ଅନନ୍ତ ବ୍ରତର ପୂଜାବିଧି

ଅନନ୍ତ ବ୍ରତର ପୂଜାବିଧି

ଏହି ପୁଜା ଯଥା ବିଧି ପାଳନ  କ​‌ଲେ   ସନ୍ତାନ ପ୍ରାପ୍ତି ସହ  ଜୀବନ​‌ରେ ସୁଖ- ଶାନ୍ତି  ମିଳିବା  ନେଇ  ବିଶ୍ୱାସ  ରହିଛି । ସୁଖ ସୌହାର୍ଦ୍ଦ କାମନାକରି ଅନନ୍ତ ଚତୁର୍ଦ୍ଦଶୀ ତିଥିରେ ଉଭୟ ପୁରୁଷ ଓ ମହିଳାମାନେ ଏହି ଅନନ୍ତବ୍ରତ ପାଳନ କରନ୍ତି । ଧନ ଏବଂ ସନ୍ତାନର କାମନାରେ ଏହି ବ୍ରତ ପାଳନ କରାଯାଇଥାଏ । କୁହାଯାଏ କି ଏହି ଅନନ୍ତ ଆମ ଉପରେ ଆସୁଥିବା ସମସ୍ତ ସଂକଟରୁ ରକ୍ଷା କରିଥାଏ । ଏହି ଅନନ୍ତ ବ୍ରତ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିଥାଏ ଏବଂ ଅନନ୍ତ ଫଳ ପ୍ରଦାନ କରିଥାଏ । ଶାସ୍ତ୍ରରେ କୁହାଯାଇଛି ଯେ ଏହି ବ୍ରତ ସମସ୍ତ ପ୍ରକାରର କଷ୍ଟରୁ ମୁକ୍ତି ଦେଇ ସମସ୍ତ ବିପତ୍ତିରୁ ଉଦ୍ଧାର କରିଥାଏ । ମହାଭାରତ ଅନୁସାରେ ଦରିଦ୍ରତା ନାଶ ହେବା ସହିତ ଗ୍ରହ ଗୁଡିକର ବାଧା ମଧ୍ୟ ଦୂର ହୋଇଥାଏ ।

  1. ଅନନ୍ତ ଚତୁର୍ଦ୍ଦଶୀ ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ମହାମୁନୀ କଶ୍ୟପ ଓ ଦକ୍ଷ –ପୁତ୍ରୀ କଦ୍ରୂଙ୍କଠାରୁ ଜନ୍ମିତ ଅନନ୍ତଙ୍କୁ ପୁରାଣମାନଙ୍କରେ ଶେଷ, ବାସୁକୀ ଓ ଶୋନସ ନାମରେ ସ୍ତୁତି କରାଯାଇଛି । 
  2. ହରିବଂଶ ପୁରାଣ ମତରେ ଜନ୍ମ ପରେ ଅନନ୍ତଦେବ ମାତାଙ୍କୁ ପରିତ୍ୟାଗ କରି ବାୟୁଭକ୍ଷ ବ୍ରତ ଅବଲମ୍ବନ କଲେ । ଜିତେନ୍ଦ୍ରିୟ ରୂପେ ଅନନ୍ତ ଅନେକ ତୀର୍ଥ ଭ୍ରମଣ ପୂର୍ବକ କଠୋର ତପସ୍ୟା କରିଥିଲେ । 
  3. ଉଗ୍ର ତପସ୍ୟାରେ ପ୍ରୀତ ହୋଇ ପିତାମହ ବ୍ରହ୍ମା ତାଙ୍କୁ ଅଭୟ ଆଶିର୍ବାଦ ପ୍ରଦାନ କରିବା ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂମଣ୍ଡଳକୁ ସ୍ଥିର କରିବା ପାଇଁ ଆଦେଶ ଦେଇଥିଲେ । 
  4. ସେବେଠାରୁ ଦେବକାର୍ଯ୍ୟ ପାଇଁ ଅନନ୍ତ ନିଜ ମସ୍ତକରେ ଭୂମଣ୍ଡଳକୁ ଧାରଣ କରିଛନ୍ତି । ଯେତେବେଳେ ଅନନ୍ତ ନିଜ ଶିର ଚାଳନ କରନ୍ତି ସେ ସମୟରେ ଭୂମିକମ୍ପ ଆଦି ବିତ୍ପାତ ଘଟେ ବୋଲି ବିଶ୍ୱାସ କରାଯାଏ । 
  5. ଏହି ଅନନ୍ତଙ୍କୁ କୁଣ୍ଡଳି ଶଯ୍ୟାକରି କ୍ଷୀର ସାଗରରେ ଶ୍ରୀହରି ଯୋଗନିଦ୍ରା ରତ ଥିବା ସର୍ବତ୍ର ବର୍ଣ୍ଣନା କରାଯାଇଛି । 
  6. ତ୍ରେତୟା ଯୁଗରେ ସୁମିତ୍ରା ନନ୍ଦନ ଲକ୍ଷ୍ମଣଙ୍କୁ ଶେଷନାଗଙ୍କ ଅବତାର ଭାବେ କୁହାଯାଇଥିବା ବେଳେ ଦ୍ୱାପରରେ ବଳଭଦ୍ର ବଳରାମ ଅନନ୍ତ ନାମରେ ପରିଚିତ ।

ଅନନ୍ତ ବ୍ରତର ମାହାତ୍ମ୍ୟ

ମହାଭାରତ ସମୟରେ ଏହି ବ୍ରତର ଆରମ୍ଭ ହୋଇଥିଲା ବୋଲି କୁହାଯାଇଥାଏ । ଯେତେବେଳେ ପାଣ୍ଡଵ ମାନେ ଜୁଆରେ ନିଜର ସର୍ବସ୍ୱ ହରାଇ ବଣରେ ବୁଲୁଥିଲେ ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଏହି ଅନନ୍ତ ଚତୁର୍ଦ୍ଦଶୀ ବ୍ରତ ପାଳନ କରିବା ପାଇଁ କହିଥିଲେ । ଶ୍ରୀକୃଷ୍ଣ କହିଥିଲେ ‘ହେ ଯୁଧିଷ୍ଠିର , ତୁମେ ବିଧି ପୂର୍ବକ ଅନନ୍ତ ବ୍ରତର ପାଳନ କର । ଏହାଦ୍ୱାରା ତୁମର ସାରା ସଙ୍କଟ ଦୂର ହୋଇଯିବ । ଏବଂ ତୁମର ହରାଇଥିବା ରାଜ୍ୟ ତୁମକୁ ପୁଣିଥରେ ପ୍ରାପ୍ତ ହେବ’ । ଶ୍ରୀକୃଷ୍ଣଙ୍କ ଆଜ୍ଞାରେ ଯୁଧିଷ୍ଠିର ଅନନ୍ତ ଭଗବାନଙ୍କ ବ୍ରତ ପାଳନ କରିଥିଲେ । ଯାହା ପ୍ରଭାବରେ ପାଣ୍ଡବମାନେ ମହାଭାରତ ଯୁଦ୍ଧରେ ବିଜୟୀ ହୋଇଥିଲେ ଏବଂ ଚିରକାଳ ରାଜ୍ୟ ଶାସନ କରିଥିଲେ ।

  1. ବ୍ରତ ଅନୁଯାୟୀ ସତ୍ୟଯୁଗରେ ବିଶିଷ୍ଟ ଗୋତ୍ରରେ ସିମନ୍ତ ନାମରେ ଜଣେ ବ୍ରାହ୍ମଣ ଥିଲେ । ତାଙ୍କର ପତ୍ନୀ ଥିଲେ ଭୃଗୁ କନ୍ୟା ଦୀକ୍ଷା । ଉଭୟଙ୍କ ମିଳନରୁ ସୁଶୀଳା ନାମରେ ଏକ କନ୍ୟା ଜନ୍ମିଥିଲା । ଦିନାନ୍ତରେ ଜ୍ଜର ରୋଗରେ ପଡ଼ି ଦୀକ୍ଷା ଦେହତ୍ୟାଗ କରିବାରୁ ସୁମନ୍ତ ବ୍ରାହ୍ମଣ ଧର୍ମପୁତ୍ରଙ୍କ କନ୍ୟା କର୍କଶାଙ୍କୁ ଦ୍ୱିତୀୟ ବିବାହ କଲେ । 
  2. ସ୍ୱଭାବରେ ମୁଖରା ଓ କଳିହୁଡି କର୍କଶା ସୁଶିଳା କନ୍ୟାକୁ ମୋଟେ ସହ୍ୟ କରିପାରୁନଥିଲେ । ବୟଃପ୍ରାପ୍ତ ହେବାରୁ ସୁଶୀଳାର ବିବାହ କୌଣ୍ଡିନ୍ୟ ନାମକ ଜଣେ ବ୍ରାହ୍ମଣ ଯୁବକ ସହିତ ସମ୍ପନ୍ନ ହେଲା । କିନ୍ତୁ ଜ୍ୱାଇଁଙ୍କୁ ଯୌତୁକ ନଦେବାକୁ ସ୍ଥିର କରି କର୍କଶା ଘରେ ଥିବା ସବୁ ସାମଗ୍ରୀ ନେଇ ପିତ୍ରାଳୟକୁ ପଳାଇଲେ ।
  3.  ମାତ୍ର ଚାଉଳ ଗଣ୍ଡେ ଯୌତୁକ ଦେଇ ସୁମନ୍ତ ଝିଅ ଜ୍ୱାଇଁଙ୍କୁ ବିଦାୟ ଦେଲେ । ବାଟରେ ଯାଉ ଯାଉ ଏକ ନଦୀତଟରେ ମହିଳାମାନେ ନାଲି ଲୁଗା ପିନ୍ଧି ଏହି ବ୍ରତ ପାଳନ କରୁଥିବା ଦେଖିଲେ । ସୁଶୀଳା ସେମାନଙ୍କଠାରୁ ଶିଖି ନିଜେ ବ୍ରତ କଲେ । ଫଳରେ କୌଣ୍ଡିନ୍ୟଙ୍କ ଘର ଧନରତ୍ନ ଓ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇପଡ଼ିଲା । 
  4. ଦିନେ କୌଣ୍ଡିନ୍ୟ କର୍କଶାଙ୍କ ହାତରେ ଥିବା ସମ୍ପତ୍ତି ନଷ୍ଟ ଭ୍ରଷ୍ଟ ହୋଇଗଲା । କୌଣ୍ଡିନ୍ୟ ପୁଣି ଅନନ୍ତ ବ୍ରତ ପାଳନ କରି ନିଜର ହୃତ ବିଭବ ଫେରି ପାଇଥିଲେ । 
  5. ଏପରିକି ବିଦ୍ୟାଦାନ କରିନଥିବା ବିଦ୍ୟାପତି , ଧେନୁ, କର୍ମଚୋର ବୃଷଭ, ହସ୍ତୀ, ଗଦର୍ଭ ଓ ପୁଷ୍କରିଣୀମାନେ ମଧ୍ୟ ଅନନ୍ତ ବ୍ରତ ପାଳନ କରି ଅଭିଶାପରୁ ମୁକ୍ତ ହୋଇଥିବା ଏହି ଆଖ୍ୟାୟିକାରେ ବର୍ଣ୍ଣନା କରାଯାଇଛି 
  6.  ତେଣୁ ଶ୍ରଦ୍ଧାଳୁମାନେ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି । 
  7. ଭାରତରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଅନନ୍ତଙ୍କ ପୂଜା କରାଯାଉଥିବା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନରୁ ଜନାପଡେ । 
  8. ଭୁବନେଶ୍ୱରର ବିନ୍ଦୁସାଗର କୂଳରେ ଅନନ୍ତ ବାସୁଦେବଙ୍କ ମନ୍ଦିର ଥିବାବେଳେ ଶ୍ରୀମନ୍ଦିରରେ ମଧ୍ୟ ଅନନ୍ତ ପୂଜା ପାଆନ୍ତି । ଅନନ୍ତ ଚତୁର୍ଦ୍ଦଶୀରେ ଏଠାରେ ସ୍ୱତନ୍ତ୍ର ନୀତି ଭୋଗ ବନ୍ଦାପନାଦି କରାଯାଇଥାଏ ।

ଅନନ୍ତ ବ୍ରତର ପୂଜାବିଧି

  1. ଅନନ୍ତ ବ୍ରତ ପିଢ଼ି ପରେ ପିଢ଼ି ଏହା ବଂଶାନୁକ୍ରମେ ପାଳିତ ହୋଇଥାଏ । ଶାଶୁ କରିଥିଲେ ତା’ ବୋହୂ କରେ, ତା ପରେ ତା’ ବୋହୂ କରିଥାନ୍ତି । 
  2. କିଛି ସ୍ଥାନରେ ପୁରୁଷ ନାରୀ ଉଭୟେ ଏ ବ୍ରତ କରିଥାନ୍ତି ।
  3. ଭାଦ୍ରବ ମାସ  ଶୁକ୍ଳ ଚତୁଦର୍ଶୀ  ତିଥି​ରେ  ଏହି  ବ୍ରତକୁ ପାଳନ କରାଯାଏ ।  
  4. ଏହିଦିନ ପ୍ରତ୍ୟୁଷରୁ ନଦୀ କିମ୍ବା ତୀର୍ଥ ଜଳେ ସ୍ନାନ କରି ନୂତନବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାକୁ ପୂଜା କରାଯାଏ । ଏହି ସମୟରେ ଅଷ୍ଟକୁଳା ନାଗଙ୍କୁ ମଧ୍ୟ ପୂଜା କରାଯାଇଥାଏ । 
  5. ପ୍ରଭୁ  ବିଷ୍ଣୁଙ୍କୁ  ଗୁଆ ହଳଦୀ ପାଣି    ଧୋଇ  ମୁରୁଜ  ଚିତା ପକାଇ  ଚିତା   ବସାଇ ଶୁଭ ମନାସିଥିଲେ  ବ୍ରତଧାରୀ ।
  6. ଏହିଦିନ ପ୍ରତ୍ୟୁଷରୁ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରି ଶାଳଗ୍ରାମ ଶିଳା ବା ଧାତୁ ନିର୍ମିତ ଅନନ୍ତଙ୍କ ପ୍ରତିମାକୁ ପୂଜା କରାଯାଏ । 
  7. ଅନନ୍ତ ଦେବଙ୍କ ପ୍ରତିମା ଚତୁର୍ଭୁଜ ବିଶିଷ୍ଟ ହେବା ଆବଶ୍ୟକ । ତାଙ୍କର ଶରୀର ଓ ବସ୍ତ୍ର ଶୁକ୍ଳବର୍ଣ୍ଣ । 
  8. ନାନା ରତ୍ନାଳଙ୍କାର ସହିତ ଚାରିଭୁଜରେ ଶଙ୍ଖ ଚକ୍ର ଗଦା ଓ ପଦ୍ମ ଆଦି ଆୟୁଧ ମାନ ସେ ଧାରଣ କରିଥାନ୍ତି । 
  9. ବ୍ରତ ପାଳନ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ସ୍ନାନ ଓ ଦୌତବସ୍ତ୍ର ପରିଧାନାନ୍ତେ ଗୋଟିଏ ପଦ୍ମ ମଣ୍ଡଳ ବା ଭଦ୍ର ମଣ୍ଡଳରେ ଶାଳଗ୍ରାମ ବା ଧାତୁ ପ୍ରତିମାଙ୍କୁ ରଖି ବିବିଧ ଉପଚାରରେ ପୂଜା କରାଯାଏ । 
  10.  ଅନନ୍ତ ବ୍ରତରେ ଚାର, ସତ୍ୟ  ଆମ୍ବ,  କେନ୍ଦୁ ,  ପିସ୍ତା,  କାଇଁଚି କୋଳି, କନିଅର ଭଳି ୧୪  ପ୍ରକାର ଫୁଲ ଫଳରେ ପୂଜା କରିବାର  ପରମ୍ପରା ରହିଛି ।  । 
  11. ପୁରୁଣାବ୍ରତକୁ ଫିଟାଇ କଞ୍ଚା କ୍ଷୀରରେ ପକାଇ ବିସର୍ଜନ କରିବା ପରେ ନୂଆ ବ୍ରତକୁ ଧାରଣ କରାଯାଏ । 
  12. ପୁରୁଷମାନେ ଦକ୍ଷିଣ ହସ୍ତ ବାହୁମୂଳ ଓ ସ୍ତ୍ରୀ ଲୋକମାନେ ବାମହସ୍ତ ବାହୁମୂଳରେ ଏହି ବ୍ରତକୁ ଧାରଣ କରନ୍ତି । ବ୍ରତଧାରୀମାନେ କୁଶାଗ୍ରରେ ଚନ୍ଦନଦ୍ୱାରା ସର୍ପାକୃତି ଅନନ୍ତଙ୍କ ପ୍ରତିମା ନିର୍ମାଣ କରି ଏହା ଧୋଇ ସେହି ପାଦକ ପାନ କରନ୍ତି । 
  13. ଥରେ ଆରମ୍ଭ କଲେ ୧୪ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠାର ସହିତ ଏହି ବ୍ରତ ପାଳନ କରାଯାଏ ବୋଲି ବ୍ରତ ପାଳନକାରୀମାନେ ମତ ଦିଅନ୍ତି । 
  14. ଏହି ଅନନ୍ତ ବ୍ରତ ଅତୀବ ପୁଣ୍ୟପ୍ରଦ ଅଟେ । ପାପାଚରଣ ନକରି ଧାର୍ମିକ ଜୀବନଚର୍ଯ୍ୟା ପାଇଁ ମଧ୍ୟ ଏହି ଅନନ୍ତବ୍ରତରୁ ଉପଦେଶ ମିଳେ ।

ଭଗବାନ ଶ୍ରୀହରିଙ୍କ ୧୪ ଲୋକର ପ୍ରତୀକ ୧୪ ଗଣ୍ଠି

ଏହି ବ୍ରତରେ ସୂତାକୁ କୁଙ୍କୁମରେ ରଙ୍ଗାଇ ୧୪ ଗଣ୍ଠି ଦିଆଯାଇଥାଏ । ଏହାପରେ ଏହାକୁ ବିଧି ବିଧାନ ଅନୁଯାୟୀ ପୂଜା କରିବା ସହିତ ହାତରେ ବନ୍ଧା ଯାଇଥାଏ । ହାତରେ ବନ୍ଧା ଯାଇଥିବା ଏହି ବ୍ରତକୁ ଅନନ୍ତ କୁହାଯାଇଥାଏ । ଭଗବାନ ବିଷ୍ଣୁଙ୍କ ରୂପରେ ମାନୁଥିବା ଏହି ବ୍ରତକୁ ରକ୍ଷାସୁତ୍ର ମଧ୍ୟ କୁହାଯାଇଥାଏ । ଏହି ୧୪ ଗଣ୍ଠି ଭଗବାନ ଶ୍ରୀହରିଙ୍କ ୧୪ ଲୋକର ପ୍ରତୀକ ବୋଲି କୁହାଯାଇଥାଏ । ଏହି ଅନନ୍ତ ରୁପି ବ୍ରତକୁ ପୂଜାରେ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରି ବ୍ରତକୁ ନିଜ ବାହୁରେ ବନ୍ଧାଯାଏ ।

Post a Comment

0 Comments