ରାକ୍ଷୀ ପୂର୍ଣ୍ଣିମାରେ ଆପଣାନ୍ତୁ ଏହି ଉପାୟ
ରକ୍ଷା ବନ୍ଧନ ବା ରାକ୍ଷୀପୂର୍ଣ୍ଣିମା ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବା ସହ ପରସ୍ପର ପାଇଁ ପ୍ରାର୍ଥନା କରିଥାଆନ୍ତି । ଏହାସହ ଏହି ଦିନ କିଛି ଉପାୟ କରିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ ଓ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ ।
ଏହି ଦିନରେ ପାଳନ କରାଯାଉଥିବା ଅନ୍ୟାନ୍ୟ ପର୍ବପର୍ବାଣି
ବଳରାମ ଜୟନ୍ତୀ
- କୃଷ୍ଣଙ୍କ ବଡ଼ ଭାଇ ଭଗବାନ ବଳରାମ ଏହି ଦିନ ଅବତୀର୍ଣ୍ଣ ହୋଇଥିଲେ, ତେଣୁ ଏହି ଦିନଟିକୁ ବଳରାମ ଜୟନ୍ତୀ ରୂପେ ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ ।
- ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି ।
- ବ୍ରାହ୍ମଣମାନେ ଏହି ଦିନ ମନ୍ତୁ ରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି ।
ଗହ୍ମା ପୂର୍ଣ୍ଣିମା
ଏହି ଦିନ ସବୁ ପାଳିତ ପଶୁ ଗାଈ, ଗୋରୁ ଆଦିଙ୍କୁ ସଜାଯାଏ ଏବଂ ପୂଜା କରାଯାଏ । ବିଭିନ୍ନ ପ୍ରକାରର ପିଠା ଓ ମିଠା ତିଆରି କରାଯାଏ ଏବଂ ପରିବାର, ବନ୍ଧୁ ବାନ୍ଧବମାନଙ୍କ ମଧ୍ୟରେ ବଣ୍ଟାଯାଏ ।
ଝୁଲଣ ପୂର୍ଣ୍ଣିମା/ ଝୁଲଣ ଯାତ୍ରା
ଶ୍ରାବଣ ମାସରେ ଶୁକ୍ଳ ପକ୍ଷ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ୭ଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ । ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି । ରାଧା କୃଷ୍ଣଙ୍କୁ ଝୁଲଣରେ ସଜାଯାଇ ଦୋଳି ଖେଳା ଯାଇଥାଏ ।
ରାକ୍ଷୀ ପୂର୍ଣ୍ଣିମାରେ ଆପଣାନ୍ତୁ ଏହି ଉପାୟ
- ରକ୍ଷା ବନ୍ଧନ ଦିନ ପୂର୍ଣ୍ଣିମା ହୋଇଥାଏ । ଚନ୍ଦ୍ରମା ଶ୍ରାବଣ ନକ୍ଷତ୍ରରେ ରହିଥାଆନ୍ତି । ଏହି ଦିନ ଚନ୍ଦ୍ରମାଙ୍କର ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ ।
- ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇକୁ ନିଜ ଭଉଣୀ ହାତରୁ ଏକ ଗୋଲାପି ରଙ୍ଗର କପଡ଼ାରେ ଚାଉଳ, ଗୁଆ ଓ ଏକ ଟଙ୍କା ନିଅନ୍ତୁ । ଏବେ ନିଜର ସକ୍ଷମ ଅନୁଯାୟୀ ଭଉଣୀକୁ ବସ୍ତ୍ର, ଟଙ୍କା କୌଣସି ଉପହାର ଦିଅନ୍ତୁ। ପୂର୍ବରୁ ରଖିଥିବା ଗୋଲାପି କପଡ଼ାକୁ ସଠିକ ସ୍ଥାନରେ ରଖି ଦିଅନ୍ତୁ । ଯେପରି ତାହା କାହା ନଜରରେ ଆସୁନଥିବ। ଏପରି ଉପାୟ କରିବା ଦ୍ୱାରା ଧନବୃଦ୍ଧି ହୋଇଥାଏ ।
- ରକ୍ଷାବନ୍ଧନ ଦିନ ଚନ୍ଦ୍ରଦେବ ଓ ପ୍ରଭୁ ଶିବଙ୍କର ପୂଜାକରିବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ଶାନ୍ତି ରହିଥାଏ ।
- ଭାଇଙ୍କୁ ନକରାତ୍ମକ ଶକ୍ତିରୁ ରକ୍ଷା କରିବାକୁ ତାଙ୍କ ମସ୍ତକ ଉପରେ ଏକ ଫିଟିକିିରିକୁ ୭ ଥର ବୁଲାଇ କୌଣସି ଚୁଲି କିମ୍ବା ରାସ୍ତା ଉପରେ ପକାଇ ଦିଅନ୍ତୁ ।

.jpg)
0 Comments
Do you have any doubts or suggestions? Ask them here in the comments!