ମାତାଙ୍କ ୯ଟି ସ୍ୱରୂପରେ ଏହି ପ୍ରସାଦକୁ ଭୋଗ ଲଗାନ୍ତୁ
ନବରାତ୍ରି ଆରମ୍ଭ ହୋଇସାରିଛି । ତେବେ ଏହି ୯ ଦିନ ମାତାଙ୍କ ପର୍ବ ବେଶ ଧୂମଧାମରେ ପାଳନ କରାଯାଏ । ଏହିଦିନ ଗୁଡିକରେ ମା’ ନିଜର ବିଭିନ୍ନ ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେବେ । ମାଆଙ୍କ ଦର୍ଶନ କରି ଭକ୍ତମାନେ ଆଶିର୍ବାଦ ଗ୍ରହଣ କରନ୍ତି । ବିଶ୍ୱାସ ରହିଛି ଯେ ମା’ଙ୍କ ମନ ପସନ୍ଦର ଭୋଗ ଲାଗି କଲେ ମା’ ପ୍ରଶନ୍ନ ହୋଇ ଭକ୍ତଙ୍କ ଇଚ୍ଛାକୁ ଶୀଘ୍ର ପୂରଣ କରନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ୯ଦିନ ପର୍ଯ୍ୟନ୍ତ କେଉଁ ସ୍ୱରୂପରେ ମାତାଙ୍କୁ କ’ଣ ଭୋଗ ଲାଗି କରାଯାଏ ।
ଶୈଳପୁତ୍ରୀ
ନବଦୁର୍ଗାଙ୍କ ପ୍ରଥମ ସ୍ୱରୂପ ହେଉଛନ୍ତି ଶୈଳପୁତ୍ରୀ । ଶୈଳପୁତ୍ରୀଙ୍କୁ ହଳଦିଆ ରଙ୍ଗ ଖୁବ ପସନ୍ଦ । ତେଣୁ ଏଥିପାଇଁ ବେସନର ଲଡୁ, ମିଠା ଚାଉଳ ଭଳି ହଳଦିଆ ରଙ୍ଗର ପ୍ରସାଦ ଭୋଗ ଲାଗି କରିବା ଉଚିତ । ଏହା କରିବା ଦ୍ୱାରା ବ୍ୟକ୍ତି ରୋଗ ମୁକ୍ତ ହୋଇଥାଏ ।
ବ୍ରହ୍ମଚାରିଣୀ
ଦ୍ୱିତୀୟ ଦିନ ମାତା ବ୍ରହ୍ମଚାରିଣୀ ରୂପ ଧାରଣ କରିଥାନ୍ତି । ଏହିଦିନ ଆପଣ ଚିନି, ମିଶ୍ରି ଓ ପଞ୍ଚାମୃତକୁ ଭୋଗ ଲାଗି କରାଯାଏ । ଏହାଦ୍ୱାରା ବ୍ୟକ୍ତିର ଆୟୁଷ ବଢ଼ିଥାଏ ।
ଚନ୍ଦ୍ରଘଣ୍ଟା
ମାତା ଚନ୍ଦ୍ରଘଣ୍ଟାଙ୍କୁ କ୍ଷୀର ଏବଂ ସେଥିରୁ ତିଆରି ଖାଦ୍ୟ ଯେପରି ବର୍ଫି, ଛେନା ଆଦିର ଭୋଗ ଲଗାଯାଏ । ଏହିଦିନ ଉପବାସ କଲେ ଦୁଃଖରୁ ମୁକ୍ତି ମିଳିଥାଏ ।
କୁଷ୍ମାଣ୍ଡା
ମାନ୍ୟତା ଅନୁସାରେ ଦେବୀ ଦୁର୍ଗାଙ୍କ ୪ର୍ଥ ସ୍ୱରୂପ ହେଉଛି କୁଷ୍ମାଣ୍ଡା। ଯାହାଙ୍କ ପୂଜାରେ ମାଲପୁଆକୁ ଭୋଗ ରୂପେ ଲାଗି କରାଯାଏ । ଏହାଦ୍ୱାରା ବ୍ୟକ୍ତି ଜଣକ ଶକ୍ତିଶାଳି ହୋଇଥାଏ ।
ସ୍କନ୍ଦମାତା
ସ୍କନ୍ଦମାତାଙ୍କୁ କୁମାର କାର୍ତ୍ତିକଙ୍କ ମା’ଙ୍କ ରୂପରେ ପୂଜା କରାଯାଏ । ଏହିଦିନ ମାତାଙ୍କୁ କଦଳୀ ଭୋଗ ଲାଗି କରାଯାଏ । ଏହାଦ୍ୱାରା ଶରୀର ସୁସ୍ଥ ରୁହିଥାଏ ।
କାତ୍ୟାୟାନୀ
ମାତା କାତ୍ୟାୟାନୀ ଋଷି କାତ୍ୟାୟନଙ୍କ ପୁତ୍ରୀ । ଏହିଦିନ ମାତାଙ୍କୁ ମହୁ ଭୋଗ ଲଗାଯାଏ। ଏହାଦ୍ୱାରା ବ୍ୟକ୍ତିଙ୍କୁ ମନ ପସନ୍ଦର ଜୀବନ ସାଥି ମିଳେ।
କାଳରାତ୍ରି
ଦୁଷ୍ଟ ଶକ୍ତି ନାଶନ ପାଇଁ ମାତା କାଳରାତ୍ରିଙ୍କୁ ପୂଜା କରାଯାଏ । ଏହଦିନ ମାତାଙ୍କୁ ଗୁଡ଼ ଭୋଗ ଲାଗି କରାଯାଏ । ବିଶ୍ୱାସ ରହିଛି ଏହାଦ୍ୱାରା ଆପଣଙ୍କ ସବୁ ସଙ୍କଟ ନାଶ ହୋଇଥାଏ। ସବୁ କଷ୍ଟରୁ ମୁକ୍ତି ମିଳେ ।
ମହାଗୌରୀ
ମାତାଙ୍କ ୮ମ ସ୍ୱରୂପ ମହାଗୌରୀଙ୍କ ଏହି ନାମ ତାଙ୍କ ଶରୀରର ଗୌର ରଙ୍ଗ ପାଇଁ ଦିଆଯାଇଛି । ଏହିଦିନ ମାତାଙ୍କୁ ନଡ଼ିଆ ଭୋଗ ଲାଗି କରାଯାଏ । ଏହାଦ୍ୱାରା ବ୍ୟକ୍ତିଙ୍କୁ ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ମିଳେ । ଏହିଦିନ ବ୍ରାହ୍ମଣଙ୍କୁ ନଡ଼ିଆ ଦାନ କରିବା ଶୁଭ ମନାଯାଏ ।
ସିଦ୍ଧିଦାତ୍ରୀ
ଏହିଦିନ ମାତାଙ୍କୁ ପୂଜା କଲେ ସବୁ ସିଦ୍ଧି ପ୍ରାପ୍ତ ହୋଇଥାଏ । ଏହିଦିନ ମାତାଙ୍କୁ କଳା ଚଣା, ରାଷି,ପୁରୀ ,ଖିରି ଆଦି ଭୋଗ ଲଗାଯାଇଥାଏ । ଏହାଦ୍ୱାରା ଭକ୍ତଙ୍କର ମନୋସ୍କମନା ପୂର୍ଣ୍ଣ ହୋଇଥାଏ ।
ଧାନରୁ ତିଆରି ହୋଇଥିବା ଖଇ ମାତା ସିଦ୍ଧିଦାତ୍ରୀଙ୍କର ଅତି ପ୍ରିୟ । ତେଣୁ ମାତା ସିଦ୍ଧିଦାତ୍ରୀଙ୍କୁ ଖଇ ଅର୍ପଣ କରାଯାଏ ।

.jpg)
0 Comments
Do you have any doubts or suggestions? Ask them here in the comments!