଷ , ଆମ୍ବ , ସୋମି , ଏବଂ କଦମ୍ବ | ଏହି ସମସ ବୃକ୍ଷ ତଳେ ଜପ , ତପ କଲେ ମନୁଷ୍ୟର ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ଗୋଦାନର ଫଳ ମଧ୍ୟ ମିଳିଥାଏ ।
  5. ଯଦି ଅଁଳା ନବମୀ ଦିନ ଏହି କାର୍ଯ୍ୟ କରିବା ସମ୍ଭବ ନୁହେଁ ତେବେ ଆପଣ ଅଁଳା ଗଛର ଏକ ଡାଳ , ଫଳ କୁ ଆଣି ଘରେ ପୂଜା କଲେ ସମସ୍କାମନ ପୂରଣ ହୋଇଥାଏ  |
  6.  ଅଁଳା ଗଛକୁ ପ୍ରତିଦିନ ପୂଜା କଲେ ସୁସନ୍ଥାନ ପ୍ରାପ୍ତି ହୋଇଥାଏ ଏହା ସହିତ ଅଖଣ୍ତ ସୌଭାଗ୍ୟ ଏବଂ ସୁଖ ସମୃଦ୍ଧି ପ୍ରାପ୍ରି ହୋଇଥାଏ |
  7. “ଅଁଳା ନବମୀ”, ପ୍ରକୃତିକୁ କୃତଜ୍ଞତା ଜଣାଇବାର ଏକ ପର୍ବ ବୋଲି ବିବେଚନା କରାଯାଏ । ବିଶ୍ୱାସ ରହିଛି ଯେ ଏହି ଦିନ ଅଁଳା ଗଛ ତଳେ ବସିଲେ ବା ଭୋଜନ କଲେ ସମସ୍ତ ରୋଗ ଦୂର ହୋଇଥାଏ ତଥା ମା ଲକ୍ଷ୍ମୀଙ୍କର ବିଶେଷ କୃପା ମିଳିଥାଏ ।
  8.  ସନ୍ତାନ ପ୍ରାପ୍ତି ଓ ସନ୍ତାନମାନଙ୍କର ଶୁଭ ମନାସୀ ମହିଳାମାନେ “ଅଁଳା ନବମୀ” ବ୍ରତ ପାଳନ କରିବା ସହିତ ଅଁଳା ଗଛକୁ ପୂଜା କରିଥାଆନ୍ତି ।

Post a Comment

0 Comments