ପାନ ପତ୍ରରେ ଏଭଳି ଭାବେ କରନ୍ତୁ ଦୁର୍ଗା ପୂଜା

ପାନ ପତ୍ରରେ ଏଭଳି ଭାବେ କରନ୍ତୁ  ଦୁର୍ଗା ପୂଜା

ପାନ ପତ୍ର ଏକ ବିଶେଷ ଲତାର ପତ୍ର । ଏହାର ପ୍ରୟୋଗ ଔଷଧ ଭାବେ କରାଯାଇଥାଏ । ଏହା ପାଚନ ତନ୍ତ୍ରକୁ ଉତ୍ତମ ଏବଂ ଶରୀରକୁ ବିଷମୁକ୍ତ କରିଥାଏ । ଭାରତରେ ଏହାକୁ ପ୍ରାଚୀନ କାଳରୁ ଅତ୍ୟନ୍ତ ପବିତ୍ର କୁହାଯାଇଥାଏ । ଏପରିକି ଏହାର ଉଲ୍ଲେଖ ବେଦରେ ମଧ୍ୟ କରାଯାଇଛି । ପାଖାପାଖି ସବୁ ପ୍ରକାରର ପୂଜା ଅନୁଷ୍ଠାନରେ ଏହାର ବ୍ୟବହାର ହୋଇଥାଏ । ଏହାକୁ ଶୁଭ କାର୍ଯ୍ୟର ଆରମ୍ଭ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଦେବୀଙ୍କ ଉପାସନାରେ ପାନପତ୍ର ଦ୍ୱାରା ବିଶେଷ ମନୋସ୍କାମନା ପୂରଣ କରାଯାଇଥାଏ ।

  1. ପାନ ପତ୍ରଟି ସମ୍ପୂର୍ଣ୍ଣ ହେବା ଉଚିତ୍ ଏବଂ ଏଥିରେ ଡେମ୍ଫ ଲାଗିବା ଉଚିତ୍ । 
  2. ପାନପତ୍ର ଫାଟିନଥିବା ଦରକାର । 
  3. ପୂଜା ଏବଂ ପ୍ରୟୋଗ ପାଇଁ ସବୁଜ ପତ୍ରର ପ୍ରୟୋଗ କରନ୍ତୁ  ।
  4. ସିନ୍ଦୂରକୁ ଘିଅରେ ମିଶାଇ ପେଷ୍ଟ କରନ୍ତୁ  । 
  5. ପାନ ପତ୍ରରେ ଏହି ପେଷ୍ଟ ଦ୍ୱାରା  ନିଜ ନାଁ ଲେଖନ୍ତୁ   । 
  6. ଏହାକୁ ଦେବୀଙ୍କୁ ଅର୍ପଣ କରନ୍ତୁ  । 
  7. ଏପରି ନବରାତ୍ରିରେ ଲଗାତାର ୩ଦିନ କରନ୍ତୁ   ।
  8. ନବରାତ୍ରି​‌ରେ ପ୍ରତିଦିନ ସନ୍ଧ୍ୟାରେ ମା ଲକ୍ଷ୍ମୀଙ୍କୁ କର୍ପୂରରେ ଆଳତୀ କରନ୍ତୁ  । 
  9. ଏହା ପରେ ପାନପତ୍ରରେ ଗୋଲାପ ପାଖୁଡ଼ା ରଖି ତାଙ୍କୁ ଅର୍ପଣ କରନ୍ତୁ  ।
  10.  ନବରାତ୍ରି ପରେ ପ୍ରତ୍ୟେକ ପୂର୍ଣ୍ଣିମା ରାତିରେ ଏପରି କରନ୍ତୁ   ।

କରି ନିଅନ୍ତୁ ନଡ଼ିଆର ଏହି ଉପାୟ

ସନାତନ ଧର୍ମରେ ନଡ଼ିଆକୁ ଶ୍ରୀଫଳ କୁହାଯାଏ । ଶ୍ରୀଫଳ ଅର୍ଥାତ୍‌ ଫଳ ମଧ୍ୟରେ ସର୍ବଶ୍ରେଷ୍ଠ । ସବୁ ପୂଜାପାଠ ଏବଂ ଶୁଭ କାର୍ଯ୍ୟରେ ନଡ଼ିଆର ଉପଯୋଗ ହୋଇଥାଏ । କୌଣସି ନୂଆ କାମ ଆରମ୍ଭ ହେଉ କି ଗୁରୁତ୍ୱପୂର୍ଣ୍ଣ ଯାତ୍ରାରେ ଯିବାକୁ ହେଉ, ସବୁବେଳେ ନଡ଼ିଆ ଭାଙ୍ଗି ହିଁ ଏହାର ଆରମ୍ଭ କରାଯାଇଥାଏ । କୁହାଯାଏ, ଧନୀ ହେବାରେ ମଧ୍ୟ ନଡ଼ିଆର ଉପାୟ ବହୁତ ଫଳପ୍ରଦୀ ହୋଇଥାଏ ଏବଂ ଏଥିପାଇଁ ଦଶହରା ଦିନକୁ ହିଁ ଶୁଭ ବୋଲି ଗଣାଯାଏ ।

1. କ୍ଷତିକୁ ଲାଭରେ ବଦଳାଇ ଦେବ ଏହି ଉପାୟ

  1. ଯଦି ବ୍ୟବସାୟରେ ଲଗାତାର ଭାବେ କ୍ଷତି ସହିବାକୁ ପଡ଼ୁଛି, ତା’ହେଲେ ଦଶହରା ଦିନ ୨୫ ସେଣ୍ଟିମିଟର ହଳଦିଆ କପଡ଼ାରେ ଏକ ନଡ଼ିଆକୁ ଗୁଡ଼େଇ ଦିଅନ୍ତୁ ।
  2. ଏହି ନଡ଼ିଆକୁ ପଇତା ଏବଂ ମିଠା ସହିତ କୌଣସି ବି ରାମ ମନ୍ଦିରରେ ଅର୍ପଣ କରନ୍ତୁ  । ଏମିତି କଲେ ବ୍ୟବସାୟରେ ଲାଭ ଆସିବାକୁ ଲାଗିବ ।

2. ପରିବାରର ଦାରିଦ୍ର୍ୟପଣ ଦୂର କରିବା ପାଇଁ ଉପାୟ

ସେପଟେ ପରିବାରର ଦାରିଦ୍ର୍ୟପଣ ଦୂର କରିବା ପାଇଁ ଦଶହରା ଦିନ ମାତା ଲକ୍ଷ୍ମୀଙ୍କ ମନ୍ଦିରରେ

  1. ଚୂଳଲଗା ନଡ଼ିଆ, 
  2. ଗୋଲାପ ଓ ପଦ୍ମ ଫୁଲର ମାଳା, 
  3. ୨୫ ସେଣ୍ଟିମିଟରର ଗୋଲାପୀ କପଡ଼ା, ୨
  4. ୫ ସେଣ୍ଟିମିଟରର ଧଳା କପଡ଼ା, 
  5. ଚମେଲି ଫୁଲ, 
  6. ଦହି, ଧଳା ମିଠା 
  7. ଏବଂ ୧ ଯୋଡା ପଇତା ମାତାଙ୍କୁ ଅର୍ପଣ କରନ୍ତୁ । 
  8. ଏହାପରେ ମା’ଙ୍କୁ କର୍ପୂର ଏବଂ ଦେଶୀ ଘିଅରେ ଆଳତି କରି 
  9. ଶ୍ରୀକନକଧାରା ସ୍ରୋତ ଜପ କର ନ୍ତୁ   । 
  10. କିଛି ହିଁ ଦିନରେ ଆର୍ଥିକ ଅବସ୍ଥା ବଢ଼ିଆ ହେବାରେ ଲାଗିବ ।

3. କାମରେ ସଫଳତା ପାଇବାର ଉପାୟ

ଦଶହରା ଦିନ ଦୀପାବଳି ଭଳି ଚୌକି ସଜାଇ ଗଣେଶ ଓ ମହାଲକ୍ଷ୍ମୀଙ୍କୁ ରଖନ୍ତୁ  । ଏହାପରେ ଚାଉଳ ରଖି ତା’ ଉପରେ କଳସ ରଖନ୍ତୁ  । ଏକ ନଡ଼ିଆକୁ ସଫା ଲାଲ୍‌ କପଡ଼ାରେ ଗୁଡ଼େଇ କଳସରେ ରଖନ୍ତୁ  । ଏହାପରେ ଦୁଇଟି ବଡ଼ ଦୀପ ଲଗାନ୍ତୁ । ଗୋଟିଏରେ ଘିଅ ଏବଂ ଅନ୍ୟଟିରେ ତେଲ ଦେଇ ଦୀପ ଜଳାନ୍ତୁ । ଗୋଟିଏ ଦୀପକୁ ଚୌକିର ଡାହାଣ ଏବଂ ଅନ୍ୟଟିକୁ ମୂର୍ତ୍ତି ପାଦ ପାଖରେ ରଖନ୍ତୁ  । ସେଠି ଏକ ଛୋଟ ଦୀପ ଶ୍ରୀଗଣେଶଙ୍କ ପାଖରେ ରଖି ବିଧି-ବିଧାନର ସହ ପୂଜା କରନ୍ତୁ  ।

  1. ଏହି ଉପାୟ ଆପଣାଇଲେ ଲମ୍ବା ସମୟରୁ ଅଟକିଥିବା କାମ ପୂରା ହୋଇଯାଇଥାଏ । 
  2. ଏଥିପାଇଁ ଲାଲ୍‌ ସୂତା କପଡ଼ାରେ ନଡ଼ିଆ ଗୁଡ଼େଇ ବହି ଯାଉଥିବା ପାଣିରେ ପ୍ରବାହିତ କରି ଦିଅନ୍ତୁ   । 
  3. ପ୍ରବାହିତ କରିବା ସମୟରେ ନଡ଼ିଆକୁ ୭ ଥର ନିଜର ମନୋକାମନା କୁହନ୍ତୁ  ।

Post a Comment

0 Comments