ଭାଇଙ୍କ ରାଶି ଅନୁସାରେ ବାଛନ୍ତୁ ରାକ୍ଷୀର ରଙ୍ଗ

ଭାଇଙ୍କ ରାଶି ଅନୁସାରେ ବାଛନ୍ତୁ  ରାକ୍ଷୀର ରଙ୍ଗ

ଭାଇ ଓ ଭଉଣୀ ମଧ୍ୟରେ ସମ୍ପର୍କ ଡୋରିର ପ୍ରତୀକ ହେଉଛି ରାକ୍ଷୀ । ଆଉ ଏହି ରାକ୍ଷୀ ବନ୍ଧନ ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ସୁଦୃଢ କରିଥାଏ ।  ଏହି ଦିନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି ଭଉଣୀମାନେ । ମୁଣ୍ଡରେ ଚନ୍ଦନ ଓ ଲାଲ ରଙ୍ଗର ଟିକା ଲଗାଇଥାଏ ଓ ମିଠା ଖୁଆଇଥାଏ । ଭଉଣୀ ନିଜ ଭାଇର ଦୀର୍ଘାୟୁ କାମନା କରିଥାଏ । ଏହି ପର୍ବଟିକୁ ସମସ୍ତ ହିନ୍ଦୁ ମାନେ ଖୁବ ଆଡ଼ମ୍ବର ସହ ପାଳନ କରିଥାଆନ୍ତି । ଏହି ପର୍ବ ସ୍ନେହ, ପ୍ରେମ, ପବିତ୍ରତା , ସମ୍ମାନ ଆଦିର ସନ୍ଦେଶ ଦେଇଥାଏ । ଏହି ରାକ୍ଷୀରେ ଭଉଣୀର ଭଲ ପାଇବା ,ମଙ୍ଗଳ କାମନା ଜଡ଼ିତ ହୋଇଥାଏ ଯାହା ଏହି ସଂପର୍କକୁ ସୁଦୃଢ଼ କରି ଦେଇଥାଏ ।

କିନ୍ତୁ ଆପଣ ଜାଣିଛନ୍ତି କି ରାକ୍ଷୀ ରାଶି ହିସାବରେ ଭାଇଙ୍କୁ ପିନ୍ଧାଇବା ଦ୍ୱାରା ଶୁଭ ହୋଇଥାଏ । ଆଉ ଭାଇର ଭାଗ୍ୟ ବଦଳିଯାଇଥାଏ । ଏହା ସହ ଭଉଣୀର ମଧ୍ୟ ଦୁଃଖ କଷ୍ଟ ରହି ନ ଥାଏ ।

ରାଶି ଅନୁସାରେ ରାକ୍ଷୀର ରଙ୍ଗ

ମେଷ ରାଶି

ଏହି ରାଶିର ସ୍ୱାମୀ ମଙ୍ଗଳ । ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ କୁମକୁମ କେସରର ତିଳକ କରି ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ । ଏହଦ୍ୱାରା ତାଙ୍କ ଜୀବନରେ ଉତ୍ସାହ ବୃଦ୍ଧି ହୋଇଥାଏ ଏହା ତାଙ୍କୁ ସକରାତ୍ମକ ଉର୍ଜା ପ୍ରଦାନ କରିଥାଏ  |

ବୃଷ ରାଶି

  1. ଏହି ରାଶିର ସ୍ୱାମୀ ଗ୍ରହ ଶୁକ୍ର । ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଶୁକ୍ରଙ୍କ ପ୍ରଭାବରେ ତାଙ୍କ ଜୀବନରେ ସୁଖ-ସମୃଦ୍ଧି ଆଗମନ ହେବ ।
  2. ଧଳା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ   | ଏହା ତାଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ |
  3. ଚାନ୍ଦି କିମ୍ବା ସିଲଭର ରଙ୍ଗର ରାକ୍ଷୀ ଦୁଇମୁଖୀ ରୁଦ୍ରାକ୍ଷ କିମ୍ବା ମୋତି ଥିବା ରାକ୍ଷୀ ବାନ୍ଧନ୍ତୁ । ତିଳକ କରି ବର୍ଫି ମିଠା ଖୁଆନ୍ତୁ ।

ମିଥୁନ ରାଶି

  1. ମିଥୁନ ରାଶିର ସ୍ୱାମୀ ବୁଧ ଗ୍ରହ । ଏହି ରାଶିର ବ୍ୟକ୍ତିଙ୍କୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ । 
  2. ଏହାଦ୍ୱାରା ତାଙ୍କ ଜୀବନରେ ଉନ୍ନତି ଏବଂ ଦୀର୍ଘାୟୁ ପ୍ରାପ୍ତି ହେବ । ଏହା ତାଙ୍କର ବିଚାର ଶକ୍ତି ବୃଦ୍ଧି କରାଇବ |ଏହି ରଙ୍ଗ ବାନ୍ଧିବା ଦ୍ୱାରା ତାଙ୍କୁ ସମସ୍ତ ବିପଦ ସଙ୍କଟରୁ ରକ୍ଷା କରିବ ।
  3.  ପନ୍ନା ଯୁକ୍ତ କିମ୍ବା ସବୁଜ ରଙ୍ଗର ଶୁଆ କିମ୍ବା ପେଣ୍ଡୁଲମ୍ ଯନ୍ତ୍ର ଥିବା ରାକ୍ଷୀ ବାନ୍ଧନ୍ତୁ, ଏହା ଦ୍ୱାରା ଭାଇଙ୍କ ଭାଗ୍ୟ ଏବଂ ରାଜଯୋଗର ବାଟ ଫିଟିଯିବ ଏବଂ ଇଚ୍ଛା ପୂରଣ ହେବ । ମୋତିଚୂର ଲଡ଼ୁ ଖୁଆନ୍ତୁ ।

କର୍କଟ ରାଶି

  1. ଏହି ରାଶିର ସ୍ୱାମୀ ଚନ୍ଦ୍ରମା । ଏହି ରାଶିର ବ୍ୟକ୍ତିଙ୍କୁ ଧଳା ବା ଚାନ୍ଦୀ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏଭଳି କରିବା ଦ୍ୱାରା ତାଙ୍କ ଜୀବନରେ ସୁଖ-ସମୃଦ୍ଧି ଲାଭ ହେବ ।
  2. ଧଳା ରଙ୍ଗ କିମ୍ବା କ୍ରିମ ରଙ୍ଗର ସୂତାରେ ହୋଇଥିବା ମୋତି କିମ୍ବା ଗୋମତୀ ଚକ୍ର ଯୁକ୍ତ ରାକ୍ଷୀ ଭାଇଙ୍କୁ ବାନ୍ଧିଲେ ଭାଗ୍ୟ ଚମକି ଯିବ । କେସର ଯୁକ୍ତ ପାଏସ୍ ଖୁଆନ୍ତୁ ।
  3. କର୍କଟ ରାଶି ଭାଇଙ୍କୁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହି ରଙ୍ଗ ସେମାନଙ୍କ ଜୀବନରେ ସୁଖ-ଶାନ୍ତି ଆଣିଥାଏ ।
  4. ଭାଇଙ୍କର ରାଶି ଯଦି କର୍କଟ ହୋଇଥାଏ ତେବେ ତାଙ୍କୁ ଚିକମିକ ଧଳା କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧନ୍ତୁ ଏହା ଭାବନାତ୍ମକ ସମ୍ପର୍କ ଦୂଢ କରିବ |

ସିଂହ ରାଶି

  1. ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ । ଏହି ରାଶିର ବ୍ୟକ୍ତିଙ୍କୁ ଲାଲ-ହଳଦିଆ  ବା ଗୋଲାପି ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ । ଏହା ତାଙ୍କୁ ନେତୃତ୍ଵ ପ୍ରଦାନ କରିବ |
  2. ଉଦୟ ହେଉଥିବା ସୂର୍ଯ୍ୟ କିମ୍ବା ୭ଟି ଘୋଡ଼ା ବିଶିଷ୍ଟ ରାକ୍ଷୀ ଭାଇଙ୍କୁ ବାନ୍ଧନ୍ତୁ, ଲାଲ ଚନ୍ଦନରେ ତିଳକ କରି ପନିରର ଜିଲାପି ଖୁଆନ୍ତୁ  ।
  3. ଯଦି ଆପଣଙ୍କ ଭାଇର ସିଂହ ରାଶି ହୋଇଥାଏ ତେବେ ତାଙ୍କୁ ଲାଲ୍ କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଉଭୟ ରଙ୍ଗ ଥିବା ରାକ୍ଷୀ ଏହି ରାଶିର ଲୋକଙ୍କ ପାଇଁ ଶୁଭ ହୋଇଥାଏ ।

କନ୍ୟା ରାଶି

  1. ଏହି ରାଶିର ସ୍ୱାମୀ ମଧ୍ୟ ବୁଧ ଗ୍ରହ । ଏହି ରାଶିର ବ୍ୟକ୍ତିଙ୍କୁ ମଧ୍ୟ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ ।
  2. ସବୁଜ ଡୋର ଥିବା ରାକ୍ଷୀ ବାନ୍ଧନ୍ତୁ  । ପିସ୍ତା ଖୁଆନ୍ତୁ ଏବଂ ପିଞ୍ଜରାରେ ବନ୍ଦୀ ଥିବା ଦୁଇଟି ଶୁଆକୁ ମୁକ୍ତ କରି ଦିଅନ୍ତୁ । ଏହା ଦ୍ୱାରା ଭାଗ୍ୟ ଖୋଲିଯିବ, ବ୍ୟବସାୟ ଏବଂ ଚାକିରୀରେ ଲାଭ ମିଳିବ । ୧୦ଟି କିନ୍ନରଙ୍କୁ ସବୁଜ ବସ୍ତ୍ର ଏବଂ ମିଠା ଦିଅନ୍ତୁ ।
  3. କନ୍ୟା ରାଶିର ପୁରୁଷଙ୍କ ପାଇଁ କମଳା ରଙ୍ଗର ରାକ୍ଷୀ ବାନ୍ଧିଲେ ଶ୍ରେଷ୍ଠ ବୋଲି ମନେ କରାଯାଏ । ଏହି ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ତାଙ୍କ ଜୀବନରେ ସାହାସ ଓ ଉତ୍ସାହ ସୃଷ୍ଟି ହୋଇଥାଏ ।

ତୁଳା ରାଶି

  1. ତୁଳା ରାଶିର ସ୍ୱାମୀ ଶୁକ୍ର ଗ୍ରହ । ଏହି ରାଶିର ବ୍ୟକ୍ତିଙ୍କୁ ନୀଳ ବା ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ । ଏହା ନ୍ୟାୟ କରିବାର ଶକ୍ତି ବଢ଼େଇଥାଏ ।
  2. ତୁଳା ଧଳା ଫିରୋଜା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ, କାଜୁର ବର୍ଫି ଖୁଆନ୍ତୁ ।
  3. ତୁଳା ରାଶିର ଲୋକଙ୍କ ପାଇଁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ସହ ଧଳା ରଙ୍ଗର ମିଠା ଖାଇବାକୁ ଦେଲେ ଶୁଭ୍ ହୋଇଥାଏ ।

ବିଛା ରାଶି

  1. ଏହି ରାଶିର ବ୍ୟକ୍ତିଙ୍କୁ ଲାଲ ବା ଗୋଲାପୀ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ । ତାଙ୍କୁ ଚାନ୍ଦିର ରାକ୍ଷୀ ବାନ୍ଧନ୍ତୁ  ଏହା ଶାନ୍ତି ବା ରୋଗରୁ ମୁକ୍ତି ପ୍ରଦାନ କରିବ |
  2. ବାଲସା ମିଠା ଖୁଆନ୍ତୁ, ଲାଲ ଚନ୍ଦନର ଟିକା କରି ଲାଲ, ଗୋଲାପି ଗୁଡ଼ି ଥିବା ରାକ୍ଷୀ ବାନ୍ଧନ୍ତୁ ।

ଧନୁ ରାଶି

  1. ଏହି ରାଶିର ସ୍ୱାମୀ ବୃହସ୍ପତି ଗ୍ରହ । ଏହି ରାଶିର ବ୍ୟକ୍ତିଙ୍କୁ ସୁନେଲୀ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ।
  2. ଲଡ଼ୁ ଏବଂ ​‌ସୁନପାମ୍ପଡ଼ି ଖୁଆନ୍ତୁ, କେସରର ତିଳକ କରି ହଳଦିଆ ରାକ୍ଷୀ ବାନ୍ଧନ୍ତୁ । ବିବାହରେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହେବ ।
  3. ଧନୁ ରାଶିର ଭାଇମାନଙ୍କ ହାତରେ ହଳଦିଆ କିମ୍ବା ସୁନେଲି ରଙ୍ଗର ରାକ୍ଷୀ ବାନ୍ଧିବା ସହ ହଳଦିଆ ରଙ୍ଗର ମିଠା ଖାଇବାକୁ ଦେଲେ ଶୁଭ ହୋଇଥାଏ । ଏପରି କରିବା ଦ୍ୱାରା ଭାଇର ଧନ ବୃଦ୍ଧି ହୋଇଥାଏ ।

ମକର ରାଶି

  1. ମକର ରାଶିର ସ୍ୱାମୀ ଶନି । ଏହି ରାଶିର ବ୍ୟକ୍ତିଙ୍କୁ ଗାଢା ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ।
  2. ଏହି ରାଶିର ଲୋକମାନଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ତାଙ୍କୁ ସମ୍ପତ୍ତି ପ୍ରାପ୍ତ ହୋଇଥାଏ । ଏହା ତାଙ୍କୁ କାର୍ଯ୍ୟରେ ସଫଳତା ପ୍ରଦାନ କରିବ |
  3. ମକର :-ମୟୂର ଥିବା ରାକ୍ଷୀ ବାନ୍ଧନ୍ତୁ, ଜିଲାପି ଖୁଆନ୍ତୁ ।

କୁମ୍ଭ ରାଶି

  1. ଏହି ରାଶିର ସ୍ୱାମୀ ମଧ୍ୟ ଶନି । ଏହି ରାଶିର ବ୍ୟକ୍ତିଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ |
  2. ଆକାଶୀ – ଫିରୋଜା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । ଢ଼ୋକଲା ଖୁଆନ୍ତୁ । ସେମାନଙ୍କ ଜୀବନରେ ଶୁଭଫଳ ମିଳିବ । ଏହା ତାଙ୍କର ମନୋବଳ ବୃଦ୍ଧି କରେ |

ମୀନ ରାଶି

  1. ମୀନ ରାଶିର ବ୍ୟକ୍ତିଙ୍କୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ ।
  2. କେସରର ତିଳକ କରି ହଳଦିଆ – କମଳା ରଙ୍ଗର ରାକ୍ଷୀ ବାନ୍ଧନ୍ତୁ । କେସର ବଟୀ ଏବଂ ରାଜଭୋଗ ଖୁଆନ୍ତୁ ।
  3. ଏହି ରାଶିର ଭାଇମାନଙ୍କୁ ହଲଦିଆ କିମ୍ବା ସୁନେଲି ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ । ଏହି ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇକୁ ଟଙ୍କାର କେବେବି ଅଭାବ ରହି ନଥାଏ । ଏହା ମାନସିକ ଶାନ୍ତି ପ୍ରଦାନ କରୋ

Post a Comment

0 Comments