ରକ୍ଷା ବନ୍ଧନ ଥାଳିରେ ଏହି ଜିନିଷ ନିଶ୍ଚୟ ରଖନ୍ତୁ । ଏବଂ ଜାଣନ୍ତୁ ଏହାର ମହତ୍ତ୍ୱ

 ରକ୍ଷା ବନ୍ଧନ ଥାଳିରେ ଏହି ଜିନିଷ ନିଶ୍ଚୟ ରଖନ୍ତୁ   । ଏବଂ ଜାଣନ୍ତୁ ଏହାର ମହତ୍ତ୍ୱ

ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମାରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଏ । ଏହିଦିନ ଭାଇ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ଥାଆନ୍ତି । ଦୀର୍ଘାୟୁ,ସୁଖସମୃଦ୍ଧି,ସଫଳତାର କାମନା କରିଥାଆନ୍ତି । ଏହି ପର୍ବ ଭାଇଭଉଣୀଙ୍କ ପବିତ୍ର ସମ୍ପର୍କ,ସ୍ନେହ ଓ ଭଲ ପାଇବାର ପ୍ରତୀକ। ତେବେ ଜାଣନ୍ତୁ ରାକ୍ଷୀ ବାନ୍ଧିବା ସମୟରେ କିଛି ସରଳ ନିୟମର ପାଳନ କରିବା ନିତାନ୍ତ ଆବଶ୍ୟକ...

ରାକ୍ଷୀ ପୂର୍ଣ୍ଣିମାର ନିୟମ

  1. ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।
  2. ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଏହି ପବିତ୍ର ପୂର୍ଣ୍ଣିମା ଅବସରରେ ଭଉଣୀମାନେ ଭାଇମାନଙ୍କ ମଙ୍ଗଳ କାମନା କରିଥାଆନ୍ତି ।
  3. ଏହି ଦିନ ବ୍ରାହ୍ଣଣମାନେ ମଧ୍ୟ ବେଦ ପାଠ ଆରମ୍ଭ କରନ୍ତି ତେଣୁ ଏହି ଦିନରେ ପାଠପଢା ଆରମ୍ଭ କଲେ ପିଲାମାନେ ଉତ୍ତମ ପାଠ ପଢନ୍ତି ବୋଲି ବିଶ୍ୱାସ ରହିଛି । 
  4. ପୂରାଣ ଶାସ୍ତ୍ର ଅନୁସାରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରାଯାଇ ସମସ୍ତ ମାଙ୍ଗଳିକ କାମ କରାଯାଏ । ତେଣୁ ଏହି ପବିତ୍ର ବନ୍ଧନରେ ମଧ୍ୟ ଭଭଣୀ ଭାଇକୁ ଉତ୍ତର କିମ୍ବା ପୂର୍ବ ମୁଖା କରି ବସାଇ ତାହା ଡାହାଣ ହାତରେ ରାକ୍ଷୀ ବାନ୍ଧିଥାଏ । 
  5. ଏହି ଦିନ ଭାଇ ଏବଂ ଭଉଣୀକୁ ଉତ୍ତର ଦିଗ ଏବଂ ପଶ୍ଚିମ ଦିଗରେ ଯାତ୍ରା କରିବା ଅନୁଚିତ୍ ।
  6. ଭାଇଙ୍କ ମଥାରେ ତିଳକ, ଚନ୍ଦନ, ଅକ୍ଷତ ଲଗାନ୍ତୁ । ମାତ୍ର ଅକ୍ଷତ (ଅରୁଆ ଚାଉଳ) ଗୋଟା ହେବା ଉଚିତ ।
  7. ରାକ୍ଷୀ ବାନ୍ଧିବା ପୂର୍ବରୁ ଏଥିରେ ୩ଟି ଗଣ୍ଠି ପକାନ୍ତୁ। ଏହା ମୁଖ୍ୟତଃ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱରଙ୍କୁ ସମର୍ପିତ। ଏହାସହ ଏହି ୩ଟି ଗଣ୍ଠିରୁ ପ୍ରଥମ ଗଣ୍ଠି ଦୀର୍ଘାୟୁ, ୨ୟ ଗଣ୍ଠି ସୁଖସମୃଦ୍ଧି ଓ ୩ୟ ଗଣ୍ଠି ସର୍ମ୍ପକରେ ମଧୁରତା ଆଣିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରକ୍ଷା ବନ୍ଧନ ଥାଳିରେ ଏହି ଜିନିଷ ନିଶ୍ଚୟ ରଖନ୍ତୁ ।

ତିଳକ – ନିଜ ରାକ୍ଷୀ ଥାଳିରେ ତିଳକ ନିଶ୍ଚୟ ରଖନ୍ତୁ  । ତିଳକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଭାଇର ମଥାରେ ତିଳକ ଲଗାଇବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଚନ୍ଦନ ମଧ୍ୟ ରଖନ୍ତୁ । ଏହାଦ୍ୱାରା ଭଗବାନ ବିଷ୍ଣୁ ଓ ପ୍ରଭୁ ଗଶେଶଙ୍କ ଆଶୀର୍ବାଦ ମିଳିଥାଏ । ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
ଅକ୍ଷତ – ହିନ୍ଦୁ ପୂଜାରେ ଅକ୍ଷତର ବ୍ୟବହାର ବିଶେଷ ଭାବେ କରାଯାଇଥାଏ । ଚାଉଳରେ ସିନ୍ଦୂର ମିଶାଇ ତିଳକ ସହ ମିଶାଇ ଲଗାନ୍ତୁ । ଏହାଦ୍ୱାରା ଭଗବାନ ରାମ ଓ ଶିବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।
ରାକ୍ଷୀ - ରାକ୍ଷୀ ବିନା ଏହି ପର୍ବ ସମ୍ପୂର୍ଣ୍ଣ ନୁହେଁ । ଥାଳିରେ ରେଶମୀ ସୂତାର ରାକ୍ଷୀ ନିଶ୍ଚୟ ରଖନ୍ତୁ । ଭାଇଙ୍କ ହାତରେ ବାନ୍ଧିବା ପୂର୍ବରୁ ଭଗବାନଙ୍କ ନିକଟରେ ନିଶ୍ଚୟ ରଖନ୍ତୁ  ଏହା ଦ୍ୱାରା ଭାଇଭଉଣୀଙ୍କ ମଧ୍ୟରେ ସର୍ବଦା ସ୍ନେହ ରହିଥାଏ ।
ଦୀପ - ରାକ୍ଷୀ ଥାଳିରେ ଦୀପ ନିଶ୍ଚୟ ରଖନ୍ତୁ। ଦୀପର ଉଜ୍ଜ୍ୱଳତା ଭଳି ଜୀବନରେ ମଧ୍ୟ ଏହା ଆଲୋକ ଭରି ଦେଇଥାଏ । ପ୍ରଥମେ ଭାଇଙ୍କୁ ଆଳତୀ କରି ରାକ୍ଷୀ ବାନ୍ଧନ୍ତୁ  ।

Post a Comment

0 Comments