ଜାଣନ୍ତୁ ବାଲି ତୃତୀୟା ବା ତୀଜ ବ୍ରତର କିପରି କରିବେ ପୂଜାବିଧି

ଜାଣନ୍ତୁ ବାଲି ତୃତୀୟା ବା ତୀଜ ବ୍ରତର କିପରି କରିବେ ପୂଜାବିଧି

ବାଲି ତୃତୀୟା, ଭିନ୍ନ ଏକ ଓଡ଼ିଆ ପରମ୍ପରା । ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ ବାଲି ତୃତୀୟା ବ୍ରତ । ଏହି ପର୍ବ ଭାରତ ବର୍ଷରେ କେବଳ ଓଡ଼ିଶାରେ ହିନ୍ଦୁ ତଥା ବିଶେଷ କରି ବ୍ରାହ୍ମଣ ପରିବାରର ଗୁଡ଼ିକରେ ପାଳନ କରାଯାଏ ।

ମହତ୍ତ୍ୱ

  1. ବାଲି ତୃତୀୟା ବ୍ରତ , ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ । ବିବାହିତା ନାରୀମାନେ ସ୍ୱାମୀଙ୍କ ଦୀର୍ଘ, ନିରାମୟ ଜୀବନ କାମନା କରି ଏହି ବ୍ରତ ରଖିଥାନ୍ତି । 
  2. କେତେକ ସ୍ଥାନରେ ଅବିବାହିତା ଝିଅମାନେ ମଧ୍ୟ ସର୍ବଗୁଣସମ୍ପନ୍ନ ପତି କାମନା କରି ଏହି ବ୍ରତ ପାଳନ କରନ୍ତି ।
  3. ଏହି ବ୍ରତର ଆରାଧ୍ୟ ଦେବତା ହେଉଛନ୍ତି ମହାଦେବ । ମହାଦେବ ଯେପରି ଆଶୁତୋଷ ସେମିତି ବି ରୁଦ୍ର । ତେଣୁ ଏହି ବ୍ରତକୁ ନିଷ୍ଠାର ସହ ପାଳନ କଲେ ଅନେକ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି । 
  4. ମା' ପାର୍ବତୀ ମୃତ୍ୟୁଞ୍ଜୟୀ ଶିବଙ୍କୁ ପତି ରୂପେ ପାଇବା ପାଇଁ କୈଳାସ ପର୍ବତରେ କଠୋର ତପ କରିଥିଲେ । ପାର୍ବତୀଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇ ତାଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଥିଲେ ।

ଜଳାଶୟରୁ ଆର୍ଦ୍ର ବାଲୁକା ଆଣି ତ‌ହିଁରେ ଶକ୍ତି ସ‌ହିତ ଶିବଲିଙ୍ଗ ପ୍ରସ୍ତୁତ କରି ସଂକ‌ଳ୍ପ କରିବ, 

ମନ୍ତ୍ର - ଦେଶକାଳ ବାକ୍ୟାନନ୍ତରଂ ମମ ଇହଜନ୍ମାନି ବାଞ୍ଛିତୀର୍ଥ ଫଳପ୍ରାପ୍ତି ପୂର୍ବକଂ ଶିବଲୋକ ପାପ୍ତ୍ୟର୍ଥଂ ଉମାମହେଶ୍ୱର ପୂଜାକର୍ମ ପୂର୍ବକଂ ତୀଜ ବ୍ରତକଥା ଶ୍ରବଣୀ ମହଂ କୁର୍ବୟ ତ‌ତଃ ଆଚାର୍ଯ୍ୟବରଣଂ ।

ପୂଜା ବିଧି

ପୂଜାମନ୍ତ୍ରୋ ଯଥା - ଶିବୟୈ ସର୍ବମାଙ୍ଗଲ୍ୟୈ ଶିବାୟ ସତ‌ତଂ ନମଃ । ଶିବେସର୍ବପ୍ରଦାତ୍ରି ତ୍ୱଂ ଶିବରୂପେ ନମୋନମଃ । ଇତି ମନ୍ତ୍ରେଣ ପଞ୍ଚୋପଚାରୈଃ ପୂଜ‌ୟେତ୍ । ପାପୋହଂ । ପାପକର୍ମାହଂ । ଇତି । ନମସ୍କାରଃ ।

ଉମାମହେଶ୍ୱରାଭ୍ୟାଂ ନମଃ

     'ମନ୍ଦାରମାଳା ପରିଶୋଭିତାୟୈ, କପାଳମାଳାଙ୍କିତ ଶିଖରାୟ ।

            ଦିବ୍ୟାମ୍ବରାୟୈ ଚ ଦିଗାମ୍ବରାୟ ନମଃ, ଶିବାୟୈ ଚ ନମଃ ଶିବାୟ ।' ଏହା ବୋଲି ପୁଷ୍ପାଞ୍ଜଳି ଦେବ ।

  1. ଅତି ନିଷ୍ଠାର ସହ ତୃତୀୟା ଦିନ ସୂର୍ଯ୍ୟୋଦୟଠାରୁ ଚତୁର୍ଥୀ ଦିନ ପ୍ରତ୍ୟୁଷ ପର୍ଯ୍ୟନ୍ତ ଉପବାସ ରହିବାକୁ ହୁଏ । 
  2. ଜଳସ୍ପର୍ଶ ନିଷେଧ, ଏପରିକି ଛେପ ଢୋକିବାକୁ ମଧ୍ୟ ବାରଣ କରାଯାଏ ।
  3.  ତେଣୁ ବିବାହିତା ନାରୀମାନେ ବାଲି ତୃତୀୟା ଦିନ ସକାଳେ ନଦୀ ବା ପୁଷ୍କରିଣୀରେ ସ୍ନାନ କରନ୍ତି । 
  4. ପୁଣି ଥରେ ଅପରାହ୍ନରେ ସୂର୍ଯ୍ୟାସ୍ତ ସମୟରେ ଆମ୍ବ ଡାଳରେ ଦାନ୍ତଘଷି, ସ୍ନାନକରି ପାଣିରେ ବୁଡି ସାତ ମୁଠା ବାଲି ଆଣନ୍ତି ।
  5. ସେଥିରେ ଜଳାଶୟ କୂଳରେ ଏକ ଶିବଲିଙ୍ଗ ଏବଂ ଘରେ ମଧ୍ୟ ଏକ ବାଲୁଙ୍କା ଶିବଲିଙ୍ଗ ତିଆରି କରି ପୂଜା କରିଥାନ୍ତି ।
  6. ଫୁଲ, ବେଲପତ୍ର ଚଢ଼ାନ୍ତି । ପାଖରେ ଏକ କଦଳୀ ଗଛ ପୁଆ ପୋତିଥାନ୍ତି ।
  7. ପରଦିନ ଭୋରରୁ ସ୍ନାନ ସମୟରେ ବାଲୁଙ୍କା ବିସର୍ଜନ କରାଯାଏ । 
  8. ନୂତନ ବସ୍ତ୍ର ପରିଧାନ ପୂର୍ବକ ଚତୁର୍ଥୀ ଦିନ ବ୍ରତ ଉଦ୍‌ଯାପନ କରାଯାଏ ।

Post a Comment

0 Comments