ଆଶ୍ୱିନ ମାସରେ ମହାଳୟା ଅମାବାସ୍ୟାରେ ଅସ୍ଥି ଵିସର୍ଜନର ମହତ୍ତ୍ୱ

ଆଶ୍ୱିନ ମାସରେ ମହାଳୟା ଅମାବାସ୍ୟାରେ ଅସ୍ଥି ଵିସର୍ଜନର ମହତ୍ତ୍ୱ


ନାଭିଗୟା ବିରଜାକ୍ଷେତ୍ର


ବ୍ରହ୍ମାଙ୍କ ଦ୍ଵାରା ଦେବୀ ବିରଜା ପ୍ରତିଷ୍ଠା ହେବା ପରେ ଦେବୀ ବ୍ରହ୍ମାଙ୍କୁ କହିଲେ, ମୋର ଏହି ବିରଜା କ୍ଷେତ୍ରରେ ଯେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବ, ସେ ପିତୃ ଲୋକଙ୍କର ଅକ୍ଷୟ ତୃପ୍ତି କରିପାରିବ । 
  1. ଏହି କାରଣରୁ ଗୟାରେ ପିଣ୍ଡଦାନ ପରେ, ଅପରପକ୍ଷ ଶ୍ରାଦ୍ଧ  ଓ ତର୍ପଣ ପରେ ଦେବୀ ବିରଜାଙ୍କ ଦର୍ଶନରେ ପିଣ୍ଡ କାର୍ଯ୍ୟ ସଂପୂର୍ଣ୍ଣ ହୁଏ ବୋଲି ପରମ୍ପଚା ରହିଛି ।
  2.  ମହାଭାରତର ବନ ପର୍ବରୁ ଜଣାଯାଏ ଯେ ଲୋମଶ ମୁନିଙ୍କ ପରାମର୍ଶରେ ପାଣ୍ଡବମାନେ ତୀର୍ଥଯାତ୍ରା  ସମୟରେ ବୈତରଣୀ ନଦୀରେ ସ୍ନାନ  କରି ଏହି ବିରଜା ତୀର୍ଥରେ ପିତୃ  ପୁରୁଷଙ୍କୁ ପିଣ୍ଡଦାନ କରିଥଲେ । 
  3. ପିଣ୍ଡକର୍ତ୍ତା ପିଣ୍ଡଦାନ ପରେ ନାଭି କୂପ ନିକଟରେ ଅବସ୍ଥିତ ଗଦାଧର ବିଷ୍ଣୁ ଙ୍କୁ ପାର୍ଥନା କରନ୍ତି ଯେ, ଆପଣ ସାକ୍ଷୀ ରୁହନ୍ତୁ ଯେ, ନାଭି ଗୟା ରେ  ମୁଁ  ପିଣ୍ଡଦାନ କରି ପିତୃଗଣଙ୍କୁ ପାପ ମୁକ୍ତ କରିଛି ଓ ରଣ ତ୍ରୟରୁ  ମୁକ୍ତି ପାଇଛି । 

ପାଦଗୟାର ପୀଠ ସୁକ୍ଷ୍ମେଶ୍ୱର


  1. ପିତୃପୁରୁଷଙ୍କ ଶ୍ରାଦ୍ଧ ସମାପନ ଲାଗି ଏତେ ବାଟ ଗୟା  ଯିବା ଆଥିକ ଦୃଷ୍ଟିରୁ ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ।
  2.  ସେଥିପାଇଁ ଏକାମ୍ରକ୍ଷେତ୍ର  ଆବହମାନ କାଳରୁ ପ୍ରତିଷ୍ଠିତ ପାଦଗୟା ଭାବେ ପରିଚିତ ସୁକ୍ଷ୍ମେଶ୍ଵର ପୀଠ ଘରେ ଘରେ ପରିଚୟ ଲାଭ କରିଛି ।
  3. ଗନ୍ଧବତୀ(ଗଙ୍ଗୁଆ ) ନଦୀର ତଟ ଦେଶରେ ଅବସ୍ଥିତ ଶ୍ରାଦ୍ଧକୁଣ୍ଡରେ ତର୍ପଣ କଲେ ଗୟା ଧାମ ସମାନ ପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ  ରହିଛି ।
  4. ଲିଙ୍ଗରାଜ ମନ୍ଦିର ଠାରୁ ପ୍ରାୟ ଦେଢ଼ କିମି ଦୂର ଶ୍ରୀରାମ ନଗର ରାସ୍ତା କଡ଼ରେ ଏହି ପୀଠ ପିତୃପୁରୁଷଙ୍କ ପକ୍ଷରେ ହଜାର ହାଜର ଶ୍ରଦ୍ଧାଳୁ ଗହଳିରେ ଭର୍ତ୍ତି  ହୋଇଯାଏ ।
  5. ସୁକ୍ଷ୍ମେଶ୍ଵର କୁଣ୍ଡରେ ସ୍ନାନ କରି ଶ୍ରଦ୍ଧାଳୁଗଣ ମନ୍ଦିର ବେଢ଼ାରେ ଶ୍ରାଦ୍ଧ ସମାପନ କରନ୍ତି |
  6.  ଶ୍ରଦ୍ଧାଳୁଗଣ ଶ୍ରାଦ୍ଧ ସାରି ସୁକ୍ଷ୍ମେଶ୍ଵର ମହାଦେବଙ୍କୁ ଦର୍ଶନ କରି ଫେରନ୍ତି |

ଶ୍ରୀକ୍ଷେତ୍ରରେ ଶ୍ରାଦ୍ଧ ତର୍ପଣ


  1. ଶ୍ରୀମନ୍ଦିରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥୁବା ହଜାରହଜାର ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରିଥାନ୍ତି ।
  2.  ଏଥିପାଇଁ ଶ୍ରୀମନ୍ଦିର ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଭିଡ଼ ପରିଲକ୍ଷିତ ହୋଇଥାଏ ।
  3. ଶୀମନ୍ଦିର ବାଇଶି ପାହାଚରେ ଶ୍ରଦ୍ଧାଳୁମାନେ ନିଜର ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଜଳ, ତିଳ, ତର୍ପଣକରି ପିଣ୍ଡ ଦାନ ସହିତ ପୂର୍ବପୁରୁଷଙ୍କୁ ମହାପ୍ରସାଦ ଅର୍ପଣ କରିଥାନ୍ତି ।
  4.  ତୀର୍ଥ ପୁଷ୍କରିଣୀ ଶ୍ଵେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡ , ନରେନ୍ଦ୍ର  ଓ ମହୋଦଧିରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ସ୍ନାନକରି  ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ଆନନ୍ଦବଜାରରୁ ମହାପ୍ରସାଦ କିଣି ବ୍ରାହ୍ମଣ ଭୋଜନ କରାଇଥାନ୍ତି ।

ପିତୃପକ୍ଷରେ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ


 
  1. ପୂର୍ବ ପୁୁୁରୁଷଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ପିତୃପକ୍ଷ  ହେଉଛି ସର୍ବୋକୃଷ୍ଟ ସମୟ ।
  2.  ବର୍ଷସାରା ଅନ୍ୟ ସମୟରେ ମଧ୍ୟ ଏହା କରାଯାଉଛି । ଗୟାରେ ଅମ୍ଥି ବିସର୍ଜନ ପରେ ପୁରୀ ଆସି ଲଣ୍ଡା ହେବାକୁ ପଡ଼େ ।
  3. ବିଶ୍ଵାସ କରାଯାଏ ପିତୃ ପକ୍ଷରେ ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରି ଗୟାରେ ପିଣ୍ଡଦାନ ଦ୍ଵାରା ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ହୋଇଥାଏ । ହରିଦ୍ୱାର, ଗଙ୍ଗାସାଗର, କୁରୁକ୍ଷେତ୍ର, ଚିତ୍ରକୂଟ ଆଦି ପବିତ୍ର ସ୍ଥାନରେ ମଧ୍ୟ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ଦ୍ଵାରା ମୋକ୍ଷପ୍ରାପ୍ତି  ହୋଇଥାଏ । ତେବେ ଗୟାରେ ଯେଉଁ ଶ୍ରାଦ୍ଧ ଦିଆଯାଏ, ତାହାର ମହିମା ଅନନ୍ୟ ।
  4. ପିତୃପକ୍ଷରେ ଗୟାରେ ଶ୍ରାଦ୍ଧ ଦେବାର ବିଶେଷ ମହତ୍ସ୍ଵ ରହିଛି ବୋଲି ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ମଧ୍ୟ ସ୍ଵୀକାର କରିଛନ୍ତି | 
  5. ଶ୍ରୀରାମ ଓ ସୀତା ରାଜା ଦଶରଥଙ୍କ ଆତ୍ମାର ଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରିଥଲେ । 
  6. ଗରୁଡ଼ ପୁରାଣ ଅନୁଯାୟୀ, ଗୟାରେ ପିଣ୍ଡଦାନ କରିବାକୁ ଯେଉଁମାନେ ଘରୁ ବାହାରନ୍ତି ସେମାନଙ୍କର ପ୍ରତିଟି ପାହୁଣ୍ଡ ପିତୃପୁରୁଷଙ୍କର ସ୍ଵର୍ଗାରୋହଣ ପାଇଁ ଗୋଟିଏ ଗୋଟିଏ ଶିଡ଼ି ତିଆରି କରିଥାଏ । 
  7. ଗୟାକୁ ଭଗବାନ ବିଷ୍ଣୁଙ୍କ ନଗର କୁହାଯାଇଥାଏ । ଏପରିକି ଏହାକୁ ମୋକ୍ଷ ଭୂମି ମଧ୍ୟ  କହନ୍ତି । 
  8. ବିଷ୍ଣୁ ପୁରାଣରେ ବର୍ଣ୍ଣନା ଅନୁସାରେ, ଗୟାରେ ପିଣ୍ଡଦାନ କରିବା ଫଳରେ ପୂର୍ବପୁରୁଷଙ୍କ ମୋକ୍ଷ ପ୍ରାପ୍ତି ହେବା ସହ ସେମାନେ ସ୍ଵର୍ଗାରୋହଣ କରିଥାନ୍ତି ।
  9. ପୌରାଣିକ ବର୍ଣ୍ଣନା ଅନୂଯାୟୀ, ଗୟାସୁର ନାମକ ରାକ୍ଷସ ନିଜର କଠୋର ତପସ୍ୟା ବଳରେ ବ୍ରହ୍ମାଙ୍କଠାରୁ ଏକ ବର ମାଗିଥିଲା- ତା'ର ଶରୀର ଦେବତାମାନଙ୍କ ପରି ପବିତ୍ର ହେଉ ଏବଂ ଏହାର ଦର୍ଶନ ଫଳରେ ସବୁ ପାପରୁ ମୁକ୍ତି ମିଳିବ ।
  10.  ବ୍ରହ୍ମା ତାଙ୍କ ତପସ୍ୟାରେ ଖୁସି ହୋଇ ଏହି ବର ପ୍ରଦାନ କଲେ । ଦେବତାମାନେ ଏକ ଯଜ୍ଞର ଆୟୋଜନ କଲେ ।
  11. ଏଥିପାଇଁ ଗୟାସୂରର ଶରୀର ମାଗିଲେ । ଗୟାସୁର  ନିଜ ଶରୀର ପ୍ରଦାନ କଲେ । ତାଙ୍କ ଶରୀର ୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ହେଲା । 
  12. ଏହିଠାରୁ ହିଁ ଏକ ନଦୀର ଧାର ପ୍ରବାହିତ ହୋଇଥଲା । ତାହା ଗୟା ନଦୀ ନାମରେ ନାମିତ ହେଲା ।
  13.  ଗୟା ଶରୀର ଉପରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଗୟା ଦେବତାଙ୍କୁ ବର ମାଗିଲେ ଯେ ମୋର ଏହି ସ୍ଥାନ ମୁକ୍ତିର ସ୍ଥାନ ହେଉ । ଯେକୌଣସି ଲୋକ ଏହି ସ୍ଥାନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ ସେମାନଙ୍କୁ ମୁକ୍ତି ମିଳିବ। ଦେବତାମାନେ ପ୍ରସନ୍ନ ହୋଇ ଗୟାର ଏହି ଇଚ୍ଛାକୁ ପୂରଣ କରିଥଲେ । 
  14. ଏହି ବିଶ୍ଵାସରୁ ଆଜିବି ଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଉଛି |

Post a Comment

0 Comments