ପିତୃପକ୍ଷରେ ଝୁଣା ଦେବାରେ ଲାଭ

 ପିତୃପକ୍ଷରେ ଝୁଣା ଦେବାରେ ଲାଭ

ହିନ୍ଦୁ ଧର୍ମରେ ପୂଜା କରିବା ଦ୍ୱାରା ଭଗବାନଙ୍କ କୃପା ଲାଭ ହୋଇଥାଏ । ପୂଜା ସମୟରେ ସର୍ବଦା ଝୁଣା ଧୂପ ଦେବାର ନିୟମ ରହିଛି । ପିତୃପକ୍ଷରେ ପିଣ୍ଡଦାନ, ତର୍ପଣ, ବ୍ରାହ୍ମଣ ଭୋଜନ ଆଦି କଲେ ଶୁଭଫଳ ପ୍ରାପ୍ତ ହୁଏ । ଏହା ସହିତ ଘରେ ଗୁଡ଼-ଘିଅର ଝୁଣା ଧୂପ ଦିଆଯାଏ | ଏହାଦ୍ଵାରା ପିତୃ ପୁରୁଷ ସନ୍ତୁଷ୍ଟ ହେବା ସହ ଅନେକ ଲାଭ ହୋଇଥାଏ ।

ବଜାରରେ ଅନେକ ପ୍ରକାର ସୁଗନ୍ଧଯୁକ୍ତ ଧୂପ ମିଳିଥାଏ । କିନୁ ନଡ଼ିଆ କଚ୍ଛାର ଝୁଣା ଦେବା ଦ୍ୱାରା ଘର ଓ ମନ୍ଦିର ପରିବେଶ ଶୁଦ୍ଧ ରହିଥାଏ । ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ କର୍ପୁର ଓ ଲବଙ୍ଗ ପକାଇ ଝୁଣା ଧୂଆଁ ଘରେ ଦିଅନ୍ତୁ   । ପ୍ରାର୍ଥନା ପରେ ଘରେ ଆଳତି କରନ୍ତୁ  ।

ତେବେ ଆସନ୍ତୁ ଜାଣିବା ଝୁଣା ଧୂପ ଦେବାର କି ଲାଭ ହୁଏ ।

  1. ପିତୃତ୍ପୁରୁଷ ଓ ଦେବତାଙ୍କୁ ତୃପ୍ତ କରିବାକୁ ହେଲେ ଝୁଣା ଧୂପ ଦିଆଯାଏ ।
  2. ପିତୃପକ୍ଷ ୧୬ ଦିନ ଯାକ ଦିଆଯାଉଥିବା ଝୁଣା ଧୂପରେ ପିତୃପୁରୁଷ ତୃପ୍ତ ହୋଇ ମୁକ୍ତ ହୋଇଯାଆନ୍ତି । ଏହାଦ୍ଵାରା ପିତୃଦୋଷରୁ ମୁକ୍ତିମିଳେ ।
  3. ଘରର ବାତାବରଣ ଶୁଦ୍ଧ ପାଇଁ ଝୁଣା ଧୂପ ଦିଆଯାଏ ।
  4. ଝୁଣା ଧୂପ ଦେବା ଦ୍ୱାରା  ଘରର ବାସ୍ତୁ ଦୋଷ ଦୂର ହୋଇଥାଏ |
  5. ଝୁଣା ଦେବା ଦ୍ୱାରା ଘରେ କୁପ୍ରଭାବ ନଷ୍ଟ ହୋଇଥାଏ । 
  6. ଗୃହକଳିରୁ ମୁକ୍ତି ମିଳେ |
  7. ରୋଗ ଓ ଶୋକ ଦୂର ହୋଇଯାଏ |
  8. ମାନସିକ ଶାନ୍ତି ବଜାୟ ରହେ | 
  9. ମାନସିକ ରୋଗ ହୋଇ ନଥାଏ |
  10. ଦୁଶ୍ଚିନ୍ତାରୁ ମୁକ୍ତି ମିଳେ |
  11. ମାନସିକ ଓ ଶାରୀରିକ ଶକ୍ତି ବଢ଼େ |
  12. ଘରେ କାହାର ଅକାଳ ମୃତ୍ୟୁରୁ ରକ୍ଷା ମିଳେ |
  13. ଗ୍ରହ-ନକ୍ଷତ୍ର ଯୋଗୁଁ ହେଉଥିବା ସମସ୍ୟା ଝୁଣା ଧୂପ ଦେବା ଦ୍ଵାରା ଦୂର ହୋଇଯାଏ |
  14. ଗୁଡ଼-ଘିଅ ଯୁକ୍ତ ଝୁଣା ଧୂପ ବିଶେଷ ଦିନଗୁଡ଼ିକରେ ଦେଲେ ଦେବ ଦୋଷ ଓ ପିତୃଦୋଷ କଟିଯାଏ ।
  15. ଧୂପ ଦେବା ଦ୍ଵାରା ଦେବତା ଓ ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି ।
  16. ଏହାଦ୍ଵାରା ଜୀବନରୁ ସମସ୍ତ କଷ୍ଟ ଦୂର ହୋଇଯାଏ ।

Post a Comment

0 Comments