ବାସ୍ତୁ ଅନୁସାରେ ବିଶ୍ୱକର୍ମା ମୂର୍ତ୍ତି ସ୍ଥାପନା କରିବେ କିପରି ?

ବାସ୍ତୁ ଅନୁସାରେ ବିଶ୍ୱକର୍ମା ମୂର୍ତ୍ତି ସ୍ଥାପନା କରିବେ କିପରି ?

ଭାରତୀୟ ସଂସ୍କୃ  ତି ଅନୁଯାୟୀ କୌଣସି କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇଁ ବିଶେଷ ଦେବତାଙ୍କ ଭୂମିକା ରହିଥାଏ |ଯେମିତି ଡାକ୍ତରୀ-ବିଦ୍ୟା ପାଇଁ ଧନ୍ଵନ୍ତରୀ,ନ୍ୟାୟ ପାଇଁ ଧର୍ମରାଜ ଯମରାଜ,ଅର୍ଥ ପାଇଁ କୁବେର ପ୍ରତିନିଧିତ୍ୱ କରିଥାନ୍ତି | ସେମିତି ଶିଳ୍ପବିଦ୍ୟା,ଧାତୁକାରିଗରି,ମୂର୍ତ୍ତିକଳା,ପଥର ଖୋଦନ, ବାସ୍ତୁ ବିଦ୍ୟା ଓ ସ୍ଥାପତ୍ୟ, ଶ୍ରମିକ, ଠିକାଦାରୀ, ଗୃହନିର୍ମାଣ- ରାଜମିସ୍ତ୍ରୀ, ଅସ୍ତ୍ରଶସ୍ତ୍ର ନିର୍ମାଣ, ନିର୍ମାଣ ସମ୍ବନ୍ଧୀୟ ସମସ୍ତ ଯନ୍ତ୍ରୀ, ଆଭ୍ୟନ୍ତରୀଣ ସାଜସଜ୍ଜା, ନକ୍ସା ରୂପାଙ୍କନ, ନଗରଶିଳ୍ପ ପ୍ରଭୃତି ଯାବତୀୟ ଗଠନମୂଳକ ସୃଷ୍ଟିକୁ ସତ୍ୟଯୁଗରୁ ଅଦ୍ୟାବଧି ପ୍ରତିନିଧତ୍ୱ କରିଥାଆନ୍ତି ଶ୍ରୀ ବ୍ରହ୍ମାଙ୍କ ପୁତ୍ର ପ୍ରଭାସ ମୁନିଙ୍କ ସୁପୁତ୍ର ଶ୍ରୀ ବିଶ୍ଵକର୍ମା ଦେବତା । ଯାହା ଋକବେଦ ଓ ଯଦୁଃବେଦରେ 'ବିଶ୍ଵକର୍ମା ସୂକ୍ତେ|ମ୍‌' ସୂଚନା ଦିଏ ।

ଶ୍ରୀ ବିଶ୍ଵକର୍ମାଙ୍କ ସୃଷ୍ଟି ଭାବରେ ଅଳକାପୁରୀ, ଶ୍ରୀ ଜଗନ୍ନାଥ, ହସ୍ତିନା,ସ୍ୱର୍ଣ୍ଣ -ଲଙ୍କାପୁରୀ, ଦ୍ଵାରିକା, ଇନ୍ଦ୍ରପ୍ରସ୍ଥ ସହ ଏକାଧିକ  ଦେବଦେବୀଙ୍କ ଉଆସ, ଶ୍ରୀ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର, ମହାଦେବଙ୍କ ତ୍ରିଶୂଳ, କୁବେରଙ୍କ ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ରାସ୍ଥ, ପର୍ଶୁରାମଙ୍କ ବିଜୟଧନୁ ଇତ୍ୟାଦି କୃତୀ ବୋଲି ଆମେ ଜାଣୁ ।

ଶ୍ରୀ ବିଶ୍ଵକର୍ମା ପୂଜା ମହାବାସ୍ତୁ ହିସାବରେ କେମିତି କରିବେ, ତାହା ଜାଣିବା...

ବାସ୍ତୁ ଅନୁସାରେ ମୂର୍ତ୍ତି ସ୍ଥାପନା କରି ଯଥାରୀତି ପୂଜା

  1. ଶୁଦ୍ଧ ମନ ସହ ଘର/ କାର୍ଯ୍ୟାଳୟ କର୍ମସଂସ୍ଥାନ/ କାରଖାନା/ ବ୍ୟବସାୟ କ୍ଷେତ୍ର ଇତ୍ୟାଦିର ପଶ୍ଚିମ ଦିଗ( ଚୁମ୍ବକୀୟ ଉତ୍ତର ବିନ୍ଦୁଠାରୁ ୨୭୦ ଡିଗ୍ରୀ)ରେ ପବିତ୍ର ଭୂମି ଉପରେ ପ୍ରଭୁ ଶ୍ରୀ ବିଶ୍ଵକର୍ମାଙ୍କ ମୂର୍ତ୍ତି କୁ ସ୍ଥାପନା କରି ଯଥାରୀତିରେ ପୂଜା କରିବେ । 
  2. ଯନ୍ତ୍ର, ଯନ୍ତ୍ରାଦି କାରିଗରି ଇତ୍ୟାଦି ବିଦ୍ୟାର କାରକ ଶନିମହାଗ୍ରହଙ୍କ ସୂଚିତ ପଶ୍ଚିମ ଦିଗ ହେତୁ ନିର୍ଦ୍ଦିଷ୍ଟ କର୍ମର ଗୁଣଧର୍ମ ଅନୁଯାୟୀ ବାସ୍ତୁ ହିସାବରେ ଶୁଭଫଳ ମିଳେ |
  3. ଯନ୍ତ୍ରାଦି କୌଶଳ ଓ ସୁସମ୍ପର୍କର ଜୋନ୍‌ ନୈଋତ (SW ) ଦିଗରେ ଅନୁରୂପ ଆଲୋଚନା ସମ୍ପର୍କିତ ବ୍ୟକ୍ତି ରଖି ପୂଜିଲେ କର୍ମକୌଶଳ ବୃଦ୍ଧି ହୁଏ ବୋଲି ମହାବାସ୍ତୁ  ମତଦିଏ ।
  4. ବାସ୍ତୁ ର  ୪୫ଟି ଶକ୍ତିକେନ୍ଦ୍ର ମଧ୍ୟରୁ ଇନ୍ଦ୍ରଙ୍କ ସ୍ଥାନ (ଉତ୍ତର ଚୁମ୍ବକୀୟ ବିନ୍ଦୁଠାରୁ ୨୧୪ ଡିଗ୍ରୀ) ଓ ଜୟଙ୍କ ସ୍ଥାନ (୨୩୭ ଡିଗ୍ରୀ)ରେ ଶ୍ରୀ ବିଶ୍ଵକର୍ମା ମୂର୍ତ୍ତି ରଖି ପୂଜା କଲେ ସବୁକାମରେ ସଫଳତା ମିଳେ |
  5. ଇନ୍ଦ୍ରଦେବତା ଓ ସୂର୍ଯ୍ୟ ତଥା ବିଶ୍ଵକର୍ମାଙ୍କ ସମ୍ପର୍କିତ ପୂର୍ବଦିଗରେ ମୂର୍ତ୍ତି ରଖି ପୂଜା କରିହେବ । ମାନସିକ ରୂପରେଖ( ଯନ୍ତ୍ର, ଯନ୍ତ୍ରାଦି ସମ୍ବନ୍ଧୀୟ) ଦେଉଥବା ବ୍ୟକ୍ତି ଐଶାନ୍ୟ (NE )ଦିଗରେ ମୂର୍ତ୍ତି ରଖି ପୂଜା କରିପାରିବେ |
  6. ଓଁ  ବିଶ୍ଵକର୍ମାୟ ନମୋଃ ଓ ଶ୍ରୀ ବିରାଟ ବିଶ୍ଵକର୍ମୋନ୍ୟେଃ ନମୋଃ ମନ୍ତ୍ର ଏକାଧିକ ବାର ଜପ କଲେ ମନସ୍କାମନା ପୂର୍ଣ୍ଣ ହୁଏ ।

ଉପର ବର୍ଣ୍ଣିତ କର୍ମର ସମ୍ବନ୍ଧୀୟ ବ୍ୟକ୍ତିମାନେ ଉପରଲିଖିତ ଵାସ୍ତୁ  ସ୍ଥାନରେ ଶ୍ରୀ ବିଶ୍ଵକର୍ମାଙ୍କର ଫୋଟୋ ରଖି ନିୟମିତ ଭାବରେ ପୂଜା ଆରାଧନା କଲେ ଶୁଭଫଳ ପାଇବେ ।

Post a Comment

0 Comments