କ’ଣ ପାଇଁ ଭାଦ୍ରବ ଇନ୍ଦୁପୂର୍ଣ୍ଣିମାରେ ଓଡ଼ିଆ ଘରେ ପାଳନ ହୁଏ ଭାଗବତ ଜନ୍ମ ?
କଥିତ ଅଛି ଆଜିର ଦିନରେ ବ୍ୟାସଦେବ ମୂଳ ଭାଗବତ ପୁରାଣ (ସଂସ୍କୃତରେ) ରଚନା ଆରମ୍ଭ କରିଥିଲେ ।ମୂଳ ସଂସ୍କୃତ ଭାଗବତ ଅଠର ହଜାର ଶ୍ଳୋକରେ ବ୍ୟାସ ଦେବ ରଚନା କରିଥିଲେ l ଅତିବଡ଼ି ଜଗନ୍ନାଥ ଦାସ ଏହି ଟିକାକୁ ସରଳ ନବାକ୍ଷରୀ ଛନ୍ଦରେ ଓଡ଼ିଆ ଅନୁବାଦ କରିଛନ୍ତି l
ଭାଗବତର ମହତ୍ତ୍ୱ
- ” ଶ୍ରୀମଦ୍ ଭାଗବତ ” ମହାପୁରାଣରେ ପରମ ଧର୍ମ ଓ ବିଶୁଦ୍ଧ ଜ୍ଞାନ ହିଁ ନିରୂପଣ କରାଯାଇଛି । ଏହି ” ଭାଗବତଧର୍ମ ” ଆମ୍ଭମାନଙ୍କୁ ଜନ୍ମମୃତ୍ୟୁରୁ ଉଦ୍ଧାର କରି ମୋକ୍ଷ ପ୍ରଦାନ କରାଇଥାଏ । ଯେଉଁ ସନ୍ଥଜନଙ୍କ ମନରେ କୌଣସି ପ୍ରକାର ବିକାର ନଥାଏ, ସେହି ଶୁଦ୍ଧହୃଦୟ ପୁରୁଷ ହିଁ ଏହି ତତ୍ତ୍ୱ ଜାଣିପାରନ୍ତି । ଏହା ତ୍ରିବିଧ ତାପକୁ ସମୂଳେ ନାଶ କରି ପରମ କଲ୍ୟାଣ ସାଧନ କରିଥାଏ ।
- ଏ ସଂସାରରେ ଯେତେ ପାଠ ଅଛି, ଥିଲା କି ହବ ସବୁ ଆମ ଭାଗବତରେ ଅଛି । ସକାଳେ ଗୀତା, ଦିହିପହରେ ଶ୍ରୀରାମକଥା ( ବୃହସ୍ପତ୍ତି ବାର ଛାଡି ) ଓ ସଂଧ୍ୟାରେ ଶ୍ରୀମଦଭାଗବତ କଥା ଯୋଉ ଘରେ କି ଗାଁ ରେ ପଢାହୁଏ ସେଠି କାଳେ ବିପତ୍ତି ଆସିବାକୁ ଡରେ ।”
- ଭାବ ଓ ବିଶ୍ୱାସର ପାଖୁଡା ମେଲି ଆଧ୍ୟାତ୍ମିକ ଚେତନାକୁ ବିଚ୍ଛୁ ରୀତ କରିବାର ଅମୋଘ ପନ୍ଥାଟିଏ ହେଉଛି ଭାଗବତ । ବଞ୍ଚିବାର ସମସ୍ତ ସକାରାତ୍ମକ ଉପାଦାନର ସମାହାର ହେଉଛି ଭାଗବତ । ଦୁଇ ନିଆଁର ଜୀବନକୁ ବୁଝିବାର ଅସଲ ତତ୍ତ୍ୱଟି ଏଇ ଭାଗବତରେ ହିଁ ରହିଛି ।
- ଏଇ କଥାଟିକୁ ଠିକ୍ ବୁଝିଛି ଓଡିଆ ଜାତି । କିଏ ଦେବତାର ଜନ୍ମଦିନ ପାଳେ ତ କିଏ ସନ୍ଥର । କିନ୍ତୁ ଏ ଜାତୀ ଗୋଟିଏ ପୁସ୍ତକର, ଗୋଟିଏ ଗ୍ରନ୍ଥର ଜନ୍ମଦିନ ପାଳି ମହିମାନ୍ଵିତ ହୋଇଛି । ଯୁଗ ଯୁଗକୁ ନିଜର ଉତ୍ତର ପିଢୀକୁ ଦେଖାଇ ଦେଇ ଯାଇଛି, ଆନନ୍ଦମୟ ଜୀବଦ ଏବଂ ବୀଭୁ ଚରଣାଶ୍ରିତ ହୋଇ ମୁକ୍ତିଧାମକୁ ବାହୁଡିଯିବାର ମାର୍ଗ ।
ଓଡ଼ିଆ ଭାଗବତର ଜନ୍ମ
- ଆଜି ସେଇ ଭାଗବତର ଜନ୍ମଦିନ । ଓଡ଼ିଆ ଜାତୀର ପରମ ମହାକାବ୍ୟର ଜନ୍ମଦିନ । ଇନ୍ଦୁପୂର୍ଣ୍ଣିମା ଭାଗବତ ଜନ୍ମ ।
- ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ପରେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ ।
- ସଂସ୍କୃତ ଭାଗବତ ଓଡିଆ ଭାଷାଭାଷୀଙ୍କ ମଧ୍ୟରେ ଆଦୃତ ହୋଉ ପାରୁନଥିଲା ।
- ବ୍ୟାସଦେବଙ୍କ ରଚିତ ମୂଳ ସଂସ୍କୃତ ଭାଗବତକୁ ଅତିବଡି ଓଡିଆରେ ଅତି ସରଳତାର ସହ ଲେଖିଛନ୍ତି ।
- ଦିନେ ଜଗନ୍ନାଥ ଦାସଙ୍କ ମା’ ଓଡିଆ ଭାଷାରେ ଭାଗବତ ଶୁଣିବା ପାଇଁ ପୁଅକୁ କହିଲେ । ମା’ଙ୍କ ଆଶା ପୂରଣ କରିବାକୁ ଜଗନ୍ନାଥ ଲେଖିଥିଲେ ଓଡ଼ିଆ ଭାଗବତ ।
- ଜଗନ୍ନାଥ ଦାସ ଗୋସ୍ୱାମୀ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ ।
- ଭାଦ୍ରବ ପୂର୍ଣ୍ଣିମାଠାରୁ ଜଗନ୍ନାଥ ଦାଶ ଏହି ମହାନ ଗ୍ରନ୍ଥ ଲେଖିବା ଆରମ୍ଭ କରିଥିଲେ ବୋଲି ସେବେଠୁ ଏହି ଦିନ ଭାଗବତ ଜନ୍ମ ରୂପେ ପାଳନ କରାଯାଉଛି ।
ଭାଗବତ ଜନ୍ମର ପୂଜା ବିଧି
- ପ୍ରଥମେ ଖଟୁଲି ଉପରେ ଭାଗବତ ବହି ଥାକ କରି ରଖି ଦିଅନ୍ତୁ |
- ତାପରେ ଏକ ଉପରାଣ ପକାଇ ଦିଅନ୍ତୁ |
- ଏକ କଳସ ସ୍ଥାପନ କରନ୍ତୁ |
- ଚନ୍ଦନ ଲଗାନ୍ତୁ |
- ଫୁଲ ହାର ପିନ୍ଧାନ୍ତୁ ।
- ଦୀପ ଏବଂ ଧୂପ ଲଗାନ୍ତୁ |
- ଭୋଗରେ ଚୁଡାଘଷା,ଉଖୁଡା, ଫଳ ବାଢନ୍ତୁ ।
- ଡାଲମା, ପୁରି, ଖିରି ନୈବେଦ୍ୟ ଭାବେ ଅର୍ପଣ କରୁଥିଲେ ତୁଳସୀ ପତ୍ର ପକାନ୍ତୁ ।
- ଭୋଗ ଲଗାନ୍ତୁ |
ସଂସ୍କୃତି ଓ ପରମ୍ପରାଠୁ ଦୂରେଇ ଯାଉଛି
- ଭାଗବତ ପାଠ ଓ ଅନ୍ୟ ପୁରାଣ ଶାସ୍ତ୍ର ଚର୍ଚ୍ଚା ଲୋକଙ୍କର ଚେତନାର ବିକାଶ କରିବା ଜୀବନକୁ ଆନନ୍ଦ ଓ ଶନ୍ତିରେ ଅତିବାହିତ କରିବାର ଅନେକ ବାଟ ବତାଇଥାଏ ।
- ଅବଶ୍ୟ ଏବେ ଆଉ ସେଭଳି ସ୍ଥିତି ନାହିଁ । ଆଧୁନିକତା ନାମର ଆମେ ଆମ ନିଜତ୍ୱକୁ ଭୁଲି ଯାଉଛେ । ସଂସ୍କୃତି ଓ ପରମ୍ପରାଠୁ ଦୂରେଇ ଯାଉଛି ।
- ତଥାପି ଅନେକ ଦେବ ଉପାସକ ଏବେବି ଭାଗବତା ପାରାୟଣ କରିବା ଠାରୁ ଆରମ୍ଭ କରି ଭାଗବତ ପାଠ କରୁଛନ୍ତି । ହେ
- ଲେ ଖାଲି ଭାଗବତ ଶୁଣିଲେ ହେବ ନାହିଁ, ଏହାକୁ ନିଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପଯୋଗ କଲେ ଏ ଦୁନିଆ ବଦଳିଯିବ । ବର୍ତ୍ତମାନର ଅଶାନ୍ତିକର ପରିବେଶ ଆଉ ରହିବ ନାହିଁ ।


0 Comments
Do you have any doubts or suggestions? Ask them here in the comments!