ଝୁଣାର ଔଷଧୀୟ ଗୁଣ ଏବଂ ଏହା ବାସ୍ତୁ ଦୋଷ ଦୂର କରେ
ସକାରାତ୍ମକ ଶକ୍ତି ଆପଣଙ୍କ ପାଇଁ ଭଲ ହୋଇଥିବା ବେଳେ ନକାରାତ୍ମକ ଶକ୍ତି ଆପଣଙ୍କ ଉପରେ କିମ୍ବା ଘର ଉପରେ ଖରାପ ପ୍ରଭାବ ପକାଇଥାଏ । ନକାରାତ୍ମକ ଶକ୍ତି ଆପଣଙ୍କ ହେଉଥିବା କାମକୁ ବିଗାଡିଦିଏ । ଆପଣଙ୍କ ପରିବାର ସଦସ୍ୟ କିମ୍ବା ଆପଣଙ୍କୁ ହାନି ପହଞ୍ଚାଇଥାଏ ।
ପ୍ରତିଦିନ ଘରେ ଝୁଣା ଧୂଆଁ ଦେଲେ ମନ ପ୍ରସନ୍ନ ରହିଥାଏ । ଝୁଣାର ଉପଯୋଗ ବାସ୍ତୁ ଦୋଷ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ଝୁଣା ଦେବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେନାହିଁ ବୋଲି ବିଶ୍ୱାସ ରହିଛି ।
ଝୁଣାର ଔଷଧୀୟ ଗୁଣ
- କର୍ପୂର, ଦେଶୀ ଘିଅ, ଚନ୍ଦନ, ଝୁଣା ଏବଂ ଗୁଗ୍ଗଳ ଏହି ୫ଟି ସାମଗ୍ରୀରୁ ବାହାରୁଥିବା ଧୂଆଁ ଘରର ବାତାବରଣକୁ ପବିତ୍ର କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।ଏହି ଧୂଆଁ ପ୍ରଭାବରେ ଘରେ ଥିବା ସୂକ୍ଷ୍ମ କୀଟାଣୁ ନଷ୍ଟ ହୋଇଯାଇଥାଏ ଏବଂ ବାସ୍ତୁ ଦୋଷର ପ୍ରଭାବ ମଧ୍ୟ ଶେଷ ହୋଇଯାଏ ।
- ଅଗୁର ନାମକ ଏକ ବନସ୍ପତିକୁ ପୂଜା ସମୟରେ ବ୍ୟବହାର କରାଯାଉଥିଲା । ଏହାକୁ ଜଳାଇବା ଦ୍ୱାରା ଘରର ବାତାବରଣ ଶୁଦ୍ଧ ରହିବା ସହ ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ । ଅଗୁର ଆଣ୍ଟି ବ୍ୟାକ୍ଟେରିଆ ପରି କାମ କରିଥାଏ ।
- ଝୁଣାରେ ମଧ୍ୟ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି । ଏହାର ସୁଗନ୍ଧର କୌଣସି କୀଟ ଘରେ ରୁହନ୍ତି ନାହିଁ ।
- ଝୁଣା ଦେବା ଦ୍ୱାରା ମଶାମାଛି ଘରେ ରୁହନ୍ତି ନାହିଁ ।
- ଘରେ ଥିବା ସୂକ୍ଷ୍ମ ଜୀବ ମଧ୍ୟ ନଷ୍ଟ ହୋଇଥାନ୍ତି ।
- ପୂଜା ସମୟରେ ଝୁଣାର ଧୂପ ବ୍ୟବହାର କରାଯାଇଥାଏ । ଏହାର ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଯୋଗୁଁ ଅନେକ ଶାରୀରିକ ରୋଗ ମଧ୍ୟ ଦୂର ହୋଇ ଯାଇଥାଏ ।
- ଆର୍ୟୁବେଦ ଅନୁସାରେ ଝୁଣାର ବାସ୍ନା ଦ୍ୱାରା କାଶ ସମସ୍ୟା ନଷ୍ଟ ହୋଇଯାଏ । ଏହାର ବାସ୍ନା ଦ୍ୱାରା ବାତାବରଣ ସୁଗନ୍ଧିତ ରହିଥାଏ ।
ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ
- ଘରୁ ନକାରାତ୍ମକ ଶକ୍ତି ନଷ୍ଟ କରିବାକୁ ଚାହୁଁଥିଲେ ପ୍ରତିଦିନ ଘରେ ୫ଟି ପବିତ୍ର ସାମଗ୍ରୀର ଧୂଆଁ ଖେଳାଇ ଦିଅନ୍ତୁ । ଏହି ୫ଟି ସାମଗ୍ରୀ ହେଲା କର୍ପୂର, ଦେଶୀ ଘିଅ, ଚନ୍ଦନ, ଝୁଣା ଏବଂ ଗୁଗ୍ଗଳ ।
- ପ୍ରଥମେ ଘରେ ଗାଈର ଗୋବରରେ ପ୍ରସ୍ତୁତ ଏକ ଜାଳେଣୀ ଜଳାନ୍ତୁ । ତାହା ଜଳିଯିବା ପରେ ସେଥିରେ ଉପରୋକ୍ତ ୫ଟି ସାମଗ୍ରୀ ପକାଇଦିଅନ୍ତୁ। ଏହା ପରେ ଯେଉଁ ଧୂଆଁ ବାହାରିବ ସେହି ଧୂଆଁକୁ ଘରର ଚାରିଆଡେ ଖେଳାଇ ଦିଅନ୍ତୁ।
- ଘରେ ଏକ ସପ୍ତାହ ଯାଏଁ ନିମ୍ୱ ପତ୍ର ପକାଇ ଝୁଣାଧୁଆଁ ଘରେ ଦିଅନ୍ତୁ। ଏହା ଘରର ସମସ୍ତ ପ୍ରକାର ଜୀବାଣୁ ନଷ୍ଟ କରିବା ସହ ବାସ୍ତୁ ଦୋଷ ଦୂର କରିବ ।
- ଗୋଗୁଳ ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରିପାରିବ। ଗୋଗୁଳ ମିଶ୍ରିତ ଝୁଣା ଧୂଆଁ ଘରେ ଦେବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ |
- ଯଦି ଭୁଲ ବଶତଃ ସିଢି ଓ ପାଇଖାନା ଭୁଲ୍ ଦିଗରେ ତିଆରି କରିଛନ୍ତି ତେବେ ଚିନ୍ତା କରିବାର କାରଣ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ସେହି ଯାଗାରେ କର୍ପୂର ରଖିଦିଅନ୍ତୁ । ସମସ୍ୟା ଦୂର ହୋଇଯି ବ।
- ଆର୍ଥିକ ସ୍ଥିତି ଭଲ ରହୁ ନ ଥିଲେ ପ୍ରତିଦିନ ମହାକାଳୀଙ୍କ ଆଗରେ ଝୁଣା ଦିଅନ୍ତୁ। ଆର୍ଥିକ ସ୍ଥିତି ସୁଧୁରିଯିବ ।

.jpg)
0 Comments
Do you have any doubts or suggestions? Ask them here in the comments!