ଜାଣନ୍ତୁ ଅମାବାସ୍ୟାରେ ଜନ୍ମ ହେବା ଶୁଭ ନା ଅଶୁଭ
ଯେତେ ବେଳେ ଏକ ମନୁଷ୍ୟ ର ଜନ୍ମ ହେଇ ଥାଏ ତା ଜନ୍ମ କୁ ନେଇ ସମସ୍ତେ ଖୁସି ହୋଇ ଥାଆନ୍ତ, ଘରେ ଏକ ଖୁସି ର ସୁଅ ଛୁଟିଥାଏ | ତେବେ ଆପଣମାନେ ତ ଜାଣି ଥିବେ ଯେ ପ୍ରାୟ ଲୋକ କୁହନ୍ତି ଅମାବାସ୍ୟା ରେ କେହି ଯଦି ଜଣେ ଜନ୍ମ ହୁଏ ତେବେ ତାହା ବହୁତ ଅଶୁଭ ହୋଇଥାଏ |
ଆମ ସମସ୍ତେ ଭାବିଥାଉ କି ଅମାବାସ୍ୟା ଏକ ଅଶୁଭ ଦିନ ଅଟେ । ଏହି ଦିନ ରେ ଦୈବୀକ ଶକ୍ତି କମ ଓ ସୈତାନ ଶକ୍ତି ବେଶୀ ରହିଥାଏ । ସକାରତ୍ମକ ଠାରୁ ନକାରତ୍ମକ ଜିନିଷ ବେଶୀ ରହିଥାଏ । ଏହି ଦିନ ରାତିରେ ତାନ୍ତ୍ରିକ ମାନେ ପ୍ରେତ ଶକ୍ତି, ଆଦିଙ୍କୁ ପୂଜା କରିଥାନ୍ତି । ତେଣୁ ଏହି ଦିନ ଜନ୍ମିତ ଝିଅ ବା ପୁଅ ମାନେ ଅଶୁଭ ଅଟନ୍ତି । ସେମାନେ ଅମାବାସ୍ୟାରେ ଜନ୍ମ ତେଣୁ ସେମାନେ ନକାରତ୍ମକ ଶକ୍ତିର ଧାରକ ଏବଂ ଅଶୁଭ ଅଟନ୍ତି ।
ଅମାବାସ୍ୟାରେ ଜନ୍ମ ହେବା ଶୁଭ ନା ଅଶୁଭ
- କିନ୍ତୁ ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ କୌଣସି ପୁରାଣ ଶାସ୍ତ୍ରରେ ଲେଖା ଯାଇ ନାହିଁ କି ଅମାବାସ୍ୟା ଖରାପ ଦିନ ଅଟେ ।
- ଓଡ଼ିଆ ପାଞ୍ଜି ରେ ଆପଣ ଦେଖିବେ ଅମାବାସ୍ୟା ଦିନ ରେ ମଧ୍ୟ ମହେନ୍ଦ୍ର ବେଳା, ଅମୃତ ବେଳା, କାଳ ବେଳା ଆଦି ରହିଥାଏ । ଅନ୍ୟ ଦିନରେ ମଧ୍ୟ ଅମୃତ, ମହେନ୍ଦ୍ର, କାଳ ବେଳା ଆଦି ରହିଥାଏ ।
- ତେଣୁ ଅମାବାସ୍ୟା ମଧ୍ୟ ଅନ୍ୟ ଦିନ ଭଳି ସମାନ ଅଟେ । ତେଣୁ ଯେଉଁ ସନ୍ତାନ ଜାତ ହୁଏ ତାହାର ଜନ୍ମ ବେଳାକୁ ଦେଖି ତାହାର ପ୍ରକୃତି ହୋଇଥାଏ ।
- ସେହି ଦିନ ଅଲଗା ଭାବିବା ଏକ ପ୍ରକାରର ମୂର୍ଖାମୀ ହୋଇଥାଏ |
- ଯଦି ସନ୍ତାନ ଅମୃତ ବେଳାରେ ଜନ୍ମ ହୋଇଥାଏ ତେବେ ସେ ଦୈବୀକ ସ୍ଵଭାଵର ହୋଇଥାଏ ଯଦି କାଳ ବେଳାରେ ଜନ୍ମ ହୋଇଥାଏ ତେବେ ସେହିପରି ତାହାର କାର୍ଯ୍ୟ ଓ ସ୍ଵଭାଵ ହୋଇଥାଏ ବା ତାର ସ୍ଵଭାବ ରେ କିଛି ଅଲଗା ପରିବର୍ତ୍ତନ ଆସି ଥାଏ ।
- ତେଣୁ ପିଲାଟିର ଜନ୍ମ କେଉଁ ଦିନରେ ହୋଇଛି ଏହା ମୁଖ୍ୟ ନୁହେଁ ସେ କେଉଁ ବେଳା ରେ ଜନ୍ମ ହୋଇଛି ତାହାକୁ ନେଇ ତାର ସ୍ଵଭାବ ନିର୍ଣ୍ଣୟ କରାଯିବ |
ତେଣୁ ଜିଏବି ଜାତକ ବନେଇଥାନ୍ତି ସେ ପ୍ରଥମେ ଜନ୍ମ ସମୟ ପଚାରିଥାନ୍ତି । ବାକି ରହିଲା ଅମବାସ୍ୟା ରେ ତାନ୍ତ୍ରିକ ଆଦିଙ୍କ ପୂଜା ତ ସେଇଟା ସେମାନେ ସବୁ ଦିନ କରିଥାନ୍ତି ସେମାନେ ନିଜ ସମୟ ବା ଉଚିତ ବେଳା ଦେଖି କରିଥାନ୍ତି । ଅମବାସ୍ୟା କୃଷ୍ଣ ପକ୍ଷ ଓ ଶୁକ୍ଳ ପକ୍ଷ ର ମିଶ୍ରିତ ଦିନ ଅଟେ । ତେଣୁ ଏହା ମଧ୍ୟ ଭଲ ଦିନ ଅଟେ ।
୧୨ ଟି ଅମବାସ୍ୟାର ମହତ୍ତ୍ୱ
ଆମ ଓଡ଼ିଆ ମାସରେ ୧୨ ଟି ମାସରେ ୧୨ ଟି ଅମାବାସ୍ୟା ପଡିଥାଏ ।
- ବୈଶାଖ ମାସର ଅମାବାସ୍ୟାକୁ ରୁକ୍ମଣୀ ଅମାବାସ୍ୟା କୁହାଯାଏ ।
- ଜ୍ୟେଷ୍ଠ ମାସର ଅମାବାସ୍ୟାରେ ସାବିତ୍ରୀ ବ୍ରତ କରାଯାଏ ତେଣୁ ଏହାକୁ ସାବିତ୍ରୀ ଅମାବାସ୍ୟା କୁହାଯାଏ ।
- ଆଷାଢ଼ ମାସର ଅମାବାସ୍ୟାକୁ ଉଭା ଅମାବାସ୍ୟା କୁହାଯାଏ ଏହି ଦିନ ଅଣସର ଘରେ ମହାପ୍ରଭୁ ରହିବା ପରେ ଏହିଦିନ ଭକ୍ତମାନେ ପ୍ରଭୁଙ୍କୁ ଅଲାରନାଥରେ ଦର୍ଶନ କରନ୍ତି ।
- ଶ୍ରାବଣ ମାସର ଅମାବାସ୍ୟାକୁ ଚିତାଲାଗି ଅମାବାସ୍ୟା କୁହାଯାଏ ଏହି ଦିନ ମହାପ୍ରଭୁଙ୍କୁ ଚିତା ଲଗାଯାଏ ।
- ଭାଦ୍ରବ ମାସର ଅମାବାସ୍ୟାରେ ମହାପ୍ରଭୁଙ୍କୁ ସପ୍ତପୁରୀ ଭୋଗ କରାଯାଏ ଏହାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ ।
- ଆଶ୍ୱିନ ମାସର ଅମାବାସ୍ୟାକୁ ମହାଳୟା କୁହାଯାଏ ଏହାର ମହତ୍ୱ ଆମ ସମସ୍ତଙ୍କୁ ଜଣା ।
- କାର୍ତ୍ତିକ ମାସର ଅମାବାସ୍ୟାରେ ମା ଶ୍ୟାମା କାଳୀଙ୍କ ପୂଜା କରାଯାଏ ଏହାକୁ ଦୀପାବଳି କୁହାଯାଏ ।
- ମାର୍ଗଶିର ଏହି ମାସର ଅମାବାସ୍ୟା ନାମ ହେଉଛି ମହୋଦଧି ଅମାବାସ୍ୟା । ଏହି ଦିନ ଦେଵତା ମାନେ ଦୀପାବଳି ପାଳନ କରନ୍ତି ।
- ପୌଷ ମାସର ଅମାବାସ୍ୟାକୁ ବଉଳ ଅମାବାସ୍ୟା କୁହାଯାଏ ଏହି ଦିନ ମହାପ୍ରଭୁଙ୍କ ପାଖରେ ବଉଳ ଭୋଗ ଲାଗିଥାଏ ।
- ମାଘ ମାସ ର ଅମାବାସ୍ୟା କୁ ତ୍ରିବେଣୀ ଅମାବାସ୍ୟା କୁହାଯାଏ ଏହି ଦିନ ମା ବିରଜାଙ୍କ ଜନ୍ମ ହୋଇଥିଲା ।
- ଫାଲଗୁନ ମାସର ଅମାବାସ୍ୟାକୁ ଫାଲଗୁନ ଅମାବାସ୍ୟା କୁହାଯାଏ ।
- ଚୈତ୍ର ଅମାବାସ୍ୟାରେ ବାସନ୍ତୀ ଦୁର୍ଗାଙ୍କର ନବଦିନ ଆରମ୍ଭ ହୋଇଥାଏ ଏହାକୁ ମଧୁ ଅମାବାସ୍ୟା କୁହାଯାଏ ।
ତେଣୁ ଯେଉଁ ଅମବାସ୍ୟା ରେ ଦେବାଦେବୀଙ୍କର ଏତେ ପବିତ୍ର କାର୍ଯ୍ୟ କରାଯାଇଛି ତାହା କେବେବି ଖରାପ ନୁହେଁ ।


0 Comments
Do you have any doubts or suggestions? Ask them here in the comments!