ପିତୃପକ୍ଷରେ ପିତୃପୁରୁଷ ସ୍ୱପ୍ନରେ ଦେଖାଦେଲେ ମିଳିଥାଏ କି' ସଙ୍କେତ

ପିତୃପକ୍ଷରେ ପିତୃପୁରୁଷ ସ୍ୱପ୍ନରେ ଦେଖାଦେଲେ ମିଳିଥାଏ କି' ସଙ୍କେତ

ଆପଣ ମାନେ ଯେତେବେଳେ ନିଜର ପ୍ରିୟଜନଙ୍କୁ ହରାଇ ଥାଆନ୍ତି ସେତେବେଳେ ସେମାନେ ଆପଣଙ୍କ ସ୍ୱପ୍ନକୁ ଆସିଥାନ୍ତି । ଯଦି ଏପରି କିଛି ହେଇଛି ତେବେ ଏଥିରେ ଡ଼ରିବାର କିଛି କାରଣ ନାହିଁ । କାରଣ ମୃତ ବ୍ୟକ୍ତି ସ୍ୱପ୍ନରେ ଦେଖାଯାଉଥିବା ବ୍ୟକ୍ତିଙ୍କୁ ବିପଦ ବିଷୟରେ ଚେତାବନୀ ଦେଇଥା’ନ୍ତି ବା ଚେତାବନୀ ଦେବାକୁ ଚେଷ୍ଟା କରିଥାନ୍ତି  । 

ପିତୃପକ୍ଷରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଏବଂ ପିଣ୍ଡଦାନ ଦ୍ୱାରା ଆମ ପୂର୍ବଜମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ।  ସର୍ବପିତୃ ଆମାବାସ୍ୟା ସହିତ ଏହାର ସମାପନ ହୁଏ । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ, ୧୫ ଦିନର ଏହି ଅବଧିରେ ଆମ ପୂର୍ବଜମାନେ ଆମକୁ ଆଶୀର୍ବାଦ ଦେବା ପାଇଁ ଧରାପୃଷ୍ଠକୁ ଆସି ଥାଆନ୍ତି । 

  1. ପ୍ରାୟତଃ ଆପଣ ପୂର୍ବଜମାନେ ସ୍ୱପ୍ନରେ ଆସୁଥିବାର ଖବର ନିଶ୍ଚୟ ଶୁଣିଥିବେ। ସ୍ୱପ୍ନ ଶାସ୍ତ୍ର ମୁତାବକ, ସ୍ୱପ୍ନରେ ପିତୃପୁରୁଷମାନେ ଆସିବାର କିଛି ନା କିଛି ଖାସ୍‌ କାରଣ ରହିଥାଏ ।
  2. ମାନ୍ୟତା ରହିଛି, ମୃତ୍ୟୁ ହେବା ପରେ ଯେତେବେଳେ କୌଣସି ମଣିଷର ଆଶା ଅଧୁରା ରହିଥାଏ, ତ ସେମାନେ ନିଜ ବଂଶଜମାନଙ୍କୁ ସ୍ୱପ୍ନରେ ଦେଖାଦେଇ ଥାଆନ୍ତି । 
  3. ଏମିତି ନୁହେଁ ଯେ ଯେଉଁମାନେ କେବଳ ତାଙ୍କ ଆଶାକୁ ପୂରଣ କରିପାରିବେ, ସେମାନଙ୍କୁ ହିଁ ଦେଖାଦେବେ, ବରଂ ଯେ ପର୍ଯ୍ୟନ୍ତ ତାଙ୍କର ଆଶା ପୂରଣ ନ ହୋଇଛି, ସେ ପର୍ଯ୍ୟନ୍ତ ତାଙ୍କ ଆତ୍ମାକୁ ଶାନ୍ତି ମିଳି ନ ଥାଏ । ତେବେ ଏହି ସ୍ୱପ୍ନଗୁଡ଼ିକ ପିତୃପୁରୁଷଙ୍କ ଭାବ ଉପରେ ନିର୍ଭର କରିଥାଏ । 

ଆସନ୍ତୁ ଜାଣିବା ଏ ବିଷୟରେ…

ଶାସ୍ତ୍ର ଅନୁସାରେ ସବୁ ସ୍ଵପ୍ନର ନିଜ ନିଜର ଏକ ଭିନ୍ନ ଅର୍ଥ ରହିଛି । ଯାହା ଆମକୁ ଭବିଷ୍ୟତରେ ହେବାକୁ ଥିବା ଘଟଣାର ଅବଗତ କରାଇଥାଏ । ଏହି ସ୍ୱପ୍ନ ଭିତରୁ କିଛି ସ୍ୱପ୍ନ ମୃ-ତ ବ୍ୟକ୍ତିଙ୍କ ସହ ମଧ୍ୟ ଯୋଡି ହୋଇ ରହିଥାଏ । ଯାହା ଆମକୁ କିଛି ସଙ୍କେତ ଦେଇଥାନ୍ତି ଯାହା ଜାଣିବା ଆବଶ୍ୟକ ଅଟେ ।

ଆଶ୍ୱାସନ ସ୍ଵପ୍ନ

କୌଣସି ବ୍ୟକ୍ତି ଯଦି କିଛି ରୋଗରେ ପଡିକି ମୃତ୍ୟୁ ଲାଭ କରିଥାଏ ଏବଂ ସେ ଆପଣଙ୍କ ସ୍ଵପ୍ନରେ ଏକଦମ ସୁସ୍ଥ ରୂପରେ ଦେଖାଦିଅନ୍ତି ତେବେ ତାହାର ଅର୍ଥ କିମ୍ବା ସେ ଏହା ସଙ୍କେତ ଦେବାକୁ ଚାହୁଁଛନ୍ତି କି ତାଙ୍କର ଜନ୍ମ  ଏକ ଭଲ ସ୍ଥାନ ହୋଇସାରିଛି ଏବଂ ଆପଣେ ବର୍ତ୍ତମାନ ତାଙ୍କ ବିଷୟରେ ଅଧିକ ଚିନ୍ତା ନ କରି ନିଜ କାର୍ଯ୍ୟରେ ଆଗକୁ ବଢ଼ନ୍ତୁ  । ଏହି ସ୍ୱପ୍ନକୁ ଆଶ୍ୱାସନ ସ୍ଵପ୍ନ କୁହାଯାଏ ।

ସ୍ୱପ୍ନରେ ପିତୃପୁରୁଷ ଖୁସି ଥିଲେ

ଯଦି ସ୍ୱପ୍ନରେ ଆପଣଙ୍କ ପିତୃ ଆପଣଙ୍କୁ ହସାଉ ଥିବାର କିମ୍ବା ନିଜେ ଖୁସି ଥିବାର ଦେଖାଯାଆନ୍ତି, ତା’ ହେଲେ ଏହା ତାଙ୍କର ପ୍ରସନ୍ନତାର ସଙ୍କେତ ହୋଇଥାଏ । ପିତୃପୁରୁଷମାନେ ଯେତେବେଳେ କୌଣସି ମଣିଷକୁ ନେଇ ଖୁସି ଥାଆନ୍ତି, ତ ତାଙ୍କ ଜୀବନରେ ସମସ୍ତ ବାଧା ଓ ସମସ୍ୟା ଆପେ ସମାପ୍ତ ହେବାକୁ ଲାଗିଥାଏ । ପିତୃପୁରୁଷଙ୍କ ଆଶୀର୍ବାଦ ମିଳିବା ଦ୍ୱାରା ବ୍ୟକ୍ତି ନିଜ ଜୀବନରେ ବଡ଼ ଉପଲବ୍ଧି ମଧ୍ୟ ହାସଲ କରି ପାରିଥାଏ ।

ଅଧୁରା ଇଚ୍ଛାକୁ ପୂର୍ଣ୍ଣ କରନ୍ତୁ

ଯଦି କୌଣସି ବ୍ୟକ୍ତିର ଅକାଳ ମୃତ୍ୟୁ ହୋଇଯାଇଛି ଏବଂ ସେ ଆପଣଙ୍କ ସ୍ଵପ୍ନରେ ବେମାର ଅବସ୍ଥାରେ ଦେଖାଦିଅନ୍ତି ତେବେ ଏହାର ଅର୍ଥ ତାଙ୍କରକୌଣସି ଅଧୁରା ଇଚ୍ଛା ରହିଯାଇଛି ଏବଂ ଆପଣ ତାଙ୍କର ସେହି ଅଧୁରା ଇଚ୍ଛାକୁ ପୂର୍ଣ୍ଣ କରନ୍ତୁ ଏବଂ ଏହା ଦ୍ୱାରା ତାଙ୍କ ଆତ୍ମାକୁ ଶାନ୍ତି ମିଳେ ଏବଂ ଆପଣଙ୍କ ଘରେ ମଧ୍ୟ ସୁଖ ଶାନ୍ତି ବଜାୟ ରହିଥାଏ ଯଦି ଆପଣ ତାଙ୍କ ଇଚ୍ଛାକୁ ଜାଣି ମଧ୍ୟ  ପୁରଣ କରନ୍ତି ନାହିଁ ତେବେ ଆପଣଙ୍କ ଘରେ ସର୍ବଦା ଅସୁବିଧା ଏବଂ ଦୁଃଖ ରହିବ |

କେଶ କୁଣ୍ଡାଉଥିବାର ଦେଖାଦେଲେ

ଯଦି ସ୍ୱପ୍ନରେ ପିତୃପୁରୁଷ କେଶ କୁଣ୍ଡାଉଥିବାର ଆପଣଙ୍କୁ ଦେଖା ଯାଆନ୍ତି, ତ ଏହାର ମଧ୍ୟ ଖାସ୍‌ ଅର୍ଥ ରହିଛି । ତାହା ହେଲା, ଆପଣଙ୍କ ଉପରେ ଯେଉଁ ବାଧା ଆସିବାର ଥିଲା, ପିତୃପୁରୁଷମାନେ ଆପଣଙ୍କୁ ସେଥିରୁ ବଞ୍ଚାଇ ନେଇଛନ୍ତି । ଏହାକୁ ଏକ ଶୁଭ ସଙ୍କେତ ବୋଲି ଭାବନ୍ତୁ  ।

ସୁସ୍ଥ ବ୍ୟକ୍ତି ମୃତ୍ୟୁ ହୋଇ ଯାଇଥିବାର ନଜର ଆସିଥାଏ

ଯଦି ଆପଣଙ୍କ ସ୍ୱପ୍ନ ରେ ଏକ ସୁସ୍ଥ ବ୍ୟକ୍ତି ମୃତ୍ୟୁ ହୋଇ ଯାଇଥିବାର ନଜର ଆସିଥାଏ ତେବେ ଏହାର ଅର୍ଥ ସେହି ବ୍ୟକ୍ତିର ଆୟୁଷ ଆହୁରି ଅଧିକ ବଢ଼ିଗଲା |

କିଛି ନ କହି ଯଦି ଆପଣଙ୍କୁ ଆଶୀର୍ବାଦ କରନ୍ତି

  1. ଆମ ସ୍ୱପ୍ନରେ ମୃ-ତ ପରିଜନ ଆସି କିଛି ନ କହି ଯଦି ଆପଣ ଙ୍କୁ ଆଶୀର୍ବାଦ କରନ୍ତି ତେବେ ଆପଣ କରୁଥିବା କାର୍ଯ୍ୟରେ ଆପଣ ସଫଳ ହେବେ |
  2. ଏବଂ ଯଦି ସେମାନେ ସ୍ୱପ୍ନ ରେ ଆସି ଦୁଃଖୀ ହୁଅନ୍ତି ତେବେ ଆପଣ କରୁଥିବା କାର୍ଯ୍ୟରେ ଆପଣ ବିଫଳ ହେବେ ଏବଂ ସେହି କାର୍ଯ୍ୟକୁ ଆପଣ ତୁରନ୍ତ ବନ୍ଦ କରି ଦିଅନ୍ତୁ  ।

ଶାନ୍ତ ଦେଖାଦେଲେ

ଯଦି ସ୍ୱପ୍ନରେ ପିତୃ ଆପଣଙ୍କୁ ଶାନ୍ତ ମୁଦ୍ରାରେ ଦେଖା ଦିଅନ୍ତି, ତା’ ହେଲେ ବୁଝି ନିଅନ୍ତୁ, ସେମାନେ ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ ଅଛନ୍ତି । ଏହା କୌଣସି ବଡ଼ ଖୁସି ଖବର ମିଳିବାର ବି ସଙ୍କେତ ହୋଇପାରେ । ଆପଣଙ୍କୁ ସନ୍ତାନ ପକ୍ଷରୁ କୌଣସି ଶୁଭ ସମାଚାର ମିଳିପାରେ । କର୍ମମୟ ଜୀବନରେ ଆପଣଙ୍କୁ ବଡ଼ ସଫଳତା ମିଳିପାରେ ।

ନିବସ୍ତ୍ର ଏବଂ ଭୋକିଲା ଆଦି ଦେଖା ଦିଅନ୍ତି

ମୃ-ତ ପରିଜନ ଆପଣଙ୍କୁ ନିବସ୍ତ୍ର ଏବଂ ଭୋକିଲା ଆଦି ଦେଖା ଦିଅନ୍ତି ତେବେ ସେ ଆପଣଙ୍କୁ ସେହି ଜିନିଷକୁ ମାଗୁଛନ୍ତି ଏବଂ ଆପଣ ସେହି ଜିନିଷକୁ ମନ୍ଦିର କିମ୍ବା ବ୍ରାହ୍ମଣକୁ ଦାନ କରି ତାଙ୍କୁ ସ୍ମରଣ କରନ୍ତୁ ।

ଆକାଶରେ ଥାଇ ଆଶୀର୍ବାଦ କରୁଛନ୍ତି

  1. ଯଦି କୌଣସି ମୃ-ତ ପରିଜନ ଆପଣଙ୍କୁ ଆକାଶରେ ଥାଇ ଆଶୀର୍ବାଦ କରୁଛନ୍ତି ଏଭଳି ସ୍ଵପ୍ନର ଅର୍ଥ ସେ ମୋକ୍ଷ ପାଇ ସାରିଛନ୍ତି |
  2. ଏବଂ ଯଦି ସେ ଆପଣଙ୍କ ଘରେ କିମ୍ବା କୌଣସି ସ୍ଥାନରେ ଦେଖା ଯାଆନ୍ତି ତେବେ ଏହାର ଅର୍ଥ ସେ ମୋକ୍ଷ ପାଇଁ ନାହାନ୍ତି ଆପଣ ତାଙ୍କୁ ପିଣ୍ତ ଦାନ କରି ତାଙ୍କୁ ମୋକ୍ଷ ପ୍ରାପ୍ତି କରାନ୍ତୁ ।

କାନ୍ଦୁଥିବାର ଦେଖାଦେଲେ

ଯଦି ସ୍ୱପ୍ନରେ ଆପଣଙ୍କୁ ପିତୃପୁରୁଷ କାନ୍ଦୁଥିବାର ଦେଖା ଯାଆନ୍ତି, ତା’ ହେଲେ ଏହା ବହୁତ ଅଶୁଭ ସଙ୍କେତ ହୋଇଥାଏ । ଏମିତି ହେବା ଦ୍ୱାରା ଆପଣଙ୍କୁ ସାବଧାନ ରହିବା ଉଚିତ୍‌ । ଏଭଳି ସ୍ଥିତିରେ ପିତୃପୁରୁଷଙ୍କ ଶାନ୍ତି ପାଇଁ ଶ୍ରାଦ୍ଧକର୍ମ ଏବଂ ପିଣ୍ଡଦାନ କରିବା ବହୁତ ଜରୁରୀ ହୋଇଥାଏ ।

Post a Comment

0 Comments